ବାମଣ୍ଡେଶ ରାଜା ଶ୍ରୀ ସୁଢ଼ଳଦେବ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୪
- ସ୍ଥିତି
- ସାର୍ବଜନୀନ (Public domain)
ଆନନ୍ଦେ ନନ୍ଦନେ ଯଥା ମନ୍ଦାକିନୀ ଜଳେବିଶ୍ୱରମାଙ୍କର ଦିବ୍ୟ ମାଧୁରୀ ଦର୍ଶନେ,ସନ୍ତତେ ବଜାଇ ବୀଣା ବାଣୀ କୁତୁହଳେପୂରନ୍ତି ଅମୃତ ଗୀତେ ଅମର ଭବନେ;ଚିତ୍ରୋତ୍ପଳା-ଚିତ୍ରବକ୍ଷେ ନିରେଖି ତେସନେନିସର୍ଗଲକ୍ଷ୍ମୀର ଶୋଭା ଉତ୍କଳ ମଣ୍ଡଳେକବିମନଃ-ଶତଦଳ-ବାସିନୀ ତେସନେଏତେକାଳେ ମହାଗୀତେ ମୋହିଲେ ସକଳେ ।କନକ କିରୀଟ ଯଥା ଶୋଭେ ତବଶିରେହେ ସୂଢ଼ଳ ଦେବ, ରାଜଲକ୍ଷ୍ମୀ-ପ୍ରସାଦରେ,ତତୋଽଧିକ ଶୋଭେ ବାଣୀ-ବୀଣା ତବ କରେ,ହେ ବୁଧେନ୍ଦ୍ର, ଲଭିଛ ଯା ସେବି ଭାରତୀରେ ।ଧନ୍ୟ ରାଜକବି ବାସୁଦେବ ଦେବ-ମନାସୁରସଜ୍ଞ, ଧନ୍ୟ ତବ ଅମୃତ ରସନା ।
ରାଜା ଶ୍ରୀ ସରସୁଢ଼ଳଦେବ ମହୋଦୟଙ୍କର “ଚିତ୍ରୋତ୍ପଳା” କାବ୍ୟକୁ ଲକ୍ଷ୍ୟ କରି ଲିଖିତ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