ତନୁ ଓ ତରୁଣୀ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିହସିଦେଲେ ତୁମେ ସୁନ୍ଦରୀ ଗୋ !ଗାଲେ ଫୁଟି ଖେଳେ ବଙ୍କା ଦାଗଭାଷିଲେ ପଦିଏ ଅଧର ତଳେଉକୁଟି ଉଠଇ କି ଅନୁରାଗ ?ମୁଁ ଯେବେ କହଇ ତୁମେଟି ମୋରଶତ ସପନର ଜୀବନଧନଖାଲି ମିଛ ଖାଲି ଛଳନା ସହି !ଏ ମୋର କଥାରେ ନ ଦିଅ ମନ ।ସତ କଥା କହେ, ଚାହିଁଲେ ତୁମେଚାହାଣି ତଳେ ମୁଁ ବିଜୁଳି ଦେଖେଭ୍ରୂଲତା ଚଳନେ ଭୁଲେ ମୋ ମନତାହାରି ତଳୁ ମୁଁ କବିତା ଲେଖେ ।ଏଇ ଯେ କନକ କରକମଳ,ମୃଦୁ ଚିକ୍କଣ ପୃଥୁଳ ବାହୁବାହୁଲତା ବୋଲି ସୁନାମ ଯା’ରତୁମ ବିନୁ କହ ପାଇବି କାହୁଁ ?ଚରଣ ଚାଳିଲେ ଏ ଭୂଇଁ ପରେଭଙ୍ଗିମା କେତେ ଉଠଇ ଫୁଟିମରାଳ ତୁଲରେ ତୁଳଇ କିଏ,ଉପମା ଦିଏ କେ ସିଂହ-କଟୀ !ନବୀନ ଆଷାଢ କଳା ବଳାକାନିନ୍ଦା କରଇ ଏ କେଶଦାମବେଣୀରେ ଖୋଷିଲେ କୁସୁମ କଳିଛନଛନ ହୁଏ ଏ ମୋର ପ୍ରାଣ ।ଦୁଇଟି ତରୁଣ ଗୋଲାପ କଳିଅଧରଯୁଗଳେ ସତେ ବା ପୁଟେହସି କଥା କହି ହସିଲେ ତୁମେପରାଣ-ସାଗରେ ଜୁଆର ଉଠେ ।ମଫସଲ ଗାଆଁ ବଙ୍କା ପଥସମ ଏ ତୁମର ଭୂରୁଯୁଗଳସେ ପଥେ ଚଳି ଚିତ୍ତ ମୋରନୀରବ ବଚନେ ଯୋଡ଼ଇ କର ।ସହି, ତୁମ ଏଇ ଅଙ୍ଗତଳେଏ ଯେଉଁ ରୂପର ଅନଳ ଜଳେତାକୁ ସିନା ମୁହିଁ ପାଉଚି ସୁଖତାକୁ ସିନା ପୂଜେ ହୃଦୟତଳେ ।ଲିଭିଗଲେ ଏଇ ରୂପର ଆଭାଶୁଖିଗଲେ ଏଇ ଶୋଭାର ନଈଭଲକରି ଥରେ ବୁଝ ଗୋ ସହି,ତୁମରି ପୂଜାରୀ ହେବି କି ନାଇଁ ?ଅଯାଚିତ ଧନେ ପୁଣି ଏତେ କଳପନା ?ମାଗି ତ ନଥିଲି ପାଶେ ଦିନେ ଦିଅ ବୋଲିଅଯାଚିତେ ଦେଲ ସିନା ହୃଦୟଟି ମେଲିଅଯାଚିତେ ଢାଳି ଥିଲ ଏ ନୟନପରେତବ ସେ ନୟନଯୁଗ ସେନେହେ-ଆକୁଳେ ।ମରମ ନୀରବ ବାଣୀ ମରମେ ମିଳାଇଏ ଜୀବନ ଆଶା ଦେଉଥିଲ ମୁକୁଳାଇ ।କେମନ୍ତେ କହିବି ସଖା କି ଆଶା-ଦୁଆରେପୁଲକ ପଲକେ ଚାହୁଁଥିଲି ପଦତଳେ ।ନ ଜାଣେ କା’ ଆଶେ ବସି ପଢିଲି ଅତୀତଫିଟାଇଲି ଜୀବନର ଗୁପତ ଚରିତ ।ମିଶାଇଲି ଯେତେ ଗାନ ସମୀରେ ଉଦାସେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତୁମ ଲାଗି ସିନା ସଖା ବିଜନ ପ୍ରବାସେ ।
ଆସିଲେ କମ୍ପନଟିଏ ଧମନୀରେ ନିତି
