୨୩ଶ ଛାନ୍ଦ-ରାଗ ବଙ୍ଗଳାଶ୍ରୀ । — କାଞ୍ଚି କାବେରୀ ଯୁଦ୍ଧ — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପିନ ଚାହିଁବା । ଦିଗରୁ ଚଢ଼ି ଘୋଡ଼ା ଯେ ।
ଅଶ୍ୱଚରଣ ଧୁନି ଶୁଣି ଚମକି ପୁଣି ଚାହିଁ ଲଭିଲି କ୍ରୀଡ଼ା ଯେ ।୨।
ଝଟ ବୁଜି ନୟନ ପୋତିଥିଲି ବଦନ ତାହାଙ୍କ ରୂପଛଟା ଯେ ।
ମୋ ମନକୁ ଉଚ୍ଚାଟ କରି ଲଗାଇ ହଟ ରଖି ନ ଦେଉଁ ହଟା ଯେ ।
ଛାଡି ଲାଜ । ଚାହିଁଲି ମୁଖ ଟେକି ଯେ ।
ସେ ସମୟକୁ ସେହି ଘୋଡ଼ା ଧୀରେ ଚଲାଇଁ ଚାହାନ୍ତି ମୋତେ ଟାକି ଯେ ।୩।
ହେଲା ଚାରିନୟନ ଯେଉଁ ସମୟେ ମନ ମୋର ତାହାଙ୍କ ରୂପେ ଯେ ।
ବନ୍ଧାହୋଇ ରହିଲା କେବେହେ ନ ଅଇଲା ଟାଣିଲେ ଯେତେ ରୁପେ ଯେ ।
ସେ ସୁନ୍ଦର । ଭଜୀକି ନୟନରେ ଯେ ।
ଯେଉଁ ବିଧିରେ କଲେ ଦେଖି ତା ସତୀ ହେଲେ ଯିବ କି ସୁମନରେ ଯେ ।୪।
କହନ୍ତି ଯାହା ଏକ ଚାଉଳେ ରୂପ ଠିକ ସେକଥା ଏହିଠାରେ ଯେ ।
ଦେଖିଲି ସେରୁପରେ ଆଉ ମହୀ ଉପରେ ନ ଥିବ ସୁବିଚାରେ ଯେ ।
କାହିଁ ଅବା । ଏପରି ପୁଣ୍ୟବନ୍ତ ଯେ ।
ଜନମ ହେବ ଯାହା ପାଇଁ ହୁଅନ୍ତି ସାହା । ଶ୍ରୀରାମ ଜଗନ୍ନାଥ ଯେ ।୫।
ତାଙ୍କ ଚାହିଁବା ଭଙ୍ଗୀ ମୋ ନେତ୍ରେ ହୋଇ ସଙ୍ଗୀ ରହିଚି ସେହିଠାରୁ ଯେ ।
ତହିଁକି ମୋର ଭୟ ନ ଥିଲାତ ଅଥୟ କାମ କରଇ ଗୁରୁ ଯେ ।
ଥିଲେ ମୋର । ପୂରୁବ ତପଫଳ ଯେ ।
ତାଙ୍କ ଚରଣେ ଦାସୀ ହୋଇବି ଦିବାନିଶୀ କାହିଁ ମୋ ପୁଣ୍ୟବଳ ଯେ ।୬।
ଆହା ତାଙ୍କର ଆଖି ଡୋଳାଚାଲିବା ଦେଖି ଚିତ୍ତେ ମୁଁ ବିଚାରଇଁ ଯେ ।
ହେଲେ ପତିବରତୀ ଯିବ କି ସେ ବରତି ମଦନେ ନୋହିଁ ମୋହୀ ଯେ ।
କେଡ଼େଶୋଭା । ତାଙ୍କର ନିଶଦାଢ଼ି ଯେ ।
ରେଖିରଖିଲା ପରି ଦିଶଇ ନୋହେ ବାରି କହିବ କେବା ବଢ଼ି ଯେ ।
ପରକର ପରାଇଁ ଆଜାନୁଭୁଜ ଦୁଇ ଦିଶଇ ତାହାଙ୍କର ଯେ ।
