ଭଗବତୀ — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପିବାଣପୁର ଭଗବତି,ଟେକା କଳା ଧଳାଛତି ।ଜଳୁଅଛି ସଦା ବତୀ,ଦେଖିଲ ନାହିଁ ବିପତ୍ତି ଗୋ ।୧।ତୁମ୍ଭର ଭୂମି ଉର୍ବରା,ହସୁଥାଏ ବସୁନ୍ଧରା ।ଛକପଡି ନଦୀ ଭରା ।ସଦା ଚଳେ ଜଳଧାରା ଗୋ ।୨।ଅନେକ ଦେବତା ପୀଠ,ତବ ଭୂମିରେ ଗଚିଷ୍ଠ ।ଦକ୍ଷ ପ୍ରଜାପତି ସ୍ଥତ,ମନ୍ଦିର କି ରମ୍ୟ କୀର୍ତ୍ତି ଗୋ ।୩।ବାଣାସୁର ପୀଠସ୍ଥାନ,ଉପୁଜାଏ ମନେ ଜ୍ଞାନ ।ବାଣପୁର ଇତିହାସ,ବହୁତ ତହିଁ ପ୍ରକାଶ ଗୋ ।୪।ପୁନ୍ନାଗ ନାରିକେଳରେ,ଗୁବାକ କଦଳୀ ଭରେ ।ଆରାମ ନଦୀତୀରରେ,ଦର୍ଶନେ ଆନନ୍ଦ ଧରେ ଗୋ ।୫ ।ବତିଶଫେଣୀ କଦଳୀ,ଦୋଳି ଖେଳୁଥାଏ ଢଳି ।ମୂର୍ତ୍ତିକାକୁ ଚୁମ୍ବିଥାଏ,ଦର୍ଶନେ ମୁଗ୍ଧ କରାଏ ମୋ ।୭।କୁମୁଟୀ ବଣିକମାନେ,ରହିଛନ୍ତି ଥାନେ ଥାନେ ।ଇଷ୍ଟକ ପ୍ରାଚୀର ଘର,ନଗର କରି ସୁନ୍ଦର ଗୋ ।୭।କେତେ ବ୍ରାହ୍ମଣ ଶାସନ,ସୁନ୍ଦର ଭୂମି ପତ୍ତନ ।ଦାଣ୍ଡପଥେ ତରୁଶ୍ରେଣୀ,ସରଳରେଖା କି ବେଣୀ ଗୋ ।୮।ରୁଚିର ନଗର ବୀଥି,ଚଳେ ଅସଂଖ୍ୟ ନିକିତି ।ନାନାଦ୍ରବ୍ୟ ବିକାକିଣା,ଦକ୍ଷିଣିଆ କନ୍ଦଜିଣା ଗୋ ।୯।ଲୁଣିମାଛେ ପ୍ରୀତ ମନ,ଦେବୀ ପୀଠେ ବହୁଜନ ।ନଆସିଲେ ସେ ପାତୁଆ,ଆଟିକା ନ ହୁଏ ଥୁଆ ଗୋ ।୧୦।ପ୍ରକୃତି ସୁନ୍ଦରୀ ଏକା,ଏହି ପୀଠେ ଯାଏ ଦେଖା ।ଧାଡ଼ି ଧାଡ଼ି ଧର ରେଖା,ଅନ୍ୟ କିଏ ତୁଲେ ଲେଖା ଗୋ ।୧୧।ମାଏ ଗୋ ଘେନ ବିନତି,ବିନାଶ ଘୋର ବିପତ୍ତି,ଦେବି ମୁଖେ ସରପଣା,ମତେ ନ କରିବ ବଣା ଗୋ ।୧୨।ପଶାଣିଅ । ଚଣ୍ଡୀମାଗୋ ପଶାଣିଆ ଚଣ୍ଡି,ଯେତେ ଛନ୍ତି ରାଣ୍ଡୀଖଣ୍ଡ ।ବୁଝିବ ତାହାଙ୍କ କଥା,ନଭାବିବ ଯଥା ତଥା ଗୋ ।୧।ଦେବୀଙ୍କ ମଧ୍ୟରେ ଗଣି,ତୁମ୍ଭେ ଅଟ ମଥାମଣି ।
ସୁଜନେ ଦିଅ ଆହାର,
ଦୁର୍ଜନେ କର ପ୍ରହାର ଗୋ ।୨।
ଭାଗୀରଥି ମିଶ୍ର ନାମେ,
