ବିଷ୍ଣୁ ରୋମ ମହିମା କଥନ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିସେ ଅମୋଘ ମହାରେତ ହେଲା ତିନିଶାଖା ।
ତିନି ଭାଗ କରି ପ୍ରଭୁ କାଟିଲେ ତା ବେଗେ
ତିନିପୁତ୍ର ଜନ୍ମ ହେଲେ ସେହି ଶୂନ୍ୟମାର୍ଗେ ।
ଜଗତ କାରଣ ହେଲେ ସେହି ପୁତ୍ର ତିନି
ଏହି ଚରାଚର ସୃଷ୍ଟି ଭିଆଇଲେ ପୁଣି ।
ବ୍ରହ୍ମାବିଷ୍ଣୁ ମହେଶ୍ୱର ବୋଲି ଦେଲେ ନାମ
ଅନାଦି ଦେବ ଆଜ୍ଞାରେ କଲେକ ଭିଆଣ ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି
ଭିଆଇଲେ ବୁଦ୍ଧିବଳ ଜ୍ଞାନମାର୍ଗ ଧରି ।
ତାହାଙ୍କ ମହିମା ଏବେ ଶୁଣ ସୁରନାଥ
ବ୍ରହ୍ମା ବୋଇଲେ ଯେବଣ ପୁତ୍ର ହେଲା ଜାତ ।
ଋକ ଯଜୁ ସାମ ଏହିରୂପେ ବେଦ ତିନି
ଏକତ୍ୱ କରି ମନ୍ଥିଲା ବ୍ରହ୍ମଦଣ୍ଡ ଘେନି ।
ସହସ୍ରେ ଯୁଗ ପର୍ଯ୍ୟନ୍ତ ମନ୍ଥନ ସେ କଲା
ଅର୍ଥବ ନାମରେ ବେଦ ତହୁଁ ଜନମିଲା ।
ଏ ବିଧିରେ ଚାରିବେଦ ହେଲେ ଉତପନ୍ନ
ଶିଶୁବେଦ ବୋଲି ଅଛି ଏହା ତହୁଁ ଭିନ୍ନ ।
ଏ ପଞ୍ଚବେଦ ଯେ ହେଲା ପୃଥ୍ୱୀକୁ ଧାରଣା
ଦେଖି ଅନାଦି ପୁରୁଷ ହେଲେ ଜଗଜ୍ଜିଣା ।
ନ୍ୟାୟ ନଇଷଧ କାବ୍ୟ ପୁରାଣ ବେଦାନ୍ତ
ବ୍ୟାକରଣ ମୀମାଂସା ଏ ଆଦି ଷଡ଼ଶାସ୍ତ୍ର ।
ଅମର ଜୁମର ଆଦି ଜ୍ୟୋତିଷ ସହିତେ
ଅକ୍ଷର ମୂଳମାତ୍ରାଦି ଗ୍ରନ୍ଥ ଅଛି ଯେତେ ।
ସକଳ ଗ୍ରନ୍ଥ ଶାସ୍ତ୍ର ଯେ ବଖାଣିଲା ମୁଖେ
କୁଶବଟୁ ଭୁବନରେ ରହିଲାକ ସୁଖେ ।
ଈଶ୍ୱର ବୋଲି ଯେବଣ ପୁରୁଷେକ ଜାତ
ଅଷ୍ଟାଙ୍ଗ ଯୋଗ ସାଧନେ ହୋଇଲା ସେ ରତ ।
ଚଉରାଶୀ ଜ୍ଞାନନିଧି ସିଦ୍ଧିଆଦି ଯେତେ
ପବନ ଉଜାଣି ଟେକି ସାଧିଲା ଏକାନ୍ତେ ।
ବ୍ରହ୍ମବିଦ୍ୟା ଅଧିକାରୀ କାମବିଦ୍ୟା ତ୍ୟାଗୀ
ଅକ୍ଷୟ ଭୋଳାନାଥ ସେ ହେଲା ମହାଯୋଗୀ ।
ସମାଧି ସିଦ୍ଧ ହୋଇଲା ଆତ୍ମାପ୍ରୀତି ଆଶେ
ରହିଲାକ ରୁଦ୍ରଗଣ ଘେନି କଇଳାସେ ।
ସଂସାର ଲାଭ ହାନିରେ ନାହିଁ ତାର ଇଚ୍ଛା
ଶୂନ୍ୟକୁ ସେ ଲୟକଲା ଘେନି ଯୋଗୀଦୀକ୍ଷା ।
ବୋଲନ୍ତି ଯେ ବେଦପତି ଶୁଣ ପୁରନ୍ଦର
ବିଷ୍ଣୁ ବୋଲି ସେ ପୁରୁଷ ହେଲା ଅବତାର ।
ଦେବାଧିଦେବଙ୍କର ସେ ଅଟେ ଶିରୋମଣି
ତାଙ୍କର ସ୍ଥାପିଲା ଏହି ସକଳ ଧରଣୀ ।
ପ୍ରଳୟରେ ବଟପୁଟେ ସେ ଉତ୍ତାନଶାୟୀ
ଅନନ୍ତ ନାଗ ଉପରେ ଯୋଗନିଦ୍ରାଯାଇ ।
ପାତାଳ ବୈକୁଣ୍ଠପୁରେ ବିଜେ ଦେବସ୍ୱାମୀ
ସଚରାଚର ସଞ୍ଚି ସେ ଜଳ ସର୍ବ ଭୂମି ।
ବ୍ରହ୍ମା ବୋଲନ୍ତି ହୋ ବାବୁ ଶୁଣ ସୁରନାଥ
ଯେ ବିଷ୍ଣୁ ନାଭିକମଳୁଁ ହେଲୁ ଆମ୍ଭେ ଜାତ ।
ସେ ଆମ୍ଭଙ୍କୁ ଯେତେବେଳେ ଜାଣ ଜାତ କଲା
ଅଶେଷ ବ୍ରହ୍ମାଣ୍ଡ ତୁମ୍ଭେ ଭିଆଅ ବୋଇଲା ।
ସେ ବିଷ୍ଣୁ ଆଜ୍ଞାରେ ଆମ୍ଭେ ରଚି ନବସୃଷ୍ଟି
ଦେଖି ନିଦାବିଷ୍ଣୁଙ୍କର ଚିତ୍ତେ ମହାତୁଷ୍ଟି ।
ଆଶ୍ୱାସନା କରି ମୋତେ ପାଶେ ହକାରିଲେ
ଅବଶ୍ୟ ଅସୁର ଭୟ ଲାଗିବ ବୋଇଲେ ।
ଦେବ ଦାନବ ମାନବ କଲ ତିନିଭଳି