କେଶରିମଝା ଜିଣି ଦିଶଇ କଟିଠାଣି ଆହା ସେ କିସୁନ୍ଦର ଯେ ।
ଦେଖାବେଳୁଁ । ମୋର ମାନସେ ଘର ଯେ ।
କରି ରୂପ ତାଙ୍କର କରିଛି ଅଧିକାର ନୁହଇ କେବେ ଦୂର ଯେ ।୭।
ଶ୍ରୀଜଗନ୍ନାଥଙ୍କର ସେତ ଭକତବର ଯେ ବହୁପୂଣ୍ୟ କରି ଯେ ।
ଥିବ ତାହାଙ୍କ ପଦେ ସେବିବ ଅପ୍ରମାଦେ ଧନ୍ୟ ହେବ ସେ ନାରୀ ଯେ ।
ମୋର କାହିଁ । ସେପରି ପୁଣ୍ୟ ଅଛି ଯେ ।
କିମ୍ପା ଏହାଙ୍କହାତେ ତାତ ନ ଦେଇ ମୋତେ ଗଲେ ନ କଲେ କିଛି ଯେ ।୮।
ହେ ଦେବ ଗଣନାଥ ତୁମ୍ଭଙ୍କୁ ମୋର ତାତ ଅନେକ ସେବିଛନ୍ତି ଯେ ।
ସେଫଳେ ବିଘ୍ନ ମୋର ନାଶି ଦିଅ ଏ ବର ହୁଅନ୍ତୁ ସେ ମୋ ପତି ଯେ ।
ତୁମ୍ଭପାଦେ । ରଙ୍ଗଚନ୍ଦନ ଫୁଲେ ଯେ ।
ପୂଜିବି ନାନା ଭୋଗ ଦେଇ ମୋ ବାଞ୍ଛା ଆଗ ପୂରଣକର ଭଲେ ଯେ ।୯।
ହେ ଦେବ ଜଗନ୍ନାଥ ପଳାଇଁ ଯାଉଁ ପଥ ଓଗାଳି ମୋତେ ଆଣି ଯେ ।
ରଖାଇଛ ବନ୍ଦିରେ ଦେଖିବି କି ମନ୍ଦିରେ ତୁମ୍ଭଙ୍କୁ ଯାଇଁ ପୁଣି ଯେ ।
କରି ଦୟା । ଏହା କର ମାଗୁଛି ଯେ ।
ପୁରୁଷୋତ୍ତମଦେବ ମୋ କାନ୍ତ ହେବେ ଜବ ଏତିକି ଜଣାଉଁଛି ଯେ ।୧୦।
ସତେ କରିବ ବିହି ଓଡ଼ିଶାରେ କି ମୁହିଁ ହୋଇବି ରାଜାରାଣୀ ଯେ ।
ଏ ମନ୍ଦଭାଗ୍ୟ ମୋର ହୋଇଯିବ ଅନ୍ତର ଏହା କି ଚକ୍ରପାଣି ଯେ ।
କରାଇବେ । ପରତେ ହେଉ ନାହିଁ ଯେ ।
କେବଳ ତାଙ୍କୁ ଦେଖିଜନେ ନୁହନ୍ତି ଦୁଃଖୀ ଏତିକି ଶୁଣିଛଇଁ ଯେ ।୧୧।
ଏପରି ପଦ୍ମାବତୀ ବିଚାରି ପ୍ରତିରାତି ଦିବସ ଭାବୁଥାଇ ଯେ ।
ମନ୍ତ୍ରୀର ଆଜ୍ଞା ପାଇଁ ନୀତି ଦୁଆରେ ଯାଇଁ ନୃପ ଆସିବା ଚାହିଁ ଯେ ।
ଠିଆହୋଇଁ । ଥାଏ ସୁବେଶ ହୋଇଁ ଯେ ।
ତାକୁ ଦେଖିବାପାଇଁ ନୃପ ସମୟ ଚାହିଁ ନିତି ଆସନ୍ତି ତହିଁ ଯେ ।୧୨।
ଚାରିଚକ୍ଷୁ ହୁଅନ୍ତେ ଦୁହିଁଙ୍କର ତୁରିତେ ନରେଶ ଭଙ୍ଗୀ ଜାଣି ଯେ ।
ପଦ୍ମାବତୀ ସତ୍ୱରେ ଭାବଭଙ୍ଗୀ ବିକାରେ ପ୍ରକାଶି ସେହିକ୍ଷଣି ଯେ ।
