ଦାଢ଼ି — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିହେ ଦାଢ଼ି, ହେ ଶ୍ମଶ୍ରୁ ତବ ନାମେ ନମସ୍କାର !ଯୁଗେ ଯୁଗେ ମାନବର ଚିତ୍ତ-ପାରାବାରହୋଇଲେ ମଥିତ, ଧରେ ଦଣ୍ଡ-କମଣ୍ଡଳୁତୁମ ତୁଲେ ତରିବାକୁ ସଂସାର-ଜଞ୍ଜାଳୁ ।ଦୂର ଦୃଶଦ୍ବତୀ ତୀର ଋଷି କଣ୍ଠ ଭେଦିଜାଗିଲା ସଙ୍ଗୀତ ଯେବେ ପରମ ଅନାଦି-ପରଂବ୍ରହ୍ମ ପ୍ରାପ୍ତି ଆଶେ; ତୁମେ ଥିଲ ତହିଁଶାନ୍ତ ଅନାବିଳ ଶୁଭ୍ର ମୁକ୍ତ ବେଶ ବହି !ତୁମେ ଥିଲ ଯାଗ-ଯାଜ୍ଞେ ବ୍ରହ୍ମଚାରୀ ପାଶେ,ପ୍ରୌଢ଼ର ସଙ୍କେତ ତୁମେ ଜ୍ଞାନ-ସମାବେଶେ,ବିବିକ୍ତ ମାନବ ମୁଖେ ଦିଅ ତୁମେ ଦେଖା,ଯୋବନର ସମୁଦ୍ଗମେ ହେ ପ୍ରଥମ ସଖା !ତରୁକୁ ବଳ୍କଳ ଯଥା, ମାଂସ ଲାଗେ ନଖେ,ତବ ଜନ୍ମ ଯୁଗେ ଯୁଗେ ଏ ମାନବ ମୁଖେ ।ମରୁ ପାଲଟଇ ଧରା, ଗିରି ହୁଏ ସିନ୍ଧୁମାତ୍ର ତୁମେ ଦାଢ଼ି ! ନର ଚିରନ୍ତନ ବନ୍ଧୁ ।କାଳଚକ୍ର ବିବର୍ତ୍ତନେ ତୁମରି ନାମରେଚାଲେ କେତେ ଲୀଳା ଆଜି ଏ ଧରାଧାମରେ ।ଭିକ୍ଷାଶୀ ବିପନ୍ନ ଜନ, ହତାଶ ପ୍ରେମିକଲକ୍ଷ୍ୟ ପ୍ରାପ୍ତି ଆଶେ ଘେନୁଛନ୍ତି ତୁମ ଭେକ ।କରି ଆବରଣ ତବ ବେଶକୁ ଏ ନରକଳିକାଳେ ଆଚରଇ ନାନା କାରବାର ।ମଠେ ଓ ମନ୍ଦିରେ ଧର୍ମ-ନାମ ଗାଇ ଗାଇପରମ ଜଞ୍ଜାଳୀ କେତେ ସନ୍ନ୍ୟାସୀ ବୋଲାଇ ।ଏ କଣ୍ଟ୍ରୋଲ କାଳେ ତବ ଉନ୍ନତି ଭୀଷଣକ୍ଷୁର ବିନା ଚାଲେ ନାନାରୂପେ ଉପାସନ ।ରାଜନୀତି ରଙ୍ଗମଞ୍ଚେ ରାଜର୍ଷି ପରାଏତୁମକୁ ଧରି ବା କେହୁ ଭୋଟ ପାଇଁ ଧାଏଁ ।ଛାଡ଼ିବି ତୁମରେ ଅବା, ଧରିବି ଆଦରିଖାଦ୍ୟ ଅନଟନ ଯୁଗେ ପର୍ମିଟ୍ ପରି !ଏଇ ଯେ ଆଶାର ରେଖା ଦୂରେ ଦିଶେ, ଦାଢ଼ି,ବାଳ ସେର ଦଶ ଟଙ୍କା ଦରଦାମ ବଢ଼ି !