ଏକ ଆରେକ ଅବଶ୍ୟ କରିବେ ତ କଳି ।
ଅସୁରେ ତୁ ବଡ଼ ଦୁଷ୍ଟ କରି ମହାରୋଷ
ସ୍ୱର୍ଗ ଭାଙ୍ଗି ଦେବତାଙ୍କୁ କରିବେ ବିନାଶ ।
ପୃଥିବୀକୁ ମହାଭାରା ଅବଶ୍ୟ ଲାଗିବ
ଦାନବଙ୍କ ଯୋଗେ ଜାଣ ପୃଥ୍ୱୀ ନାଶଯିବ ।
ବ୍ରହ୍ମାଙ୍କର ତପସୂତ୍ର ତପୀ ତପଫଳ
ଅନାଚାରୀ ଭାଙ୍ଗିବେ ତ କରି ମହାଗୋଳ ।
କେବଣ ପ୍ରକାରେ ପୃଥ୍ୱୀ ପାଇବ ସୁରକ୍ଷା
ଏତେ ବୋଲି ନିଦାବିଷ୍ଣୁ ଦେଲେ ତାଙ୍କୁ ଦୀକ୍ଷା ।
ଆପଣା ଆତ୍ମାକୁ ଲୟ କଲେ ପରମେଷ୍ଠୀ
ଶରୀରୁ ଉପାଡ଼ି ଦେଲେ ବେନି ରୋମ ଗୋଟି ।
ସମାଧିରେ ଦୃଢ଼ ହେଲେ ପାଇ ବିଷ୍ଣୁ ତେଜ
ବେନି ରୋମ ମଧ୍ୟେ ଆତ୍ମାଖଣ୍ଡି ଦେବରାଜ ।
ମୋତେ ବୋଇଲେଧାତା ଏରୋମଘେନି ଯାଯା
ଦେବ ଆସନେ ବସାଇ କର ଏହା ପୂଜା ।
ଏ ବେନି ରୋମ ପ୍ରତ୍ୟକ୍ଷେ ଜାଣ ବିଶ୍ୱବାସ
ପୃଥିବୀର ଭାରାଭର କରିବ ଏ ନାଶ ।
ବ୍ରହ୍ମା ବୋଇଲେ ହେ ଇନ୍ଦ୍ର ରୋମ ଅନୁପମ
ଦ୍ୱାଦଶ ଅବତାର ତ ଭୁଞ୍ଜନ୍ତି ଏ ରୋମ ।
ଏ ରୋମର ବଳେ ଆମ୍ଭେ ରଚିଲୁ ସଂସାର
ପନ୍ନଗ ନାରାୟଣ ଏ ବେନି ଅବତାର ।
ଜଗତର ଉଦ୍ଧାରଣ ଏହି ରୋମ ବେନି
ଦେବକାର୍ଯ୍ୟ କରିବାକୁ ଆମ୍ଭେ ଏହା ଘେନି ।
ଆମ୍ଭ ଦିବସେ ଏ ରୋମ ବାରବେଳ ନେଇ
ଭାରା ନିବାରିଣ ରୋମ ବାହୁଡ଼ାଇ ଦେଇ ।
ତୁମ୍ଭେ ନ ଜାଣ ଏ ରୋମ ମହିମାର ବିଧି
ଏବେ ତୁମ୍ଭ କାର୍ଯ୍ୟ ସିଦ୍ଧ ହେଲା ଜମ୍ଭଭେଦୀ ।
ଏବେ ଆଣିଲୁ ପୁଣି ସେ ରୋମ ଦେବରାଜ
ସକଳ ଶୁଭ ତୁମ୍ଭର ହେବ ଦେବକାର୍ଯ୍ୟ ।
ବହୁତ କାଳରୁ ଆମ୍ଭେ ଥିଲୁ ବାଟ ଚାହିଁ
ଆଜ ନିସ୍ତରିଲୁ ସେହି ବେନି ରୋମ ପାଇ ।
ପ୍ରତ୍ୟକ୍ଷେ ହୋଇବେ ରାମକୃଷ୍ଣ ଏଥୁ ଜାତ
ଅନେକ ଦୁଷ୍ଟ ଦାନବ କରିବେ ନିପାତ ।
ବାଣା ନାରକା ଯେ କଂସ ବଜ୍ରନାଭ ଜରା
ଏମାନେ ହୋଇ ଅଛନ୍ତି ପୃଥିବୀକୁ ଭାରା ।
ରୁକ୍ମିଣ ଯେ ଦନ୍ତବକ୍ର ଶମ୍ୱର ସହିତେ
ଦୁଷ୍ଟବୁଦ୍ଧି ଆଚରଣ ଏହାଙ୍କର ନିତ୍ୟେ ।
ଏମାନେ ଥିଲେ ତ ନାହିଁ ପୃଥ୍ୱୀ କେବେ ରକ୍ଷା
ମାରିବେ ଦୁଷ୍ଟଦାନବ ପୂରାଇବେ ବାଞ୍ଛା ।
ଅନେକ ଭାଗ୍ୟ ଥିଲେ ଏ ରୋମ ଦେଖିପାରି
ଶୁଣ ତୁହୋ ଏକମନେ ସ୍ୱର୍ଗ ଦଣ୍ଡଧାରୀ ।
ଆବର କଥାଏ ଆମ୍ଭେ ତୋ ଆଗେ କହିବୁ
ପାପାଧି ପାପମାନ ଯେ ଧ୍ୱଂସ ହେଉ ସବୁ ।
ପୂର୍ବର ଉକତ ଶିରୀ ଭାଗବତ ବାଣୀ
ମୁକତି ପାଇବୁ ତୁହି ଏହି କଥା ଶୁଣି ।
ଆମ୍ଭଙ୍କୁ ତ ଯେତେବେଳେ ଦିବସେକ ହୋଇ
ମେରୁ ଆଦି ଚରାଚର ମହୀ ନାଶ ଯାଇ ।
ପୁଣି ଏପରି ନୂତନ ସଞ୍ଚରୁ ମେରୁ ମେଦିନୀ
ଚରାଚର ଆଦିକରି ଜୀବ ଚାରିଖାନି ।
ତ୍ରେତା ଯୁଗେ ଆମ୍ଭେ ଏହି ରୋମ ନେଇଥିଲୁ
ରାମ ଲକ୍ଷ୍ମଣ ମୂରତି ଆଦି ଭିଆଇଲୁ ।
ଯେ ବେଳେ ରାବଣ ଦୈତ୍ୟ ହୋଇଲା ବିନାଶ
ବାହୁଡ଼ାଇ ଦେଲୁ ରୋମ ସ୍ୱାମୀଙ୍କର ପାଶ ।
ପୁଣି ହିଁ କାର୍ଯ୍ୟ ପଡ଼ିଲେ ଆଣୁ ଏହି ରୋମ
ମୀନ କଚ୍ଛପ ବରାହ ନୃସିଂହ ଜନମ ।
ଏହିରୂପେ ଅବତାର ହୋଇଲାଣି ଯେତେ