ନେତ୍ରଶର । ନୃପମରମେ ପେଶି ଯେ ।
ଲାଜେ ମଥା ଲୁଆଇଁ ଜିଭ କାମୋଡ଼ି ଦେଇ ଗୃହକୁ ଯାଏ ପଶି ଯେ ।୧୩।
ଏପରି ଦିନୁଦିନ ପଦ୍ମାବତୀରେ ମନ ମୋହିତ ନୃପଙ୍କର ଯେ ।
ହେଲା ଲୋହ ଚୁମ୍ବକ ଠାରୁ ଜାଣ ଅଧିକ ନ ଜାଣି ସମାଚାର ଯେ ।
ସେ କନ୍ୟାର । କରନ୍ତି ଏ ବିଚାର ଯେ ।
ମନ୍ତ୍ରୀକି କହି ଏହି କନ୍ୟାକୁ ଵିଭାପାଇଁ ମଗାଇବା ନିକର ଯେ ।୧୪।
ପୁରୁଷୋତ୍ତମ ଦେବ ଚିତ୍ତରେ ଏହି ଭାବ ବିଚାରି ରହିଥାନ୍ତି ଯେ ।
ଦୁହେଁ ଦୁହିଁଙ୍କପାଇଁ ସଦା ଚିନ୍ତିତ ହୋଇଁ ଦିନ ଦୁଃଖେ ନିଅନ୍ତି ହେ ।
ସାଧୁଜନେ । କହଇ କପିଳେଶ ଯେ ।
ନାରୀନୟନ ଶର ମରମେ ବାଜୁ କାର ମାନସ ନୋହେ ବଶ ହେ ।୧୫।
୨୫ଶ ଛାନ୍ଦ-ରାଗ କନଡ଼ା ।
ଶୁଣ ସାଧୁନରେ କେତେକ ଦିନରେ ହୁଅନ୍ତେ ଆଷାଢ଼ ପ୍ରବେଶ ।ରଥପାଇଁ ରାଜା ଦେଉଁ ଆଦେଶ ।ମନ୍ତ୍ରୀ ତତପରେ ଯେ ଯଥାବିଧିରେ କାର୍ଯ୍ୟ କରାଇଁ ବିଶେଷ ଯେ ।ଶୁଭରେ । କରାଇଲେ ରଥ ଚିତ୍ରଵିଚିତ୍ର ।ତହିଁ ବାନ୍ଧିଲେ ପଟବାସେ ନେତ ।ଦେଖିଲେ ନୟନେ ତାକୁ ବାରେ ଜନେ ନୋହିବେ ମନୁ ବିସ୍ମୃତ ଯେ । ସ୍ନେହରେ ।୧।କାଞ୍ଚୀରାଜରାଣୀ ପତିଆଗେ ଭଣି ଆହେ ଦଣ୍ଡଧର କି କର ।ବନ୍ଦି ରହିଛି ଦୁହିତା ତୁମ୍ଭର ।ମନ୍ତ୍ରୀହାତେ ଦେଇଁ ଓଡ଼ିଶାର ସାଇଁ କହିଁଛନ୍ତି ଏହୁଗିର ଯେ ।ତାହାଙ୍କୁ । ଆହେ ଶଚିବ ଏ କନ୍ୟାକୁ ନେଇଁ ।ତୁମ୍ଭ ମନକୁ ଯେପରି ଆସଇ ।ଚଣ୍ଡାଳକୁ ଦେବ ଆଉ ନ ପୁଛିବ ଆମ୍ଭଙ୍କୁତ ଏଥିପାଇଁ ହେ । ଶଚିବ ।୨।ନୃପତିର ବାଣୀ ମନ୍ତ୍ରୀବର ଶୁଣି ହେଉବୋଲି ନେଇଁ ସଦନେ ।ପାଳିଅଛନ୍ତି ଦୁହିତା ସମାନେ ।ନୃପଙ୍କ ହସ୍ତରେ ଦେବାକୁ ଚିତ୍ତରେ ବିଚାରିଅଛନ୍ତି ମନେ ସେ ।ଶଚିବ । ଶୁଣିଅଛି ମୁଁ ଗୁପତରେ ଏହା ।ଏବେ ମୋତେ ସଙ୍ଗରେ ନରନାହା ।