ଚତୁର୍ଥ ଭାଷା — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପିନଗ ନନ୍ଦିନୀ ବାଞ୍ଛା ନଳିନ ଭାନୁନିର୍ଦ୍ଧନ ନର ନିଧି ଧବଳ ତନୁନିଷ୍ଠୁର ରକ୍ଷ ନାଶି ନାଗ ଭୁଷଣନବ ନବ ଉନ୍ନତି କରନ୍ତୁ ତାନ
୧
ନାଗର ନାରୀ ନେତ୍ର ଭଙ୍ଗି ଭାବୁକନୃଯ ର୍ନିଶି ଦର୍ଶନେ ଦୀପ୍ତ ତାରକନିସ୍ତେଜ ସଙ୍ଗି ଚିତ୍ତ ଚକୋର ଇନ୍ଦୁନିବେଦନ କରୁଛି ହେ ଦୀନବନ୍ଧୁ
୨
ନିବଦ୍ଧ ସ୍ନେହ ସୁଧା ସରିଭେ ମୁହିଁନିଯି ଯେ ସ୍ନାହ କରୁଥିଲିଟି ସ୍ନେହନାହିଁ ଗମନ ଦିନୁ ସେ କର୍ମ ମୋରନିଶ୍ଚୟ ଜାଣ ଏହା ନୁହେ ଅସ୍ଥିର
୩
ନିଦାଘରେ ଦେଖାଅ ତୁମ୍ଭ ଦର୍ଶନନୀର ଧର ନିଲୀନ ହେବାରୁ ପୁଣନବ ସଂଯୋଗସୁଖ ଶାଖୀ ଛଦନନାଶ ହେଲାଣି କ୍ରମେ ଦିନକୁ ଦିନ
୪
ନିଜ ଶ୍ରବଣ ଶିଳୀ ମୂଖ ଯୁଗଳନିର୍ଦ୍ୱନ୍ଦରେ ନଳିନ ମୁଖୂଁ ମଞ୍ଜୁଳନିର୍ଗତ ହର୍ଷ ଯୁକ୍ତ ଭାଷଣ ମଧୁନେଉଥିଲେ ପିଇଣ ଦିବସ ସିନ୍ଧୁ
୫
ନଥିବରୁ ସଉକ୍ଷ ସେ ଦୁହିଁଙ୍କରନାହିଁ ପ୍ରଫୁଲ୍ଲ ଭାବ ଆଉ ମନରନିକଟୁ ପ୍ରତ୍ୟାଗତ ପତ୍ର ମଋତନ ଆସିଲେ ସେ ଆଉ ନୁହେ ଉଦିତ
୬
ନିଜୁଦ୍ଧିବାଳକୁଳ ବିଜ୍ଞାନଦାତାନିର୍ମଚ୍ଛର ନିଶ୍ଚିନ୍ତ ନିଃଶଙ୍କବକ୍ତାନିର୍ବାସନି ପାଠକ ପ୍ରିୟ ବାନ୍ଧବନିଜବିଦ୍ୟାପ୍ରଦଙ୍କକୁ ନମ୍ର କହିବ
୭
ନବବାଳା ବନିତା ବିଳାସୀ ସୁଖୀନିଶ୍ଚେ ବିଶ୍ୱନାଥଙ୍କୁ କହିବ ଡ଼ାକିନିଜନିଜ ଉତ୍ସୁକ ହେଉଛି ମୁହିଁନିମିଷେ ତାଙ୍କ ପାଶେ ବସିବା ପାଇଁ
୮
ନିର୍ମ୍ମଳ ପ୍ରଭୁ ପିତୃ ବତ୍ସଳ ଗୁଣୀନୂତନ ସଜ୍ଜିଦୀନ ବନ୍ଧୁଙ୍କୁ ପୁଣିନିକଟେ ବସାଇଣ ବହୁତ ମୋରନିବେଦନ କରିବା ସଂଖୋଳା ଗିର
୯
ନିର୍ନିମେଷ ପତନ ପଟୁ ବିବେକୀ
ନିଶ୍ଚେତ୍ରିଲୋଚନକୁ କହିବ ଡ଼ାକି
ନଦୀ ବାଲୁକ ରାଶ ଅଟଇ ଯେତେ
ନିଜ ମନେ ପକାଉଅଛି ମୁଁ ଚିତ୍ତେ
୧୦
ନିତାନ୍ତ କର୍ମହୀନ ଅତି ନିର୍ଦ୍ଧନନରାଧମ ନିର୍ଗୁଣ ଜଞ୍ଜାଳବାନନୀଳାଦ୍ରି ମହାପାତ୍ର ବୋଲେ ମୋ ରାଣନ ଘେନିବଟି ଦୋଷ ହେ ସଙ୍ଗିଗଣ
୧୧
ପଞ୍ଚମ ଭାଷାଆଷାଢ଼ଶୁକ୍ଳକରୁଣା ସିନ୍ଧୁ କମଳାରମଣବର୍ବୁରକୂଳ କମଳ ତୁହୀନକରିକ୍ଲେଶ ନାଶି କାଳୀୟ ଧ୍ୱଂସୀକରନ୍ତୁ କଲ୍ୟାଣ ସେ ଗୋପବାସୀତୁମ୍ଭର ବିଶେଷକରିବ ନାହିଁଟି ମନୁ ନିରାଶ
୧
କୋମଳ ବଚନମାନ ତୁମ୍ଭରକରୁଅଛି ସଦା ଚି୍ତେ ବିହାରକରି ନାହିଁ ମୁହିଁ ମନକୁ ତୋଷକେବଳ ସହ ବାସରେ ବିଶେଷବହୁତ ତୁମ୍ଭରହେ ସୁବୋଧ ସଦାଶିବ ନିକର
୨
କୃପା ସିନ୍ଧ ପ୍ରାପ୍ତ ଭାଷାରୁ ମୁହିଁବାରତାପାଇଣ ତୁମ୍ଭରି ସ୍ନେହିକରିଲି ବିଚାର କେମନ୍ତେ ଯାଇକରନ୍ତି ଦର୍ଶନ ଚକ୍ଷୁ ପୁରାଇକରଧରି ଥରେକଥୋପକଥନ ହୁଅନ୍ତି ବାରେ
୩
କରୁ କରୁ ଗତି କରମ ହୀନଜନ ଯେହ୍ନେ ପାଏ ଅମୂଲ୍ୟ ଧନକୁତ୍ସିତ ପଥରେ ଭେସନ ମୁହିଁପାଇଛି ତୁମ୍ଭଙ୍କୁ କି ଦାନ ଦେଇପୂର୍ବ କଲେ ଜାଣସବୁ ଅଟଇ ନିଧିରେ ଭିଆଣ
୪
କରି ଯେସନେ ପଞ୍ଜୁରୀରେ ଥାଇକରଇ ଭାବନା ନିମଗ୍ନ ହୋଇସେହିପରି କାର୍ଯ୍ୟ ପିଞ୍ଜରେ ରହିକରୁଅଛି ଚିନ୍ତା ତୁମ୍ଭଙ୍କୁ ମୁହିଁକେବେ ହେବି ପାରଦର୍ଶନ ଦିନେ କରିବ ସଙ୍ଗର
୫
କୁଞ୍ଜବନ ଦୁର୍ଗ ଜନ ମାନଙ୍କବାଞ୍ଛା ଯେ ପୁଣ୍ଣି କରନ୍ତି ଶଶାଙ୍କଧରଙ୍କର ବାମା ପିଠ ଉପରେବସିବା କଥା ପଡ଼ଇ ମନରେବଚାରେ ସେ କାଳେଆଉ କି ଘଟିବ ସେପରି ବେଳେ
୬
କହିବ ଜନାର୍ଦ୍ଦନ ଗିରିଧରଦୁହିଙ୍କି ବହୁତ ସଂଖୋଳା ମୋରରଖିଥିବ ସବୁ କାଳେ ଏ ସ୍ନେହରହିଲା ପରି ମୁଁ ତୁମ୍ଭରି ରୁହନିକଟରେ ଜାଣକହେ ନୀଳାମ୍ବର ଅଟେ ପ୍ରମାଣ
୭
ଶ୍ରୀ ସିଂହନାଥ ଦେବଙ୍କ ଜଣାଣରାଗ-ରାମକେରୀକେଉଁ ଦୀନଜନ କହଇ ସିଂହନାଥଙ୍କୁ ଚାହିଁ ।କରୁଣା କର ମୋଠାରେ ହେ ବନ୍ତ୍ରଦୁର୍ଗଗୋସାଇଁ ॥
ଖଟୁଚରଣେ ତୁମ୍ଭର ଖଣ୍ଡ ଏ ଦୁଃଖ ମୋର ।କ୍ଷଣେ କୃପା କଲେ ଖେଦରୁ ଖସି ହେବି ମୁଁ ପାର ॥
ଗିରିଜାରମଣ ଗ୍ରାସୁଛି ଦେଖ ଏ କଷ୍ଟ ଗ୍ରହ ।ଗଜକୁ ଯେସନେ ଗ୍ରାସଇ ସିଂହ କରି ଆଗ୍ରହ ॥
ଘସ୍ରରେ ଯେସନେ ଘୋଟଇ ଘନ ସୁର୍ଯ୍ୟଙ୍କୁ ଘୋର ।ଘଡ଼ିଘଡ଼ି କରେ ଘୋଟୁଛି ଏହି ଅଘ ନିକର ॥
ଅନୁକମ୍ପାକର ଆତୁର ଜନଠାରେ ଅପାର ।ଅନୁସରି ପାଶେ ବସିଛି ଅନ୍ତର୍ଯ୍ୟାମି ତୁମ୍ଭର ॥
ଚଞ୍ଚଳ ମୋଠାରେ କରୁଣା କର ଚନ୍ଦ୍ରଶେଖର ।ଚାହିଁ ନିଷ୍ଠୁର ହୋଇଲେ ହେଁ ସରିଯିବ ଏ ନର ॥
ଛଦ୍ମ କରି ଯେବେ ମଉନବ୍ରତ ଅବଲମ୍ବନ ।ଛଡ଼ମୁଖତାତ କଲେଟି ଛି ଛି ପଦ ଭାଜନ ॥
ଜଗତରେ ଆଉ ମୋ ପରି ନାହିଁ ନିରକ୍ଷପ୍ରାଣୀ ।ଜାଣିଥାଅ ଏହା ନିଶ୍ଚୟ ଅଟେ ହେ ଶୂଳପାଣି ॥
ଝରଝର ବୋହେ ଲୋତକ ନୟନରୁ ମୋହର ।ଝାଡ଼ି ଦେଉଛି ହେ ଶଙ୍କର ଦେଖ ପାପ ଝଙ୍କାର ॥
ନିନ୍ଦି ପ୍ରିୟ ମୋ ବିଷୟରେ ନୁହ ଆଉ ନିଷ୍ଠୁର ।ନିନ୍ଦା ପାଇବଟି ନିଶ୍ଚୟ ନ ରଖିଲେ ପାମର ॥
ଟାଳି ଦେଉଛି ଏ ବିପଦ ଟିକ କରେ ହେ ହର ।ଟାଣେ ବହି ଯେହ୍ନେ ତରୁକୁ ଉପାଡ଼ଇ ସମୀର ॥
ଠକପଣ କିପାଁ ମୋଠାରେ କରୁଅଛ ଆପଣ ।ଠଉରାଇଛି ମୁଁ ତୁମ୍ଭଙ୍କୁ କ୍ଷିତି ମଧ୍ୟରେ ଜାଣ ॥
ଡ଼ମ୍ବରୁଧରକୁ ଭରସା କରିଅଛି ଏ ଜଡ଼ ।ଡ଼ାକି ବରଦେଲେ କିରତି ଉଡ଼ିବଟି ହେ ମୁଡ଼ ॥
ଢ଼ଳହୁଳ ତେଜ ତୁମ୍ଭର ଢ଼ଳା ରୈାପ୍ୟ ଆକାର ।ଢ଼ୋକିଛି ସମୁଦ୍ର ଗରଳ ଢ଼ୋକ କରେ ହେ ହର ॥
ଅଣହେଲା କିପାଁ ମୋଠାରେ କରୁଅଛ ଆପଣ ।ଅଣିମାଦି ସିନ୍ଧି ଦେବାକୁ ଅଛି ତୁମ୍ଭର ଟାଣ ॥
ତରତର ହୋଇ ତୁମ୍ଭରି ପାଶେ ଆସିଛି ଧାଇଁ ।ତରଳିବେ ଦେଖି ତୁରିତେ ମୋତେ ପାର୍ବତୀସାଇଁ ॥
ଥକ୍କା ତୁମ୍ଭେ କିପାଁ ହେଉଛ ସ୍ଥାଣୁ ଶୁଣି ମୋ କଥା ।ଥାକଇ ପନ୍ଥାରେ ଭୁଜଗ ମନ୍ତ୍ର ପାଇଲେ ଯଥା ॥
ଦୁଷ୍ଟ ଦଶଶିର ଦର୍ପକୁ ଦଳିଅଛ ଆପଣ ।ଦୁରନ୍ତ ଦୁଃଖକୁ ଦେଖିଣ କିପାଁ ହୁଅ ଦାରୁଣ ॥
ଧବଳଚରଣପଦ୍ମକୁ ଧୋଇ ଦେଲେତୁମ୍ଭର ।ଧରିଣ ମୁ ହସ୍ତେ ପିଇବି ଧୃତି ହେବ ମୋ ହର ॥
ନଦେଖିଣ ଦିନ ନାଥଙ୍କୁ ଯେହ୍ନେ ନବନଳିନ ।ନ ପାଇ ଲେ ତୁମ୍ଭ ବଚନ ନୋହେ ମନ ପ୍ରସନ୍ନ ॥
ପରମମହିମା ତୁମ୍ଭର ପ୍ରଭୁ କେ ତାରେ କହି ।ପୃଥିବୀ କି ବୁଲି ବୁଲିଣ ପୁତ୍ର ନାହାନ୍ତି ପାଇ ॥
ଫଶିଧର କ୍ଲେଶ ପାଶରୁ ଫିଟି ଯିବାକୁ ମୁହିଁ ।ଫନ୍ଦା କରିଅଛି ତୁମ୍ଭକୁ ଫେଡ଼ ଅମ୍ବିକାସାଇଁ ॥
ବିଜୟ କରିଛ ବ୍ରହ୍ମାଣ୍ଡେ ବହୁ ଲିଙ୍ଗ ରୂପ ରେ ।ବର୍ଣ୍ଣିବାକୁ ନାମ ସାମର୍ଥ୍ୟ ଅଛି କାହାର ବାରେ ॥
ଭୁତନାଥ ଭବସାଗରେ ଭାସି ଯାଉଛି ମୁହିଁ ।ଭବାନୀଶ ମୋହ ଭରସା ଭାଙ୍ଗୁ ଅଛ କିପାଇଁ ॥
ମଙ୍ଗଳାର୍ଥ ଅଟେନାମଟି ମହାଦେବ ତୁମ୍ଭର ।ମନ୍ଦ କପାଳକୁ ମୋହର ବାମ ହେଉଛ ହର ॥
ଯେଉଁ ଜନ ଭଜେ ଯୋ ଗୀନ୍ଦ୍ର ଜାଣେ ତୁମ୍ଭରି ନାମ ।ଯମାଳୟ ସେହୁ ନ ଯାଏ ଯାଏ ତୁମ୍ଭରି ଧାମ ॥
ରାଶି ରାଶି ରୋଗି ଜନଙ୍କ ଲେଖତିନରିମାନ ।ରାତ୍ରି ନାଥ ପରି ନାଗୁଛ ରାଜରାଜ ପୂଜନ ॥
ଲମ୍ବୋଦରତାର ଦୁଃଖୀକୁ ଲକ୍ଷ୍ମୀ ଦେଲେ ତୁରିତ ।ଲାଭ ହୋଇବଟି କିରତି ଲୋକନାଥ ବହୁତ ॥
ବ୍ୟାଳହାର ବ୍ୟାଳ ବଳୟ ବାହୁବକ୍ଷେ ଧବଳ ।ବିଶେଷରେ ଶୋଭାପାଉଛି ବିଶ୍ୱନାଥ ତୁମ୍ଭର ॥
ଶରଣ ରକ୍ଷଣ ଅଟଇ ଶୟବୀନା ତୁମ୍ଭର ।ଶଙ୍କା କରି କିପାଁ ମୋପାଇ ନ ଫିଟାଅ ଈଶ୍ୱର ॥
ଷଡ଼ର୍ଦ୍ଧ ଲୋଚନ ଗରଳ ଷଟୁଦର ଆକାର ।ଷଡ଼ୈଶ୍ୱର୍ଯ୍ୟଶାଳୀ ଦିଶଇ ଶ୍ୱେତ କଣ୍ଠ ତୁମ୍ଭର ॥
ସାଗର ତନୟ ସପନ ସଦାଶିବଏ ଏନ ।ସରୋ ଜକୁ ଯେହ୍ନେ ନାଶଇ ଶୀତକାଳେ ତୁହୀନ ॥
ହତାଶ ହେଲାଣି ଏଜନ ବାଞ୍ଛା ଚକୋର ଜାଣ ।ଦହୁ ସତୀ ନାଥ ସବର ଦିଶ ଆଶା ଭବନ ॥
କ୍ଷିତିପତିବଶ ବିନାଗି ପ୍ରିୟ ମହୋକ୍ଷେଶ୍ୱର ।ଖେଦେ ନୀଳାମ୍ବର ବୋଲଇ ବାଞ୍ଛା ସଂପୂର୍ଣ୍ଣ କର ॥