ସଂକ୍ଷେପ କରି ତାହା ମୁଁ କହିବଇଁ କେତେ ।
ହରିବଂଶ ଭାଗବତ ପୁରାଣ ଭାରତ
ରାମାୟଣ ଆଦି କଲେ ହୋଇ ଆତଯାତ ।
ଏହି ଦେହେ ଦେଖୁ ଆମ୍ଭେ ସକଳ ସଂଗ୍ରାମ
ସଂଖ୍ୟାକରି କହିବା ଭୋ କେତେ ତାର ନାମ ।
ହରିନାମେ ଦ୍ୱାପରରେ ହେଲା ହରିବଂଶ
ମହାପ୍ରତାପୀ ହୋଇଣ ଜାଣ ହେଲା କଂସ ।
କୃଷ୍ଣ ସୋଦର ମାଉସୀପୁଅ ଦୁଇ ଭାଇ
ଏ ବେନି ରୋମରେ ଆମ୍ଭେ ସଂହାରିଛୁ ତହିଁ ।
ପୁଣିହିଁ ଦ୍ୱାପରଯୁଗ ହେଲା ଲାଗେ ଲାଗେ
ଦୁର୍ବାର ହୋଇଲା କଂସରାଜା ଆମ୍ଭ ଆଗେ ।
ଏହି ରୋମ ଘେନି ଆମ୍ଭେ କଲୁ ତାକୁ ହତ
କୃଷ୍ଣ ବଳରାମ ରୂପେ କରାଇ ସମ୍ଭୂତ ।
ବିଧୁନାମେ ଦ୍ୱାପରେକ ପୁଣି ଉତପତ୍ତି
ରାମକୃଷ୍ଣ ଉପୁଜିଲେ କଂସ ନରପତି ।
ଏହି ରୋମ ଆଣି ଆମ୍ଭେ କରାଇଲୁ ଜାତ
ତିନି ଦିବସର ମଧ୍ୟେ କଂସ ହେଲା ହତ ।
ଅନେକ ଦ୍ୱାପର ଗଲା ଅନେକ ସଂଗ୍ରାମ
କଉଶିକ ବଂଶେ ଜାତ ରୂପ ଅନୁପମ ।
ଏହି ବେନି ରୋମ ଜାଣ ରାମ କୃଷ୍ଣ ରୂପେ
ବାଳକ୍ରୀଡ଼ା କରୁ ତାକୁ ମାଇଲେକ ଗୋପେ ।
ଆହୁରି ଦ୍ୱାପର ହେଲା ତାହାର ନିକଟେ
କଂସରାଜା ଉପୁଜିଲା ଗିରି ଚିତ୍ରକୂଟେ ।
ରାମକୃଷ୍ଣ ରୂପେ ଦେହେ ଏ ରୋମ ପ୍ରକାଶ
ବାରଦିନେ ବାଳକୃଷ୍ଣ ହସ୍ତେ ଗଲା ନାଶ ।
ଶାନ୍ତି ନାମରେ ଦ୍ୱାପର ଯୁଗେକ ହୋଇଲା
ଉର୍ମିଳା କନ୍ୟାର ଗର୍ଭେ କଂସ ଉପୁଜିଲା ।
ସେ ହରିବଂଶର କଥା ଅଟେ ଅଗୋଚର
ରାମ କୃଷ୍ଣ ସଙ୍ଗେ ଯୁଦ୍ଧ ହେଲା ବହୁବାର ।
ଦ୍ୱାଦଶ ବରଷାଯାଏ ଲାଗିଲାକ ରଣ
ପଡ଼ିଲେ ସେ ହାତୀ ରଥୀ ଥାଟ ଅପ୍ରମାଣ ।
ଦଶସହସ୍ର କବନ୍ଧ ନାଚୁଥିଲେ ରଙ୍ଗେ
ନାରାଚ ବୃଷ୍ଟି ଯେ ହେଲା ଯୋଦ୍ଧାଙ୍କର ସଙ୍ଗେ ।
ଏହି ରୋମ ବେନି ତହିଁ ବିଶ୍ୱରୂପ ଧରି
ଦ୍ୱାଦଶ ବର୍ଷେ କଂସକୁ ମାରି ଦେବହରି ।
ଏରୂପେ ଅନେକ କାଳ ନେଲୁ ଏହି ରୋମ
ଦିବସେ ଦ୍ୱାଦଶ ବେଳ କରୁ ଆମ୍ଭେ ଜନ୍ମ ।
ପ୍ରତ୍ୟକ୍ଷେ ନିଦାବିଷ୍ଣୁ ଏ ରୋମ ତେଜୋମୟ
ପୃଥିବୀର ଭାରାଭର କରନ୍ତି ଏ କ୍ଷୟ ।
ଜାଣିଲ ଏ ବେନି ରୋମ କଥା ସସ୍ରଯୋନି
ତେଣୁ ଆମ୍ଭେ ଅଇଲୁ ଏ ରୋମ ବେନି ଘେନି ।
ପୃଥିବୀର ଭାରାଭର ନିବାରିବା ପାଇଁ
ନିରଞ୍ଜନ ପୁରୁଷ ଯେ ଅଛି ଜନ୍ମ ପାଇ ।
ବେଳେ ବେଳେ ଏହି ରୋମ ବେନି ଆମ୍ଭେ ଆଣୁ
ଅନେକ ଯେ ହରିବଂଶ ଭାଗବତ ଜାଣୁ ।
ଆମ୍ଭର ଦିବସେ ହୋଏ ଅନେକ ଯେ ଯୁଦ୍ଧ
ରାମାୟଣ ଭାରତ ଏ ଆଦି ନାନାବିଧ ।
ବ୍ରହ୍ମା ସମକ୍ଷରେ ଶତେକ ବରଷ ଥାଉ
ଏ ବିଧି ବେଳ ଯେ ଆଣି ଜନମ କରାଉ ।
ପୃଥ୍ୱୀ ଭାରାଭର ଏଥେ କରାଉ ବିନାଶ
ବାହୁଡ଼ାଇ ଦେଉ ପୁଣି ନିଦାବିଷ୍ଣୁ ପାଶ ।
ସୁବାହୁ ଦ୍ୱାପର ଯୁଗେ ଅଇଲୁ ତା ଘେନି
ଏ ରୋମରୁ ଉପୁଜିବେ ରାମକୃଷ୍ଣ ବେନି ।
ଇଦଂ ପ୍ରତିବାକ୍ୟ ତୁମ୍ଭେ ଶୁଣ ସୁରେଶ୍ୱର
ଏ ରୋମ ବେନି ପ୍ରତ୍ୟକ୍ଷେ ଜାଣ ନିରାକାର ।
ଏହାକୁ ଘେନିଣ ଏବେ କରିବା ଉପାୟ
ପୃଥ୍ୱୀ ଭାରାଭର ଯିବ ଉପେକ୍ଷ ତୁ ଭୟ ।