ଘେନି ଚାଲ ଘନେ ମନ୍ତ୍ରୀଙ୍କ ସଦନେ ରହିଁ ଦେଖିବା ତ ତାହା ହେ । ରାଜନ ।୩।ଆସୁଅଛି ରଥଯାତ ନିକଟତ ସେଦିନକୁ କଣ୍ଟ ତାଙ୍କର ।ଚାଲ ଏଥିରେ ହେଳା ନ କର ।ସଙ୍ଗେ ଆଡ଼ମ୍ବର କିଛିହିଁ ଆମ୍ଭର ଉଚିତ ନୋହେ ନେବାର ହେ ।ରାଜନ । ଯାଇଁ ଗୁପତେ ମନ୍ତ୍ରୀଭୁବନରେ ।ମିଳି ରହିବା ଦୁହିତାପାଶରେ ।ସେ ତୁମ୍ଭଙ୍କୁ ଦେଖି ହେବେ ମହାସୁଖୀ ।ଆନ ନ ମଣ ଏଥିରେ ହେ । ରାଜନ ।୪।ଆମ୍ଭେ ହାରିଥାଇଁ ଓଡ଼ିଶାର ସାଇଁ ଜିଣିଛନ୍ତି ମିଥ୍ୟା ନୋହେତ ।ସହାୟଟି ଯାହାଙ୍କୁ ଜଗନ୍ନାଥ ।ତାଙ୍କୁ ସମ କେବା ହେବ ନ ଗଣିବା ଏହା ଆନ ନ ବୁଝତ ହେ ।ରାଜନ । ଏହିଯୋଗେ ମୁଁ କହୁଚି ବୁଝାଇଁ ।ଚାଲ ତାଙ୍କନିକଟେ ଆମ୍ଭେ ଦୁଇ ।ଶରଣ ପଶିବା କନ୍ୟା ସମର୍ପିବା ଏଥେଁ ଉଣା ହେବ ନାହିଁ ହେ । ରାଜନ ।୫।ପଦ୍ମାବତୀ ମୋତେ ଦେଇଁଛି ଗୁପତେ ବାରତା ନ ଜାଣନ୍ତି କେହି ।ମନ୍ତ୍ରୀବନିତା ଏକା ଜାଣିଛଇ ।ତାର ପଦ୍ମାବତୀ ହୋଇ ଧର୍ମପୁତ୍ରୀ ତାପୂରେ ସୁଖେ ଅଛଇ ହେ ।ରାଜନ । ମନ୍ତ୍ରୀବନିତା ନିକଟେ ଜଣାଇଁ ।ଅତି ବିଶ୍ୱାସି ଜନକୁ ଅଣାଇଁ ।ଲେଖି ସମାଚାର ପାଶକୁ ମୋହର ଦେଇଁ ଅଛିତ ପଠାଇଁ ହେ । ରାଜନ ।୬।ଦେଖ ସେ ପତର ବୋଲି ସେ ସତ୍ୱର ଆଣି ତାହା ପତିପାଶରେ ।ଦେଉଁ ନରପତି ଧରି ତା କରେ ।ପଢି ତୁଷ୍ଟ ହେଲେ ଯାହା ଲେଖିଥିଲେ କହୁଚି ଶୁଣ ତା ଧୀରେ ହେ ।ସୁଜନେ । ହୋଇଁ ଅଛଇ ସେ ରଚନା ସରଳ ।ବର୍ଣ୍ଣମାନେ ଦିଶୁଛନ୍ତି ବିରଳ ।ନରପତି ଦେଖି ହୋଇ ଅତିଦୁଃଖୀ ନୟନୁଁ ତେଜିଲେ ଜଳ ଯେ । ସେକାଳେ ।୭।ପଦ୍ମାବତୀ ମାତାପାଶକୁ ବାରତା ଲେଖିଅଛି ଆଗୋ ଜନନୀ ।କରୁଅଛି ପ୍ରଣାମ ମୁଁ ଅଧିନୀ ।ତୁମ୍ଭେ ଗଲ ଛାଡ଼ି ବେଢ଼଼ାରେ ମୁଁ ପଡ଼ିଯାଇ ହେଲି ହତମାନୀ ଗୋ ।ଜନନୀ । ତହୁଁ ସେନାଏଁ ମୋତେ ଘେନି ଗଲେ ।ନରପତିଙ୍କ ନିକଟରେ ଦେଲେ ।