ଥିଲେ ଯେ ବ୍ରାହ୍ମଣ କର୍ମେ ।
ତୁମ୍ଭର ଅନୁସରଣ,
କରିଥିଲେ ପ୍ରାଣପଣ ଗୋ ।୩।
କନ୍ତକେଇ କୃଷିକାରୀ,
ଶଙ୍ଖସାରୁ ଭେଟି ଜାରି ।
ତବ ପାଶେ କଲେ ସେବା,
ଭକ୍ତ ଖାଏ ବହୁ ଲେବା ଗୋ ।୪।
ଚର୍ଚ୍ଚିକା ଆଦିଦେବତ ।
ଶୈଳେନ୍ଦ୍ର ଶିଖବାସିନି,
ଚର୍ଚ୍ଚିକେ ଘେନ ଦାୟିନୀ ।
କାନିପଣନ୍ତ ଘୋଡାଇ,
ରଖ ମୋତେ ମହାମାୟୀ ଗୋ ।୧।
କରିବ ବାରେ ସୁଦୟା,
ମାଗୋ ଅଜୟା ଅଭୟା ।
ମୁଁ ପରା ଅଟେ କିଙ୍କର,
ହେବ ବଳ ଆଶ୍ରିତର ଗୋ ।୨।
ବୈଦ୍ୟେଶ୍ୱର ବୈଦ୍ୟନାଥ,
ତବ ପଦେ ନତମାଥ ।
ଦୟାକର ପ୍ରଭୁ ମତେ,
ପୀଡିତ ଜୀବନ ପଥେ ହେ ।୩।
ସେବନ କର ସମୀର,
ମହାନଦୀ ଶୀତନୀର ।
ତୃତୀୟା ଦେବ ଠାକୁର,
ମୋର କଷ୍ଟ କର ଦୂର ହେ ।୪।
ଆଗୋ ବକ୍ରଦୁର୍ଗେଶ୍ୱରି,
କନକଦୁର୍ଗେ ସୁନ୍ଦରୀ ।
ମାଳତୀମୁଣ୍ଡିଆ ପରେ,
ଚାହଁ ଏ ଦୁଃଖିକି ବାରେ ଗୋ ।୫।
ହେ ପ୍ରଭୁ ମହମାମେରୁ,
ଦେଖ ମୋତେ ଫେରୁ ଫେରୁ ।
ବାଁକିଗଡର ଚୈତନ୍ୟ,
ଦିଅ ସଦୟ ନୟନ ହେ ।୬।
ଆହେ ବାବା ରାମନାଥ,
କରେ ସଦା ପ୍ରଣିପାତ ।
ସୁଖେ ଧରାଧର ଚୂଡେ,
ବସି ଜଗ ମତେ ଗୂଢ଼େ ।୭।
ସୁବର୍ଣ୍ଣ କେତକୀ ଦେବ,
ସ୍ୱଦେଶେ ସୁଯଶ ନେବ ।
ତୁମ୍ଭେଟି ମୋର ଭରସା,
ପୂର୍ଣ୍ଣ କରାଇବ ଆଶା ହେ ।୮।
ମହାନଦୀତୀରେ ଘର,
ଆହେ ଦେବ ବୁଦ୍ଧେଶ୍ୱର ।
ଦୋହଲାଇ ପକ୍ୱଦାଢ଼ୀ,
ରଖ ମୋତେ ପ୍ରଭୁ ଝାଡି ହେ ।୯।
ଆମ୍ରବନ ଶୋଭାରାଶି,
ଦେଖୁଅଛ କାଶୀବାସି ।
ପ୍ରାର୍ଥନା ପଶ୍ଚିମେଶ୍ୱର,
ଗରିବଜନେ ଉଦ୍ଧର ହେ ।୧୦।
ହେ ମାତ ରଣଚର୍ଜିକେ,
ତବ ପଦେ ଲକ୍ଷ୍ୟ ରଖେ ।
ମହିଷାସୁର ମାରଣ,
ଦେଖିଲେ ଜଗତଜନ ଗୋ ।୧୧।
ପାଟପୁର ସିଂହନାଥେ,
ଥିବ ମୋର ସାଥେ ସାଥେ ।
ଏକ ଗ୍ରାମେ ଦୁହିଁଙ୍କର,
ଅଛି ବସୁବାସ ଘର ହେ ।୧୨।
ଫୁଲବେଲପତ୍ରି ଜଳ,
ଦେଉଅଛୁଁ କାଳ କାଳ ।
ପୂର୍ବ ପୁରୁଷରୁ ଧରି,
