ଦ୍ୱାଦଶ ଛାନ୍ଦ — ଚନ୍ଦ୍ରକଳା — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱାଦଶ ଛାନ୍ଦ
ରାଗ – ରାମକାରୀ
( ପରିଣୟ ମନ୍ତ୍ରାନନ୍ଦନ )ମସୀକେଶାରସ ରସିକେ ଶଣ ଏ ରସ ସ୍ନେହେ ।ମଣିମଞ୍ଜୁଳେଶ ମନ୍ତ୍ରୀକି ଆଣି ଏକାନ୍ତେ କହେ ।୧।ସୁତାପରିଣୟସୁତାପ ଶୀର୍ଣ୍ଣ କଲା ମୋ ଦେହ ।କି ବୁଦ୍ଧି ଏଥିକି ସୁବୁଦ୍ଧି ବଳେ ବିଚାରି କହ ।୨।ସଚିବ ତହିଁକି ବିରଚି ବହୁ ବିଚାରେ ଭାଷେ ।କହିବାର ମୋର ମହୀବାସବ ଘେନ ମାନସେ ।୩।ନାକରେ ଭୂଲୋକ ଯାକରେ ନାଗେ ଦେଲିନି ମନ ।ବରତମାନରେ ବର ତ ନାହିଁ ଜେମା ସମାନ ।୪।ଶାରଙ୍ଗଧରଙ୍କୁ ତ ରଙ୍କୁନେତ୍ରା ବୋଲିବା ନାହିଁ ।ବରିବ କରିବଦନଙ୍କ ଜନକଙ୍କୁ ସେ କେହି ।୫।ଚାରିବଦନଙ୍କୁ ପାରିବ ନାହି ଭୀତିରୁ ବରି ।ନତନୁ ତନୁବିହୀନି ତ ସେ କି କିଶୋରୀ ସରି ।୬।ବାସବ ତାହାର ଦାସବତହିଁ ହୋଇବେ ନିକି ।ଅସିତପକ୍ଷରେ ଶଶୀ ତ କ୍ଷୟ ଲଭେ କଳଙ୍କୀ ।୭।ପାଶୀକି ସୁକୁନ୍ଦହାସୀକି ମନେ ହସି ନ ଦେବ ।ଧନଦଙ୍କୁ କାହୁଁ ବନଦକେଶା ମନ ବଳିବ ।୮।କୁବେର ତ ନଳକୂବର ତହିଁ କ୍ଷମତା କାହିଁ ।ସୁରଭିତଦେହା ସୁରଭିଷଜେ ରସିବ ନାହିଁ ।୯।ମାରତଣ୍ଡରେ ଜେମା ରତମନା କେବେ ନୋହିବ ।ଜ୍ୱଳନେ ସୁଷମା କଳନେ ମତେ ନ ସ୍ଫୁରେ ଲବ ।୧୦।ଦ୍ୱାଦଶ ଛାନ୍ଦ
୧ । ମସୀକେଶା-କୃଷ୍ଣକେଶଯନ୍ତା ରମଣୀ । ୨ । ସୂତା ପରିଣୟ ସୁତାପ-କନ୍ୟାବିବାହର କଷ୍ଟ । ୩ । ମହୀବାସବ– ପୃଥିବୀର ଇନ୍ଦ୍ର ବା ମହୀନ୍ଦ୍ର । ୪ । ନାକରେ-ସ୍ୱର୍ଗରେ, ନାଗେ-ନାଗଲୋକରେ, ପାତାଳରେ । ୫ । ଶାରଙ୍ଗଧରଙ୍କୁ-ଶୃଙ୍ଗନିର୍ମିତ ଧନୁକୁ ଧରିଥିବା ବିଷ୍ଣୁଙ୍କୁ, ରଙ୍କୁନେତ୍ରା–ମୃଗନୟନା, ଚନ୍ଦ୍ରକଳା; କରିବଦନଜନକ ହାତୀମୁହାଁ ଗଣେଶଙ୍କ ପିତା ଶିବ । ୬ । ଚାରିବଦନ-ବ୍ରହ୍ମା, ନତନୁ-ତନୁବିହୀନ କନ୍ଦର୍ପର ତ ଶରୀର ନାହିଁ । ୭ । ବାସବ-ଇନ୍ଦ୍ର, ଦାସବତ–ଭୃତ୍ୟପରି; ଅସିତପକ୍ଷର ଶଶୀ-କୃଷ୍ଣପକ୍ଷର ଚନ୍ଦ୍ର । ୮। ପାଶୀ-ବରୁଣ, ଧନଦ-କୁବେର, ବନଦକେଶା ଘନକେଶ । ୯ । ନଳକୁବର-କୁବେରପୁତ୍ର, କୁବେର-କୁସିତ ରୂପଧାରୀ, ସୁରଭିଷଜେ- ଦୈବବୈଦ୍ୟ ଅଶ୍ୱିନୀକୁମାରଙ୍କଠାରେ । ୧୦ ।
ଶିଖିବାହନେ ସୁମୁଖୀ ବା ଭଜି ଲଭନ୍ତି ସୁଖ ।ପଞ୍ଚମରୁ ବଳେ ପ୍ରପଞ୍ଚ ବଳେ ତାହାଙ୍କ ମୁଖ ।୧୧।ସମରେ ଇତରେ ଅମରେ ପର କେହି ନ ଦିଶେ ।ପକ୍ଷରେ ଚିନ୍ତିବା ପକ୍ଷରେ ହାସ ସ୍ଫୁରେ ମାନସେ ।୧୨।ଅନ୍ଧରେ ପ୍ରକାରେ ଗନ୍ଧରବରେ ତାକୁ କେ ଦେବ ।ଭିନ୍ନରେ ଭାବିଲେ କିନ୍ନରେ ବର କାହୁଁ ଆସିବ ।୧୩।ଗ୍ରହରେ ଯେବେ ଆଗ୍ରହରେ ଖୋଜି ବସିବା ବର ।ଧିଷଣ କିଛି ଅଭୀଷଣ ଆଉ ନାହିଁ ସୁନ୍ଦର ।୧୪।ନାଗରେ କେ ଅବା ନାଗରେ ଥିବେ ନ ଥାଇ ଜାଣି ।ଭୋଗରେ ସେ ଅଧୋଭଗରେ ବଡ଼ ଦାରୁଣ ପୁଣି ।୧୫।ରସାରେ ମୋତେ ସୁସାରେ ନୃପତନୟ କେହି ।ରାଜନନ୍ଦନାର ଭାଜନ ହୋଇ ଦିଶଇ ନାହିଁ ।୧୬।
ଆନରେ ତ ଅନୁମାନରେ ତାହାର ଅନୁରୂପେ ।
ନ ଦିଶେ ସୁଷମା ନ ଦିଶେ ଭୂଷା ସପତଦ୍ୱୀପେ ।୧୭।
କବନବିଦ୍ୟାରେ ଭବନନ୍ଦନଠାରୁ ବଳିବ ।
ସରସଗୁଣେ ଶ୍ରୀହରଷ ଲଭୁଥିବ ଲାଘବ ।୧୮।
ଖଣ୍ଡିତ ନୋହିବା ପଣ୍ଡିତପଣେ ଶେଷକୁ ଜିଣି ।
ନାରଦଠାରୁ ବିଶାରଦ ହେବ ସଙ୍ଗୀତ ପୁଣି ।୧୯।
ବିଗ୍ରହ ଥାଇ ରବିଗ୍ରହ ପରି ପ୍ରତାପୀ ହେବ ।
ଜେମାର ସଦୃଶ ଯେ ମାର କରଗ୍ରହ କରିବ ।୨୦।
ଶିବକୁ ପ୍ରତ୍ୟହ ଶିବଙ୍କୁ ମନାଇଛି କେ ଯୁବା ।
କାଶୀରେ ଗିରିଜିମା ଶିରେ ଦେଇ ଅସଂଖ୍ୟ ଜବା ।୨୧।
ଗଙ୍ଗାତୀରଙ୍କର ସଂଗାତିଶୟ ପାବନବନେ ।
କରିଚି କେ ତପ ଧରି ଚିନ୍ମୟ ଦେହ ଭୁବନେ ।୨୨।
କଳପାନ୍ତ ଯାଏ ଜନପାନ ହିଁ ଦେଇ ବରଜି ।
ଶ୍ୱସନମାତ୍ରକ ଅଶନ କରି ହରିଙ୍କି ଭଳି ।୨୩।
ଜଳପ ତେଜି ସଂକଳପ କରି ଗରିଷ୍ଠ ଫଳ ।
ତଳପ କରି ଅନଳପ କାଳ ଧରିତ୍ରୀ ତଳ ।୨୪।
ଘରକୁ ପାସୋରି ଧରକୂଟର ଉଟଜେ ବସି ।
ଶୟନ ନ ଭଜି ନୟନ ନାସା ଅଗ୍ରେ ନିବେଶି ।୨୫।
ଯେ ଜପିଥିବ ତ ଶେଯପୀଠରେ ଶତବରଷ ।
ସେ ସିନା ଧରିବ ଏ ସୁନାଗୋରୀ କରସାରସ ।୨୬।
ମାର୍ତ୍ତଣ୍ଡ–ସୂର୍ଯ୍ୟ, ରତମନା–ଅନୁରକ୍ତ ଚିତ୍ତ, ଜ୍ୱଳନେ ସୁଷମା କଳନେ – ଅଗ୍ନିଙ୍କଠାରେ ସୌନ୍ଦର୍ଯ୍ୟ ଥିବା ବିଷୟରେ । ୧୧ । ଶିଖିବାହନ–କାର୍ତ୍ତିକେୟ, ପଞ୍ଚମରୁ ... ତାଙ୍କର ମୁହଁ ପାଞ୍ଚରୁ ଅଧିକ ଛଅଟି, ଏ କଥା ସଂସାରରୁ ବାହାର । ୧୨ । ସମରେ–ସମାନତାରେ, ପର-ଉତ୍କୃଷ୍ଟ । ଅନ୍ଧର ପ୍ରକାରେ- ଅନ୍ଧଭାବରେ । ୧୪ । ଧିଷଣ କିଛି ଅଭୀଷଣ-ବୃହସ୍ପତି କେତେକ ପରିମାଣରେ ଅଭୟଙ୍କର । ୧୫ । ନାଗରେ – ନାଗଲୋକରେ ଏବଂ ନାଗରମାନେ. ଭୋଗରେ-ଫଣାରେ, ଅଧୋଭାଗରେ– ନିମ୍ନଦେଶ ପାତାଳରେ । ୧୮ । କବନ ବିଦ୍ୟାରେ-କବିତ୍ୱ ସ୍ଫୁରଣରେ, ଭବନନ୍ଦନ- ଗଣେଶ, ଶ୍ରୀହର୍ଷ–ନୈଷଧ କାବ୍ୟ ପ୍ରଣେତା କବି । ୧୯ । ଶେଷ-ଶେଷଦେବ, ଫଣୀଶ୍ୱର । ୨୦ । ବିଗ୍ରହ-ଶରୀର, ମାର-କନ୍ଦର୍ପ । ୨୧ । ଶିବ ମହାଦେବ, ଶିବଙ୍କୁ ନିରନ୍ତର ମଙ୍ଗଳ ନିମିତ୍ତ । ଗିରିଜେମା-ପାର୍ବତୀ, ଅନ୍ନପୂର୍ଣ୍ଣା. ଜବା–ମନ୍ଦାରଫୁଲ । ୨୩ । ଜଳପାନହିଁ-ପାଣି ପିଇବା ମଧ୍ୟ, ଶ୍ୱସନ-ପବନ, ଅଶନ-ଭୋଜନ । ୨୪ । ଜଳପ-ଜଳ୍ପ, କଥା । ୨୫ । ଧରକୃଟରଊଟଜେ–ପର୍ବତଶୃଙ୍ଗସ୍ଥ କୁଡ଼ିଆରେ ।୨୬।
ଚରମାଦ୍ରିଯାଏ ଚରମାନଙ୍କୁ ପେଷିବା ଶିବେ ।ନିଦେଶମାଫିକେ ବିଦେଶଯାକ ବୁଝି ଆସିବେ ।୨୭।ବାଳୀବର ବର ଭାବେ ଯା ଛବି ହେବ ପ୍ରକଟ ।ରଙ୍ଗାଜୀବେ ଯିବେ ଆସିବେ ଲେଖି ତା ରୂପପଟ ।୨୮।ମାୟାନର ନରତନୟେ ଜାଣନ୍ତି ଇନ୍ଦ୍ରଜାଲେ ।ଆଜ୍ଞା ଦେବ ଦେବ ସେ ଯିବେ ଦେଶ ହେଜିବେ ଭଲେ ।୨୯।ଧୀରପଣେ ପଣେ ଅମରଗୁରୁ ଯିବେ ଓହରି ।ପୃଥିବୀରେ ବୀରେ ନ ଥିବେ ଯାହା କଳାକୁ ସରି ।୩୦।ସମ୍ପଦରେ ଦରେ ଶଙ୍କିବେ ଯାକୁ କୁଳିଶପାଣି ।ବଳି କର୍ଣ୍ଣ କର୍ଣ୍ଣ ଯା ଦାନ ଯଶ ନଥିବ ଶୁଣି ।୩୧।ଗୁଣରୂପରୁ ପୁରୁଷତା ଭାସ ମାତ୍ରକ ଥିବ ।ଅବଧାନ ଧାନ ପ୍ରମାଣେ ଯାହାଠାରେ ହୋଇବ ।୩୨।ସେହି ହେବ ଦେବ ସୁମତିମଣ୍ଡଳୀସଂକ୍ରନ୍ଦନ ।ଜେମାମଣି ମଣି ସଂଯୋଗବିଧାନରେ କୁନ୍ଦନ ।୩୩।ସ୍ୱୟମ୍ବର ବରବର୍ଣ୍ଣନା ମନେ ବାଞ୍ଚ୍ଥିବ ଅବା ।ମନୋରଥ ରଥସଞ୍ଚାର ପଥ କ୍ରମେ ଜାଣିବା ।୩୪।ଏ ବିଧିରେ ଧୀରେ କହନ୍ତି କନ୍ୟାରତନ ଛବି ।ତାହାର ସେ ରସେ ବଳିବା ଚିତ୍ତ ପ୍ରଧାନ ଭାବି ।୩୫।ଜନନୀର ନିରବଧିକ ଧନେ ବଳେ ଯେ ମତି ।ଜାଣି ତାତ ତା ତରଳତା ଲୋଡ଼େ ସୁଗୁଣଖ୍ୟାତି ।୩୬।ବନ୍ଧୁ କୁଳକୁ ଲଜ୍ଜା ନୋହେ କୁଳ ହେଲେ ନିର୍ମଳ ।ଚାକରଙ୍କ ରଙ୍କ ପଣରୁ ଭୋଜି କରନ୍ତି ମୂଳ ।୩୭।ମହତ୍ତ୍ୱ ମହତ୍ତମମାନେ ପ୍ରବଳାଇ କରନ୍ତି ।ଆନନ୍ଦ ଆନ ନର ନିନ୍ଦା ସ୍ତବ କରେ ଭରତି ।୩୮।ତଥାପି ତଥାପି ହୋଇବ ଦେବ ଦୁଃଖ ବିଚାର ।ମନୁଜ ମନୁଜନ୍ୟପୀଡ଼ା ନ ରଖନ୍ତୁ ଈଶ୍ୱର ।୩୯।ତରୁଣୀ ତ ଋଣୀ କରିଛି ତପେ ଦେବଙ୍କୁ ପୁର୍ବେ ।ଦେବ କି ଦେବ କିଶୋରୀକି ଦୁଖ ନ ସୁଝି ଏବେ ।୪୦।ସଚିବ ଶଚିବର ତୁଲ୍ୟ ନୃପ ଦୁହେଁ ଏପରି ।ମାନସମାନ ସମାଧାନ କରି ନେଲେ ଶର୍ବରୀ ।୪୧।ପ୍ରଭାତପ୍ରଭା ତରଣିଙ୍କ ସୂତ କଲେ ପ୍ରକାଶ ।ବାସବ-ବାସବତୀ ଦିଗ ହେଲା ଯୋଗନୀ ବେଶ ।୪୨।
କରିସାରସ-କରପଦ୍ମ । ୨୭ । ଚରମାଦ୍ରି-ଚରମାଚଳ, ପଶ୍ଚିମସୀମା ଶେଷ, ଶିବେ-ଶୁଭମୁହୁର୍ତ୍ତରେ । ୨୮ । ରଙ୍ଗାଜୀବେ-ଚିତ୍ରକରମାନେ । ୩୦ । ପଣେ ଅମରଗୁରୁ-ଅଶୀ ଜଣ ବୃହସ୍ପତି, ଓହରିଯିବେ– ପରାସ୍ତ ହେବେ । ୩୧ । କୁଳିଶପାଣି – ଇନ୍ଦ୍ର; ବଳି କର୍ଣ୍ଣ– ପ୍ରସିଦ୍ଧ ଦାତା ଦୁଇ ଜଣ, କର୍ଣ୍ଣ-କାନ । ୩୨ । ପୁରୁଷତାଭାସ--ପୌରୁଷର ସୂଚନା ବା ସଙ୍କେତ । ଅବଧାନ-ଚିତ୍ତର ଏକାଗ୍ରତା, ଧାନ ପ୍ରମାଣେ–ଅତି ଅଳ୍ପ ମାତ୍ରାରେ । ୩୩ । ସୁମତୀମଣ୍ଡଳୀସଂକ୍ରନ୍ଦନ– ପଣ୍ଡିତସମୂହର ଇନ୍ଦ୍ର, ଅର୍ଥାତ୍ ଶ୍ରେଷ୍ଠ ପଣ୍ଡିତ, କୁନ୍ଦନ-ସୁବର୍ଣ୍ଣ । ୩୪ । ମନୋରଥରଥ ସଞ୍ଚାରପଥ–ଅଭିଳାଷରୁପ ରଥର ଗତିପଥ ଅର୍ଥାତ୍ ଯେଉଁ ଦିଗରେ ଇଚ୍ଛା ତାହା । ୩୬ । ନିରବଧିକ ଧନେ- ପ୍ରଚୁର ସମ୍ପତ୍ତିରେ (ମା ଧନ ଖୋଜେ), ତା ତରଳତା–ଧନର ଅସ୍ଥିରତା, ସୁଗୁଣ ଖ୍ୟାତି – ଜ୍ଞାନର ପ୍ରଶଂସା । ୩୯ । ମନୁଜ ମନୁଜନ୍ୟପୀଡ଼ା ମନୁଷ୍ୟର ମାନସିକ ସନ୍ତାପ । ୪୧ । ସଚିବ-ମନ୍ତ୍ରୀ; ଶଚିବର – ଇନ୍ଦ୍ର । ୪୨ । ତରଣିଙ୍କ ସୂତ – ସୂର୍ଯ୍ୟ ସାରଥ ଅରୁଣ; ବାସବବାସବତୀଦିଗ-ଇନ୍ଦ୍ରଙ୍କ ଅଧ୍ୟଷ୍ଠିତ ପୂର୍ବଦିଗ; ଯୋଗିନୀବେଶ-ତାପସୀ ବେଶ;