ଚାଉଳଠୁ ତୁମ ମୂଲ୍ୟ ହେଲା ଏବେ ବେଶି,କୃପାବଶେ ସର୍ବ ଅଙ୍ଗେ ବାରେ ପରକାଶିଲୋମଶ ଜୀବରେ କର ପରିଣତ ମୋତେଭସାଅ ପରାଣ ମୋର ତବ ପ୍ରେମ-ସ୍ରୋତେ ।କର ମୋତେ ହରିହର, ଓତା କୃପାସିନ୍ଧୁକର ବାରେ ବୀରବର ନାରାୟଣ ବନ୍ଧୁ,କର ହେ ଶଙ୍କର ରାଓ, ଶ୍ରୀ ନରେନ୍ଦ୍ର ଦେବଯୁଗେ ଯୁଗେ ଦାଢ଼ି, ତବ ଶକ୍ତି ଅଭିନବ ।ଚ୍ୟବନ, ବିଶିଷ୍ଠ, ଅତ୍ରି, ଭୃଗୁ ନିଷେବିତହେ ଶ୍ମଶ୍ରୁ, ତୁମରେ କବି ଯୋଡ଼େ ବେନି ହାତ ।ପରକ୍ଷଣେ ବିଚାରିଲେ ଶ୍ରୀଗୁଣ୍ଡିଚ ଯାତବିଦ୍ୟା ବୁଦ୍ଧି ଧ୍ୟାନ ମାନ ସବୁ ପରାହତ !!!ଗରିବର ଦୁର୍ଗାସ୍ତବ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଜନନୀ ଗୋ, ତୁମେ ଗସ୍ତରେ ଆସି
କାଲି ତ ଯାଇଚ ଫେରି
କି ଅବା ତୁମର ‘ପ୍ରୋଗ୍ରାମ’ ଥିଲା
ଜାଣିବାକୁ ଚାହେଁ ଖାଲି,
ନଗରେ ନଗରେ ବାଜା ବାଜୁଥିଲା,
ଜମାହୋଇଥିଲେ କେତେ ଥିଲାବାଲା,
ବିଚାରିଲି, ତୁମେ ପାଲଟିଗଲ କି ଆମରି ମନ୍ତ୍ରୀ ପରି
ଆସିଥିଲ ମାଆ, ସତେ କି ଚଢ଼ି ଗୋ
ନୂତନ ହାଓ୍ୟା ଗାଡ଼ି ।
‘ଜଗତଜନନୀ’ ବୋଲି ତୁମ ନାମ
କିଏ ସେ କିପରି ଦେଲା ?
ତୁମ ଦରଶନ ପାଇଁ ଲାଗିଥିଲେ
ଥିଲାବାଲା ଠେଲାପେଲା ।
ଫୁଲମାଳା ଥିଲା କେତେକ ହାତରେ
କିଏ ଆସିଥିଲେ ତୁମରି ସାଥିରେ
ସେ କଥା ବିଚାରି ଭାବୁଚି ମୁଁ ତୁମେ
ମନ୍ତ୍ରୀ ପାଲଟିଗଲ ।
ଖାଲି ଫୁଲମାଳା ଅର୍ଚ୍ଚନା ହେଲା-
ତୁମେ କି ତା’ ନାହିଁ କଲ ?
ତୁମେ ତ ଖାଇଲ ଭୋଗରାଗ ବୁଲି
ଥାନେ-ଥାନେ ନାନମତେ
କିଏ ସେ ପୂଜିଲା ଖଜା ପିଠା ଦେଇ,
କିଏ ବା ଖେଚଡ଼ି ଭାତେ ।
ଖାଇବାକୁ ହେଲା ଦିନେ ଦଶ ଥର
ସେ କଥାକୁ ତୁମେ ମନା କି କରିଲ?
କି ଭଳି ଭାବିବି, ତୁମେ ହୋଇନାହିଁ ମନ୍ତ୍ରୀ ସ୍ୱର୍ଗପୁରେ
ଖାଇବାକୁ ଯେଣୁ ମନା କଲା ନାହିଁ
ଯିଏ ଦେଲା ଯେତେବେଳେ !