ଯେତେ ଉତ୍ତରାଧକାରୀ ହେ ।୧୩।
ଆପଣ ମୋର ପଡୋଶୀ,
କି ଦେବି ଅଧିକ ତୋଷି ।
ଦାନା ଦେଇ ରଖ ପୋଷି,
ସଦା ନାମ ଅଛୁଁ ଘୋଷି ହେ ।୧୪।
ଆହେ ଦେବ ଖଣ୍ଡେଶ୍ୱର,
ରହି ଗହୀର ମଧ୍ୟର ।
ବାଲିରାଶି କାଢ଼ିଦଅ,
ସୁଖରେ ଜୀବନ ନିଅ ହେ ।୧୫।
ସୋରିଷ ଫୁଲେ ନୟନ,
ପକାଉଛି ତ୍ରିଲୋଚନ ।
ମୁକୁନ୍ଦପୁର ମଧ୍ୟର,
ବାସ ଅଛି ଉଗ୍ରେଶ୍ୱର ହେ ।୧୬।
ଉଗ୍ରଭାବ ଛାଡି ଦିଅ,
ମୋ ବିନୟ ହୃଦେ ନିଅ ।
ବିପଦ କର ଭଞ୍ଜନ,
ଦେବେଶ୍ୱର ପଞ୍ଚାନନ ହେ ।୧୭।
ଯେତେ ଛନ୍ତି ଦେବଦେବୀ,
ସକଳେ ଶରଣ ନେବି ।
ଦୟା କରନ୍ତୁ କିଙ୍କରେ,
ସ୍ୱଗ ମର୍ତ୍ତ୍ୟର ଅମରେ ହେ ।୧୮।
କଲିକତ । କ ।ଳୀ
ପଶ୍ଚିମ ମହିଳାମାନେ,
ଦଳେ ଦଳେ ନାନା ସ୍ଥାନେ ।
କରୁଥାନ୍ତି ଗୀତ ଗାନ,
ରଖି ଧୀରେ ତାନମାନ ହେ ।୧।
ସୁମଧୁର ବାମାସ୍ୱନ,
ତୋଷେ ଜନମନ କଣ୍ଟ ।
ଆଦି ଗଙ୍ଗାଘାଟେ ଭାରୀ,
ପୁରିଥାନ୍ତ ନରନାରୀ ହେ ।୨।
ସ୍ନାନସାରି ଗଙ୍ଗାମାତା,
ପୂଜାରେ ହୁଅନ୍ତି ରତା ।
ବହୁତ ବଂଗ ମହିଳା,
ପୂଜୁଥାନ୍ତି ଶିବ ଶିଳା ହେ ।୩।
ଭସାନ୍ତି କେ ନାରିକେଳ,
ଦିଅନ୍ତି କେ ନବ ଚେଳ ।
ଫୁଲଧଣ୍ଡା ମାଳ ମାଳ,
ଅମୃତଭଣ୍ଡା ବା ତାଳ ହେ ।୪।
କେତେ ମିଷ୍ଟାନ୍ନ ଦରବ,
ପକାନ୍ତ ଗଙ୍ଗା ଗରଭ ।
ଗଙ୍ଗାଷ୍ଟକ କେଉଁ ଜନ,
ପାଠକରି କରେ ସ୍ନାନ ହେ ।୫।
ପିତୃମାତୃ ଗୋତ୍ର ଧରି,
ସଂକଳ୍ପ ଦିଅନ୍ତି କରି ।
ଘାଟେ ଉତ୍କଳ ବ୍ରାହ୍ମଣେ,
ମଣ୍ଡନ୍ତି ଫୁଲ ଚନ୍ଦନେ ହେ ।୬।
କିଞ୍ଚିତେ ଦକ୍ଷିଣା ପାଇ,
ସନ୍ତୋଷରେ ତହିଁ ଥାଇ ।
ଯଜମାନେ ଡାକିଠାରି,
କାହିଁ କଳି ଲାଗେ ଭାରି ହେ ।୭।
ବଡ ଭିଡେ ଦରଶନ,
କାଳୀମନ୍ଦିରେ ସାଧନ ।
ମନ ହେବ ଆଉ ଥରେ,
ନଆସିବି ଏ ଭିଡରେ ହେ ।୮।
ଖଣ୍ଡନଡିଆ କଦଳୀ,
କେତେ ଫଳ ଭଳି ଭଳି ।
ସିନ୍ଦୂର ଫୁଲ ଚନ୍ଦନ,
ଡାଲାରେ କରି ଭରଣ ହେ ।୯।
