ମୁକୁଟର ପରାଜୟ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୧୦
- ସ୍ଥିତି
- ସାର୍ବଜନୀନ (Public domain)
ପାଷାଣ ଯୁଗର ଗଡ଼ଜାତ ଗଡ଼ ବିଳାସ ନବର ତଳକନ୍ଧ କିରାତ କୁଟୀର ବନ୍ଧ ହେଲା ଆଜି ସମତଳ ।ପତିତ ତାପିତ ଦୀନ ପଦାନତ ଆହତ ଯାତ୍ରୀ ଶୁଣ-ବର୍ବରତାର ଚରମ ସମାଧି ହେଲା ଏଠି ସମାପନ ।ଗିରି କନ୍ଦରେ, ଦେବ ମନ୍ଦିରେ, ଘନ ଅନ୍ଧାରେ କହହେଲା ଏତେ କାଳେ କୌପୀନ ପାଖେ ମୁକୁଟର ପରାଜୟ !ଗଗନଚୁମ୍ୱୀ ଗିରି ତରୁ ମେଳେ, ଜଟିଳ ଲତିକା ଦଳେକହ, ଏଇ ଆସେ ପ୍ରଥମ ସୂର୍ଯ୍ୟ ଉଜ୍ଜ୍ୱଳ କର ଜାଳେ ।ପାନ କର ନବ ପୁଲକ ମନ୍ଦିରା, ଫୁଲେ ବନ୍ଦନା କରନିଷ୍ପେଷିତର ଅବଶେଷ ଆହେ ସନ୍ତାନ ମାନବର ।ଦେବ ମନ୍ଦିରେ, ଘନ ଅନ୍ଧାରେ, ଗିରି କନ୍ଦରେ କହହେଲା ଏତେ କାଳେ କୌପୀନ ପାଖେ ମୁକୁଟର ପରାଜୟ !ଶତ ବର୍ଷର ଥିଲା ଏଠି ଯେତେ ନବର ଚନ୍ଦ୍ରଶାଳଥିଲା ଶତ ଶତ ବିହାର ବାଟିକା, କାମିନୀ ହଂସପୁର,ପାଟ ପ୍ରାଙ୍ଗଣ, ପାଟ ମହାଦେଈ, ପାଟଜେମା, ପାଟହାତୀ-ଏ ନାମ ସମାଧି ହେଲା ଏଠି ଆଜି, ଲୁଚିଗଲା ପାଟଛତି ।ଘନ ଅନ୍ଧାରେ, ଗିରି କନ୍ଦରେ, ଦେବ ମନ୍ଦିରେ କହ,ହେଲା ଏତେ କାଳେ କୌପୀନ ପାଖେ ମୁକୁଟର ପରାଜୟ !ଲୁଚିଲା ‘ମଣୋହି’, ‘ପହୁଡ଼’ ଏଠାରେ ଇତିହାସେ ହେବ ଲେଖାପଛଘୁଞ୍ଚାରେ ‘ଛାମୁ’ ଗଲେ ଚାଲି ‘ବିଜେ ହେବେ’ ନାହିଁ ଦେଖା ।ଗଡ଼ଜାତ ହେଲା ମୋଗଲ ବନ୍ଦୀ ଜାଗି ପ୍ରଜା ପରିଷଦେ,ମସ୍ତକ କର ଅବନତ ଭାଇ ମହା ଉତ୍କଳ ପଦେ ।ଗିରି କନ୍ଦରେ, ଦେବ ମନ୍ଦିରେ, ଘନ ଅନ୍ଧାରେ କହହେଲା ଏତେ କାଳେ କୌପୀନ ପାଖେ ମୁକୁଟର ପରାଜୟ !ଅପଗତ ଆଜି ଘୋର ଘନାଗମ, ଶାନ୍ତି ଏ ଉପଗତ,ଶବର, ଶଉରା, ବ୍ରାହ୍ମଣ, ହୋ, କରଣ, ଖଣ୍ଡାୟତ,ପୁଲକ ରଙ୍ଗେ ଧରି ତ୍ରିରଙ୍ଗେ ଉତ୍ସବ ରଚ ହସିଉନ୍ନତ କର ଅବନତ ଶିର ମହା ଉତ୍କଳେ ବସି ।ଦେବ ମନ୍ଦିରେ, ଗିରି କନ୍ଦରେ, ଘନ ଅନ୍ଧାରେ କହ,ହେଲା ଏତେ କାଳେ କୌପୀନ ପାଖେ ମୁକୁଟର ପରାଜୟ !ମହା ଉତ୍କଳେ ଗଡ଼ଜାତ ଥାନେ ହୋଇଲେଣି ଏବେ ଠିଆପଚିଶଟି ରଜା-ପଚିଶି ବିରଳା, ପରିଶିଟି ଯାଜୋଡ଼ିଆ ।ରଜା ଗଲେ, ଏବେ ପୁଞ୍ଜିପତିର କୁଞ୍ଜେ ବାଜିଲା ବୀଣା,ରାଜନୀତି ହାଟ ବଜାରେ ଚାଲିବ ରାଜନୀତି ବିକାକିଣା ।ଦେବ ମନ୍ଦିରେ, ଗିରି କନ୍ଦରେ, ଘନ ଅନ୍ଧାରେ କହ,ହେଲା ଏତେକାଳେ କୌପୀନ ପାଖେ ମୁକୁଟର ପରାଜୟ !କୌପୀନ ଆଉ ମୁକୁଟ ମଝିରେ ବିରାଟ ଯେ ବ୍ୟବଧାନକହ କୌପୀନ ଗଲା ଏ ମୁକୁଟ ଛାଡ଼ିଦେଇ ତାର ଥାନ ।ସେ ଥାନ ଦଖଲ କରିବା ପାଇଁ କି ସମର ଲାଗିବ କାଲିସାମ୍ୟବାଦର ଶଂଖ ବଜାଇ ସମତା ଆଣିବ ବୋଲି ।ଗିରି କନ୍ଦରେ, ଦେବ ମନ୍ଦିରେ, ଘନ ଅନ୍ଧାରେ କହ,କରିବାକୁ ହେବ ଆହୁରି ସମର ଦୁର୍ଦ୍ଦମ ଭୟାବହ !ଅକ୍ଟୋବର–୧୯୪୭
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