ଆଝୁଁ ଦେବତାମାନଙ୍କ କଷ୍ଟ ଗଲା ଦୂର
ଯେ ଯାହା ଇଚ୍ଛାରେ ତୁମ୍ଭେ ସ୍ୱର୍ଗ ଭୋଗକର ।
ଅନେକ ଦୁଃଖ ପାଇଛ ଅସୁରଙ୍କ ଡରେ
ଅଚିନ୍ତେ ବସ ହୋ ଏବେ ଅମର ନଗରେ ।
ଏମନ୍ତ କହିଣ ବ୍ରହ୍ମା ହୋଇଲେ ମଉନ
ଭଜଇ ଅଚ୍ୟୁତ ଦାସ ଶ୍ରୀହରି ଚରଣ ।
ବିଷ୍ଣୁ ରୋମ ବୃତ୍ତାନ୍ତ କଥନ
କହିଲେ ଯହୁଁ ଏସନ ବାଣୀ ବେଦବରକରପତ୍ର ଯୋଡ଼ି ପୁଣି ଦେବ ପୁରନ୍ଦର ।ବୋଇଲେ ଭୋ ପିତାମହ ଫିଟିଲାକ ଭ୍ରାନ୍ତିତଦନ୍ତ କରି ଜାଣିଲୁ ଆମ୍ଭେ ଯେ ଏ ଘାନ୍ତି ।ପ୍ରତ୍ୟକ୍ଷେ ବିଷ୍ଣୁ ଈଶ୍ୱର ଅଟନ୍ତି ଏ ବେନିପୃଥ୍ୱୀ ଭାରାଭର ଅର୍ଥେ ଅଇଲ ତା ଘେନି ।ଏ ବେନି ରୋମ ନେଇଣ କି କରିବୁ ଅବାଏ କଥା ଭୋ ବ୍ରହ୍ମା ମୋତେ ସଂକ୍ଷେପି କହିବା ।ପୂର୍ବେ ଯେତେ ହରିବଂଶ ତୁ ତ ଜାଣୁ ସବୁଏବେ କହ ସ୍ୱାମୀ ଆମ୍ଭେ କି ବୁଦ୍ଧି କରିବୁ ।କେଉଁ ପ୍ରକାରେ ଏହାକୁ କରିବୁ ତୁ ଜାତଏ ବେନି ରୋମ ଅନାଦି ଅବ୍ୟକ୍ତ ଅଚ୍ୟୁତ ।ବୋଲଇ ଜଗତ ଭାରା ହୋଇବାକ କ୍ଷୟଏବେ କରିବୁ ଏହାକୁ କେବଣ ଉପାୟ ।ମହାବଳିଷ୍ଠ ଅସୁରେ ହେଲେ ଅପ୍ରମିତନିକଟେ କେମନ୍ତେ ହେବେ ସେମାନେ ନିହତ ।ଏଥିର ତଦନ୍ତ ସ୍ୱାମୀ କହିବାକ ମୋତେଆଉ ଦେବଲୋକେ କଷ୍ଟ ପାଇବେ ବା କେତେ ।ଇନ୍ଦ୍ରର ବଚନ ଶୁଣି ବୋଲନ୍ତି ବିଧାତାଯାହା ତୁମ୍ଭେ ପଚାରିଲ ଶୁଣ ଶଚୀକାନ୍ତ ।ଅନେକ କାଳ ପୂର୍ବର କଥା ଦିବ୍ୟବାଣୀମହାପାତକ ଦହନ କର ଏହା ଶୁଣି ।ମରୀଚି ମହାଋଷିର କୋଳେ ଉତପତ୍ତିବେଦ ମନ୍ତ୍ରରେ ନିର୍ଜିତ କଶ୍ୟପ ଯେ ଯତି ।ଦିତି ଅଦିତି ବିନତା କଦ୍ରୁର ସହିତେତେର ଭାରିଯା ତାଙ୍କର ଅଟଇ ଯୁକତେ ।ଦେବ ଦାନବ ମାନବ ଭୂତ ପ୍ରେତ ମେଳେଏ ସମସ୍ତ ଉତପତ୍ତି କଶ୍ୟପର କୋଳେ ।ସେ କଶ୍ୟପ ଋଷି ଏବେ ନବରୂପ ଧରିସୁବାହୁ ଦ୍ୱାପର ଯୁଗେ ମର୍ତ୍ତ୍ୟେ ଅବତରି ।ମଧୁବନ କଟକରେ ଯଦୁବଂଶେ ଯାଇଗୋପନରେ ବସୁଦେବ ରୂପେ ଜନ୍ମ ହୋଇ ।ଦେବକୀ ନାମେ ତାଙ୍କର ଯେବଣ ବନିତାପୂର୍ବେ ଥିଲେ ସେହି ସବୁ ଦେବତାଙ୍କ ମାତା ।ସେ ଦୁଇ ପୂର୍ବର ଶାପେ ମଞ୍ଚେ ଅବତରିସେ ଦେବୀ ଗର୍ଭୁ ଜନମ ହେବେ ଦେବ ହରି ।ବସୁଦେବ ଯେ କଶ୍ୟପ ଅଦିତି ଯେ ବାମାଆଗହୁଁ ଆମ୍ଭେ ଏ କଥା କରିଛୁ ସର୍ଜନା ।ଏବେ ବିଷ୍ଣୁ ନାଥ ଦେଲେ ଆମ୍ଭଙ୍କୁ ଯେ ରୋମଦେବକୀ ଦେବୀର ଗର୍ଭେ କରାଇବା ଜନ୍ମ ।ସୋଦର ଭଉଣୀ ଅଟେ ସେ କଂସରାଜାରଇନ୍ଦୁମତୀ ରାଣୀ ଗର୍ଭୁ ଜନ୍ମ ଦୁହିଁଙ୍କର ।ଉଗ୍ରସେନ ନୃପତିର ସେ ଜ୍ୟେଷ୍ଠ ଦୁହିତାଦୃମିଳ ଅସୁର ଅଟେ କଂସରାଜା ପିତା ।ଏମନ୍ତ ଶୁଣି ବାସବ ବ୍ରହ୍ମାଙ୍କୁ ବୋଇଲେକଥାଏ ପୁଚ୍ଛିବି ତାତ ଆଜ୍ଞା ମୋତେ ହେଲେ ।ବ୍ରହ୍ମା ବୋଇଲେ ପଚାରୁ କିନା ଦେବରାୟଯାହା କିଛି ତୋ ମନରେ ହେଉଛି ସଂଶୟ ।ଇନ୍ଦ୍ର ବୋଇଲେ କଶ୍ୟପ ମୁନି ପୁଣ୍ୟମୟଯାହା ତହୁଁ ଚରାଚର ପ୍ରାଣୀର ଉଦୟ ।ତୋହ ସମାନ ଅଷ୍ଟାଙ୍ଗ ଯୋଗ ସିଦ୍ଧ ପୁଣିଯାହାର ପିତା ମରୀଚି ନାମେ ମହାମୁନି ।ବେଦ ବିଦ୍ୟାରେ ସମ୍ପନ୍ନ ବ୍ରହ୍ମତତ୍ତ୍ୱଜ୍ଞାତାଚଉଦ ଭୁବନରେ ଯେ ଅଟଇ କରତା ।ତାହାଙ୍କ ଭାରିଯା ନାମ ଅଦିତି ସୁନ୍ଦରୀତାହାର ମହିମା ମୁଖେ କେବା କହିପାରି ।ତେତିଶକୋଟି ଦେବତା କଲା ଯେହୁ ଜାତପ୍ରତ୍ୟକ୍ଷେ ଅପର୍ଣ୍ଣା ଦେବୀ ଆଦି ବୃଦ୍ଧମାତ ।ଅମର ବଇକୁଣ୍ଠର ଅଟଇ କାରିଣୀତାହାର ଭିଆଣ ସିନା ଚରାଚର ପ୍ରାଣୀ ।ସେ କେମନ୍ତେ ପାଇଲେ ହେ ଏଡ଼େବଡ଼ ଶାପମର୍ତ୍ତ୍ୟମଣ୍ଡଳେ ଧଇଲେ ମାନବ ସ୍ୱରୂପ ।ଏ କଥା ସଂକ୍ଷେପି ମୋତେ କହିବା ଗୋସାଇଁଏତେ ବୋଲି ବ୍ରହ୍ମାପାଦେ ଇନ୍ଦ୍ର ପଡ଼େ ଶୋଇ ।ପୁଣି କୃତାଞ୍ଜଳି ହୋଇ ପୁଚ୍ଛିଲେ ବାରତାଫିଟୁ ମନୋଭ୍ରାନ୍ତି ମୋର କହ ତଥ୍ୟ କଥା ।ଜୟ ତୁ ଜୟ ତୁ ରୋମ ଶ୍ରୀବିଷ୍ଣୁ ମୂରତିଜୟ ତୁ ଜୟ ତୁ ରୋମ ଜଗଜ୍ଜନ ଜ୍ୟୋତି ।ଜୟ ତୁ ଜୟ ତୁ ରୋମ ସଂସାର କାରଣଜୟ ତୁ ଜୟ ତୁ ରୋମ ଦୁଷ୍ଟ ନିବାରଣ ।ଜୟ ତୁ ଜୟ ତୁ ରୋମ ଅନନ୍ତ ମୂରତିଜୟ ତୁ ଜୟ ତୁ ରୋମ ଶୂନ୍ୟବ୍ରହ୍ମ ଜ୍ୟୋତି ।ଜୟ ତୁ ଜୟ ତୁ ରୋମ ବ୍ରହ୍ମାଣ୍ଡ ଧାରଣଜୟ ତୁ ଜୟ ତୁ ରୋମ ଜଗତ କାରଣ ।ମୁଁ ଦୀନ ଅଚ୍ୟୁତ ଦାସ ତୁମ୍ଭର ଶରଣଅନ୍ତଃକାଳେ ମୋତେ ନାଥ କରିବ କାରଣ ॥
କଶ୍ୟପ ଓ ଅଦିତିର ଶାପ ବୃତ୍ତାନ୍ତବ୍ରହ୍ମା ବୋଇଲେ ତୁ ଇନ୍ଦ୍ର ପୁଚ୍ଛା କଲୁ ଯାହାସାବଧାନ ହୋଇ ଏବେ ଶୁଣ ତୁହୋ ତାହା ।ଭୁବନଲୋକ ଉପରେ ସ୍ୱର୍ଗ ହିଁ ସୁସଞ୍ଚଦେବତାଙ୍କର ଭୁବନ ଅଟେ ଅତି ଉଚ୍ଚ ।ମହଲୋକ ଲକ୍ଷେ ଯୁଣ ପରେ ମନୁଲୋକମନୁଲୋକ ପରେ ଲକ୍ଷଯୋଜନ ସନକ ।ସନକ ଉପରେ ଲକ୍ଷଯୁଣ ବ୍ରହ୍ମଲୋକବ୍ରହ୍ମଲୋକ ପରେ ଲକ୍ଷଯୁଣ ରୁଦ୍ରଲୋକ ।ଲକ୍ଷେ ଯୁଣେ ରୁଦ୍ରଲୋକ ପରେ ନିରଞ୍ଜନଜ୍ୟୋତିର୍ମୟ ପୁର ତହିଁ ଅଟେ ମହାଶୂନ୍ୟ ।ଶୁଣ ସୁରପତି ନିରଞ୍ଜନ ଲୋକ ବିଧିଯେ ବେଳେ ଯାହା ବାଞ୍ଛନ୍ତି ହୁଏ ତାହା ସିଦ୍ଧି ।ଅନାମ ଅନୁପମ ଯେ ଅକଥନ ପୁରଅଦୃଷ୍ଟ ଦୁର୍ଲ୍ଲଭ ସେହୁ ଶ୍ରୁତି ଅଗୋଚର ।ସବୁ ଭୁବନ ଉପରେ ଅତି ପୁଣ୍ୟମୟଚନ୍ଦ୍ର ସୂର୍ଯ୍ୟ ଗ୍ରହ ତାରା ନୁହନ୍ତି ଉଦୟ ।କୋଟି କୋଟି ପ୍ରଳୟଟି ହୋଇବାକ ଯଦିଏ ଭୁବନେ କେବେ ଜଳ ନ ପାରଇ ଭେଦି ।ସେହି ଭୁବନେ ବସନ୍ତି କେତେ ପୁଣ୍ୟଦେହୀଜନମ ମରଣ ବାଧା ତାଙ୍କୁ ନ ଲାଗଇ ।ଅଜୟ ଅଜ୍ରାମର ସେ ଲୋକଙ୍କର କାୟଇନ୍ଦ୍ର ନୈର୍ଋତ ଦିଶନ୍ତି ତିରଣର ପ୍ରାୟ ।ଚଉଦପୁର ଉପରେ ନିରଞ୍ଜନ ପୁରଛୟାଣୋଇସସ୍ର ଯୂଣ ତାହାର ବିସ୍ତାର ।ଅମୂଲ୍ୟ ରତ୍ନେ ନିର୍ମାଣ ହୋଇଛି ସେ ଭୂମିପ୍ରତ୍ୟକ୍ଷେ ବିଜୟ ତହିଁ ନାରାୟଣ ସ୍ୱାମୀ ।ଅଲେଖ ପୁରୁଷ ସେହି ପୁର ଅଧିକାରୀଦିଗପାଳ ପଦମାନ ତାକୁ ନୁହେଁ ସରି ।ଅଦେହ ଅଣାକାର ଯେ ଅଦୃଷ୍ଟି ଅଶ୍ରୁତିପରମାନନ୍ଦ ସ୍ୱାମୀ ଯେ ଏକା ବିହରନ୍ତି ।ସେହି ନିଦାବିଷ୍ଣୁଙ୍କର ପୁର ସିଂହଦ୍ୱାରେଦେବନାଶନ ବୃକ୍ଷେକ ଅଛି କିଛିଦୂରେ ।