ତାରେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୧
- ସ୍ଥିତି
- ସାର୍ବଜନୀନ (Public domain)
ଦେବେଶ୍ୱର ତାରେଶ୍ୱର,ମୋତେ ଏ କଷ୍ଟରୁ ତାର ।ଶିବରାତ୍ର ଉଜାଗରେ,ଜାଗର ଦେବି ପାଶରେ ହେ ।୧।ତୁମ୍ଭର ସୁରମ୍ୟ ଧାମ,ଅଟଇ ବାଙ୍କୋଇ ଗ୍ରାମ ।କର୍ମଠ ଦ୍ୱିଜନିଚୟ,ପୀଠେ ଥାନ୍ତି ଭକ୍ତିମୟ ହେ ।୨।ଆପଣଙ୍କର ସେବକ,ଦହିଟଭା ପାଦୋଦକ ।ନେଇଦେଇ ଗ୍ରାମାନ୍ତରେ,ମହିମା ପ୍ରଚାର କରେ ହେ ।୩।ହେ ଶିବ ହେଲ ପ୍ରସନ୍ନ,ବିଧବା ବ୍ରାହ୍ମଣୀ ମନ ।ସାତ୍ତ୍ୱିକ ଭାବ ଉଦିଲା,ସବୁ ବିଷୟ ଛାଡିଲା ହେ ।୪।ତୁମ୍ଭର ନବ ମନ୍ଦିର,ସୁନ୍ଦର ବେଢ଼ା ପ୍ରାଚୀର,କରଣେ ବଳାଇ ମନ,ଦାନ କରି ଦେଲା ଧନ ହେ ।୫।ଖୋରଧା ଧବଳେଶ୍ୱରଖୋରଧା ଧବଳେଶ୍ୱର,ଗୁରୁଜଙ୍ଗ ଟାଙ୍ଗିପର ।କରିଛ ଦବ୍ୟ ଆଖଡା,ଘାଟିଠାରୁ କୋଶେ ଛଡା ହେ ।୧।ପଞ୍ଚଦୋଳେ ଲାଗେ ମେଳା,ଚାରିଆଡେ ଫଗୁଖେଳା ।ଭକ୍ତ ବାଞ୍ଚା ପୂର୍ଣ୍ଣ କର,ଏ ଯଶ ରଖିଛ ହର ହେ ।୨।ଗୁନ୍ଥାଇବି ଅସ୍ଥିମାଳ,ଲମ୍ବାଇ ରଖିବ ଗଳ ।ତୁମ୍ଭେ ତ ଦିଶ ଶୁକୁଟା,ହାତେ ଧରିବ ଚିମୁଟା ହେ ।୩।ଡାକିନୀ ଯୋଗିନୀଗଣେ,ଭ୍ରମଣିବେଳେ ଗହଣେ ।ନ ନେବଟି କେବେ ହରଦେଖିଲେ ଲାଗିବ ଡର ହେ ।୪।