ଜନନୀ ଗୋ, ତୁମେ ଯାଇ’ନ ଆଦୌ
ମଫସଲ ରାସ୍ତାରେ
ମନ୍ତ୍ରୀ ଆମର ଯାଆନ୍ତି ଏ ଭଳି
ଗଲାବେଳେ ଗସ୍ତରେ ।
ମୋଟେ ତିନି ଦିନ ଗସ୍ତରେ ଆସି
ଗାଆଁ ଛାଡ଼ି ଖାଲି ସହରରେ ପଶି
ଖସି ଚାଲିଗଲେ; ଏ ଭଳି ଗସ୍ତ
ଆଉ ଥରେ ଯେବେ କର ।
ଜାଣିଥ’ ହୋଇବ ‘ନିଆଁଖୁଣ୍ଟା’ ରେ
ତୁମେ ବଡ଼ ହରବର !
ଜନନୀ ଗୋ, ତୁମେ ଟି. ଏ. ନେଉଥିବ
ଜାଣୁଚି ଏଥିରୁ ମୁହିଁ
ସହରରେ ଖାଲି ବୁଲି ଫେରିଗଲ,
ମଫସଲେ ଗଲ ନାଇିଁ ।
ଟି. ଏ. ବିଲ୍ ଦେଲେ ଦେବ କେତେ କରି
ଜାଣିବେ ସେ କଥା ବ୍ରହ୍ମା ମୁରାରି,
ଏତିକି ମୁଁ ଜାଣେ, ମଫସଲେ ତୁମେ
ଗଲ ନାଇଁ ଜାଣିକରି
କାଦୁଅ ରାସ୍ତା, ଅଭାବ ଶସ୍ତା,
ଲୋକଗୁଡ଼ା ମଫସଲି ।
ଦେଖିଥିବ ମାଆ, ନଗ୍ର ବିହାରେ
ମନ୍ଦିର କେତେ ବୁଲି,
ଆଗ ପରି ଆଉ ତୁମ ସେବା ଲାଗି
ନାହିଁ କାହିଁ ଛେଦ ଛେଳି
ଯେତେ ଥିଲେ ଛେଳି ପାଲଟିଗଲେଣି
ଚୋରାବଜାରିଆ ରୂପରେ, ଜନନି !
ପଶୁ-ବଳି ଯେବେ ଲୋଡୁଥିଲ ମାଆ,
ସେଗୁଡ଼ା ଶସ୍ତା ଏଠି
ସେଗୁଡ଼ାକୁ ଯାହା ଛାଡ଼ିଦେଇଗଲ
ନ ନେଇ ଗସ୍ତ ଭେଟି !
ନଗରେ ଜନନି ! ତୁମକୁ ପୂଜିଲେ
ଯେ ଦେଇ ଅର୍ଘ୍ୟଫୁଲ
ଜାଣିପାରିଲନି ସେଗୁଡ଼ାକ ଖାଲି
ମଣିଷମରାର କଳ !
ସେ କଳ ଭିତରେ ଚାହା-ଭୋଜ ଚାଲେ
କିଳାପୋତେଇର ଅନ୍ଦର ପୁରେ,
ସିନ୍ଦୂର ବୋଲି ଯାହାକୁ ବୋଳିଲେ
ତୁମ ଦେହେ ଅବିରଳ
ଏଇ ମଫସଲବାସୀର ସେ ପରା ତଟକା ରକ୍ତଜଳ !
ଏଥର ତ ଗଲ, ଆଉ ଥରେ ଯେବେ
‘ପୋଗ୍ରାମ୍’ ପଡ଼େ କେବେ
‘ମେମୋରାଣ୍ଡମ’ ଦେଉଚି ଆଗରୁ,
ଭୁଲିବ ନାହିଁଟି ଲବେ-
ମାଟି ବାଲିବୋଳା ମଫସଲ ତଳ,
ରକ୍ତ ପାଲଟେ ଯହିଁ ଲୁହ ଝାଳ,
ସେଇଠି ପଖାଳ ଖାଇ ଯିବ ଥରେ
ଶାଗ ଲୁଣ ମରିଚରେ
ଭୋଟ୍ ଦେଇ ଯହିଁ ଥର ଥର କରି
ମଣିଷ ମନ୍ତ୍ରୀ ଗଢ଼େ !!
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