କବିତା (୧)
କୁନ୍ତଳା କୁମାରୀ ସାବତ
୧୯୦୦–୧୯୩୮
- ସଂକଳନ: ଅନ୍ୟାନ୍ୟ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୧
- ସ୍ଥିତି
- ସାର୍ବଜନୀନ (Public domain)
ବାଳ ଛିନ୍ନ ବୀଣା ବାଜଣା ସୁଜିଣାରମ୍ୟ ଏ ନନ୍ଦନବନେମାଲୁଣୀ ପରାୟେ ପଣ୍ଡିତା ନାରୀୟେଯହିଁ ବସି ରମ୍ୟ ଭୂମେ ।ଗୋଟି ଗୋଟି ସତେ ପାରିଜାତ କେତେପାଳନ୍ତି ଯତନ କରିପୋତି ଜ୍ଞାନମଞ୍ଜି ଆଳବାଳ ରଚିବୁଦ୍ଧିରେ ବିବେକ ଭରି ।ରାଜଜେମା ସମ ପାରିଜାତ ସ୍ୱର୍ଣ୍ଣସ୍ୱର୍ଗ ସମ୍ପଦରୁ ବଳେକ୍ଷୁଦ୍ର ଦୀନା ମୁହିଁ ସେ ପରଶ ପାଇଧନ୍ୟ ଆନନ୍ଦ ବିହ୍ୱଳେ ।ବନ୍ଦନୀୟା ମମ ଆହେ ଦେବୀଗଣଭକ୍ତିଭରେ ନତ ଶିରେସ୍ୱଦେଶୀ ଏ ପୂତ ଭାରତୀ ସେବିତଘେନ ପୁଷ୍ପ ଉପହାରେ ।ତୁମ୍ଭରି କୃପାରେ ଲଳିତ ମଧୁରେଲଭିଲି ଭାଷାସମ୍ପଦଜନନୀ ଉତ୍କଳ ମହତ କୋମଳଚିହ୍ନିଲି ତା ପଦ୍ମ ପଦ ।ଶ୍ରୀ ପୟରେ ଦୀନା ବର ମାଗେ କନ୍ୟାସଫଳ ହେଉ ଜୀବନମାତୃଭାଷା ପୁଷ୍ପ ତୋଳିଣ ସହର୍ଷହେବି ବରେଣ୍ୟ ମହାନ ।ହେ ଭଗିନିକୁଳ କନକ କୋମଳସମ ତୁମେ ଲୋଭନୀୟାଏ ଦୀନା ସଖୀରେ ବିଦ୍ୟା ପ୍ରତିଭାରେକରିଥିବ ଚିର ଦାୟା ।ତୁମ ସବୁ ସ୍ମୃତି ଅନ୍ତରେ ସାଇତିବିଦାୟ ନେଉଛି ଆଜିଉତ୍କଳ ଜନନୀ ଯଶୋଗୀତେ ଶାଣିଏ ଜୀବନ ହେଉ ମାଜି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର