ଚାଟେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୩
- ସ୍ଥିତି
- ସାର୍ବଜନୀନ (Public domain)
ଅଟଇ ନାମ ମଧୁର,ପାଶେ ମହାସିଂହପୁର ।ଖୋଲାସା ବଡ ମନ୍ଦିର,ଚାରିପାଶରେ ପ୍ରାଚୀର ହେ ।୧।ସମ୍ମୁଖରେ ସରୋବର,ଶୋଭା ପାଏ ଚାଟେଶ୍ୱର ।ଦର୍ଶନ କରିଛି ଥରେ,ହର କ୍ଲେଶ ସତ୍ୱରରେ ହେ ।୨।ତୁମ୍ଭର କପାଳ ଯୋଗ,ସପୁରି ଫନସ ଭୋଗ ।ଚମ୍ପାବାସ କଦଳୀରେ,ଅମୃତରସାବଳୀରେ ହେ ।୩।ପୂରିଥାଏ ପେଟପାଟି,ବାସନା ଯାଏ ଚହଟି ।ବୁଝ ନିଜ ପେଟ କଥା,ନ ବୁଝ ଆମ୍ଭ ବ୍ୟବସ୍ଥା ହେ ।୪।ଯୋଗପାଇ ସାଧାରଣ,ପ୍ରାଙ୍ଗଣ ପାଶ ଦଲାଣ,କଲେ ଏଥି ପ୍ରତିଷ୍ଠିତ,ପୂର୍ବେ ନିମାଇଁ ପଣ୍ଡିତ ହେ ।୫।ନୃସିଂହନାଥ (ସରସ୍ୱତୀ)ଆହେ ଶ୍ରୀ ନୃସିଂହନାଥ,ଶ୍ରୀଚରଣେ ନତ ମାଥ ।ଦରଶନ ଆଉ ଥରେ,ଘଟାଇବ ମୋ ଭାଗ୍ୟରେ ହେ ।୧।ବହୁତ ଭୂମିସମ୍ପତ୍ତି,ଚଳୁଚି କି ନୀତିକାନ୍ତି ।ମୁ ଶୁଣେ ଭିନ୍ନ ପ୍ରକାର,ଏ କଥା କାହିଁକି କର ହେ ।୨।ନିଜ ବିଷୟ ମାଗଣା,ନ କରୁଛ ବୁଝାମଣା ।ଭଦ୍ରଜନେ କରି ଚର୍ଚ୍ଚା,ବଞ୍ଚାଇବ ବାଳବଚା ହେ ।୩।ଶ୍ରୀ ବ୍ରଜମୋହନ ରାଣା,କରୁଥିଲେ ବିଚାରଣା ।କି କରିଛନ୍ତି ସାଧନ,ଜାଣିଲେ ମାନିବ ମନ ହେ ।୪।ନରସିଂହରୂପ ଧାରୀ,ଶୁଣ ଅସଲ ଗୁହାରୀ ।କୋଠଭୋଗର ପ୍ରସାଦ,ପାଇବି ଅଛି ମୋ ସାଧ ହେ ।୫।