ବାହାରନ୍ତି ଦରଶନେ,
ସଂଗେ ଦର୍ଶନିଆ ଜଣେ ।
ଦର୍ଶନି ପଇସା ପାଇ,
ଦୁଆରେ ଛାଡନ୍ତି ଯାଇ ହେ ।୧୦।
ଲାଗିଥାଏ ଅହରହ,
ଦୁର୍ବଳପକ୍ଷେ ଦୁଃସହ ।
କେ ସେହ ଭିଡରେ ପଡି,
ସୋପାନରୁ ଖସେ ଗଡି ହେ ।୧୧।
କାଳୀରୂପ ଭୟଙ୍କର,
ଦେଖିଲେ ଲାଗଇ ଡର ।
ଲହ ଲହ ଜିହ୍ୱା ପାଟି,
ସତେ ନେଇଯିବେ ଚାଟି ହେ ।୧୨।
ଚାହାଣି ନେତ୍ର ତରାଟି,
ଫାଟଇ ହୃଦକବାଟି ।
କେ ଛନକା ହୋଇ ପଡେ,
କା ପ୍ରାଣ କମ୍ପଇ ଧଡେ ହେ ।୧୩।
ଗୁପ୍ତଦ୍ୱାର ଦରଶନ,
ବିପଦର ଅନୁମାନ ।
ସମ୍ମୁଖ ମୁକ୍ତ ଦୁଆରେ,
ଦର୍ଶନ କଲେ ବାହାରେ ହେ ।୧୪।
ନ ଥାଏ ବିପଦ ଶଙ୍କା,
ନୁହେଁ ସଦା ଖୋଲାରଖା ।
କଠିନତା ବ୍ୟବହାର,
ଏ କି ଲୋକଙ୍କ ଆଚାର ହେ ।୧୫।
ପଣ୍ଡାପୂଜାହାରୀ ନାନୀ,
ଭିଡନ୍ତି ଯାତ୍ରିଙ୍କ କାନି ।
ନେଲେ କିଞ୍ଚିତେ ଦକ୍ଷିଣା,
ଛାଡିବେ ତେବେ ପ୍ରବୀଣା ହେ ।୧୬।
ଉପକରଣକୁ ବାଢି,
ପଶ୍ଚିମାଏ ଧାଡି ଧାଡି ।
ସମ୍ମୁଖର ମଣ୍ଡପରେ,
ଧୀରେ ଉପବେଶନରେ ହେ ।୧୭।
ଚଣ୍ଡୀପାଠ ମନ୍ତ୍ରଜପ,
ପୁରାଣ ପୀଠ ସଂକଳ୍ପ ।
ପଡିଥାଏ କଣ୍ଠଧ୍ୱନି,
ଦେଖି ଆନନ୍ଦିତ ଜ୍ଞାନୀ ହେ ।୧୮।
କେତେ ପଡେ ବୋଦାଛେଦ,
କେ ପାଇବ ତାର ଭେଦ ।
ଚାରିଅଣା ଆଠଅଣା,
ବୋଦାମୁଣ୍ଡ ବିକା କିଣା ହେ ।୧୯।
କାଟିକୁଟି ମୁଣ୍ଡ ଚିରି,
ରେଜାମାଉଁସ ବିକିରି ।
କେତେ ଲୋକ ମୁଖେ ବୋଲି,
ଏହିପରି ଖୋଲାଖୋଲି ହେ ।୨୦।
ଏଠାରେ ମାଂସ ନ ଖାଇ,
ଗ୍ରାମେ ନ ଯିବଟି ଭାଇ ।
ପାଇ ମାଂସ ପରସାଦି,
ବାସାରେ ଖାଇବା ରାନ୍ଧି ହେ ।୨୧।
ଲୋକ ହୋନ୍ତି ଖୁନ୍ଦାଖୁନ୍ଦି,
ଲାଗେ ବଡ ବିନ୍ଧାବିନ୍ଧି ।
ସଂକ୍ରମଣ ଅମାତଥ,
ଗୁରୁବାରେ ବଡପ୍ରୀତି ହେ ।୨୨।
ପଥ ଘାଟେ କି ଜନତା,
କେ କରିବ ତା ଗଣିତା,
ଦର୍ଶନ ଭୋଜନ ସାରି,
ଯାଉଥାନ୍ତି ଲୋକ ଭାରି ହେ ।୨୩।
ଚିଡିଆଖାନା ଦର୍ଶନେ,
ବଗିଗାଡି ଆରୋହଣେ,
