ଫାଇଲି ଓ ନାରୀ
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୦
- ସ୍ଥିତି
- ସାର୍ବଜନୀନ (Public domain)
ଫାଇଲି ପୁରୁଷ ମଧ୍ୟେ ଲାଗିଲା ଲଢ଼େଇକାଳ କାଳ ଧରି,ଚିରିଲା ଫାଇଲି କେତେ, ଭୋଗିଲା ପୁରୁଷଅଜୀର୍ଣ୍ଣ, ଡିସେଣ୍ଟ୍ରୀ ।ସବୁଜ-ଯୁବକ ପେଟେ ତୀବ୍ର ଡିସ୍ପେପ୍ସିଆକଲା ଆୟୁ ନାଶତନୁ ହେଲା ଶ୍ଳଥଚର୍ମ, ଚିତ୍ତ ବିମଳିନ,ହେଲା ଦୃଷ୍ଟି ହ୍ରାସ ।କଳା ଆଉ ନାଲି ସ୍ୟାହି ଚିତ୍ର ସମନ୍ୱୟେପୂର୍ଣ୍ଣ ହେଲା ଘର,ଜାଗିଲା ଫାଇଲି ବୁକେ କେତେ ସୁଖ ଦୁଃଖଦାରୁଣ ଅର୍ଡର ।ପରମ ବୈଷ୍ଣବ ଯଥା ଡାକି ‘ରାଧା’ ‘ରାଧା’‘ରାଧା’ ହୁଏ ଶେଷେ,ହେ ନାରୀ, ତୁମକୁ ଲୋଡ଼ି- ‘କି ରାଣି’ ‘କି ରାଣି’ଡାକିଲେ ପୁରୁଷେ !ଏତେ କାଳ ଥିଲ ତୁମେ କାହିଁ ସୁଲୋଚନେକେଉଁ ଅନ୍ତରାଳେ,ବିଂଶ ଶତାବ୍ଦୀର ଏଇ କର୍ମ-ଉଚ୍ଛ୍ୱସିତଗୃହ-ପାରାବାରେ;ସାଗର ମନ୍ଥନୁ ଦେବୀ ! ଉଠିଲ କି ଆଜିସୁଧା-ଭାଣ୍ଡ ଧରିତୁମ ଆଗମନ ଆଶେ ବସିଛନ୍ତି ଚାହିଁଶତ ସେକ୍ରେଟେରୀ ।ଯୁଗେ ଯୁଗେ ତୁମେ ନାରୀ ରଖିଛ ବଞ୍ଚାଇମାତୃରୂପେ ଧରା,ମାନବ ମଙ୍ଗଳେ ମଙ୍ଗାଇଛ ଋଷ୍ୟ-ଶୃଙ୍ଗେଅୟି ଜବାଧରା !କନ୍ୟା ରୂପେ ଲୀଳା କରି ଯାଇଚ ଗୋ ଚାଲିପ୍ରୀତି ଅଭିସାରେ,ହସାଇଚ ପତ୍ନୀରୂପେ ପୁରୁଷ ଜୀବନ୍ତନିଠୁର ସଂସାରେ ।ସଜାଇଚ ଘରଦ୍ୱାର, ଚିତ୍ତ ମଜାଇଚ,ବିତ୍ତ ଅଛ ଦେଇ,କରିଛ ଗୋ ସିକ୍ତ ନେତ୍ର ଅପର କଷଣେଦେବୀ ଦୟାମୟି !ସୌନ୍ୟରୂପେ ଆଜି ଦେବି, କର ଗୋ ବିଜୟସେକ୍ରେଟେରୀଏଟେ,ତୁମ ଆଗମନ ଆଶେ ରହିଚି ଦରମାକମିଟି ରିପୋଟେ ।ସଜାଅ ଫାଇଲି ଦେବି ! କର ସଂଗଠନହାଣି ନେତ୍ରବାଣ,ଜଗାଅ ଏ ଭ୍ରନ୍ତ କ୍ଳାନ୍ତ ଶ୍ରାନ୍ତ ଦେଶ ପ୍ରାଣେ,‘ନିଆଁଖୁଣ୍ଟା’ ରାଣ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର