ତୃତୀୟ ଭାଷା
୧୮୪୮–୧୯୧୮
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୫
- ସ୍ଥିତି
- ସାର୍ବଜନୀନ (Public domain)
ବିଶ୍ୱନାଥ ବୃଷଭ ପତି ବରାଗବ୍ୟାଳହାର ଲମ୍ବିତ ବକ୍ଷ ସୁଯଗଚୁକିନ ବାରାନିଧି ତରଶି ମିଶିବନାସନ୍ତୁଦୁରିତ ସେ ଶୂଳପାଣି
୧
ବିଦ୍ୟାଭିଳାସି ବଡ଼ସ୍ନେହି ବିବେକବିଲୋକନେ ତୁମ୍ଭର ମୁହିଁ ଉତ୍ସୁକବେଳୁଁ ବେଳ ହେଉଛି ପରାଣ ମିତବିପ୍ରବର ଆନନ୍ଦ ମୋହରି ଚିତ୍ତ
୨
ବରଗିଲା ଦିନରୁ ଏଠାରୁ ଲେଖାବସିଅଛି ମୁ ଚାହିଁ ବିଶ୍ୱାସି ସଖାବାହୁଡ଼ିବେ ବାରତା ବାରିଦ କେବେବରଷି ଆଶା ନଦୀ ପୁରାଇ ଦେବେ
୩
ବହୁ ଦିବସ ଚାହିଁ ଚାହିଁଣ ମୁହିଁବଡ଼ ଦୁଃଖିତ ମନ ହୋଇ ଅଛଇବିଚାରୁ ଅଛି ବସି ନିଶି ଦିବସବନା ଦୋଷରେ କିପାଁ କଲେନିରାଶ
୪
ବୁଝିଲା ନାହିଁ ମନ ବାରେକ ଆଉବଳାଇଣ ସମ୍ବାଦ ମୋହର ଯାଉବୁଝିଲି ଏହିବାର ବିଶ୍ୱାସ ପଣବାହାରରେ ମିଶାଣ ଅନ୍ତେ କଠିଣ
୫
ବଳେ ଦେଇଣ ମହା ତୃଷାରେ ବାରିବକ୍ତୁ ନିକଟୁ ଦେଖ ନେଲାଟି ହରିବଡ଼ ନିର୍ଦ୍ଦୟ ଅଟେ ଏହି ବିଧାତାବିହୁଛି ଆଣି ପ୍ରିୟ ବିଚ୍ଛେଦ ଚିନ୍ତା
୬
ବର୍ତ୍ତମାନ ଏଠାରେ ସର୍ବ କୁଶଳବିଦ୍ୟା ପଠନେ ମନ ବଡ଼ ଚଞ୍ଚଳବେଳେ ବେଳେ ହୁଅଇ ବନିତା ସ୍ନେହିବଳେ ଗ୍ରାସୁଛି ଗୃହ ଜଞ୍ଜାଳ ଅହି
୭
ବହୁତ ଥର ମନ ଏହି ସକଳେବିଚାରଇ ମୁଁ ବସି ଏକାନ୍ତ କାଳେବସତି ତାହାଙ୍କର ନିକଟେ ଥିଲେବୃଦ୍ଧି ହୁଅନ୍ତା ସ୍ନେହ ବେଳକୁ ବେଲେ
୮
ବର୍ଣ୍ଣିବାକୁ ତୁମ୍ଭର ସୁଗୁଣମାନକେବେ ନୁହଇ ମୁହିଁ କ୍ଷମତାପନ୍ନବଚନ ରଚନା ମୁଁ ଜାଣଇ ନାହିଁବୁଝିଣ ଦୋଷାଦୋଷ ଘେନିବି ନାହିଁ
୯
ବୋଲେ ନୀଳାମ୍ବର ଏ ପତ୍ରପ୍ରେରଣବୃହସ୍ଫତି ବାସର ସପ୍ତମୀ ଦିନବୃଶ୍ଚିକ ସଂକ୍ରମଣଶୁକଳ ପକ୍ଷବସୁ ସମୁଦ୍ର ଯୁକ୍ତ ଅଙ୍କ ପ୍ରତ୍ୟକ୍ଷ