ଯାଉଥାନ୍ତି ସାଜସଜେ,
କେତେଲୋକ ପଦବ୍ରଜେ ହୋ ।୨୪।
ଟ୍ରାମଗାଡି ହୁଏ ଭରା,
ଚାଲନ୍ତି କେ ଖରାତରା ।
ଘୋଡାଗାଡି କଥା ଛାଡ଼,
ପଇସା ବଢ଼ଇ ବଡ ହେ ।୨୫।
ଚିଡିଆଖାନା ନିୟମ
ରବିବାରେ ଦେଖାକାମ ।
ଯାତ୍ରୀମାନଙ୍କର ପାଇଁ,
ବନ୍ଦ ହୋଇ, ରହିଥାଇ ହେ ।୨୬।
ସାହେବ ସୁବାଙ୍କ କଥା,
ପାଇଁକି ଅନ୍ୟ ବ୍ୟବସ୍ଥା ।
ଦେଶୀଲୋକ ଯେବେ କେହି,
ଯିବ ଏକ ଟଙ୍କା ଦେଇ ହେ ।୨୭।
ଚାରି ପଇସାକୁ ଟଙ୍କା,
ଶୁଣି ମୁଖ ହୁଏ ବଙ୍କା ।
ଫେରିଯାନ୍ତି ବହୁ ଲୋକ,
ରବିବାରେ କରି ଶୋକ ହେ ।୨୮।
ଆଗୋ ଆଗୋ କାଳୀମାତା,
ବନ୍ଦ ନ କରିବି ଖାତା ।
ଭୋଗଡାଲା ପାଉଥିବ,
ମୋ ନାମ କାଟି ନଥିବ ଗୋ ।୨୯।
ଶକ୍ତି ଥିଲେ ମୋ ଦେହରେ,
ପାଶେ ଯିବି ଥରେ ଥରେ ।
ସଦା କରଇ ବନ୍ଦନ,
ସୁଫଳ କର ସାଧନ ଗୋ ।୩୦।
ବାବା ବୈଦ୍ୟନାଥ
ଦେବଘର ବୈଦ୍ୟନାଥ,
ଶତଥର ନତ ମାଥ ।
ଦେବି ଶିରେ ଗଙ୍ଗାପାଣି,
ବଇରୀକି ନିଅ ଟାଣି ହେ ।୧।
ତୁମ୍ଭର ଯଶ ଅପାର,
ଦେଶ ବିଦେଶେ ପ୍ରଚାର ।
କଟକ ମଙ୍ଗଳାବାଗେ,
ଗୋପାଳ ଗୃହେ ସରାଗେ ।୨।
ଅଛ ଏକ କଳା ଧରି,
ରୋଗ ମାରି ସ୍ମରହାରୀ ।
ହିମଧରଙ୍କ ଜାମାତା,
ତ୍ରାଣକର୍ତ୍ତା ପ୍ରାଣଦାତା ହେ ।୩।
ଦଳ ଦଳ କୁଷ୍ଠରୋଗୀ,
ତବ ପୀଠେ ଆହେ ଯୋଗୀ ।
ବେଦନା କରୁଛ ଊଣା,
ଦେଶେ ଯାଉଅଛି ଶୁଣା ହେ ।୪।
ତୁମ୍ଭର ଶିବସାଗର,
ସୁଦୀର୍ଘ ଜଳଆଧାର ।
ଅମୃତରୁ ବଳି ସ୍ୱାଦ,
ନାହଁ ଏଥ ପ୍ରତିବାଦ ହେ ।୫।
ତୁମ୍ଭର ସେବକମାନେ,
ସୁପଣ୍ଡିତ ବିଧି ଜ୍ଞାନେ ।
ଯାତ୍ରୀଙ୍କର ଇତିହାସ,
ବହୁତ ଥାଏ ଅଭ୍ୟାସ ହେ ।୬।
ମସ୍ତକେ ଢ଼ାଳିବା ପାଇଁ,
ଗଙ୍ଗାଜଳ ସଜା ଥାଇ ।
ଦୁର୍ମୂଲ୍ୟରେ ଭକ୍ତମାନେ,
କିଣି ନେଇ ସନ୍ନିଧାନେ ହେ ।୭।
ବଡ ଭିଡରେ ଦୁଆରେ,
ଯାଇ ପ୍ରବେଶ ଭିତରେ ।
ଶକ୍ତିପାଶେ ଧରାଧରି,
ମସ୍ତକେ ଢ଼ାଳନ୍ତ ବାରି ହେ ।୮।