ନିନ୍ଦୁକ ଓ କବି
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୭
- ସ୍ଥିତି
- ସାର୍ବଜନୀନ (Public domain)
ହୃଦବୃନ୍ତେ ମୋର ଭାବ−କଢ଼ିମାନଫୁଟି ଉଠେ ବେଳେ ବେଳେ,ବେଳ ବିଡ଼ି ମୁହିଁ ତୋଳି ନ ରଖିଲେଶୁଖି ପଡ଼ିଯାଏ ତଳେ ।ପଡ଼ିଗଲେ ତାକୁ ନ ଦେଖନ୍ତି କେହିନିର୍ଜନେ ଝାଉଁଳି ଯାଏ,ତୋଳି ରଖି ବାଣ୍ଟେ ଭାଇ ଭଉଣୀଙ୍କୁସମଧର୍ମା ସ୍ନେହେ ଗାଏ ।କେହି କହେ ଭଲ, କେହି ମନ୍ଦ କହେ,ଭିନ୍ନ ରୁଚି ଏ ଭୁବନ,ଏ କଥା ନ ବୁଝି ନିନ୍ଦା ଶୁଣି କିପାଁହୁଏ ମୁଁ ନିରାଶ ମନ ?କେହି ପ୍ରଶଂସିବେ, କେହିବା ନିନ୍ଦିବେଦୁହେଁ ତ ଭଉଣୀ ଭାଇ,ଉଭୟଙ୍କ ସହ ଅଚ୍ଛେଦ୍ୟ ସମ୍ବନ୍ଧକିପାଁ ମନ ବୁଝେ ନାହିଁ ।ଜଗତବାସୀଙ୍କ ମନୁଷ୍ୟତା ସ୍ଫୁର୍ତ୍ତିଏ ମୋ କବିତାର ଲକ୍ଷ୍ୟ,ଯେହୁ ଭଲ କହେ, ଯେବା ମନ୍ଦ କହେବେନିଙ୍କ ରୁଚି ପାର୍ଥକ୍ୟ ।ମୋ କବିତା ପାଠେ ବିକଶିତ ହୋଇନିଜ ଲକ୍ଷ୍ୟ ଆଡ଼େ ଧାଏଁବିଶେଷ ନିନ୍ଦୁକଠାରୁ ନିଜ ଦୋଷତ୍ୟାଗର ସୁଯୋଗ ପାଏଁ ।ନିନ୍ଦୁକ ବିହୀନେ ମନୁଷ୍ୟତା ସ୍ଫୁର୍ତ୍ତସଂସାରେ ହୁଅଇ ନାହିଁ,ଉପକାରୀ ଲିମ୍ବ ପରି ନିନ୍ଦା, ତେଣୁପ୍ରଣମେ ନିନ୍ଦୁକ ଭାଇ ।ଋତୁରାଜ ଦୂତ ପିକ ଗାୟକରସମାନ ପ୍ରଶଂସାକାରୀବିପଦ ମରଣ କ୍ରୂର ବାର୍ତ୍ତାହରକାକ ସମ ନିନ୍ଦାକାରୀ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