ସଭିଙ୍କ ସମ୍ମୁଖେ ଦିଏ ତୁମ ନାମ ଚିନ୍ତି ।
ନିଶୀଥେ ପଢଇ ତବ ନାମ ତୁନି ତୁନି
କେତେ ନୀରବରେ ତୋଳି ସଙ୍ଗୀତ-ଉଜାଣି ।
ବରଷା, ବସନ୍ତ, ଶୀତ ମଣିଲି ମୁଁ ଏକା
ସେ କୋଳେ ମେଲିଲି ମୋର ଜୀବନ ଦାୟିକା ।
ସେ ଗଗନେ ଚାହିଁଥିଲି ଏ ନୟନ ଢାଳି
ତବ ସ୍ନେହଭରା-ବାଣୀ ମରମେ ଉଚ୍ଚାରି ।
ସେ ତପନ ହାସେ ବୁଲିଲି ହେ ବିଲ ବନେ
କେତେ ସରାଗରେ ହସି ପୁଲକ-ମଉନେ ।
ସେ ସମୀରେ ସେ ସଲିଳେ ସପନ ବିଳାସେ
ତବ ଛବି ହସି ନିତି ଜୀବନ ପରଶେ ।
ଚପଳ-କିଶୋର କାଳ ନ ଥିଲା ସେ ମନ
ସେ କାହାଣୀ, ସେ ଚାହାଣି, ସେ ସରୁ ବଚନ
କି ଜ୍ୟୋତିଭରା ସେ ନେତ୍ରେ ଚାହିଁଥିଲ ବାରେ
ବୁଝିବାକୁ ତର ଆହା ! ନ ଥିଲା ଅନ୍ତରେ ।
ଫେଇଦେଲ ଅଯାଚିତେ ହୃଦୟ ଉଦାସେ
ମଣିଲି ଏ ସୁଖ ସିନା ବିଭୁ ଶୁଭାଶୀଷେ ।
କମଳ କୋମଳ କରେ ପରଶି ମୋ ବୁକୁ
ପୋଛିଦେଲ ଲୁହଧାରା ଏ ଶ୍ରାନ୍ତ ପଲକୁ ।
କିଏ ଜାଣିଥିଲା ତବ ହୃଦୟ-ପିପାସା
ସାରା ଜୀବନଟା ଅହୋ ! ହଳାହଳମିଶା ।
ଦେଖେ ନୟନରେ ଆଜି କୁଟୀଳ ଚାହାଣି
କେତେ କପଟରେ ଭାସିଯାଏ ମୁଖେ ବାଣୀ ।
ସେ କର ପରଶ ଆଜି ଖଡ଼ଗ କଠୋର
ଥରିଯାଏ ବୁକୁସାରା ନେତ୍ରୁଁ ବହେ ନୀର ।
ବୁଝି ତ ନ ପାରେ ତବ ଜୀବନ ବାସନା
ଅଯାଚିତ ଧନେ ପୁଣି ଏତେ କଳପନା ?
ଯାତ୍ରୀ
ପଥିକ ହେ,
ଅସୀମର ଯାତ୍ରୀ
ଗରଜେ ସମ୍ମୁଖେ ତବ ଏ ଭୀଷଣ ରାତ୍ରି ।
ବାଜେ ଦିଶେ ଦିଶେ
ଶ୍ରାବଣୀ ଆକାଶେ
ବେଦନା, ଯାତନା, ବ୍ୟଥା ବିଶ୍ୱ ଜୀବନର
ବିଶ୍ୱକୁଞ୍ଜବନେ ବଂଶୀ ବାଜେ ଦ୍ୱାପରର ?
ଚାଲିଯାଅ, ଯାଅ ଚାଲି
ଯମୁନା ଉଠିଛି ଫୁଲି
କୂଳ ଆଲିଙ୍ଗନେ ନାଚେ ଉନ୍ମତ୍ତ ତରଙ୍ଗ
ଜୀବନରେ ନାଚ ନାଚ-ଚିର ଅନ୍ତରଙ୍ଗ;
ଗାଅ ଗାଅ
ସୁପ୍ତ-ବ୍ୟଥା
-ହାହାକାର, ହାହାକାର, ଚିର ହାହାକାର
ଗର୍ଜିଉଠେ ଜଗତର ନିବଦ୍ଧ-ଝଙ୍କାର
ବିପୁଳ, ସୁନ୍ଦର
ବିଶ୍ୱକୁଞ୍ଜବନେ ବଂଶୀ ବାଜେ ଦ୍ୱାପରର ?
ଫେରନାହିଁ, ଯାଅ ଚାଲି ଯାତ୍ରୀ
ଏ ଭୀଷଣ ଏ ଶ୍ରାବଣ ରାତ୍ରି
ବଜ୍ର ଆସେ, ଆସେ ରେ ପାଗଲ,
ଶ୍ମଶାନର ରୁଦ୍ର କୋଳାହଳ
ଭୋଳାନାଥ ଗାନେ, ପ୍ରାଣେ
ବିଦ୍ୟୁତ୍ର ହାସ ହାଣେ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