ଅମ୍ବର ଅମ୍ବର କଷାୟ ପିନ୍ଧିବାରେ ରସିଲା ।ଦଣ୍ଡକ ଦଣ୍ଡକମଣ୍ଡଳୁ ଘେନି ସମୁଲ୍ଲାସିଲା ।୪୩।ହରଷେ ହରସେବନେରେ ମାଳୀ ହେଲା ବାହାର ।ସାରସସାର ଷଟପଦେ ପିଇ କଲେ ଝଙ୍କାର ।୪୪।କାରଣ ହେଲା ସେ ସମୟ କୋକଲୋକ ମୋଦର ।ଦରରୁ ଉଲୂକେ ନୋହିଲେ କୋରଡ଼ରୁ ବାହାର ।୪୫।ହାର ନୀହାରପରି ହେଲା ସ୍ତନେ ଅଭିରାମାର ।ମାରମାରଗଣ ବରଷା କିଛି ହେଲା ଓହର ।୪୬।ହରଣ କୁଳଟା ନୀବୀର କରୁଥିଲେ ଯେ ବିଟ ।ବିଟପିଚ୍ଛାୟାରେ ଛପିଲେ ଛାଡ଼ି ବହଳ ଖଟ ।୪୭।ଖଟଣୀ ଲୋକେ ଫିଟାଇଲେ ନୃପଦ୍ୱାର କବାଟ ।ବାଟଜଗାଙ୍କୁ ଅଭିସାରୀ ଦେଲେ ଭୂଷଣ ପାଟ ।୪୮।ପାଟବ ତମିସ୍ରପୁଞ୍ଜର ରବି କଲେ ବିପାଟ ।ପାଟଚ୍ଚରେ ତ୍ରାସେ ଆଶ୍ରୟ କଲେ ଅଚଳକୂଟ ।୪୯।କୂଟଯୋଧୀ ଦନୁଜଙ୍କର ଯେଉଁ ରାମ ମାରଣ ।ରଣମୁଖେ ସେ ଛୋଟରାୟ ନୃପତିର ଶରଣ ।୫୦।ପରିଣୟମନ୍ତ୍ରାନନ୍ଦନ ଜାଣ ଏ ଛାନ୍ଦ ନାମ ।ଏକ ପଞ୍ଚାଶତ ସଂଖ୍ୟକ ପଦେ ହେଲା ବିରାମ ।୫୧।
ଅମ୍ବର ... ଗେରିକବରୂପ ରକ୍ତବର୍ଣ୍ଣ ଆକାଶ । ୪୩ । ସାରସସାର–ପଦ୍ମର ମଧୁ ମକରନ୍ଦ । ୪୫ । କୋକଲୋକ-ଚକ୍ରବାକ ରାଜ୍ୟ; ଉକପେଚା । ୪୬ । ନୀହାରପରି-ତୁଷାର ପରି (ଶୀତଳ) । ମାରମାରଗଣ– କନ୍ଦର୍ପଶର; ଓହର-କ୍ଷୀଣ, ଅଳ୍ପ । ୪ । କୁଳଟା–ଅସତୀ ନାରୀ, ନୀବୀ–ସ୍ତ୍ରୀମାନଙ୍କ ଲୁଗାର ଅଣ୍ଟାଗଣ୍ଠି, ବିଟପିଛାୟା–ଗଛଛାଇ । ୪୮ । ଅଭିସାରୀ–ଅଭିସାରିକା ନାୟିକା । ୪୯ । ପାଟବ ତମିସ୍ରପୁଞ୍ଜର-ଘନ ଅନ୍ଧକାରସମୂହର, ବିପାଟ-ବିଦାରଣ, ପାଟଚ୍ଚର-ଚାର, ଅଚଳକୂଟ– ପର୍ବତ ଶିଖର । ୫୦ । କୂଟଯୋଧୀ-ମାୟା ଯୁଦ୍ଧକାରୀ । ୫୧ । ପରିଣୟ ମନ୍ତ୍ରାନନ୍ଦନ – ଆନନ୍ଦପ୍ରଦ ବିବାହ ମନ୍ତ୍ରଣା ।
ତ୍ରୟୋଦଶ ଛାନ୍ଦ
ରାଗ – ଚୋଖି
(କୁମାର ମୋହନ)ଶୁଣ ହେ ସୁହୃଦ ଜନେ ନବ ଯୁବରାଜ ଦିନେ ପୁର ବାହ୍ୟ ଉପବନ ମଣ୍ଡପେ ବସି ।ରାଜବଲ୍ଲଭ ପ୍ରମୁଖ ସଖାନିବହକୁ ସୁଖ ଦେଉଥିଲା ମୁଖ୍ୟ ଅକ୍ଷଳୀଳାରେ ରସି ।ଖଟନ୍ତି ସାମନ୍ତ କିଶୋରେ ।ଖଟିଥିଲେ ସାବଧାନ ହୋଇ ପାଶରେ ।୧।ଏ ସମୟେ କୁଞ୍ଜଦ୍ୱାରପାଳ ବେତ୍ରଲତାଧର ଧରଣୀ ହୃଦୟ ଶିରସ୍ପରଶ କରି ।ଜଣାଇଲା ଦିବ୍ୟ ଅବଧାନକୁ ଆସୁ ହେ ଦେବ ନଟ ଅଶେଷ ବିଭବ ବେଶସଞ୍ଚାରୀ ।ମାୟାମୟ ବିଦ୍ୟାକୁଶଳ ।ତବ ପାଦମୂଳ ଦରଶନରେ ଲୋଳ ।୨।କସାଇଛି କ୍ରମେ କ୍ରମେଳକ ତୁରଙ୍ଗ ଚରମେ ଦାମାମା ନାଗରା ଭୁରା ଅଛି ଅନେକ ।ବୁହାଇଛି ମତ୍ତଗଜ ସମଜରେ କରି ସଜ୍ଜ ଜାମ୍ବୁନାଦ ଜରୀତମ୍ବୁ ନେପଥ୍ୟ ଯାକ ।ଅତି ପଟୁ ତଯୁପଟଳୀ ।ମହୋନ୍ନତ ବଳୀବର୍ଦ ନୁହଇ କଳି ।୩।ସିଂହସହନନ ସାରମେୟ ଅଛନ୍ତି ଅପାର ମେଖବୁହା ଗଧ ଅଧଶତ ସମେତେ ।ପାଟୀର ଚର୍ଚ୍ଚିତସ୍ତନ ଘଟୀ କଞ୍ଚୁକ ଶୋଭନ ନଟୀ ଦଶ ଗୋଟି ସିଂହକଟୀ ସମସ୍ତେ ।ଗାନ ନରତନ ରୀତିରେ ।ଆନ ନର ତ ନ ଥିବେ ପୁଣି କ୍ଷିତିରେ ।୪।ତ୍ରୟୋଦଶ ଛାନ୍ଦ
୧ । ମୁଖ୍ୟ ଅକ୍ଷଲୀଳା-ପ୍ରଧାନ ପଶାଖେଳ । ୨ । କୁଞ୍ଜଦ୍ୱାରପାଳ-କୁଞ୍ଜଦ୍ୱାରର ଦ୍ୱାରୀ; ଧରଣୀହୃଦୟ ଶିର ସ୍ପରଶ କରି– ମାଟିରେ ବକ୍ଷ ଓ ମସ୍ତକ ଲଗାଇ ଅର୍ଥାତ୍ ସାଷ୍ଟାଙ୍ଗ ପ୍ରଣାମ କରି । ୩ । କସାଇଛି-ଦୃଢ଼ରୂପେ ବାନ୍ଧିଛି; କ୍ରମେଳକ–ଓଟ, ତୁରଙ୍ଗ–ଘୋଡ଼ା, ଚରମେ-ପିଠିରେ, ଦାମାମା ନାଗରାଭୁରା-ବାଦ୍ୟବିଶେଷ, ମତ୍ତଗଜସମଜରେ ବଡ଼ ବଡ଼ ହାତୀସମୂହଦ୍ୱାରା; ଜାମ୍ବନଦ ... ସୁନାଜରି ପଡ଼ିଥିବା ତମ୍ବୁ ଏବଂ ନେପଥ୍ୟ (ବେଶ) ସବୁ । ତଟୁପଟଳୀଛୋଟ ଘୋଡ଼ାସବୁ । ୪ । ସିଂହସଂହନନ ସାରମେୟ-ସିଂହପରି ଶରୀରବିଶିଷ୍ଟ କୁକୁର, ମେଖ-କୀଳା (ତମ୍ବୁ ଟାଣିବାପାଇଁ), ପାଟୀର-ଚନ୍ଦନ, କଞ୍ଚୁକ-କାଞ୍ଚଲା, ଗାନ
ଶୁଣି ଗୋତ୍ରାଧିପ ପୁତ୍ର ମିତ୍ର ସମ୍ମତିରେ ନେତ୍ରକୋଣକୁ କମ୍ପାଇ ଆସୁ ବୋଲି ସୂଚିଲା ।ଅବକାଶେ ଭେଟି ନଟ ଯୋଡ଼ି ରହି କରପୁଟ ଜୟ ପୂର୍ବ ସ୍ତବ ଭାଟ ପରି ରଟିଲା ।କଳପିଲା ହଟ କପଟ ।କଦଳୀତରୁ ତୋରଣ କନକପୁଟ ।୫।ଯୁବରାଜ ସଭା ଛାଡ଼ି ଯେତକ ନଟୀ ଅଜାଡ଼ି ହେଲେ ନାଟ ଦେଖିବାକୁ ମଣ୍ଡଳୀ ଘେରି ।ହୋଇ ତାଙ୍କ ନୀବୀ ଭ୍ରଂଶ ଜାତ ହେଲେ ରାଜହଂସ ତା ଦେଖି ହସିଲା ତାଠାରୁ ସେପରି ।ତହୁଁ ପୁଣି ଆକାଶେ ଚାହିଁ ।ଡାକିଲାରେ କାମଚଣ୍ଡି ରହିଲୁ କାହିଁ ।୬।ତହୁଁ ଆକାଶରୁ କାମମିଶା ବୃଦ୍ଧା ଅଟ୍ଟହାସ ସହିତେ ଶୁଭିଲା ଘୋର ଘର୍ଘରସ୍ୱରେ ।ସୁରତ ବିନା ନିମିଷ ହୋଇଛି ମତେ ବରଷ କର ରେ ମୋର ସନ୍ତୋଷ ନବକିଶୋରେ ।ଏତେ କହି ପଡ଼ିଲା ଖସି ।କାଳରାତ୍ରି ମୂର୍ତ୍ତି ତାତଳରୁ ସଦୃଶୀ ।୭।ଧବଳ ଝାଞ୍ଜରକେଶା ତହିଁ ପୁଣି ଲୋକହସା କ୍ରମୁକ ସଦୃଶ ଖୋସା ସଧ କରିଛି ।କାକ ବକ ପକ୍ଷଝରା ଦୃଷ୍ଟ ବିଦ ଚାରିସୋରା ବେଢ଼ରେ ବସନ୍ତ ତୋରା ଫୁଲ ଘେରିଛି ।ନେତ୍ର ତରୁକ୍ରୋଟର ପରା ।ଗୋଟାକରେ ଅଛି ମାତ୍ର ସଫେଦ ତାରା ।୮।ପୀନସଗଦ ବିକୃତ ନାସାବିଳ ବିନିର୍ଗତ ଲୋମ ନିକୁରମ୍ଭ ଚୁମ୍ବେ ଲମ୍ବ ଚିବୁକ ।କଞ୍ଚୁକ ହୁଗୁଳି ଗଳିବଳି ଢଳି କୁକ୍ଷିସ୍ଥଳୀ ଲୁଳି ହେଉଛି ଆନ୍ଦୋଳି ଯାହାର ବୁକ ।ଶଙ୍ଖ ମଣିମାଳା ଅନେକ ।ମଣ୍ଡିଛି ସେ ଚଣ୍ଡୀ ଗଳଗଣ୍ଡିଆ ବେକ ।୯।ତିନ୍ଦୁକ ଇନ୍ଧନ ଗୋରା ଦେହା ପୃଥୁଳପଞ୍ଜରା ଜରାଶୁଷ୍କଲାଙ୍ଗଳୀ କପୋଳ ନିତମ୍ବ ।ଘୋଡ଼ାଉଁ କାଷାୟ ବାସେ ଅଧ ଅଧମାଙ୍ଗେ ଦିଶେ କାସୀସ ଓଷ୍ଠୀର ଶ୍ୱେତ ଲୋମକଦମ୍ବ ।ତରୁଣଙ୍କୁ ଚାହିଁ ସଂକୋଚେ ।ରସନା କାମୋଡ଼ି ହସି ଅଳପ ନାଚେ ।୧୦।ପାଶେ ମିଳି ଯିବା ଯୁବାଚନଙ୍କୁ ସୂନଧନବା ବିକାର ଆତୁରେ କମ୍ପି ଭିଡ଼ଇ ଭୁଜେ ।ରଦବିହୀନବଦନା କରି ରସ ଆସ୍ୱାଦନା ଇଷି ଇଷି ଭାଷି ଶୋଷି ନୟନ ବୁଜେ ।ତା ବିକୃତ ଅନ୍ତରହିତ ।ହସାଇ ହସାଇ ହେଲା ଅନ୍ତରହିତ ।୧୧।
ନରତନରୀତିରେ–ଗାଇବା ଓ ନାଚିବାରେ । ୫ । ଗୋତ୍ରାଧୂପପୁତ୍ର–ରାଜପୁତ୍ର, କଳପିଲା ହଟକପଟ-ମାୟାପୂର୍ଣ୍ଣ ଇନ୍ଦ୍ରଜାଲ କଳ୍ପନା କଲା, କନକପୁଟ-ସୁନାପୁଟଦିଆ । ୬ । ନଟୀ-ବେଶ୍ୟା, ହୋଇ ତାଙ୍କ ନୀବିଭ୍ରଂଶ-ଖୋସଣୀ ଫିଟିଯାଇ । ୭ । କାଶମିଶା-କାଶରୋଗଯୁକ୍ତା, ନିମିଷ–କ୍ଷଣକାଳ । ୮। ଧବଳଝାଞ୍ଜରକେଶା– ଯାହାର କେଶ ଧଳା ଓ ପାତଳ, କ୍ରମୂକସଦୃଶ– ଗୁଆ ପରି କ୍ଷୁଦ୍ର, ସଧ କରିଛି–କୌତୁକରେ ବାନ୍ଧିଛି, କାକବକପକ୍ଷଝରା-କୁଆ ଓ ବଗ ପକ୍ଷୀ ଖୋସାରେ ଖୋସିଛି, ଦୁଷ୍ଟ ବିଦ ଚାରିସୋରା– ଦେଖାଯାଉଥିବା ଚାରିସରି ବିଦ, ବସନ୍ତତୋରା-– ହଳଦିଆ ବର୍ଣ୍ଣର ସୁନ୍ଦର (ଫୁଲ), ତରୁକ୍ରୋଟର ଗଛଖୋଲ । ୯ । ପୀନସଗଦବିକୃତ–ପୀନସ ରୋଗଦ୍ୱାରା ବିକାର ପ୍ରାପ୍ତ, ନିକୁରମ୍ବ-ସମୂହ, କୁକ୍ଷିସ୍ଥଳୀ-ଉଦରଦେଶ, ବୁକ-ବକ୍ଷସ୍ଥଳ (ସ୍ତନ), ଗଳଗଣ୍ଡିଆ ବେକ ଗଳଗଣ୍ଡ ରୋଗଯୁକ୍ତ ସ୍ଥଳ ବେକ । ୧୦ । ତିନ୍ଦୁକଇନ୍ଧନ –କେନ୍ଦୁକାଠ, ଜରା-ବାର୍ଦ୍ଧକ୍ୟ, ଶୁଷ୍କଲାଙ୍ଗଳୀ – କପୋଳନିତମ୍ବ, ଗଣ୍ଡଦେଶ ଓ ନିତମ୍ବ ଶୁଖିଲା ନଡ଼ିଆ ଭଳି, କାଷାୟବାସ––ଗେରୁଆ ଲୁଗା, କାସୀସଓଷ୍ଠୀ– ଯାହାର ଓଷ୍ଠର ବର୍ଷ ହୀରାକସ ବର୍ଷ ପରି ଛୋତା ବା ପୀତାଭ, ଲୋମକଦମ୍ବ–ରୋମସବୁ । ୧୧ ।
ପୁଣି ମାୟା ନାଗ ନାକ ନଗରୀ ନାଗରୀଯାକ ଜମା ହୋଇ ଜନ୍ମାଇଲେ ଦିବ୍ୟ ସଙ୍ଗୀତ ।ମିଶାଇ ଶଙ୍କରତପଭଞ୍ଜନଭଙ୍ଗୀ କଳାପ ମନ୍ଦମନ୍ଦହାସ ପରିହାସ ଇଙ୍ଗିତ ।ମେରୁଧୀର ନୃପକୁମାରତେବେ ହେଲେ ନ ଛାଡ଼ିଲା ଧଇର୍ଯ୍ୟ ସାର ।୧୨।ଏ ସମୟେ ଘନସାର – କସ୍ତୁରୀ – କୁଙ୍କୁମସାର- ଚନ୍ଦନସୁବାସୀ ମନ୍ଦବାତ ବହିଲା ।କେବଳ ମାତ୍ର ସେ ଜନାଧିନାଥନନ୍ଦନ ବିନା ଇତର ନରଙ୍କୁ କିଛି ଦୃଶ୍ୟ ନୋହିଲା ।ହେଲା ଦିବ୍ୟ ପୁଷ୍ପବରଷା ।ହେଲା ସୁରଧରାପରା ସେ ରଙ୍ଗରସା ।୧୩।ଶୁଭିଲା ମଣିମା ଡ଼ାକ ଅଧିପଲାଞ୍ଛନଯାକ ମଧ୍ୟେ ଦିଶିଲା କନକମୟ ପାଲିଙ୍କି ।ଜାମ୍ବୁନଦ ଚନ୍ଦ୍ର ପ୍ରଭାକର ପରଦାର ପ୍ରଭାବଶରୁ ପଡ଼ୁଥିଲା ପ୍ରଭା ଝଲକି ।ମଣ୍ଡପ ନିକଟ ଚତ୍ୱରେ ।ଅବତରନ୍ତେ ସେ ଯାନବର ସତ୍ୱରେ ।୧୪।ଉପବନକୁ ପବନ କେହି କମ୍ପାଉଛି ବନରୁହ ସୁଲୋଚନା ଅନା ବୋଲି କେ ବାଳା ।ପରଦା ଧରନ୍ତେ ଟେକି ମଣ୍ଡିଲା ସେ ଧରିତ୍ରୀକି ସଖୀ ଅଂସେ ଦେଇ ଭୁଜ ଚମ୍ବକାମାଳା ।ଝଟ କରି ପଡ଼ନ୍ତେ ଦୃଷ୍ଟି ।ସରିଗଲା କୁମାରର ବିବେକ ସୃଷ୍ଟି ।୧୫।ନବସ୍ନେହ ବିଶାରଦ ନୃପାତ୍ମଜ ସେ ଶାରଦସୁଧାମୟୂଖମୁଖୀର ଶୋଭା ବୀକ୍ଷଣେ ।ମକରାଧ୍ୱଜ ମୋହନ ସୂନଶିଳୀମୁଖ ମୁନ ବାଜି ବିଗତଚେତନ ହୋଇଲା କ୍ଷଣେ ।ମୋହନାବାସନେ ଅନାଇ ।ଭାବିଲା ଏ ସୁଷମା ତ ଦେଖିଲା ନାହିଁ ।୧୬।ନୂତନ ତମାଳମାଳ ନୀଳ ଶଇବଳ ବଳ ଦଳିତକଜ୍ୱଳ ଜଳଧର ସଙ୍ଘାତ ।ଏ ସବୁ ଛବି ପାତଳ ଏହାର କୁନ୍ତଳତଳ ବାମର ମରକତରୁ ନୋହେ ତ ଜାତ ।ଭ୍ରମରେ କେ ହେଲେ ଭ୍ରମରେ ।ବିଚାରିବ ଅଛି କିଛି ଏହା ସମରେ ।୧୭।ଲମ୍ବ କୁଞ୍ଚିତ କୋମଳ , ସଜଳଜ ପରିମଳ ନୋହେ ତ ମହେନ୍ଦ୍ରନୀଳ ତହିଁକି ତୁଳା ।ତମ ତମୋନୁଙ୍କର କରଣର ଭୟଙ୍କର ଏ ତ ମଣ୍ଡିଅଛି ଭୀରୁ ହେମପିୁତୁଳା ।ଏହା ଦ୍ୟୁତି ଆନରେ ନାହିଁ ।କଳାପୀର କଳାପେ ତ କଳାଏ ନାହିଁ ।୧୮।
ସୂନଧନବା-ପୃଷଧନ୍ୱା, କନ୍ଦର୍ପ; ବିକୃତ– ସ୍ୱଭାବର ଅନ୍ୟଥା ଭାବ, ବିକୃତ; ଅନ୍ତରହିତ–ଅନନ୍ତ, ପ୍ରଚୁର; ଅନ୍ତରହିତ ଅନ୍ତର୍ହିତ, ଅଦୃଶ୍ୟ । ୧୨ । ନାଗନାକନଗରୀ ନାଗରୀଯାକ–ପାତାଳ ଓ ସ୍ୱର୍ଗର ନଗରମାନଙ୍କର ଯୁବତୀମାନେ; ମେରୁଧୀର–ଦୃଢ଼ଚିତ୍ତ । ୧୩ । ଘନସାର-କର୍ପୂର; ସୁରଧରା-ସ୍ୱର୍ଗ; ରଙ୍ଗରସା–କ୍ରୀଡ଼ାମଞ୍ଚ । ୧୪ । ଅଧିପଲାଞ୍ଚନ-ରାଜଚିହ୍ନ; ଜାମ୍ବୁନଦ-ସୁବର୍ଣ୍ଣ, ପ୍ରଭାକର ସୂର୍ଯ୍ୟ; ପରଦାର ପ୍ରଭାବବଶରୁ-କନାଟିବାଡ଼ ଆଗରେ ଥିବାରୁ, ଚତ୍ୱର–ଅଗଣା; ଯାନବର-ଶ୍ରେଷ୍ଠଯାନ, ପାଲିଙ୍କି । ୧୫ । ବନରୁହସୁଲୋଚନା– ପଦ୍ମନେତ୍ରା, ଅଂସେ-କାନ୍ଧରେ । ୧୬ । ମକରଧ୍ୱଜ ... କନ୍ଦର୍ପର ମୋହଜନକ ଫୁଲଶରର ମୁନ, ବାଜି କ୍ଷଣକ ମଧ୍ୟରେ ଅଜ୍ଞାନ ହୋଇଗଲା, ସୁଷମା–ପରମଶୋଭା । ୧୭ । ଶଇବଳ– ଶିଉଳି, ବଳ-ଶକ୍ତି; ଭୁଲରେ । ୧୮ । ଜଳଧରସଙ୍ଘାତ– ମେଘସମୂହ, ଭ୍ରମରେ-ଭଅଁରଠାରେ, ଭ୍ରମରେ ସକଳଜପରିମଳ– ପଦ୍ମଗନ୍ଧଯୁକ୍ତ, ମହେନ୍ଦ୍ରନୀଳ-ଇନ୍ଦ୍ରନୀଳମଣି, ତମ–ରାହୁ ବା ଅନ୍ଧକାର,
ଏକା ଏ କାମିନୀ ଧନ୍ୟ ଭଲା ଲଲାଟ ଲାବଣ୍ୟ ସୁନାମୟ କେତେକ ତ ନାହିଁ ଏ ଶିରୀ ।ବଳକ୍ଷପକ୍ଷ ଅଷ୍ଟମୀ ସୁଧାଂଶୁ ଖେ ଭ୍ରମି ଭ୍ରମି ଶ୍ରମୁଁ ରହିଛି କି ଜମି ଦିଶେ ଏପରି ।କି ଚିକ୍କଣ କି ଝଳିମନ୍ତ ।ଦେଖା ନାହିଁ ଲେଖା ଲେଖାପୁରେ ଏମନ୍ତ ।୧୯।ବିମଳ ସୁନ୍ଦର ଦରପଣ ସହୋଦର ଦରହାସୀର ଭାସୁର ସୁରଞ୍ଜନ କପୋଳ ।କେଡ଼େ ମନୋହର ହରମୋହନ ରୁଚି ରୁଚିର କେଳି କଳନ ମନ୍ଦିର ଏ ଗଣ୍ଡସ୍ଥଳ ।ଥରେ ଏଥି ଚୁମ୍ବିଲେ ରସେ ।ବୋଲାଇବ ନିଖିଳ ତରୁଣେଶ୍ୱର ସେ ।୨୦।ଆହା ଏ ହେମନିଭାଙ୍ଗୀ ଭୂରୁଯୁଗ ଭଙ୍ଗ ଭାଙ୍ଗି ଦେଉଛି ନୀଳଭୁଜଙ୍ଗା ଗର୍ବକୁ ଖେଳେ ।କମ୍ପାଇବ ମନ ମନସିଜ ଶରାସନ ସନକଙ୍କର ଚେତନ ତ ନ ରହିବ ତିଳେ ।ଯୁବ ମର୍ମକଟା କତୁରୀ ।ସମ୍ପାଦି କି କମ୍ପାଉଛି ଗୋରୀ ଚତୁରୀ ।୨୧।ସୁଧାରସ ହଳାହଳ ମିଶାମିଶି ଚଳାଚଳ ଯତିଧୃତିବଳାବଳ ବିଚାରଶୀଳ ।ଚିତ୍ରାଲୋକସସମ୍ଭ୍ରମ ଚମୂରୁ ଚକ୍ଷୁଚାରିମ ମଦବିମର୍ଦନକ୍ଷମ ନେତ୍ରଯୁଗଳ ।ଲାଞ୍ଜ ମଞ୍ଜୁତର ଅଞ୍ଜନ ।ଯୋଗୁଁ ଖଞ୍ଜରୀପୁଞ୍ଜ ଗର୍ବଗଞ୍ଜନ ।୨୨।ନୀଳ ଇନ୍ଦୀବରବର ସୁରଭିବାସର ସରସିଜ ବିଲୋଳ ଶଫର ଏ ଆଦି ଯେତେ ।ଶିଖିଲେ ହେଁ ବାରବାର ଏ ନେତ୍ର ଶୋଭାର ଭାର ବହି ମହୀ ମୋହି ପାରିବେ କି କିଞ୍ଚିତେ ।କି ଆନୀଳ ତରଳତାରା ।ମସାରନିର୍ମିତ ଖେଳା ମିଳିନ୍ଦ ପରା ।୨୩।ମାର ମାରଗଣ ଗଣ ରଖିବାକୁ ତିଳତୂଣ ବିରଞ୍ଚି ରଚିଛି ଯୋଷା ନାସା କପଟେ ।କୀର କି ରହିଛି ଲୁଳି କରକର ବୀଜାବଳିରଦର ଦମ୍ଭେ ଥିବାରୁ ବିମ୍ବ ନିକଟେ ।ନୂଆ ଯଉବନ ଗୁମାନ ।ପୁଟ ଉଲ୍ଲାସରୁ ସ୍ଫୁଟ କରିଛି ଧନ ।୨୪।
ତମୋନୁଦ-ସୂର୍ଯ୍ୟ ବା ଚନ୍ଦ୍ର; କରଣ–ଶରୀର, କଳାପୀ–ମୟୁର, । ୧୯ । ସୁନାମୟକେତକ – ସ୍ୱର୍ଣ୍ଣନିମିତ କେତକୀଫୁଲ, ପାଖୁଡ଼ା, ବଳକ୍ଷପକ୍ଷ-ଶୁକ୍ଳପକ୍ଷ, ସୁଧାଂଶୁ-ଚନ୍ଦ୍ର, ଖେ–ଆକାଶରେ, ଝାଳିମନ୍ତ-କାନ୍ତିଯୁକ୍ତ ଲେଖା-ଚିତ୍ର, ଲେଖାପୁରେ-ସ୍ୱର୍ଗରେ । ୨୦ । ଦରପଣ-ସହୋଦର-ଦର୍ପଣତୁଲ୍ୟ, ଭାସୁର–ଉତ୍କଳ । ୨୧ । ହେମନିଭାଙ୍ଗୀ–ସୁବର୍ଣତୁଲ୍ୟ ଅଙ୍ଗ ଯାହାର, ମନସିଜଶରାସନ–କାମଧେନୁ, ସନକ–ପ୍ରସିଦ୍ଧ ସଂଯମୀ ଋଷି । ୨୨ । ସୁଧାରସ –ଅମୃତ, । ହଳାହଳବିଷ, ଚିତ୍ରାଲୋକ ସସଂଭ୍ରମ– ଅଦ୍ଭୁତ ଦର୍ଶନରେ ଉଦ୍ବିଗ୍ନ, ଚମୁରୁଚକ୍ଷୁ ... ତାହାର ନେତ୍ରଦ୍ୱୟ ଚଞ୍ଚଳ ଉଦ୍ବିଗ୍ନ ଚମୂରୁମୃଗର ଚକ୍ଷୁ ଗର୍ବ ଧ୍ୱଂସ କରିବାରେ ପାରଗ । ୨୩ । ସୁରଭିବାସରସରସିଜ–ବସନ୍ତକାଳରେ ଫୁଟିଥିବା ପଦ୍ମ, ବିଲୋଳଶଫରଚଞ୍ଚଳ ଦଣ୍ଡିକିରି ବା କେରାଣ୍ଡି ମାଛ, ଆନୀଳ-ଈଷତ୍ ନୀଳ, ତରଳ ତାରା–ଚକ୍ଷୁର ଗୋଲକ, ମସାର– ଇନ୍ଦ୍ରନୀଳମଣି, ମିଳିନ୍ଦ–ଭ୍ରମର । ୨୪ । ତିଳତୁଣ-ରାଶିଫୁଲରେ ନିର୍ମିତ ଶରମୁଣା, କୀର–ଶୁଆ (ନାସାସହିତ ଉପମିତ), କରକ–ଡାଳିମ୍ବ, ରଦର ଦସ୍ତେ-ଦନ୍ତବ୍ୟାଜରେ
ଏ ଶ୍ରୁତି ଦ୍ୟୁତିପଟଳୀ ଚାହିଁ କେ ନ ଯିବ ଟଳି କେ ବୋଲେ ହିରଣ୍ୟ ଦଳି ଗଢ଼ିବା ପାଶି ।କଞ୍ଜାସନ ରୂପମାନଙ୍କରେ ଏହା ଉପମାନ ରଖି ପାରି ନାହିଁ ହୋଇ ମହାଆୟାସୀ ।ଳଜ୍ଜାଲବବିହୀନ ମନେ ।ଶସ୍କୁଳୀ ବୋଲନ୍ତି ଅତି ଦୁଷ୍କଳୀ ଜନେ ।୨୫।ବାଳାର ଦଶନାମ୍ବର ଜିଣିଛି ପକ୍ୱ ବିମ୍ବର ସଉଭାଗ୍ୟ ଆଡ଼ମ୍ବରକୁ ଶୋଣଗୁଣେ ।ସିନ୍ଦୂର ମନ୍ଦାର ନବ କିଶଳୟ ବନ୍ଧୁଜୀବ କୁରୁବିନ୍ଦବୃନ୍ଦକୁ ତ ହେଳାରେ ଜିଣେ ।ଲେଖିଛି କା ଭାଲେ ଦଇବ ।ଏଥୁ ସୁଧାକୁ ବସୁଧା ଲୋକେ ପିଇବ ।୨୬।ସ୍ୱରୂପ ସରୁଚୁମ୍ବନେ ଥିଲେ ହେଁ ବିଲଜ୍ଜ ମନେ ରୁଚିର ଚିବୁକର ହୁଅନ୍ତା ସଦୃଶ ।ତାହାର ନାହିଁ ମୂରତି ଏହାର ନାହିଁ ଜଗତୀତଳେ ତିଳେ ଉପମିତି ଏଣୁ ଲୋକେଶ ।ଅତୁଲ୍ୟ ଏ ବୋଲି ଜଗତେ ।ଅଙ୍ଗୁଳିଅଗ୍ରରେ ଚିହ୍ନ ଦେଇଛି ଅନ୍ତେ ।୨୭।ବିଭାବରୀବର ତୁଳ ଶ୍ରୀମୁଖ କି ବରତୁଳ ମୋ ନେତ୍ର କି ବରତ୍ୱ ଲଭିଲା ଲୋକନ ।ଏହାର ସୁ – ଆଦରଶ ଲଭୁଥିଲେ ଆଦରଶମଣ୍ଡଳରେ ଆଦର ସଞ୍ଚିବ କେ ଜନ ।କଳାକୁ କି ତୁଲ୍ୟ ଏହାର ।ମଳିନ ପଙ୍କସଙ୍କର ନଳିନ ଛାର ।୨୮।ବାଣୀ ବାଣୀଙ୍କର କରବିପଞ୍ଚୀ ପଞ୍ଚମ ତାରସ୍ୱର ସ୍ୱର ଜୂର କରିଅଛି କି ସତେ ।ମଧୁମଧୁ ଝରି ଝରି ନ ଧରିବ ଏ ମାଧୁରୀଧୁରୀଣତାକୁ ଏପରି ହୋଏ ପରତେ ।ମୁଖପେୟ ପୀୟୁଷରସ ।ଏ ତ ଶ୍ରୁତିପଥେ ପିଉ ପୀୟୁଷରସ ।୨୯।ଭୃଙ୍ଗୀ ଶୁକ ପିକରକ ସୁଭଗରବ ଗରବ ରବାର ବଡ଼ାଇ କରି ଦେଇଛି ଦୂର ।ବର୍ଣ୍ଣ ବର୍ଣ୍ଣକରେ କରେ କରେ ମହେନ୍ଦ୍ରଲୋକରେ ନ ମିଳିବା ଶିରୀ ଶିରୀଷାଙ୍ଗୀର ଗିର ।ଏହି ଗିରେ ସ୍ନେହ ଆଳାପ ।ବାଜିବ ଯା କର୍ଣ୍ଣେ ତାର ପୁଣ୍ୟ ଅମାପ ।୩୦।ଅପୋତ ଶୁଦ୍ଧ କାଞ୍ଚନ କପୋତ କାନ୍ତି ବଞ୍ଚନ ଗଳାର ଲାବଣ୍ୟ ଧନ୍ୟ ଧନ୍ୟ ଏହାର ।କମ୍ବୁ ଶମ୍ବୁଙ୍କ କଳପ ଦର ବୋଇଲେ ଅଳପ ଅର୍ଥାନ୍ତରୁ ଭୟ ରୂପ ହୋଏ ଏହାର ।କିଶୋରୀକଷ୍ଠର ଶିରୀକି ।କନକ କଲଶ ଗ୍ରୀବା ହେଲେ ସରି କି ।୩୧।ଅଂସ ଦରନତ ବରସମ୍ପଦ ରମା ରୂପର ପରମ ମୃଦୁଳ ମୂଳ ଗଜଶୁଣ୍ଡାର ।ନିଲୋମ କୋମଳ କକ୍ଷ ହେବ କେଉଁ ଧନ୍ୟ ତିକ୍ଷକରଜମୁନର ମୁଖ୍ୟସୁଖ ଭଣ୍ଡାର ।କେଉଁ ପୁଣ୍ୟେ ଏ ମୃଦୁବାହା ।କାହାର ହାରସଙ୍ଗନୀ ହେବଟି ଆହା ।୩୨।ଏ ବାହୁ ଯୁଗଳଗଳ ପ୍ରଦେଶରେ ସମୁଜ୍ଜ୍ୱଳ ମୃଦୁଅଳଙ୍କୃତିଫଳ ଦେବ ଯାହାର ।ମୃଣାଳଲହରୀବଲ୍ଲୀ ପାଶ ଚମ୍ପାମାଳା ବୋଲି ତାହାରୁ ବଦନୁ ହୋଇବ କି ବାହାର ।ଦେବଲତା ନବ ପଲ୍ଲବେ ।ଦେବ କେ ଏ ପଞ୍ଚଶାଖେ ସ୍ୱରୂପ ଲବେ ।୩୩।ଅଙ୍ଗୁଳି କଳିବାକଳି ଦେଇଅଛି କି କବଳି ନବ କିଶଳୟାବଳି ମୃଦୁଳତାକୁ ।ଅନ୍ଧ ନୋହି କେହି ହେଲେ ଗନ୍ଧଫଳିରେ ତୁଳିଲେ ବନ୍ଧନରେ ରୁନ୍ଧିବର ଉଚିତ ତାକୁ ।ଧନ୍ୟ ହୀରାଙ୍କୁ ରକରଜା ।ତ୍ରିଜଗତୀ ଯୁବତୀକଦମ୍ବଙ୍କ ରଜା ।୩୪।ଚରମ ଚାରୁ ନିର୍ମଳ ପରମ ରମ୍ୟ କୋମଳ ଭରମକଦଳୀଦଳାରୁ ବଳିବ ।ଧରମରେ ଧୂରନ୍ଧର କରମବନ୍ତଜନର ନରମ ସମୟେ କରତଳେ ଖେଳିବ ।ଏ କି ଦିବ୍ୟ କାଞ୍ଚନ ମହୀ ।ବେଣୀ କଳାଫଣୀ ଚାଲି ଲାଞ୍ଚଳ ଯିହିଁ ।୩୫।କୁଚକୁ ଚକ୍ର ଯୁଗଳ କନକନଗ ଶ୍ରୀଫଳ ତୁମ୍ବୀ କୁମ୍ଭିକୁମ୍ଭସ୍ଥଳ ଏତେ ଉପମା ।ବାଳାର ଏ ପୟୋଧର ସୁଧାସମ୍ପୂଟସୋଦର କଳି ନୋହେ ମହତ୍ତର ଲାବଣ୍ୟ ସୀମା ।ଏ ଯୋଗ କି ମୋତେ ହୋଇବ ।ଛଇଳା ଏ ସ୍ତନେ ମୋ ଛାତିକ ଛୁଇଁବ ।୩୬।
ଗିର–କଥା, ଅମାପ–ପ୍ରଚୁର । ୩୧ । ଅପୋତ-ପ୍ରୋଢ଼, କମ୍ୱୁ-ଶଙ୍ଖ, ଶମ୍ଭୁଙ୍କକଳପ-ଶିବସଦୃଶ, ଦର–ଶଙ୍ଖ ଓ ଭୟ; ଶିରୀ–ସୌନ୍ଦର୍ଯ୍ୟ, କନକ କଲଶଗ୍ରୀବା ସୁନାମାଠିଆର ବେକ । ୩୨ । ଅଂସ କାନ୍ଧ, ଦରନତ–ଅଳ୍ପ ଅବନତ, ଗଜଶୁଣ୍ଡା-ହାତୀଶୁଣ୍ଡ । କକ୍ଷ–କାଖ, ତୀକ୍ଷ-ତୀକ୍ଷ୍ଣ, କରଜମୁନ– ନଖମୁନ, ମୁଖ୍ୟସୁଖ-ପ୍ରଧାନ ସୁଖ । ୩୩ । ଅଳଂକୃତି––ଅଳଙ୍କାର, ମୃଣାଳ-ପଦ୍ମନାଡ଼, ବଲ୍ଲରୀ-ଲତା (ଏଗୁଡ଼ିକ ବାହୁର ଉପମା ହୁଏ) ଦେବଲତାନବପଲ୍ଲବେ–କଳ୍ପଲତାର ନୂତନ ପତ୍ରରେ, ପଞ୍ଚଶାଖେ–(ପଞ୍ଚମାଙ୍ଗୁଳିରୁପ ଶାଖା ଥିବାରୁ) କରରେ । ୩୪ । ଅଙ୍ଗୁଳିକଳିକାବଳି– ଆଙ୍ଗୁଳିରୂପ ପୁଷ୍ପକଢ଼ସବୁ । କବଳି ଦେଇଛି-ଗ୍ରାସ କରି ଦେଇଛି, ପରାସ୍ତ କରି ଦେଇଛି; ମୃଦୁଳତା–କୋମଳତା, ଗନ୍ଧଫଳି-ଚମ୍ପାକଢ଼ି, ହୀରାଙ୍କର କରଜା–ହୀରାର ଅଙ୍କୁର ପରି ନଖ ଯାହାର; ଯୁବତୀକଦମ୍ବ-ଯୁବତୀସମୂହ । ୩୫ । ଚରମ–ପୃଷ୍ଠଦେଶ; ଭରମକଦଳୀଦଳ–ସୁନା କଦଳୀପତ୍ର; ନରମ ସମୟେ-କ୍ରୀଡ଼ାବେଳେ, ବେଣୀକଳାଫଣୀ–ବେଣୀରୂପ କଳା ସାପ, ଲାଞ୍ଚନ-କଳଙ୍କ ବା ଚିହ୍ନ । ୩୬ । ଚକ୍ରଯୁଗଳ– ଚକୁଆଚକୋଇ ପକ୍ଷୀ ଦୁହେଁ, କନକନଗ–ମେରୁ ପର୍ବତ, ଶ୍ରୀଫଳନଡ଼ିଆ, ତୁମ୍ଭୀ–ଲାଉ, କୁମ୍ଭିକୁମ୍ଭ-ହାତୀର ଗଣ୍ଡସ୍ଥଳ, ସୁଧାସଂପୁଟସୋଦର –ଅମୃତପୂର୍ଣ୍ଣ ଫରୁଆ ପରି । ୩୭ ।
ପେଟ ଥିଲେ ପଟୁପୁଟପାକ ପ୍ରସିଦ୍ଧ ପୁରଟ ବଟଦଳ ପ୍ରତିଭଟ ଅବା ବୋଲନ୍ତି ।ସ୍ତନ ମନସିଜ କେଳି – ବଡ଼ଭୀସୋପାନାବଳିକ୍ରୟରୁ ସିନା ପ୍ରଜ୍ଜ୍ୱଳି ରହିଛି କାନ୍ତି ।ନବ ରୋମାରାଜି କପଟ ।ଏକି ବଡ଼ଭୀକି ନୀଳ ରତନ ବାଟ ।୩୭।ବାଳା ଊରୋଜଯୁଗଳ ବ୍ୟାଜ ରଜନୀ – କମଳ ଚୁମ୍ବ ଲୋଭେ ନାଭିବିଳ ଗର୍ଭରୁ ଧାଇଁ ।ଅଛି କି ମିଳିନ୍ଦଶ୍ରଣୀ କି ମରକତନିଃଶ୍ରେଣୀ ବକ୍ଷୋଜ ସୁଷମା ରାମା ସଞ୍ଚାର ପାଇଁ ।କିବା ମାର କରିଛି ମାୟା ।ନିଜ ଝଣ୍ଡା ନ ଦିଶି ଦିଶୁଛି ତା ଛାୟା ।୩୮।ନବୀନ ବିଳାସବତୀ ତନୁ ତ ନୂତନଦ୍ୟୁତି ତରଙ୍ଗଣୀ ଏ ତ୍ରୀବଳି ତାର ଲହରୀ ।ନବ ରୋମରାଜି ନୀଳ ଦୀର୍ଘ ସୂକ୍ଷ୍ମ ଶଇବଳ ଗଭୀର ନାଭି ବିମଳତର ଭଉଁରୀ ।ଏଥି ଯେବେ ତରୁଣ ଚିତ୍ତ ।ପଡ଼ିଯିବ ବଞ୍ଚିବାକୁ ନାହିଁ ଆୟତ୍ତ ।୩୯।ପାଟୀର ଚହଟୀକଟୀ ହଟିଛି ଯୁବକରଟି ରିପୁ ମଧ୍ୟ ପରିପାଟୀ ଲୁଟି ନେବାରେ ।ସମସ୍ତେ ପଦାନ୍ତେ ନିତି ବିସର୍ଗ କରୁଛି ସ୍ଥିତ ଡାକି ଡାକି ଡାକି ମରେ ନିଶି ଦିବାରେ ।ଏହା ଶୋଭା ଭୁବନେ ନାହିଁ ।ଅଧର ର୍ନିମିତ ବେଦୀ ମଧ୍ୟରେ କାହିଁ ।୪୦।ବରବର୍ଣ୍ଣିନୀର ନିରନ୍ତରେ ମନ୍ମଥରଥର ଚକ୍ରଚାରୁ ନିତମ୍ବକୁ ଘେନିଲେ ଚିତ୍ତେ ।ଜାମ୍ବୁନଦ ତୁମ୍ବୀ ଶିରୀ ଅବଲମ୍ବୀ ଫରି ପରି ହେଉଛି ପରତେ ରତେ କି ହେବ ସତେ ।ବିପରୀତେ ରହିଛି ପରା ।ମନସିଜ ରାଜାର ବିଜୟ ନାଗରା ।୪୧।ନେତ୍ର ହେଉଛି ଆଚ୍ଛନ୍ନ ନେତ୍ରେ ନୋହେ ବିଲୋକନ କନକମୟ ପୁଳିନ ଘନ ଜଘନ ।କି ଅବା ମୀନକେତନ ଅଭିଷେକ ସିଂହାସନ କରନ୍ତା ମୋତେ ବସନ ପଙ୍କଜାସନ ।ଆସ୍ତରଣ ହୁଅନ୍ତି ସୁଖେ ।ନ କରି ନଜର ମନୋଜର ବିଶିଖେ ।୪୨।
ପୂରଟବଟଦଳ–ସୁନା ତିଆରି ବରପତ୍ର, ପ୍ରତିଭଟ–ସମକକ୍ଷ, କେଳିବଡ଼ଭୀ-କ୍ରୀଡ଼ା ଅଟ୍ଟାଳିକା, ନୀଳରତନବାଟ–ଇନ୍ଦ୍ରନୀଳମଣିରେ ନିର୍ମିତ ପାହାଚ । ୩୮ । ରଜନୀ-କମଳ– ମୁଦ୍ରିତପଦ୍ମ ( ରାତ୍ରିରେ ପଦ୍ମ ମୁଦ୍ରିତ ଥାଏ) । ମିଳିନ୍ଦଶ୍ରେଣୀ-ଭ୍ରମରଦଳ (ରୋମାବଳିରୂପ), ମରକତନିଃଶ୍ରେଣୀ-ମରକତମଣିରେ ନିର୍ମିତ ନିଶୁଣୀ, ଝଣ୍ଡା-ପତାକା । ୩୯ । ତନୁ– ଶରୀର, ନୂତନ ଦ୍ୟୁତିତରଙ୍ଗିଣୀ-ନୂତନ ଶୋଭାର ନଦୀ । ୪୦ । ପାଟୀର ଚହଟୀକଟି – ଚନ୍ଦନବାସିନୀର କଟିଦେଶ, ହଟିଛି-ବଳାତ୍କାର କରିଛି, ଯୁବ–ଯୁବକ, କରଟୀ-ହାତୀ, ଯୁବକରଟିରିପୁ ମଧ୍ୟ ପରିପାଟୀ-ଯୁବକସିଂହର କଟିର ସୌଷ୍ଠବକୁ । ପଦାନ୍ତେ-ବିଭକ୍ତିଯୁକ୍ତ ଶବ୍ଦ ଶେଷରେ ଓ ପାଦତଳେ, ବିସର୍ଗ-‘8’ ଏହି ବିସର୍ଗ ଚିହ୍ନ (କଟୀ ସଙ୍ଗେ ଏହା ଉପମିତ ହୁଏ), ଡାକି–ଡମରୁ, ଡାକି ଡାକି-ଶବ୍ଦ କରି କରି । ଅଧର ନିର୍ମିତ ... ଯଜ୍ଞ ବେଦୀର ମଧ୍ୟଭାଗରେ ସୁଦ୍ଧା ନାହିଁ (ସ୍ତ୍ରୀମାନଙ୍କୁ ବେଦୀବିଲଗୃମଧ୍ୟ କୁହାଯାଏ) । ୪୧ । ନିରନ୍ତର-ସାନ୍ଦ୍ର, ନିବିଡ଼ । ଜାମ୍ବୁନଦ ... ସୁନା ଲାଉ ପରି ସୁନ୍ଦର; ଫରି ପରି–ଢାଲ ପରି । ୪୨ । କନକମୟପୁଳିନ-ସ୍ୱର୍ଣ୍ଣମୟ ତୀରଭୂମି, ଘନଜଘନ-ନିବିଡ଼ ଜଙ୍ଘ, ବସନ-ଆଚ୍ଛାଦନ ବସ୍ତ୍ର, । ଆସ୍ତରଣ–ଆଚ୍ଛାଦନ ପଙ୍କଜାସନ ବ୍ରହ୍ମା, ବସ୍ତ୍ର, ନଜର ଦୃଷ୍ଟି, ମନୋଜର
ପ୍ରତୀତି ହୁଅଇ ପ୍ରତି ପ୍ରତୀକ କାନ୍ତି ସନ୍ତତି ଅନୁରୂପବନ୍ତ ଅନ୍ତ ମନୋଜଦାସ ।ନବ ନବନୀତି ନିତି ସାରସ୍ୱର୍ଣ୍ଣ ପରିଣତି ବହଳ ତାମ୍ବୁଳେ ଥିବ ସରୋଜବାସ ।ନବ ଲୋମସ୍ତୋମ ହରଷ ।ଇନ୍ଦ୍ରଗୋପପୃଷ୍ଠ ସମ ସୁଖସ୍ପରଶ ।୪୩।ଏ ଊରୁ ଶୋଭା ସମ୍ଭାର ନାହିଁ ତ ହେବ ରମ୍ଭାର ଏହା ତୁଳାକୁ କି କରଭର ଭରସା ।କଲଭ ଲଭିବ ନାସା ଦଣ୍ଡେ କି ଏହା ପ୍ରଶଂସା ରସାଳସା ରସାଶୟ ସଦୃଶଦୃଶା ।କି ଭାଗ୍ୟ କି ଏ ନୟନପଥ ।ମଣ୍ଡିଲା ପୂର୍ଣ୍ଣ କରିବି କି ମନୋରଥ ।୪୪।ଜଙ୍ଘାତ ହାଟକସ୍ତମ୍ଭ ସଙ୍ଘାତ ଗରବାରମ୍ଭ ସଙ୍ଘାତ ଘାତବିଧିର ଅଧ୍ୱରଯୂପ ।ଚରଣଯୁଗଳ ଛବି ବରନି ନ ପାରି ଦବି ରହିଛି ପୂର୍ବରୁ ଭାବି ଶ୍ରୀହସ୍ତରୂପ ।ଶଶୀକି ନ ଜାଣିଲା ମୁଖ ।ଦାରା ତାରାଭୟେ ଭଜି ହେଲେ କି ନଖ ।୪୫।ଗମନ ମତମାତ୍ତଙ୍ଗରାଜ ରଥଚରଣାଙ୍କ ଗରବ ଗରିମ ଭଙ୍ଗ ପଟୁତ୍ୱସୀମା ।ଶିରୀଷମାଳ ମାଳତୀ ନବୀନ ଲହୁଣୀ ପ୍ରତିଭଟ ସିନା ଘଟସ୍ତନା ତନୁମ୍ରଦିମା ।କି ହେବଟି ସେବିଲେ ପାଶେ ।ବିକଚ କମଳବନୀ ପରାୟେ ବାସେ ।୪୬।ଏପରି ନାଗରମଣୀ ସେବିତ ନାଗରୀମଣି ପ୍ରୀତି ବିନା ଗର ମଣି ତେଡ଼େ ବିଭବ ।ମଦନଦରଦନ୍ତୀର ଦଶାରେ ଦିବସାନ୍ତର ହୁଅନ୍ତେ ନଟପ୍ରକଟ କଲା ପ୍ରଭାବ ।ଦିନ ଥାଉ ହେଲା ତ୍ରିଯାମା ।ପିନ୍ଧିଲା ବ୍ୟୋମ ଅନ୍ଧାର ସୁନୀଳଜାମା ।୪୭।ନ ଦିଶିଲେ ସଖା ଆଳୀ ଜିଣିଲା ପ୍ରଦୀପାବଳୀ ଜଳି ଲଳିତଉଦରୀ ତନୁ କମ୍ପିଲା ।ମିଶିଗଲା ଚାରିନେତ୍ର ଦିଶିଭଲା ଦୁଇଗାତ୍ର ସପୁଲକ ହୋଇ ସ୍ମରଶରେ କମ୍ପିଲା ।ଊରୁ ଊରୁ କରଚିବୁକେ ।ଜନ୍ମିଲା ବେପଥୁ ଦୁଇ ଶ୍ରୀଅଙ୍ଗ ଯାକେ ।୪୮।
ବିଶିଖ-କନ୍ଦର୍ପବାଣ । ୪୩ । ପ୍ରତିପ୍ରତୀକ...ପ୍ରତି ଇନ୍ଦ୍ରିୟର ଲାବଣ୍ୟସମୂହର ଅନରୂପ ମନୋଜବାସ-କାମଗୃହ, ସ୍ତ୍ରୀଚିହ୍ନ । ସାରସ୍ୱର୍ଣ୍ଣ ପରିଣତି–ଉତ୍କୃଷ୍ଟ ସୁବର୍ଣ୍ଣର ଅବସ୍ଥାନ୍ତର ପ୍ରାପ୍ତି, ସ୍ତୋମ-ସମୂହ । ଇନ୍ଦ୍ରଗୋପପୃଷ୍ଠ– ସାଧବାଣୀପୋକର ପିଠିପରି । ୪୪ । ଶୋଭାସମ୍ଭାର–ସୌନ୍ଦର୍ଯ୍ୟସଂଗ୍ରହ, ହେମରମ୍ଭା– ସୁବର୍ଣ୍ଣ କଦଳୀ, କରଭ-ମଣିବନ୍ଧଠାରୁ କାଣୀ । ଆଙ୍ଗୁଠି ଶେଷ ପର୍ଯ୍ୟନ୍ତ କରତଳର ବହିର୍ଭାଗ ( ଜରୁ ସଙ୍ଗେ ଉପମିତ), କଲଭ-ହାତୀଛୁଆ ନାସାଦଣ୍ଡ-ଶୁଣ୍ଢ । ରସାଳସା-ରସମୁଗ୍ଧା, ରସାଶୟ ସଦୃଶଦୃଶା-ରସର ଆଧାର ସୂରୁପ ଚକ୍ଷୁ ଯାହାର । ୪୫ । ହାଟକସ୍ତମ୍ଭ–ସୁନା ଖମ୍ବ, ଗରବାରମ୍ଭ ସଂଘାତ~ଅହଙ୍କାର ସମୁହର, ଘାତ ବିଧରେ-ହତ୍ୟା ବ୍ୟାପାରରେ, ଅରଯୁପ– ଯଜ୍ଞସ୍ତମ୍ଭ (ଯଜ୍ଞରେ ପଶୁକୁ ଯୁପରେ ବାନ୍ଧି ହତ୍ୟା କରାଯାଏ) । ଶ୍ରୀହସ୍ତରୂପ-ସରସ୍ୱତୀଙ୍କର ହସ୍ତର ରୂପ, ଦାରାତାରା-ତାରକାରୂପ ସ୍ତ୍ରୀମାନେ (ତାରାମାନେ ଚନ୍ଦ୍ରଙ୍କ ସ୍ତ୍ରୀରୂପେ କଳ୍ପିତ) । ୪୬ । ଏ ସ୍ତ୍ରୀର ଗତି ମତ୍ତମାତଙ୍ଗରାଜ (ମତ୍ତହସ୍ତୀ ଶ୍ରେଷ୍ଠ)ର, ରଥଚରଣାଙ୍ଗ–(ରଥଚକ୍ର)ର ଗର୍ବ ଧ୍ୱଂସ କରିବାରେ ନିପୁଣ, ପ୍ରତିଭଟ-ପ୍ରତିଯୋଦ୍ଧା, ସମସ୍କନ୍ଧ; ତନୁମୁଦିନା–ଶରୀରର ମୁଦୂତା; ବିକଚକମଳବନୀ–ପ୍ରସ୍ତୁଟିତ ପଦ୍ମବନ । ୪୭ । ନାଗରମଣି ସେବିତ ... ନାଗକନ୍ୟାମାନେ ଯାହାକୁ ସେବା କରୁଥିଲେ । ନାଗରୀମଣି ପ୍ରୀତିକି ... ସେହି ନାଗରୀଶ୍ରେଷ୍ଠାର ପ୍ରୀତିତୁଳନାରେ ପ୍ରଚୁର ବିଭବକୁ ଗର ମଣି (ବିଷ ଜ୍ଞାନ କରି), ମଦନଦର-ଦନ୍ତୀ-କାମଭୟରୂପ ହସ୍ତୀ; ଦିବସାନ୍ତର-ଦିବାବସାନ, ନଟ-ଐନ୍ଦ୍ରଜାଲିକ, ତ୍ରିଯାମା– ରାତ୍ରି । ୪୮ । ଉପସ୍ଥିତ ସଖା ଓ ସଖୀମାନଙ୍କୁ ଦେଖାଗଲା ନାହିଁ । ଜଳି-ଚକ୍ଚକ୍
ଧନରେ ମୁଁ ମହାଗଜଘୋଷ ମହେନ୍ଦ୍ର ତନୁଜ ଧନହେ ମୁଁ ସରସିଜକୁଳଦୁଲାଳୀ ।ଏତେ ମାତ୍ର ସାଳାପରେ ପ୍ରସୂନଚାପ – ରୋଗରେ ଗଳା ଗୁନ୍ଥାପରି ଦୁଇ ଶରୀର ଝାଳି ।ପରସ୍ପର ରଦନବାସ ।ନିବିଡ଼େ ପୀଡ଼ି ପିଇଲେ ତହୁଁ ପୀୟୁଷ ।୪୯।ଗର୍ଭକେତକୀ ପାଖୁଡ଼ୀ ଗୋରୀ ସ୍ନେହେ ଦେଲା ଭିଡ଼ି ଚରମରେ ବୁଡ଼ି ବୁଡି ସଞ୍ଚା ରହିଲା ।ଦୁହିଙ୍କ ତାମ୍ବୁଳବୋଳ ମଣ୍ଡି ଦୁଇ ଓଷ୍ଠଦଳ ତହିଁ ଦନ୍ତକ୍ଷତଲକ୍ଷ୍ମୀ ସଞ୍ଚାର ହେଲା ।ସୁଖ ବ୍ରହ୍ମାନନ୍ଦ ଅମଳେ ।କିଶୋର କିଶୋରୀ ଦୁହେଁ ଅଚେଷ୍ଟ ହେଲେ ।୫୦।ଏକାଳେ ମୋହନ ଡାକି ବଜାଇ ସେ ନଟଟେକି ଶାବରମନ୍ତ୍ରରେ କି କି ଗାଇଲା ଗୀତ ।ମାୟା ଜେମା ଆଦି ନଟ ବିଧି ହେଲା ଅପ୍ରଟକ କ୍ରମେ ଆପେ ହେଲା ପୁଣି ଅନ୍ତରହିତ ।ଦିବସ ବିବଶ ହୋଇଲା ।ରବିକର ମାୟାନିଶାମସୀ ଧୋଇଲା ।୫୧।ସେ ଦିନ ସେହି ସମୟେ ଚନ୍ଦ୍ରକଳା ସ୍ୱନିଳେୟ ପ୍ରମୋଦମୋଦହୃଦୟେ ପହୁଡ଼ି ଥିଲା ।ତ୍ରିପୁରସୁନ୍ଦରୀ ପରସାଦୁଁ ଅନଙ୍ଗସୁନ୍ଦର ସମ୍ଭୋଗ ସୁମନୋହର ସ୍ୱପନ ହେଲା ।ମାୟା ସ୍ୱପନଭଙ୍ଗେ ସେ ଦୁହେଁ ।ଭାଜି ହୋଇଲେ ବିରହ ଅନଳଦାହେ ।୫୨।ତଥାପି ଭୂପୁରନ୍ଦର ସୁତ ଅନଙ୍ଗସୁନ୍ଦର ମରଜି ଧୈର୍ଯ୍ୟମନ୍ଦର ପରି ଉଭାରି ।ମଦନାଗ୍ନି ଦରନ୍ତରେ ଦହିଲେହେଁ ହୃଦନ୍ତର ପ୍ରକାଶ ନକରି ରଖୁଥାଏ ଉଭାରି ।କ୍ରମେ କ୍ରମେ ମାତ୍ର ଇଙ୍ଗିତେ ।ରାଜବଲ୍ଲଭକୁ ଜଣା କରାଏ କେତେ ।୫୩।ଜୀମୂତ ତମାଳକାନ୍ତ ଚନ୍ଦ୍ରମୁକୁଟ ଭୂଷିତ ଅଚଳାଙ୍ଗ ଭବାନାଥ ଶିବ ଶ୍ରୀରାମ ।ରାମଚନ୍ଦ୍ରଦେବ କ୍ଷିତିପୁରନ୍ଦର ହୃଦେ ନିତି କରିବେ କି ନିଜ ତେଜ ପ୍ରକାଶ ଧାମ ।କୁମାର ମୋହନ ଏ ଛାନ୍ଦ ।ବେଦାଧିକ ପଞ୍ଚାଶତସଂଖ୍ୟକ ପଦ ।୫୪।
ହୋଇ, ