ଲଙ୍କା ଚିଟାଉ — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପିଶୁଣ ସୁଜନେ ତପୋବନ୍ତପାର୍ବତି ଆଗେ ବିଶ୍ୱନାଥକହନ୍ତି ଗ୍ରନ୍ଥ ରାମାୟଣଶ୍ରୀ ରଘୁନାଥଙ୍କ ପୁରାଣ
୧
ଶୁଣ ପାର୍ବତି ଦେଇ ମନଲଙ୍କାକୁ ବିଜୟେ ଶ୍ରୀରାମଶ୍ରୀରାମ ସିନ୍ଧୁ ପାରିହୋଇଅଛନ୍ତି ସୁବଳୟା ରହି
୨
ପ୍ରଭାତୁ ଉଠି ବିଭୀଷଣଛାମୁରେ କଲାକ ଦର୍ଶନତାପଛେ ରାଜା ସୁଗ୍ରୀବରଅଙ୍ଗଦ ବାଳିର କୁମର
୩
ଗନ୍ଧମାର୍ଦନ ପନୁଶୀଳସଉରି ତୁଲେ ନଳନୀଳସୁଶେଣ ତୁଲେ ହନୁମନ୍ତଯମ୍ବବ ଆଦି ଏ ସମସ୍ତ
୪
ଏମନ୍ତେ କହିବଇଁ କେତେପଞ୍ଚାଶ ଯୁଥ ପତି ଯେତେସମସ୍ତେ କଲେଟି ଦର୍ଶନ୍ନଦନ୍ତଧାପନେ ବିଜେ ରାମ
୫
ଏମନ୍ତ ବେଳେ ଲଙ୍କାପୁରବାଦ୍ୟ ଶୁଭିଳା ଦୁରଦୁରଲଙ୍କାକୁ ସୁବଳୟା ଦେଶମଧ୍ୟରେ ଚଡ଼ା ଦଶନ୍ତ୍ରୋଶ
୬
ତେତେ ଦୂରକୁ ସେ ଶୁଭିଲାସୁବଳଗିରି ଦୁଲୁକିଲାଆଶ୍ଚର୍ଯ୍ୟ ହୋଇ ରଘୁନାଥଚାହିଁଲେ ବିଭୀଷଣ ମୁଖ
୭
ଶୁଣ ହୋ ରାଜା ବିଭୀଷଣଲଙ୍କାରେ ଶୁଭେ କି ଘୋଷଣକିଅବା ଜାନକୀକି ମୋରଯାଚି କି ଦେବ ଲଙ୍କେଶ୍ୱର
୮
ଏମନ୍ତ ମୁହିଁ ବିଚାରଇଏ ବାଦ୍ୟ ଶୁଭେ କାହିପାଇଁଏ ବାକ୍ୟ ଶୁଣି ବିଭୀଷଣନମିଲା ଶ୍ରୀ ରାମଚରଣ
୯
ଖଣ୍ଡେଦୂରକୁ ଘୁଞ୍ଚିଗଲାକରପତ୍ର ଯୋଡ଼ି ରହିଲାଭୋଦେବ ବ୍ରହ୍ମାଣ୍ଡ ଠାକୁରରାବଣ ବୋଲି ନାମଯାର
୧୦
ଯାହାର ପୁଷ୍ପକ ବିମାନଇନ୍ଦ୍ରଜିତ ଯାର ନନ୍ଦନକୁମ୍ଭକର୍ଣ୍ଣ ଯାର ସୋଦରରୁଧିର କରଇ ଆହାର
୧୧
ଆଠଶନ୍ତ୍ରୋଶ ଲଙ୍କାପୁରସବୁ ସୁବର୍ଣ୍ଣମୟ ଘରମେଘନାଦ ନାମେ ପାଚେରିଚାଳିଶି ନ୍ତ୍ରୋଶ ଉଚ୍ଚସରି
୧୨
ଦୁଇନ୍ତ୍ରୋଶ ଅଟେ ପ୍ରସାରଶୁଧ ସୁବର୍ଣ୍ଣ ହୀରାଚାଳଆଠଶ କୋଶ ଅଛି ବେଢ଼ିମଧ୍ୟରେ ଏ ଲଙ୍କାନବରି
୧୩
ପଞ୍ଚାଶ କୋଟୀ ବାଜେ ଭେରିଅଶିକୋଟୀ ବାଜେ ମହୁରିଚଉକୋଟୀ ବାଜଇ ଶଙ୍ଖସତୁରି ବୃନ୍ଦ ଯେ ଟମକ
୧୪
ତିନିକୋଟୀ ପଞ୍ଚାଶ ଲକ୍ଷଯାହାର ଗୃହେ ନାରିହଂସତହିଁରେ ପାଟମନ୍ଦୋଦରୀମହିଦୈତ୍ୟର ସେ କୁମାରୀ
୧୫
ଅଠରଗଣ୍ଡା ଯେ କୁମରତେରଶ ନାଳି ଯେ ତାହାରଯାହାର ଦ୍ୱାରେ ନିତିପତିବ୍ରହ୍ମା ଚାରିବେଦ ପଢ଼ନ୍ତି
୧୬
ଇନ୍ଦ୍ର ଯେ ଦ୍ୱାରପାଳ ହୋଇକୁବେର ଭଣ୍ଡାର ଖଟଇବରୁଣ ଛତ୍ର ଧରିଥାଇପବନ ଆଲଟ ପକାଇି
୧୭
ଚନ୍ଦ୍ର ଯେ ରାନ୍ଧି ଦ୍ୟନ୍ତି ଅନ୍ନଆଦିଯେ ଭାଙ୍ଗି ଦ୍ୟନ୍ତି ପାନଅଗ୍ନି ଯେ ବସନ କାଚଇଯମ ବୈଦ୍ୟପଣ କରଇ
୧୮
ସରସ୍ୱତୀ ପାଞ୍ଜି କହନ୍ତିଈଶ୍ୱର ସଭାରେ ନାଚନ୍ତିପାତାଳୁ ବାସୁକୀ ଯେ ଆସିରାତ୍ରେ ଲଙ୍କାରେ ଦଣ୍ଡୁ ଆସି
୧୯
ଏମନ୍ତ ମହିମା ଯାହାରତୋତେ କି ଡ଼ରେ ଲଙ୍କେଶ୍ୱରଏମନ୍ତ ବିଭୀଷଣ ବାଣୀଶୁଣି ତା ଶୋକେ ରଘୁମଣି
୨୦
ଲକ୍ଷ୍ମଣ ମୁଖକୁ ଚାହିଁଲେକପୋଳେ ହସ୍ତ ପକାଇଲେଶ୍ରୀରାମ ବୋଇଲେରେ ଭାଇଆଉ ଜାନକୀକି ନ ପାଇ
୨୧
ଏ କାହୁଁ ଜାଣିମେ ସମରଯୁଝିବେ ଦୈତ୍ୟଙ୍କ ସଙ୍ଗରବନସ୍ତେ ଫଳମୂଳଖାନ୍ତିକାଣଖଣ୍ଡାଏ ନ ଜାଣନ୍ତି
୨୨
ମୁଁ ଯେବେ ଏହା ଜାଣିଥାନ୍ତିସମୁଦ୍ର ଲଘିଂନ ଆସନ୍ତିଏବେ ମୁଁ ଲେଉଟିଣ ଯିବିଲୋକ ପୁଚ୍ଛିଲେ କିକହିବି
୨୩
ବୋଲିବେ ଶ୍ରୀରାମ ନ ଗଲେଅଧା ବାଟରୁ ବାହୁଡ଼ିଲେଏମନ୍ତ ବୋଲିବେ ଯେ ମୋତେଉପ ହାସିବେ ରାଜାପୁତ୍ରେ
୨୪
ଯେ ବଣ ଅଟେ କୀର୍ତ୍ତି କାରସେ ବଂଶେ ମୁ କୁଳଅଙ୍ଗାରମୋ ବଶେ ରାଜା ମାନଧାତାଦୀପ୍ତି ଯାହାର ଧାଇ ମାତା
୨୫
ଦୀଲିପି ପୁନ୍ତ୍ର ଭାଗୀରଥିଆକାଶ ଭାଗ କଲେ ସ୍ଥିତିପିତୃ ଲୋକକୁ ଉଦ୍ଧରିଲେଜଗତେ କଥା ରଖାଇଲେ
୨୬
ଏଥି ରାଜା ହରି ଚନ୍ଦନସପତ ଦୀପ ଏ ପ୍ରଦାନଆତ୍ମା ଭରିଯାକୁ ବିକିଲେବ୍ରାହ୍ମଣ ଚରଣେ ପୂଜିଲେ
୨୭
ମୋହର ପିତା ଦଶରଥଶନିଶ୍ଚରଙ୍କ ସଙ୍ଗେ ମିତ୍ରପ୍ରଥମେ ହେଲ ରାଜ୍ୟଭ୍ରଷ୍ଟଦ୍ୱିତୀୟେ ମଲେ ଦଶରଥ
୨୮
ତୃତୀୟେ ଅନ୍ନ ନ ମିଳିଲାଚତୁର୍ଥେ ନାରୀ ଚୋର ନେଲାପଞ୍ଚମେ ବୃକ୍ଷ ତଳେ ଘରସହିଲି ବରଷା କାକର
୨୯
ପିନ୍ଧିଲି ବୃକ୍ଷରୁ ବକ୍କଳବନେ ଭୁଞ୍ଜିଲି ଫଳମୂଳପଲଙ୍କ ଶଯ୍ୟା ପାସୋରିଲିପତ୍ରଶଯ୍ୟାରେ ଦିନନେଲି
୩୦
କର୍ପୁର କସ୍ତୁରି ତେଜିଲିଅଙ୍ଗେ ରଙ୍ଗମାଟି ବହିଲିକୁସୁମ ଗଭା ଶିରେ ନାହିଁଜଟାକୁ ଗଭା କଲି ମୁହିଁ
୩୧
ଏକଷ୍ଟ ମୋତେ ନ ବାଧନ୍ତାଯେବେ ମୋ ସତୀ କୋଳେ ଥାନ୍ତାଦିନେଟି ରଜନିର କାଳେଶୋଇ ଗୋ ଥିଲୁ ମୋର କୋଳେ
୩୨
ନିଦ୍ରାରେ ଜାଣି ନ ପାରିଲିପିଠିଦେଇ ତୋତେ ଶୋଇଲିତହିଁକି ତିନିଦିନ ସୀତାମୋତେ ଗୋ ନ କହିଲୁ କଥା
୩୩
ଏବେ ଗୋ ପୁରିଲା ବରଷସଖି ବଞ୍ଚିଛୁ କାହା ପାଶଆହା ମୋ ଜନକ ଦୁହିତାଦେଇଣ ଗଲୁ ଶୋକ ଚିନ୍ତା
୩୪
ଆହା ମୋ ଜନକ କୁମାରିପ୍ରଥମେ ଥିଲୁ ମୋତେ ବରିମଉ ଶଯ୍ୟାରେ ଗୋ ସଙ୍ଗାତକରାଇ ଥିଲୁ ଯେ ଶପଥ
୩୫
ମୋବିନୁ ଅନ୍ୟ ନାରୀ ସଙ୍ଗଶ୍ରୀରାମ କେବେ ନ କରିବତୋବାକ୍ୟ ମୁହିଁ ପ୍ରତେ କରିକୁଳଦୀପକୁ ଗୋ ଛୁଇଁଲି
୩୬
ମୋବାକ୍ୟ ଯେବେ ପର ମାଣବେଗେ ତୁ ଛୁଅଁ ହୁତାଶନଆଗୋ କୈକେୟି ଏହାକରୁସେବକ କରି ନ ରଖିଲୁ
୩୭
ମୁଁ କେଉଁ ଦୋଷ କଲିତୋରେମୋତେ ପେସିଲୁ ବନ ଘୋରେଦାସ ମୁ କଲି ନଦୀତୀରେଏ ଦଶାଥିଲା ମୋ କପାଳେ
୩୮
ଆରେ ଳକ୍ଷ୍ମଣ ବାବୁ ମୋରଚଳ ତୁ ଅଯୋଧ୍ୟା ନବରକହିବୁ ଭ୍ରାତ ସନ୍ନିଧରେଶ୍ରୀରାମ ଗଲେ ଦେଶାନ୍ତରେ
୩୯
ରାବଣ ସୀତା ହୁରି ନେଲାରାମ କପାଳେ ଏହା ଥିଲାୟା ଯେବେ ଭରତ ଶୁଣିବତକ୍ଷଣେ ଜୀବନ ଛାଡ଼ିବ
