ହ ।ଟକେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୫
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ଶ୍ରୀ ହାଟକେଶ୍ୱର,ଭକ୍ତର ମଙ୍ଗଳ କର ।ସୁନାମ ରହିଛି ହର,ତୁମ୍ଭର ଧରଣୀ ପର ହେ ।୧।ପାର୍ବତୀ ଜଡିତ ଅଙ୍ଗ,ସୁବର୍ଣ୍ଣ ବର୍ଣ୍ଣେ ସୁରଙ୍ଗ ।ତହିଁ ପଡିଗଲେ ଖରା,ପ୍ରାଚୀଜଳେ ରଙ୍ଗଭରା ହେ ।୨।ନୀଳକଣ୍ଠେଶ୍ୱରଆହେ ନୀଳକଣ୍ଠେଶ୍ୱର,ବାଲିଆଗ୍ରାମ ପାନ୍ତର ।କରିଛ ଖୋଲା ଆଖଡ଼ା*,ମିଜାଜଟି କିଛି କଡ଼ା ହେ ।୧।କରିଚ ଭଲ ଯୋଗାଡ,ନୋହିଲା, କାର୍ଯ୍ୟ ସଜାଡ଼ ।ମୋ କାମ ନୋହୁ ବଖଡ଼ା,କର ସୁନ୍ଦର ସଜଡ଼ା ହେ ।୨।* ବଖଡ଼ା – ଗୋଳ ମାଳିଆଚଣ୍ଡେଶ୍ୱରମହାଦେବ ଚଣ୍ଡେଶ୍ୱର,ଅତି ପ୍ରତିଷ୍ଠିତ ହର ।ଭକ୍ତ କାମନା ସାଧନେ,ବଡ ଦକ୍ଷ ବୋଲି ଜାଣେ ହେ ।୧।ଖୋରଧାର ଏକଅଂଶ,କୁହୁଡ଼ି ନାମେ ପ୍ରକାଶ ।ତହିଁ ଦୃଢ଼ ଚଉପାଡି,ରୋଗୀ ଦୁଃଖ ନିଅ କାଢ଼ି ହେ ।୨।