ତାହାର ମହିମା ମୁଖେ କହି ନ ସରଇଠିକ ଠିକକରି ପଦ କେତେ କହିଲଇଁ ।ଯାହା ଯାହା ଦୃଶ୍ୟ ତାହା କହେ ଜମ୍ଭଭେଦୀଅମୃତ ଅମୋହ ତହିଁ ହୁଅଇ ସମ୍ପାଦି ।ଅମୋହ ଅକଳନ ସେ ତରୁ କାମନିଧିହେତୁ ଅହେତୁ ଅଛନ୍ତି ତହିଁ ଗୁଣଭେଦୀ ।ଶାନ୍ତ ଶୀଳ ସତ୍ୟ ଦୟା ବିବେକ ଅକାମଏ ଷଡ଼ପ୍ରକାରେ ଜାଣ ତରୁ ଡାଳ ନାମ ।ଲକ୍ଷ ଲକ୍ଷ ଯୋଜନ ସେ ତରୁ ଡାଳମାନପତ୍ର ଫଳ ପୁଷ୍ପ ତହିଁ ନାହିଁ ବିଦ୍ୟମାନ ।ରବି ଶଶୀ ଅଗ୍ନି ଅନ୍ଧକାର ଚାରି ଜାତିଏ ଚାରି ଜାଣ ଅଟନ୍ତି ତରୁ ଚାରିମୂର୍ତ୍ତି ।ଦେବତାମାନଙ୍କ ମୃତ୍ୟୁ ଅଟଇ ସେ ବୃକ୍ଷସେ ଛାଇ ମାଡ଼ିଲେ ଦେବେ ମରନ୍ତି ପ୍ରତ୍ୟକ୍ଷ ।ଲକ୍ଷ ଲକ୍ଷ ଯୋଜନ ହିଁ ସାନ ସାନ ଡାଳତାହାକୁ ବେଢ଼ି ଅଛଇ ସପତ ବକଳ ।ଯେତେକ ଦେବତା ସେହି ବଟତଳେ ଯାନ୍ତିସିଦ୍ଧ ସାଧକ ହେଲେ ସେ ଅବଶ୍ୟ ମରନ୍ତି ।ଛାଇ ମାଡ଼ିଲେ କଦାପି ନ ଯାଇ ପାଲଟିତକ୍ଷଣେ ମୂର୍ଦ୍ଧନା ଯାଏ ତାହାଙ୍କର ଫାଟି ।ଅନେକ ଦେବତାଙ୍କର ମୁଣ୍ଡ ହାଡ଼ମାଳନିରତେ ପଡ଼ିଅଛନ୍ତି ସେହି ବଟତଳ ।ଷଡ଼ ଯୋଜନ ଓସାର ଶତଯୁଗ ଉଚ୍ଚଦେବତାଙ୍କ ଅସ୍ଥି ପଡ଼ି ହୋଇଛି ସୁସଞ୍ଚ ।ବ୍ରହ୍ମା ଇନ୍ଦ୍ର ଦିଗପାଳ ଆଦି ଦେବଗୋଷ୍ଠୀରବି ଚନ୍ଦ୍ର ଶିର ପଡ଼ିଅଛି କୋଟି କୋଟି ।ମହାମହିମା ତରୁ ସେ ଅନନ୍ତ ତା କାୟାଅନେକ ଦିନରୁ ସେହି ବିସ୍ତାରିଛି ମାୟା ।ଶତେ ଯୋଜନ ବିସ୍ତାର ଶତେଯୂଣ ଉଚ୍ଚବିସ୍ତାର ତରୁ ଅଟଇ ଡାଳେ ବଡ଼ଘଞ୍ଚ ।ସେ ତରୁର ତିନିକୋଟି ଯୋଜନ ଅନ୍ତରେବାଞ୍ଛାବଟ ନାମେ ବଟ ଅଛି ଏତେ ଦୂରେ ।ସେ ବଟର ମହିମା ତୁ ଶୁଣ ସୁରରାୟେତା ତଳ ଆହ୍ଲାଦ ଲାଗେ ଦେବଲୋକ ପ୍ରାୟେ ।କଳ୍ପାନ୍ତର ତରୁ ସେହି ସୁରସିଦ୍ଧି ବାସକୋଟି କୋଟି ପ୍ରଳୟରେ ତରୁ ନୁହେଁ ନାଶ ।ଲକ୍ଷେ ସତୁରି ସହସ୍ର ଯୋଜନ ସେ ତରୁଉଚ୍ଚ ଅଠାଣୋଇସସ୍ର ଯୂଣ ଅତି ଭୀରୁ ।ସେ ବଟର ତଳେ ଉଭା ହେଲେ ଜଣାଯାଇସହସ୍ରେ ଯୁଗ ପର୍ଯ୍ୟନ୍ତ ମୃତ୍ୟୁ ତାକୁ ନାହିଁ ।ଦଶମୁଖ ବ୍ରହ୍ମା ଅଷ୍ଟପୁତ୍ର ଆଣିଥିଲେତହିଁରେ ସେ ଆଠ ବଟ କରି ନିର୍ମାଣଲେ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନ ଭିତରେସାତଗୋଟି କଳ୍ପବଟ ଅଛି ତରୁସାରେ ।ଯେଉଁ ଆଠଗୋଟି ବଟ ପୁରାଣେ ବଖାଣିବାଞ୍ଛାନାମେ ଆଠବଟ ସର୍ଜିଲା ସେ ଆଣି ।ଲଙ୍କାପୁରେ ନିକୁମ୍ଭିଲା ନାମେ ଅଛି ବଟଅମୃତ ନାମରେ ବଟ ପାତାଳ ନିକଟ ।ସଙ୍କେତ ନାମରେ ବଟ ଯଶୋଦନ୍ତୀ ପୁରେବାଞ୍ଛାବଟ ଅଛି ଚିତ୍ରକୂଟ ନିକଟରେ ।କଳ୍ପନା ବଟ ଅଛଇ ଶ୍ରୀନୀଳଶଇଳେନୀଳନାମେ ବଟ ଅଛି ମେରୁଗିରି ତଳେ ।ନିର୍ମଳ ବଟ ସାକ୍ଷାତେ ମେରୁଗିରି ପ୍ରଭାଅମର ଭୁବନେ ସେହି ପାଉଅଛି ଶୋଭା ।ଦେବନାଶନ ସେ ବଟ ନିରଞ୍ଜନପୁରେଏରୂପେ ଏ ଆଠବଟ ଅଛି ତ୍ରିଲୋକରେ ।ବ୍ରହ୍ମା ବୋଇଲେ ତୁ ଶୁଣ ଆହେ ଶଚୀନାଥବାଞ୍ଛାବଟ ଆଠପତ୍ର ଆଠବଟ ଜାତ ।