ଦାନ ଓ ଭିକ୍ଷା
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୩୬
- ସ୍ଥିତି
- ସାର୍ବଜନୀନ (Public domain)
ଅଛି ମୋ ପରାଣେ ପ୍ରୀତି ଅନନ୍ତ ଅକ୍ଷୟ“କାହାକୁ ଦେବଇଁ ?” ଏହା ପୁଚ୍ଛର ହୃଦୟ,ଆସ ହେ ନିଖିଳ ବିଶ୍ୱ ନିଅ ମମ ପ୍ରୀତିନ ହେବି କୃପଣ ଦାନେ ନି ବାରିବି ରୀତି ।ନ ଲୋଡ଼ିବି ପ୍ରତିଦାନ; ନେଉଟା କାମନାଏ ମୋର ଅନ୍ତର ମୋତେ କରେ ତାହା ମନା ।ପ୍ରତିଦାନେ ପ୍ରୀତି ? ସେ ତ ପଣ୍ୟ ବ୍ୟବସାୟଉଦାର ନିର୍ମଳ ଭାବେ ଢାଳିବି ହୃଦୟ,ନିର୍ଲ୍ଲୋଭ, ନିଷ୍କର୍ମ ହୋଇ ବାଣ୍ଟିବି ସକଳେ,ନ ମାଗୁଣୁ ଭିକ୍ଷା କେହି ବାଣ୍ଟିବଇଁ ବଳେ ।ପାଏଁ ଅବିଶ୍ରାନ୍ତ ଧାରେ ଯେଉଁ ବଦାନ୍ୟତାହୀନଭାବେ କିପାଁ ମୁଁରେ କରେ କୃପଣତା,ଆସ ହେ ଭଉଣୀ, ଭାଇ, ନିଅ ସବୁ ଢାଳିଦାତା କର, ହେ ଈଶ୍ୱର ନ କର ଭିକାରୀ !ଶିଷ୍ଟାଚାର ଓ ସ୍ୱାଧୀନତାବହୁ ଅତ୍ୟାଚାରେ ନରନାରୀ ଭୂଲୁଣ୍ଠିତ,ଶିଷ୍ଟାଚାର ଅତ୍ୟାଚାରେ ଦ୍ୱିଗୁଣ ତାଡ଼ିତ,ଦୁଃଖ−ଶୋକ−ଜରା−ରୋଗ−ଦରିଦ୍ରତା−ଭୟ−ଅତ୍ୟାଚାରେ ନର ନିଶିବାସର ଅଥୟ ।ତଦୁପରି ଶିଷ୍ଟାଚାର ଊର୍ଦ୍ଦ୍ୱସ୍ଫୀତ ଶିରେକହୁଅଛି ମନୁଷ୍ୟକୁ ଦୁର୍ବିନୀତ ଗିରେ,“ପଥଘାଟ, ସଭା, ନିଜଗୃହ, ବନ୍ଧୁବାସେନତ କର ଶିର ଭକ୍ତି, ସ୍ୱାର୍ଥ, ଲୋଭ, ତ୍ରାସେ ।”ଭକତି ତ ମାନବର ହୃଦୟ ରତନହାଟେ ବାଟେ ତା’ ଦର୍ଶନେ ଏତେ କିପାଁ ମନ ?ଦାସତ୍ୱପ୍ରୟାସୀ ଯେହୁ ନିକୃଷ୍ଟ କୋୟରେସେହି ପୁଣି ଭୂଲୁଣ୍ଠିତ ଉତ୍କୃଷ୍ଟ ପୟରେ ।ଏକ ବ୍ରହୃ ସର୍ବ ନାରୀନରେ ପ୍ରକାଶିତ-ଏ ଜ୍ଞାନ ତାମସ ଦର୍ପ ଧୂପେ ଆଚ୍ଛାଦିତ ।ଦିଅ ନାହିଁ ମାଗ ନାହିଁ, ଅତି ଶିଷ୍ଟାଚାରକର ଦେବୋଚିତ, ବୀରୋଚିତ, ବ୍ୟବହାର ।ଦେବଶିଶୁ ମାନବର ସଦା ଭୂଲୁଣ୍ଠନଖର୍ଦ୍ଧ କରେ ତା, ଦେବତ୍ୱ, ପ୍ରଭୁ ନାରାୟଣ ।ଅନ୍ତର ଭକତି ସଦା କରନ୍ତି ଆଦରଆଦର୍ଶ ତାହାହିଁ ହେଉ ସର୍ବ ମାନବର ।ଉଠୁ ଊର୍ଦ୍ଧ୍ୱେ ଶିର ସଦା ବିନମ୍ର ଗମ୍ଭୀର,ଯେସନ ମଉନ ନମ୍ର ଶୃଙ୍ଗ ହିମାଦ୍ରିର ।ଦେବ ଦେବ ପରଂବ୍ରହ୍ମ ସର୍ବ ବିଶ୍ୱପତି ।ତୁମ୍ଭରି ସମ୍ମଖେ ପ୍ରଭୋ କରିବି ପ୍ରଣତି;ତୁମ୍ଭ ଜ୍ଞାନ, ପ୍ରୀତି, ପୁଣ୍ୟ ଯହିଁ ପ୍ରକାଶିତସେହିଠାରେ ନତ ହେଉ ସଦା ମମ ଚିତ୍ତ ।ଜଡ଼, ତୃଣ, ପଶୁ, ମୂର୍ଖ, ପାପୀ, ଗର୍ବୀ ନରପାଶେ ନୋହୁ ନତ ମୋର ଶିର ହେ ଈଶ୍ୱରମଥୁରାମେଲାଣି“ଯଦା ଯଦାହି ଧର୍ମ୍ମସ୍ୟ ଗ୍ଳାନିର୍ଭବତି ଭାରତଅଭ୍ୟୁତ୍ଥାନ ମଧର୍ମ୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ”-ଗୀତାସାଙ୍ଗ ମମ ବାଳ କ୍ରୀଡ଼ା, ଗୋପଧୂଳି−ଖେଳାଭାବାବେଶେ କ୍ରୀଡ଼ା ସାଥି ସହ ଦାଣ୍ଡେ ମେଳା ।ଶେଷ ମୋର ଗୋପବାଳା ସସ୍ନେହ ମାଧୁରୀଗୋପବନେ ନୃତ୍ୟଗୀତ, ଚରା ଗୋବାଛୁରୀଗୋପିକା ନିଳୟୁଁ କ୍ଷୀର, ଲବଣୀ ହରଣକାଳିନ୍ଦୀ−ପୁଳିନେ ବଂଶୀ−ବାଦନ, ଗାୟନସରିଅଛି ଯଶୋଦାଙ୍କ ପାଶେ ମୋର ଅଳିକଠୋର ମଥୁରା ଯୁଦ୍ଧେ ଯିବି ଏବେ ଚଳି ।ସାଙ୍ଗ ଶୈଶବର ଧୂଳିଖେଳ ଭାବାବେଶସୁକଠିନ ଧର୍ମାହବେ କରିବି ପ୍ରବେଶ,ଦୁର୍ଦ୍ଦାନ୍ତ ଅସୁରଙ୍କର ପ୍ରଭାବେ ବ୍ୟାକୁଳଧରା; ଦୁଷ୍ଟତାପେ ତପ୍ତ ଶିଷ୍ଟ ସାଧୁକୁଳ ।ଦୁର୍ବିନୀତ ଦୁର୍ଯ୍ୟାଧନ ପାପେ ଶିଷ୍ଟ ପାର୍ଥରାଜ୍ୟଶ୍ରୀ−ବିଭ୍ରଷ୍ଟ ନିର୍ବାସିତ ହୃତ ସ୍ୱାର୍ଥ,ନଷ୍ଟ ହେବେ ଦୁଷ୍ଟ ସର୍ବେ ଭୀଷଣ ସମରେମେଲାଣି ମାଗଇ ତେଣୁ ମୁଁ ଗୋପ ନଗରେ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