ମୋତେ ନୃପ ଦେଖି ହୋଇ ମନେ ଦୁଃଖୀ ଏପରି ବାଣୀ କହିଲେ ଯେ । ସେକାଳେ ।୮।ଆହା କେଡେ ଶୋଭାବତୀ ଏ ମଘବାପୁରୁଁ ଆସିଛି କି ପରତେ ।ହୋଏ ଆଉ ଏହାସମ ଜଗତେ ।ଥିବା ଦେଖା ନାହିଁ କାଞ୍ଚୀନରସାଇଁ କି କଲେ ଗରବ ଚିତ୍ତେ ଯେ ।ଏହାକୁ । ଆମ୍ଭରାଣୀ କରିବାକୁ ନ ଦେଲେ ।ପୁଣି ଆମ୍ଭଙ୍କୁ ନିନ୍ଦି ଚଳାଇଲେ ।ସେଫଳୁ ଏହାର କେତେ ନାରଖାର ହେବା ଦଶା ଅରଜିଲେ ଯେ । ବୃଥାରେ ।୯।କରିଥାଇଁ ସତ୍ୟ ଚଣ୍ଡାଳକୁ ଦତ୍ତ କାଞ୍ଚୀ ରାଜସୁତା କରିବା ।ତାହା ଭାଙ୍ଗିବ କିପରି କେ ଅବା ।ଆହା ବିଧାତାରେ କାହାକୁ କାହିଁରେ ଦେଉ ତୋତେ କି ବୋଲିବା ରେ ।ଦଇବ । ଆଉ ବିଚାରିଲେ ଏବେ କି ହେବ ।ମନ୍ତ୍ରୀ ଏହାକୁ ଏଥୁଁ ନିଅ ଜବ ।ତୁମ୍ଭ ଇଛା ଯହିଁ ହେବ ବୁଝି ତହିଁ ଚଣ୍ଡାଳେ ଏହାକୁ ଦେବ ହେ । ଶଚିବ ।୧୦।କିନ୍ତୁ ବୁଝ ମନ୍ତ୍ରୀ ଏ ଲକ୍ଷଣବତୀ ଜାତିପଦ୍ମିନୀ ଦେଖାଯାଏ ।ଦେଖି ନ ଥାଇଁ ଏପରି କେବେହେଁ ।ଜଗନ୍ନାଥଙ୍କର ଅଛି କି ବିଚାର ତାହା କିଛି ବୁଝି ନୋହେ ହେ ।ଶଚିବ । କେଉଁ ଚଣ୍ଡାଳ କରିଛି ଏପରି ।ପୁଣ୍ୟ ପାଇବ ପଦ୍ମିନୀ ସୁନ୍ଦରୀ ।ଭାଲେ ଥିବ ଯାହା ଭୁଞ୍ଜିବ ଏ ତାହା ବୋଲି ଦେଲେ ବିଦା କରି ଯେ । ସେଠାରୁ ।୧୧।ଆଣି ମୋତେ ମନ୍ତ୍ରୀ ଆପଣା ଯୁବତୀ ସୁତାଙ୍କୁ ଡକାଇଁ କହିଲେ ।କାଞ୍ଚୀରାଜସୁତା ଏ ଜାଣ ଭଲେ ।ନିଜସୁତା ତୁଲେ ଏହାଙ୍କୁ କୁଶଳେ ରଖିଥାଅ ମୋରବୋଲେ ଗୋ ।ସୁନ୍ଦରୀ । ଜଗନ୍ନାଥଙ୍କ କୃପାରୁ ଏ ପୁଣି ।ହେବେ ଓଡ଼ିଶା ନୃପ ପାଟରାଣୀ ।ଥିଲେ ମୁଁ ଜୀବରେ ଗୁଣ୍ଡିଚା ରଥରେ ଫଳିବ ତା ଥାଅ ଜାଣି ଯେ । ନିଶ୍ଚୟେ ।୧୨।ଏପରି ବହୁତ ପ୍ରବୋଧ କରିତ ଅନେକ କରନ୍ତି ଯତନ ।ଆସି ନିକଟ ହେଲା ରଥଦିନ ।ଅଛି ମୁ ଜଣାଇଁ ତାତ ତୁମ୍ଭେ ଦୁଇ ଆସିବ ଏଥେଁ ବହନ ଗୋ ।ଜନନୀ । ଯେଉଁ ଓଡ଼ିଶା ନୃପତିଙ୍କି ହରି ।