ବିଚ୍ଛେଦ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୯
- ସ୍ଥିତି
- ସାର୍ବଜନୀନ (Public domain)
ତେଜି ତ ଦେଇଛି ପାଶୁଁ, ଯାଇଛି ସେ ଚାଲିକି ଭାଳିବି ତହିଁ ଆଉ ବୃଥା ଅଶ୍ରୁ ଢାଳି ।ଅନ୍ତରୁ ଦେଇଛି ସେ ତ ଅନ୍ତିମ ବିଦାୟମୋ ଲାଗି କି ହେବ ଆଉ ବିଷାଦେ ଅଥୟ ।ତଥାପି ନ ଜାଣେ ମୁହିଁ କରଇ କି ଚିନ୍ତାନୀରବେ ବସିଣ କେତେ ପୁଚ୍ଛଇ ବାରତା ।ନ ବାହାରୁ ମୁଖୁଁ ବାଣୀ ପଡ଼ଇ ଚମକିଭାବଇ ଅନ୍ତରେ ବସି ବନ୍ଧୁ ଭାଷିଲେ କି ?ଚମକି ଦେଖଇ ପୁଣି ନୀରବ ଜଗତନୀରବ ଗଗନଦେଶ ସରସୀ ସରିତ ।ଶୂନ୍ୟଦେଶେ ଶୂନ୍ୟପ୍ରାଣେ ଭ୍ରମଇ ମୁଁ ଏକାନୀରବେ ଗାଇଣ କେତେ ଜୀବନ୍ତ ଦାୟିକା ।ଏତିକି ମାତର ପ୍ରାଣୁ ପ୍ରଶ୍ନ ଜାଗିଆସେ‘‘ମୋତେ ଛାଡ଼ି ମୋର ବନ୍ଧୁ ଗଲେ କେଉଁ ଦେଶେ ?’’
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର