ଜଳେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୫
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ପ୍ରଭୁ ଜଳଶ୍ୱେର,କଳାରାହାଙ୍ଗରେ ଘର ।ପୋଖରୀ ଅଧେ ପୋତାଇ,ଦେଉଳ ଦେଲ ନିର୍ମାଇ ହେ ।୧।ବୋଲନ୍ତି ବହୁ ବିବେକ,ଲିଙ୍ଗରାଜ କଳା ଏକ ।ରହିଛି ତବ ଦେହରେ,ବିଶ୍ୱାସ ଅଛି ଲୋକରେ ହେ ।୨।ପୂବେ ପଟିଆରାଜନ,ଭୁବନେଶ୍ୱରେ ଗମନ ।ଲିଙ୍ଗରାଜେ ପ୍ରଣିପାତ,ନକଲେ ନ ଖାନ୍ତି ଭାତ ହେ ।୩।ଦିନେ ହେଲା ଘୋର ଝଡ଼ି,ନଈନାଳ ଗଲା ବଢ଼ି ।ଭାବନାରେ ନୃପରାଣ,ନ କଲେକ ଜଳପାନ ହେ ।୪।ରାତ୍ରିରେ ହେଲା ସ୍ୱପନ,ଶୁଣ ଶୁଣ ହୋ ରାଜନ ।ମୁ ଅଛି ଜଳଭିତର,ନାମ ଦେବ ଜଳେଶ୍ୱର ହେ ।୫।ପୋଖରୀ ଅଧେ ପୋତାଇ,ଦେଉଳ ଦିଅ ନିର୍ମାଇ ।ଏହିଠାରେ ଦରଶନ,ନିତି କରିବ ରାଜନ ହେ ।୬।ଆନନ୍ଦେ ଛାଡ଼ିଲା ଭୋକ,ପଳାଇଲା ହୃଦଶୋକ ।ଉଠିଲେ ଧରା ନାୟକ,ପଡିଲାକ ଡାକହାକ ହେ ।୭।ମିଳି ପାତ୍ରମନ୍ତ୍ରୀ ଦଳ,ଆଦେଶେ କଲେ ସକଳ ।ସେହି ଦିନୁ ଜଳେଶ୍ୱର,ପ୍ରତାପ ଚଳେ ପ୍ରଖର ହେ ।୮।