ଭାଇସଙ୍ଗେ ସିପାଇ ରୂପ ଧରି ।ଜିଣାଇଲେ ଯୁଦ୍ଧ କରି ଏଥୁଁ ବୋଧ ହେବେ କାଞ୍ଚୀଦଣ୍ଡଧାରୀ ଯେ । ଏଣିକି ।୧୩।ଆସି ତାଙ୍କଠାରେ ଶରଣଭାବରେ ପ୍ରବେଶ ହେଲେ ସେ କେବେହେଁ ।ନ ରଖିବେ ଶତ୍ରୁଭାବ ଜାଣ ହେ ।ମନ୍ତ୍ରୀ କହିଛନ୍ତି ତୁମ୍ଭ ହିତ ଚିନ୍ତି ସେ କଥା ଭାଙ୍ଗିବା ନୋହେ ଯେ ।ଏକାଳେ । ଆଗୋ ଜନନୀ ପିତାଙ୍କୁ ବୁଝାଇଁ ।ମୋତେ ଦେଖିବା ପାଇଁ କି ଜଣାଇଁ ।ଆସିବ ଅବଶ୍ୟ ମୋତେ ଥିଲେ ଆଶ ପଢ଼ି ଏହା କାଞ୍ଚୀସାଇଁ ଯେ । ସେକ୍ଷଣେ ।୧୪।ବିଚାରିଲା ସତ ଯାର ଜଗନ୍ନାଥ ସହାୟ ସେ ସାନ ନୁହଇ ।ଯହୁଁ ମୋ ଈଷ୍ଟ ଗଲେ ଆଡ଼ ହୋଇଁ ।ତାଙ୍କ ପାଦେ ଦାସ ହେଲେ ନାହିଁ ଦୋଷ ଏ କଥା ମାନସେ ଧ୍ୟାଇଁ ଯେ ।କାଞ୍ଚୀଶ । ଜାୟା ସହିତେ ସାମାନ୍ୟ ରୂପରେ ।ଆସି ପୁରୁଷୋତ୍ତମରେ ଗୋପ୍ୟରେ ।ମନ୍ତ୍ରୀପୁରେ ବାସ କଲେ କପିଳେଶ ଶୁଣିଅଛି ଏ ବିଧିରେ ହେ । ସୁଜନେ ।୧୫।
୨୬ଶ ଛାନ୍ଦ । ରାଗ କୌଶିକ ।
ଶୁଣ ହେ ସୁଜନେ ମନ୍ତ୍ରୀର ସଦନେ କାଞ୍ଚୀ ନରପତି ରହିଲା ।ମନ୍ତ୍ରୀସଙ୍ଗେ ମିତ୍ର ହୋଇ କହେ ନିତ୍ୟ ପଦ୍ମାବତୀ କଥା ଲାଗିଲା ।ତୁମ୍ଭ ନିକଟେ । ଅଛିତ ଦୁହିତା ରୂପରେ ।ଶୁଣି ତାଙ୍କ ଭାଷ ମନ୍ତ୍ରୀ କରି ହାସ କହନ୍ତି ନ ଭାଳ ମନରେ ।୧।କାଞ୍ଚୀ ରାଜନାରୀ ମନ୍ତ୍ରୀ ଅନ୍ତଃପୁରୀ ମଧ୍ୟେ ପଦ୍ମାବତୀ ପାଶରେ ।ରହି ମନ୍ତ୍ରୀ ନାରୀ ସଙ୍ଗେ ସହଚରୀଭାବରେ ବଞ୍ଚନ୍ତି ତୋଷରେ ।ଦେଖି ସମୟ । କହନ୍ତି ଗୋ ମନ୍ତ୍ରୀମହିଳେ ।ପଦ୍ମାବତୀ ସମ ହୋଇ ଭାଗ୍ୟହୀନ ନ ଥିବେ ଅବନୀମଣ୍ଡଳେ ।୨।ରାଜସୁତା ହୋଇ ବନ୍ଦୀରେ ଅଛଇ କେବଳ ତୁମ୍ଭଙ୍କୁ ଈଶ୍ୱର ।ଦେଇଛନ୍ତି ତାକୁ କର୍ମ ସୁଭାଗ୍ୟକୁ ଏତିକି ହୁଅଇ ବିଚାର ।କହୁଁ ଏମନ୍ତ । ନୟନରୁ ଅଶ୍ରୁ ବୁହାଇ ।ଦେଖି ମନ୍ତ୍ରୀ ନାରୀ ବୋଲେ ତୁନିକରି ଏପରି ଭାବୁଛ କିମ୍ପାଇ ।