ପର୍ବତେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୩
- ସ୍ଥିତି
- ସାର୍ବଜନୀନ (Public domain)
କୃଷକମାନଙ୍କ ଘର,ପାଶରେ ପର୍ବତେଶ୍ୱର ।କରି ରହିଛ ଆସ୍ଥାନ,ତୁମ୍ଭରଟି ବଡ ମାନ ହେ ।୧।କେତେ କୃଷକ ବୋଲନ୍ତି,ଏହାକୁ ଦିଅଁ ପର୍ବତି,ଭୋଜନରେ ଆଡମ୍ବର,କାହିଁ ତବ ମହେଶ୍ୱର ହେ ।୨।ଗ୍ରାମଫଳ ମୁଗ ଶାଗ,ପାଇ ବଡ ଅନୁରାଗ ।ପଡଇ ସ୍ନେହ ସରାଗ,ପାଇଲେ କୋଶଳା ଶାଗ ହେ ।୩।ମଦରଙ୍ଗା ଶାଗ ଆଣ,ଦିଅନ୍ତ ଯୁବତୀ ପ୍ରାଣୀ ।ଚଷକେ ରନ୍ଧନ ଡେରା,ମିଳିଲେ କଳମ୍ବ କେରା ହେ ।୪।ପିତା ଶାଗରେ ଆଦର,ଥାଏ ବଡ ଦିଗମ୍ବର ।ତୁମ୍ଭେ ତ ଜଗତପିତା,ଗୀତାପାଠେ ଜଗଜ୍ଜିତା ହେ ।୫।ମୂଳା ମୂଳାଶାଗ ପୁଣି,କଞ୍ଚା ଖାଅ ଟାଣିଟଣି ।ଅମୃତଭଣ୍ଡା କଦଳୀ,ପାଇଥାଅ ଭଳି ଭଳି ହେ ।୬।ଚଷା ପୁଏ ଲେଉଟିଆ,ରଖି ହୋଇଥାନ୍ତି ଠିଆ ।ପାଇଲେ ଶୋରିଷ ଫୁଲ,ତବ ପାଶେ ବଡ ମୂଲ ହେ ।୭ ।ବାଡିର ମକା କାକୁଡି,ଜହ୍ନିକି ନଯାଅ ହୁଡି ।ପାଣି ବୋଇତି କଖାରୁ,ମଜା ମାର କୁଜି ସାରୁ ହେ ।୮।ଫଳ ଆଳୁ କନ୍ଦମୂଳ,କୃଷକେ କରନ୍ତି ଠୁଳ ।ପନିପରିବାର ପୁଡି,ଦିଅନ୍ତି ଚାଷୁଣୀ ବୁଢ଼ୀ ହେ ।୯।ବଡ ବଡ ଧଣ୍ଡାଆଖୁ,ରସ ଟାଣ ଚାଖୁଚାଖୁକେବେ କେବେ କ୍ଷୀରିପିଠା,ଖାଇଥାଅ ପାଇ ମିଠା ହେ ।୧୦।କୃଷକେ କଲେ ଜନ୍ତାଳ,ଲାଗେ ତୁମ୍ଭକୁ ଜଂଜାଳ ।ଦାଳୁଅ ଚାଉଳ ମୁଠି,ଅନ୍ନ ଭୋଗେ ଦିଅ ଖୁଣ୍ଟି ହେ ।୧୧।ଦେଖିଲେ କ୍ଷେତ୍ର କେଦାର,ତୁମ୍ଭର ହୃଦ ଉଦାର ।ମୋ ହୃଦ ତରଳି ଉଠେ,ଭାବ ଉର୍ମି କେତେ ଫୁଟେ ହେ ।୧୨।କଣ୍ଠରେ ଭରି ଗରଳ,ଚଷା ପୁଅଙ୍କ ସରଳ ।ଭାବ ଧରି ଅଛ ଶିବ,ସଦାକାଳେ ଏହା ଥିବ ହେ ।୧୩।ବିଲିପଡା ଗ୍ରାମବାସୀ,ଏକ ଚଷାପୁଅ ଆସି ।କଲା ଦେଉଳ ତୁମ୍ଭର,ଦୂରକୁ ଦିଶେ ସୁନ୍ଦର ହେ ।୧୪।ପଡ଼ିଛି ବଡ ଭାବନା,ଚଷାପୁଅଙ୍କ କାମନା ।ଆହେ ପ୍ରଭୁ କାମଅରି,ଭାତ ଦିଅ ପେଟ ଭରି ହେ ।୧୫।