କାଳୀଜୟୀ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୯
- ସ୍ଥିତି
- ସାର୍ବଜନୀନ (Public domain)
କାଳୀଜୟୀ ଠାକୁରାଣୀ,ରାଧାନାଥ ଭକ୍ତବାଣୀ ।ଶୁଣିଛ ତୁମ୍ଭେ କର୍ଣ୍ଣର,ଚିଲିକା ହ୍ରଦ ଭିତର ଗୋ ।୧।ନାବିକମାନେ ହ୍ରଦରେ,ଆଲୋକ ବାନ୍ଧି ନାବରେ ।ଯାଉଛନ୍ତି ତବ ପାଶେ,ବେପାର ବଣିଜ ଆଶେ ଗୋ ।୨।ସହାୟ ଥାଅ ତାଙ୍କର,ମତ୍ସ୍ୟଜୀବୀମାନଙ୍କର ।ଆର୍ତ୍ତ କୋଳାହଳ ବାଣୀ,ଶୁଣୁଅଛ ଠାକୁରାଣୀ ଗୋ ।୩।ଚାରିପୋଶେ ଜଳଚର,ଶବଦ କର୍ଣ୍ଣଗୋଚର ।କ୍ଷୁଦ୍ରପର୍ବତ ଉପର,ମନ୍ଦିର ବଡ ସୁନ୍ଦର ଗୋ ।୪।ପାରିକୁଦ ନରେଶ୍ୱର,ତବ ଦର୍ଶନେ ତତ୍ପର ।ରମ୍ଭାନଗର ବଣିକେ,ଖଞ୍ଜନ୍ତି ମଣି ମାଣିକେ ଗୋ ।୫।ବଜାଇ ଶୁଭକାହାଳୀ,ଧଣ୍ଡାମାଳ ଦିଏ ମାଳୀ ।ହେ ଦେବି ମୋର ପ୍ରାର୍ଥନା,ଗଞ୍ଜନ କର ଗଞ୍ଜନା ଗୋ ।୬।