ତାରାତ ।ରିଣୀ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୦
- ସ୍ଥିତି
- ସାର୍ବଜନୀନ (Public domain)
ହେ ମାତ ତାରାତାରିଣି,ରଷିକୂଲ୍ୟାର ନନ୍ଦିନୀ ।ପୂର୍ବରେ ସୁର କାମିନୀ,ଥିଲ ଯେ ଦୁଇ ଭଗିନୀ ଗୋ ।୧।ଅତି ଉଚ୍ଚ ସୋପାନରେ,ଉଠି ପାଦ ବ୍ୟଥା କରେ ।ଗିରିଶିଖେ ଦୁଃଖେ ଆସି,ରହିଗଲ କୁନ୍ଦହାସି ଗୋ ।୨।ଇତିହାସ ଦିଏ କହି,ମାଳୀ ଘରେ ଥିଲ ରହି ।ଦେଶ ଉପକାର ପାଇଁ,ଅଛ ବୋଲି କଥା ପାଇ ଗୋ ।୩।ଯୁବତୀଙ୍କର ପ୍ରତାପ,ତୁମ୍ଭ ପୀଠରେ ଅମାପ ।କପାଳେ ସିନ୍ଦୂରଟୋପା,ଗାଢ଼େ ରକ୍ତ ଥୋପା ଥୋପା ଗୋ ।୪।କରନ୍ତି ଛେଦ ଛେଦନ,ଏ ପୀଠେ ଏହି ବିଧାନ ।ଚାହଁଲେ ତାଙ୍କ ବଦନେ,ଶଙ୍କା ଜାତ ହୁଏ ମନେ ଗୋ ।୫।ରକ୍ତ ନଦୀ ବୁହାଉଛ,ପ୍ରଜା ଦୁଃଖ ନ ଦେଖୁଛ ।ଏ କିସ ଦେବୀଙ୍କ ରୀତି,ଜଗତେ ଜନ୍ମୁଚି ଭୀତି ଗୋ ।୬।ମାଳମାଳ ଘଣ୍ଚିସ୍ୱନ,ବଧିର କଲ ଶ୍ରବଣ ।ଉଦୟପୁର ଆକାଶ,ଚମକି ଶବ୍ଦ ପ୍ରକାଶ ଗୋ ।୭।ପୂର୍ବଖଣ୍ଡ ନରନାଥେ,ସଦାରତ ପ୍ରଣିପାତେ ।ଖଞ୍ଜିଛନ୍ତି ଖଞ୍ଜାମାନ,ଦେବି ରଖ ଯଶମାନ ଗୋ ।୮।