ସେ ବାଞ୍ଛାବଟର ମୂଳେ ଗୋମାତାର ବାସସଚରାଚର ବୁଲି ସେ ହୋଇଲା ନିରାଶ ।ସୁରଭୀ କପିଳା ଆଦି ଅଶୀସସ୍ର ମୂଳେଇଚ୍ଛାସୁଖେ ବିହରନ୍ତି ବାଞ୍ଛାବଟ ତଳେ ।ମନୋହର ବନ ତହିଁ ଅଛି ତରୁସାରଶୋଭାରେ ସେ ବଇକୁଣ୍ଠପୁର ପଟାନ୍ତର ।ସୁସଞ୍ଚ ଶୀତଳ ପରିମଳ ଦିବ୍ୟ ସ୍ଥାନସଦା ବହେ ମଧୁ ମୃଦୁ ମଳୟ ପବନ ।ଷଡ଼ରସର ଭୋଜନ ଲୋଡୁଥାନ୍ତି ସେହିମନେ ଚିନ୍ତାକରି ବାଞ୍ଛା କଲେ ପାଇ ତହିଁ ।ବାଞ୍ଛା କଲାମାତ୍ରେ ସିଦ୍ଧ ହୁଏ ମନସ୍କାମତେଣୁକରି ସେ ତରୁର ବାଞ୍ଛାବଟ ନାମ ।ଅନାଦି ଦେବୀ ସେ ତିନିପୁର ଠାକୁରାଣୀତରୁମୂଳରେ ଶୋଇଲେ ଦେବୀ ଗୋସାମଣୀ ।ଏଥୁ ଅନନ୍ତରେ ପୁଣି କେତକ ଦିନରେକଶ୍ୟପ ଋଷି ସ୍ୱର୍ଗକୁ ବିଜେ ଧାତିକାରେ ।ମନପବନ ତ୍ରିଦଣ୍ଡୀ ଆରୋହିଣ ଗଲେତୁରିତେ ମିଳିଲେ ଯାଇ ବଇକୁଣ୍ଠଆଳେ ।ଅଦିତି ଦେବୀଙ୍କୁ ସଙ୍ଗେ ଯାଇଛନ୍ତି ଘେନିବିଷ୍ଣୁର ଭୁବନେ ଚଳିଯାନ୍ତି ମହାମୁନି ।ଥୋକାଏ ଅନୁସରି ସେ ଯାଇଣ ନିକଟେଯାଉଁ ଯାଉଁ ଗୋମାତାଙ୍କୁ ଦେଖିଲେକ ବାଟେ ।ମନୋବାଞ୍ଛା କରି ଦେବୀ ବାଞ୍ଛାବଟ ତଳେଆତ୍ମାରେ ଲୟ ଲଗାଇଛନ୍ତି କୁତୂହଳେ ।ଏ ସମୟେ ଚାହିଁଲେ ସେ ଗିରି ସ୍ଥିର ଦୃଷ୍ଟିଅଧୋମୁଖେ ମୁନି ସଙ୍ଗେ ହେଲେ ଭେଟା ଭେଟି ।ଦେଖି ଅଦିତି ମୁନିର ଗର୍ବହିଁ ଅପାରଗାୟତ୍ରୀ ଦେବୀକି ସେ ନ କଲେ ନମସ୍କାର ।ଥୋକାଏକ ବାଟ ଚାଲି ଗଲେ ଆଡ଼ ହୋଇଗୋମାତା ମୁଖ ଟେକିଣ ଦେଲେ ତାକୁ ଚାହିଁ ।ଅନ୍ତର୍ଗତେ ବିଚାରନ୍ତି ପୁଣି ମହାମାୟାଆରେ ଆରେ କଶ୍ୟପ ତୁ ଏଡ଼େକ ନିର୍ଦ୍ଦୟା ।ଆମ୍ଭେ ଯେ ଜଗତମାତା ସଂସାର କାରେଣୀଆମ୍ଭ ଭିଆଣ ସଚରାଚର ଏ ଧରଣୀ ।ଦେବତାଙ୍କ ମାତା ଆମ୍ଭେ ଅଟୁଁ ଅଗ୍ରଲେଖାଚାରିଖାନି ଜୀବଜନ୍ତୁ ଆମ୍ଭେ କରୁ ରକ୍ଷା ।ତୁ ମୁନି କିପାଁ ଆମ୍ଭଙ୍କୁ କରୁ ଅମାନନାଅଦିତି ସଙ୍ଗେ ଥିବାରୁ ଏଡ଼େ ଗର୍ବ ସିନା ।ଆମ୍ଭଙ୍କୁ ଦେଖି ତୁ ଯେବେ ବାଟଭାଙ୍ଗି ଗଲୁଅନେକ ମହାପାପ ହିଁ ଆମ୍ଭେ ଅରଜିଲୁ ।ଏଡ଼େକ ଗର୍ବ ବହିଲୁ ନ ଚିହ୍ନିଲୁ ମୋତେଆମ୍ଭେ ତ ତୋହର ମାତା ଅଟୁରେ ଯୁକତେ ।ତୁମ୍ଭେ ବିଚାରିଲେ ଆମ୍ଭେ ଜଗତର ପିତାମୋର ଉପରେ ଆନ କେ ଅଛଇ ଦେବତା ।ମୋର ପୁତ୍ର ଆତଯାତ ହେଉଛନ୍ତି ମହୀବଡ଼ିମାପଣେ ବଢ଼ିଲୁ ବିଚାର ତୋ ଏହି ।ତେଣୁକରି ଆମ୍ଭଙ୍କୁ ନ କଲୁ ମାନ୍ୟଧର୍ମଯାହା ଅର୍ଜିଲୁ ଭୁଞ୍ଜିବୁ ସିନା ସେହି କର୍ମ ।ଜାଣୁ ଜାଣୁ ଧଇଲୁ ତୁ ଯେବେ ପାପବୁଦ୍ଧିଆମ୍ଭର ଏ ଶାପ ତୋତେ ପଡ଼ୁ ଯଥାବିଧି ।ଆମ୍ଭ ଶାପେ ଜାତ ହୁଅ ଯାଇଁ ମର୍ତ୍ତ୍ୟଲୋକେମୋହର ଶାପ ମେଣ୍ଟିଣ ନ ଯାଉରେ ଥୋକେ ।ମର୍ତ୍ତ୍ୟପୁରେ ଜାତ ହୁଅ ସସ୍ରେ ଜନ୍ମଯାଏଯାଅ ଯାଅ ଜାତହୁଅ ମାନବର କାୟେ ।ଏ ଯେ ଅଦିତି ଭାରିଯା ତୋର ପ୍ରିୟବତୀଏ ଯେ ମାନବ ଦେହରେ ହେବ ଉତପତ୍ତି ।ଏତେକ କହି ଗୋମାତା ରହେ ତୁନିହୋଇକରପତ୍ର ଯୋଡ଼ି ମୁନି ମିଳି ଆଗେ ଯାଇ ।