୩।ତୁମ୍ଭେ ଏଥେଁ ଅଛ ନ ବିଚାର ମିଛ ଅଳପଦିନରେ ଦେଖିବ ।ପାଟରାଣୀ ହୋଇଁ ପଦ୍ମାବତୀ ଦେଇ ଗଜପତିକୁଳ ମଣ୍ଡିବ ।ଲେଖି ଅଛନ୍ତି । ଧାତା ଏହା ଆନ ନୁହଇ ।ଏପରି ବହୁତ କହି ତାଙ୍କ ଚିତ୍ତ ତୋଷିଲେ ପ୍ରୀତିକି ବଢ଼ାଇଁ ।୫।ମନ୍ତ୍ରୀର ନନ୍ଦନା ହୋଇ ତୋଷମନା ବୋଲେ କାଞ୍ଚିରାଣୀ ଆଗରେ ।ଆମ୍ଭ ବଡ଼ ଅପା ପଦ୍ମାବତୀ କିପାଁ ପାଇବେ ଦୁଃଖ ଓଡ଼ିଶାରେ ।ରାଣୀ ହୋଇ ଯେ । ଗଜପତି କୋଳେ ବସିବେ ।ଆମ୍ଭଙ୍କୁ ସେକାଳେ ତାଙ୍କ ଛାଇ ତଳେ ମାଗୁଛୁଁ କୃପାରେ ରଖିବେ ।୬।ଶୁଣି ତାର ବାଣୀ ବୋଲେ କାଞ୍ଚୀରାଣୀ ସତେ କି ଏକଥା ହୋଇବ ।ତୋ ତୁଣ୍ଡ ସୁତୁଣ୍ଡ ହୋଇ ଦୂରୁଦଣ୍ଡ ଏ ବିପଦ ମୂଳ ବୁଡ଼ିବ ।ଆଲୋ କୁମାରି । ପଦ୍ମାବତୀ ତୁମ୍ଭ ପାଳିତ ।ତୁମ୍ଭଙ୍କୁ ମାନନା ତ କଲେ ସେ ସିନା ଅଧରମେ ହେବ ଗଞ୍ଜିତ ।୭।ଏଥୁଅନ୍ତେ ଜନେ ଶୁଣ ତୋଷମନେ ହୋଇଲା ଗୁଣ୍ଡିଚା ଦିବସ ।ରଥ ସଜ କରି ପଣ୍ଡା ପଡ଼ି଼ହାରି ଆଦି ସେବକେ ବହିଁ ତୋଷ ।ବିଧିବିଧାନେ । ପ୍ରଭୁଙ୍କୁ ପହଣ୍ଡି କରାନ୍ତେ ।ସୁବର୍ଣ୍ଣ ମାର୍ଜନୀ ନୃପମଣି ଘେନି ରଥପରେ ଝାଡ଼ୁଁ ତୁରିତେ ।୮।ସକଳ ସେବକେ ଯାତ୍ରାକାଳ ଲୋକେ ଚାହିଁଛନ୍ତି ଏହି ସମୟେ ।ସଙ୍ଗେ ପଦ୍ମାବତୀ ଘେନି ବେଗେ ମନ୍ତ୍ରୀ ନୃପ ଆଗେ ମିଳୁଁ ସଭୟେ ।ଦେଖି ରାଜନ । ମନ୍ତ୍ରୀକି ଚାହିଁ ପଚାରନ୍ତି ।ଏ କାହା ଦୁହିତା ବୋଲି ଚିତ୍ତେ ଚିନ୍ତା ଜନମାଇ କଥା କହନ୍ତି ।୯।ବସି ଘୋଡ଼ାପରେ ବୁଲିବା କାଳରେ ଦେଖିଥିଲେ ଯେଉଁ ବାଳାକୁ ।ବିଚାରିଲେ ସେହି ହୋଇବ କି ଏହି ପ୍ରକାଶେ ନ କହି କାହାକୁ ।ପୁଣି ପୁଣି ସେ । ପଚାରନ୍ତେ ମନ୍ତ୍ରୀ କହଇ ।ଏ ଟି ପଦ୍ମାବତୀ କାଞ୍ଚି ରାଜପୁତ୍ରୀ ଥିଲା ମୋ ପାଶେ ବନ୍ଦୀ ହୋଇ ।୧୦।ମନ୍ତ୍ରୀର ବଚନ ଶୁଣି ସେ ରାଜନ କୋପେ ରଙ୍ଗ କରି ନୟନ ।