ମୁକୁଟ ଓ କୌପୀନ
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୭୮
- ସ୍ଥିତି
- ସାର୍ବଜନୀନ (Public domain)
ସେ ପଟେ ଉଠଇ ତୋପ ବନ୍ଧୁକକମ୍ପାଇ ବସୁମତୀଉଠଇ ଏ ପଟେ କୋଟି ଜନତାରକଂଠ ତଟର ଗୀତି ।ଏ କି କୋଳାହଳ ? ପଚାର ଯାତ୍ରୀ,କାହାର ଏ ଅଭିଯାନ ?ଶୁଣିବ - ଏ ପଟେ ରାଜମୁକୁଟର,ସେ ପଟରେ କୌପୀନ ।ଯୁଗ-ଯୁଗାନ୍ତ ଅନ୍ଧାର ଗିରି-ଗହ୍ୱର ତଳେ ଥାଇଲଭିବ ସିନ୍ଧୁ-ସଂଗ୍ରମ ବୋଲିଆସିଲା ଯେ ନଈ ଧାଇଁ,ଏତେ ଦିନେ ସେଇ ନୀଳଗିରି ଗିରି-ଗହ୍ୱର ହୋଇ ପାରିକଂକାଳକୁଳ ରୁଦ୍ଧ ଜୀବନମୁକ୍ତିର ଅଧିକାରୀ !ମନ୍ତ୍ରୀ କହିଲେ...ମନ୍ତ୍ରୀ କହିଲେ - ଚାଷ କର, ଭାଇ ! ଚାଷ କର,ଇସ୍କୁଲେ ଯା’ କହିଲେ - ରେ ପିଲେ, ପାଶ୍ କର ।ଶେରଗଡ଼େ ଯାଇ ରଇତ ସଭାରେଘେନିଲେ ସେ ମାଳା ଭାସ୍କର ।ମନ୍ତ୍ରୀ କହିଲେ - କର ମୋତେ ସବୁ ବିଶ୍ୱାସବେଳ ନାଇଁ ଏବେ ମାରିବାକୁ ମୋତେ ନିଃଶ୍ୱାସ ।ଥୟ ଧର, ଯେତେ ଦୁଃଖ-ଦୁର୍ଦ୍ଦଶାହୋଇଯିବ ସବୁ ଉଶ୍ୱାସ ।ମନ୍ତ୍ରୀ କହିଲେ - ସୂତା କାଟ, ସବୁ ସୂତା କାଟସୂତାକଟା ବିନେ ଆଉ ନାହିଁ କାହିଁ ନୂଆ ବାଟ ।ଚଉଦୁଆରେ ଯେ ମିଲ୍ ଚାଲୁହେବଅରଟଟା ତାର ଛୋଟ କାଟ ।ମନ୍ତ୍ରୀ କହିଲେ - ଦରମାଟା ଯିବ କାଲି ବଢ଼ିଚାକିରି ପାଇବେ ଯେତେକ ଅଛନ୍ତି ବୁଢ଼ାବୁଢ଼ୀ ।ତୁମେ ଏତେବେଳେ କାମ କରିଯାଅଯେତେ ବଳ ଅଛି ଲାଗିପଡ଼ି ।ମନ୍ତ୍ରୀ କହିଲେ-ଶିଖ ସବୁ ଖାଲି ସଙ୍ଗୀତସଙ୍ଗୀତେ ଅଛି ଭଗବାନଙ୍କର ଇଙ୍ଗିତ ।ଏ ଦେଶେ ହୋଇଚି ବହୁକାଳୁ ଏଇଭଗବାନ ନୀତି ଲଙ୍ଘିତ ।ମନ୍ତ୍ରୀ କହିଲେ - ବେଶି କର ସବୁ ଅଳ୍ପକୁମନ ଦେଇ ପଢ଼ ଯେତେ ମୁଁ ଲେଖିଚି ଗଳ୍ପକୁ ।ଯାତ୍ରା ଆମର ଆଗେଇ ଚାଲିବଭୂଇଁ ତଳୁ ତୁଳି ତଳ୍ପକୁ ।ମନ୍ତ୍ରୀ କହିଲେ - ଘଉଡ଼ାଅ କମ୍ୟୁନିଷ୍ଟରେକାଲି ଦଗାଦାର ଥିଲେ ଏ ଭାରତ - ସୃଷ୍ଟିରେ ।ସେ ବୋଲରେ ଯେହୁ ପଡ଼ିବ, ମରିବ,ଛଟପଟ ହେବ ନଷ୍ଟିରେ ।ମନ୍ତ୍ରୀ କହିଲେ - ଦେଇ ମୋତେ ଅଭିନନ୍ଦନଶୁଣାଇଚ ଯେତେ ବୁକୁଫଟା ଦୁଃଖ କ୍ରନ୍ଦନ ।ମୋତେ କହିଲଣି, ଏଣିକି ଏସବୁରହିବ ନାହିଁଟି ବନ୍ଧନ ।ମନ୍ତ୍ରୀ କହିଲେ - ସାମ୍ୟବାଦଟା ଭଣ୍ଡାମିତହିଁ ପଶି କିଛି କର ନାହିଁ କେହି ହୁଣ୍ଡାମି ।ସରକାର ହାତେ ଅସ୍ତ୍ର ରହିଚିଦବାଇବାକୁଟି ଗୁଣ୍ଡାମି ।ମନ୍ତ୍ରୀ କହିଲେ - କସରତ କର କସରତସୁନ୍ଦର କର, ଚଞ୍ଚଳ କର ଗୋଡ଼ହାତ ।ବିଡ଼ି, ସିଗାରେଟ, ପାନ ଛାଡ଼ି କରିପାନ କର ଖାଲି ସରବତ ।ମନ୍ତ୍ରୀ କହିଲେ - ରାଜନୀତି ନୁହେ ବୃଦ୍ଧରଖର୍ଚ୍ଚ କମାଅ ଭୋଜିଭାତେ ବିଭା, ଶ୍ରାଦ୍ଧର ।ଦେଶକୁ ନ କର ପର ଆପଣାରକାହାକୁ ନକର ମାରଧର ।ମନ୍ତ୍ରୀ କହିଲେ - ହେବ ନିଶା ପାଇଁ କଟକଣାରାଇଗଡ଼େ ଚାଲେ ନୂଆ ହୋଇ ମଦ କାରଖାନା ।ସ୍ୱାସ୍ଥ୍ୟ ବଢ଼ିବ ଯେଝା ଗାଏଁ କରହାତେ ଖୋଳି ଟ୍ରେଞ୍ଚ୍ ପାଇଖାନା ।ମନ୍ତ୍ରୀ କହିଲେ - ଗଢ଼ ଖାଲି ଫୁଲ ଉଦ୍ୟାନମନ୍ତ୍ରୀ କହିଲେ - ହୁଅ ସବୁ ଖାଲି ବିଦ୍ୱାନ ।ମନ୍ତ୍ରୀ କହିଲେ - ବେଶି ଖାଅ ନାହିଁପେଟରେ ହୋଇବ ଆଧ୍ୱାନ ।ମନ୍ତ୍ରୀ କହିଲେ - ଚାଉଳଟା ହେବ ଶସ୍ତାଶସ୍ତା ହୋଇବ ମାର୍କିନ ଧୋତି କସ୍ତା ।ଊଣେଇଶ - ଅଶୀ ମସିହାକୁ ହେବଟଙ୍କାଏ ଧାନ - ବସ୍ତା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