ଡରେ କମ୍ପମାନ ହେଉଅଛି ମହାଋଷିଗୋମାତା ଚରଣତଳେ ଶିରକୁ ନିବେଶି ।ସାଷ୍ଟାଙ୍ଗେ ଛାମୁରେ ପଡ଼ି ଶୁତି ଗଡ଼ଘାଲିନୟନୁ ଲୋତକ ଝରି ପଡ଼େ ମହୀସ୍ଥଳୀ ।ଏଥକୁ କାରଣ ମୋତେ ଗୋମାତା ଗୋ କହଶାପର କାରଣ କରି ମୁକ୍ତି ମୋତେ ଦିଅ ।ମତ୍ତଗର୍ବ ଆଚରି ମୁଁ ଅର୍ଜିଲଇଁ ଯଶଏ ମୋହର କର୍ମରେ ସେ ଫଳିଲା ଅବଶ୍ୟ ।ଏ ଘୋର ଶାପରୁ ମୋତେ ଉଦ୍ଧାର ଗୋ ମାଏମୁହିଁ ଶରଣ ପଶିଲି ଡରେ ତୋର ପାୟେ ।ଗୋମାତା ବୋଇଲେ ତୁ ଯେ ଜ୍ଞାନବନ୍ତହୋଇଦୋଷ ଅନୁକ୍ରମେ ଆମ୍ଭ କୋପ ଜାତହୋଇ ।ଆମ୍ଭେ ଜଗତଜନନୀ ଅଟୁ ପୁଣି ଶ୍ରେଷ୍ଠଆମ୍ଭଙ୍କୁ ତୁ ନମସ୍କାର ନ କଲୁ ପାପିଷ୍ଠ ।ତେଣୁ ତୋତେ ଦେଲୁ ଆମ୍ଭେ ମହାଘୋରଶାପଦୋଷ ଅନୁକ୍ରମେ ଜାତହେଲା ଆମ୍ଭ କୋପ ।ମୁକତ ହୋଇବୁ ଯେବେ ହୋଇଲୁ କାର୍ପଣ୍ୟତହିଁର ତଦନ୍ତ କଥା ଶୁଣ ସାବଧାନ ।କୃତାନ୍ତେ ତ୍ରେତା ଦ୍ୱାପର ଆଦି ତିନିଯୁଗେଉପୁଜିବ ତିନିରୂପ ଧରି ମହୀଭାଗେ ।ଆମ୍ଭର ଶାପ ନୋହିବ ତୋତେ ଅକାରଣଗର୍ଭେ ତୋର ଉପୁଜିବେ ଦେବ ନାରାୟଣ ।ପୃଥିବୀର ମହାଭାରା ନିବାରିବା ପାଇଁଯୋନିଜାତ ହେବେ ବିଷ୍ଣୁ ନରଦେହ ବହି ।ପୂର୍ବର ହେତୁ ଘେନି ତୁ ହେବୁ ମହାଯୋଗ୍ୟବିଷ୍ଣୁନାଥଙ୍କୁ କୋଳରେ ଧରିବୁ ତୋ ଭାଗ୍ୟ ।ଏ ଶାପ ତୋତେ ଅହିତ ନୁହେଁ ମୁନିବରବାଞ୍ଛା ସିଦ୍ଧି ହେଲା ମନେ ଆନ ତୁ ନ ଧର ।ଯେବଣ ବିଷ୍ଣୁଙ୍କୁ ଚିନ୍ତା କରୁଅଛି ଧ୍ୟାନେସେ ତୋହର କୋଳେପୁତ୍ରହେବେ ବିଦ୍ୟମାନେ ।ଏ ତୋହର ପ୍ରିୟବତୀ ଭାରିଯା ଯୁବତୀଏ ତୋର ସଙ୍ଗେ ମାନବେ ହେବ ଉତପତ୍ତି ।ପ୍ରଥମେ ସତ୍ୟଯୁଗରେ ହେବୁ ଅବତାରଯମଦଗ୍ନି ବୋଲି ନାମ ହୋଇବ ତୋହର ।ରୁଚିକ ମୁନିଙ୍କଠାରୁ ହେବୁ ଉତପତ୍ତିରେଣୁକା ନାମେ ତୋ ଭାର୍ଯ୍ୟା ହେବ ଏ ଅଦିତି ।ତାହାର ଗର୍ଭରେ ପୁତ୍ର ହୋଇବ ଜନମସ୍ୱୟଂ ବିଷ୍ଣୁ ସେହି ତାଙ୍କ ନାମ ପର୍ଶୁରାମ ।ତ୍ରେତୟା ଯୁଗରେ ପୁଣି ରଘୁବଂଶେ ଜାତହୋଇବୁ ତୋହର ନାମ ହେବ ଦଶରଥ ।ଅଦିତି କୌଶଲ୍ୟା ନାମେ ହେବ ତୋର ନାରୀତା ଗର୍ଭରୁ ରାମରୂପେ ଜନ୍ମିବେ ଶ୍ରୀହରି ।ରାବଣକୁ ବଧକରି ବିଧ୍ୱଂସିବେ ଲଙ୍କାଖଣ୍ଡିବେ ସ୍ୱର୍ଗର ଭୟ ଦେବତାଙ୍କ ଶଙ୍କା ।ଦ୍ୱାପର ଯୁଗରେ ଜାତ ହୋଇବୁ ତୁ ଯାଇବସୁଦେବ ବୋଲି ନାମ ବୋଲାଇବୁ ତହିଁ ।ଅଦିତି ଉପୁଜିବ ଦେବକୀ ରୂପ ହୋଇପାଇବୁ କାରଣ ରାମକୃଷ୍ଣ ଉପୁଜାଇ ।ତିନିଯୁଗେ ଏହିପରି ତିନିରୂପ ହେବୁତଦଅନ୍ତେ ମୋର ଏହି ଶାପରୁ ତରିବୁ ।ତେବେଯାଇ ନିଜ ଭୂମି ପାଇବୁ କଶ୍ୟପହରିବୁ ଯେତେ ତୋହର ପୂର୍ବଜନ୍ମ ପାପ ।କଶ୍ୟପ ବୋଇଲେ ମାଗୋ ଯେ ତୋହର ଇଚ୍ଛାନିଅନ୍ତା ବିହନ୍ତା ଜନମାତା କର ରକ୍ଷା ।ତୁମ୍ଭେ ଯାହା ବୋଇଲ ସେ ନୋହିବ ଅନ୍ୟଥାଯୋନିଜାତ କଲେ ମୋତେ ପାଇବି ଅବସ୍ଥା ।ଗୋମାତା ଚରଣ ତଳେ ମୋର ନିତ୍ୟ ସେବାଦୀନ ଅଚ୍ୟୁତାନନ୍ଦ ମୁଁ ମୋତେ ନିସ୍ତରିବା ।