୪୦
ଶୁଣିବେ ମାର ଦୁଃଖ କର୍ମମାତାଏ ଛାଡ଼ିବେ ଜୀବନପ୍ରଳାଏ ଅନାଥ ହୋଇବେଅଯୋଧ୍ୟା ଛାଡ଼ି ପଳାଇବେ
୪୧
ବୁଡ଼ିଲା ସୁର୍ଯ୍ୟବଂଶ ମୋରପାଷାଣେ କଚାଡ଼ିଲେ ଶିରସୁଗ୍ରି ଅଙ୍ଗଦ ଯେତେ ଥିଲେଆହା ରାମବୋଲି ପଡ଼ିଲେ
୪୨
ଲକ୍ଷଣ ନିର୍ଘାତେ ପଡ଼ିଲାହନୁମନ୍ତ ରଡ଼ି ଛାଡ଼ିଲାସମୁଦ୍ର ପ୍ରାୟେକ ଗର୍ଜନଶୁଭଇ ସବୁରି ରୋଦନ
୪୩
ଏ ବାକ୍ୟ ଶୁଣି ହନୁମନ୍ତଉଠି ଯୋଡ଼ିଲା ବେନିହସ୍ତଖଣ୍ଡେଦୂରକୁ ଘୁଞ୍ଚିଗଲାକରପତ୍ର ଯୋଡ଼ି ରହିଲା
୪୪
ଭୋଦେବ ବ୍ରହ୍ମାଣ୍ଡଠାକୁରକାହାଚାରକୁ ତୋର ଡ଼ରଆଠଶ କୋଶ ଲଙ୍କାପୁରବାନ୍ଧିଆଣିବ ଲାଙ୍ଗୁଡ଼ର
୪୫
କହିଲେ ତୋର ଆଗେ ଦେବିନୋହିଲେ ସମୁଦ୍ରେ ମେଳିବିନୋହିଲେ ଛାଡ଼ିବି ନିଃଶ୍ୱାସଲଙ୍କା ଉଡ଼ିବ ଶତକୋଷ
୪୬
ଏ ବାକ୍ୟ ହନୁ ମୁଖୁ ଶୁଣିଶୋକ ଛାଡ଼ିଲେ ରଘୁମଣିହନୁ ମସ୍ତକେ ହସ୍ତ ଦେଲେସାଧୁ ସାଧୁ ପୁତ ବୋଇଲେ
୪୭
ସାଧୁ ଯେ ସାଧୁ ହନୁମନ୍ତସାଧୁ ଯେ ପବନର ସୁତବିପତ୍ତିକାଳେ ଯେଉଁ ଜନଧରି ନ ପାରେ ଧୈର୍ଯ୍ୟ ପଣ
୪୮
ଧଇର୍ଯ୍ୟ କରି ଯେ କହଇତାର ସମାନେ ବନ୍ଧୁ ନାହିର୍ବନ୍ଧୁ ମୋ ପବନ କୁମାରସାଖା ମୋ ଭଲ୍ଲୁକ ବାନର
୪୯
ଲଙ୍କାକୁ ବରଗିବା ଚାରବୁଝିବା ଦେବା ନ ଦେବାରମୁହିଁ ତ ନୁହେ ତା ବଇରୀକିପାଁ ଆଣିଲା ମୋର ନାରି
୫୦
ମୋହ ଘରଣୀ ମୋତେ ଦେଉନିଶ୍ଚିନ୍ତେ ଲଙ୍କା ପୁରେ ଥାଉନ ଦେଲେ ଛେଦିବ ତା ଶିରଲଙ୍କା ଉଡ଼ିବ ତନିପୁର
୫୧
ମୋତେ ମୋ ଲଇକ୍ଷଣ ରାଣଛୁଉଁଛି ଧନୁ ଶରାସନଏତେକ କହି ରଘୁନାଥପ୍ରତିଜ୍ଞା କରନ୍ତି ବହୁତ
୫୨
କହଇ ବିପ୍ର ଲକ୍ଷ୍ମୀଧରହେ ରାମ ମୋତେ କୃପା କରମୋ ଛାର ମନୁଷ୍ୟ ମାତରକି ଅବା କରିବି ଗୋଚର
୫୩
ଶ୍ରୀ ରାମ ଚରଣକୁ ଆଶଶରଣ ଲକ୍ଷ୍ମୀଧର ଦାସ
୫୪