କହିଲେ ତୁ ରାଜ-ଆଜ୍ଞାକୁତ ବ୍ୟାଜଭାବରେ ନ କଲୁ ପାଳନ ।ଯେଉଁ କନ୍ୟାକୁ । ଚଣ୍ଡାଳରେ ଦେବା ପାଇଁକି ।ତୋ ପାଶରେ ଦେଇଥିଲୁଁ ତା କିପାଇଁ ନ ପାଳି ଆଣିଲୁ ଏଥିକି ।୧୧।ଏପରି ଅନେକ କହୁଁ କଟୁବାକ୍ୟ ନରେଶ ଶୁଣି ତା ସକଳେ ।ପଦ୍ମାବତୀ ଲାଗି ହୋଇ ଦୁଃଖଭାଗୀ ପ୍ରଭୁଙ୍କୁ ଡାକନ୍ତି ବିକଳେ ।ଅଶ୍ରୁ ନୟନୁଁ । ତେଜି କହନ୍ତି ହେ ଈଶ୍ୱର ।ଏ ରାଜକୁମାରୀ ଦୁଃଖ ନିଅ ହରି ତୁମ୍ଭେତ ଦୁଃଖିର ସୋଦର ।୧୨।ଏପରି ସକଳେ ଡାକନ୍ତି ଏକାଳେ ମନ୍ତ୍ରୀ କାରଯୋଡ଼ି ଜଣାଏ ।ଏ ପଦ୍ମିନୀ ନାରୀ ପୁଣି ଏହାପରି ଚଣ୍ଡାଳ ଜଣେ ଆଜିଯାଏ ।ନ ମିଳିବାରୁ । ରଖିଥିଲି ଜାଣ ନିୟତ ।ଯେଉଁ ଚଣ୍ଡାଳକୁ ଏହାକୁ ଦେବାକୁ କାଞ୍ଚୀଶ ନୋହିଲା ସମ୍ମତ ।୧୩।ସେ ଚଣ୍ଡାଳ ଆଜି ଏଠାରେ ବିରାଜି ଥବାର ଦେଖି ଆଣି ଦେଲି ।ନୃପତିଙ୍କ ଆଜ୍ଞା ନ କରି ଅବଜ୍ଞା ଶିରେ ବହିଥିଲି ପାଳିଲି ।ଏବେ ଏଣିକି । ଯାହା ଇଛା ହୋଏ ତା କର ।କହି ଏ ବାଣୀକି ସେ ପଦ୍ମାବତୀକି ଦେଉଁ ସେକ୍ଷଣି ନରେଶ୍ୱର ।୧୪।ଚାହିଁ ତା ବଦନ ହୋଇ ବିମୋହନ ମନ୍ତ୍ରୀର ବିନୟ ବଚନେ ।ପଦ୍ମାବତୀ ହସ୍ତ ଧରି ସେ ତୁରିତ ଅନାଇଁ କରୁଣା ନୟନେ ।ନେଲେ ନିକଟେ । ଦେଖି ସର୍ବେ ତୋଷ ହୋଇଲେ ।ଧନ୍ୟ ଧନ୍ୟ ମନ୍ତ୍ରୀ ଏପରି ଭାରତୀ ହରିବୋଲ ଦେଇ ବୋଇଲେ ।୧୫।ନାରୀଗଣେ ମିଳି ଦେଲେ ହୁଳହୁଳି ବୋଇଲେ ଧନ୍ୟ ହେ ନୃପତି ।ଏ ନୃପନନ୍ଦନା ପଦ୍ମାବତୀ ସିନା ତୁମ୍ଭେ ତା ସମ ହେଲ ପତି ।ରାଣୀ ହେବାକୁ । ଆନ କରନ୍ତା ସେହୁ କଥା ।୧୬।ପଦ୍ମାବତୀପାଇଁ ସର୍ବେ ଦୁଃଖି ହୋଇଥିଲେ ତା ରାଜା ଜାଣିପାରି ।ବିଚାରିଲେ ମନେ ଚଣ୍ଡାଳସଦନେ ଦିଅନ୍ତେ ଏହାକୁ କିପରି ।ମଧୁସୂଦନ । ବିଚିତ୍ରକର୍ମ ସେ ଅଟନ୍ତି ।ବୋଲେ କପିଳେଶ ଆହେ ନରଈଶ ପଦ୍ମାର ହୁଅନ୍ତା କିଗତି ।୧୭।