ଗୋପୀନାଥ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୯
- ସ୍ଥିତି
- ସାର୍ବଜନୀନ (Public domain)
ଗୋପୀନାଥପୁର ଗ୍ରାମ,ଅଟେ ତବ ରମ୍ୟ ଧାମ ।ଶାସନ ବ୍ରାହ୍ମଣମାନେ,ଆସିଥାନ୍ତି ସନ୍ନିଧାନେ ହେ ।୧।ଆହେ ଦେବ ଗୋପୀନାଥେ,ରଖିଥିବ ମତେ ସାଥେ ।ପୁରାକାଳ ଇତିହାସ,ଭିତ୍ତିରେ ଅଛି ପ୍ରକାଶ ହେ ।୨।ପ୍ରତ୍ନତତ୍ତ୍ୱ ବେତ୍ତାମାନେ,ଲେଖନ୍ତି ତା ସାବଧାନେ ।ବଙ୍ଗଦେଶର ପଣ୍ଡିତ,କରିଥିଲେ ତା ଚିତ୍ରିତ ହେ ।୩।ମନ୍ଦିର ସମ୍ମୁଖେ ସର,ସୁପ୍ରଶସ୍ତ ମନୋହର ।ଫୁଟିଥାଏ କଇଁଫୁଲ,ଶୋଭା କାହିଁ ସମତୁଲ ହେ ।୪।ଗ୍ରାମାନ୍ତରେ ଅତିବଡୀ,ମଠ ରଖିଛନ୍ତି ଗଢ଼ି ।ଶାଳଗ୍ରାମ ଶିଳା ଯେତେ,କଠାଉ ରହିଚି କେତେ ହେ ।୫।ବାରଷିକ ମହୋତ୍ସବ,ଲୋକଙ୍କର ଅନୁଭବ ।ହେବାରୁ ବିକୃତ ଗତି,ସରୁଚି ଭୂମିସମ୍ପତ୍ତି ହେ ।୬।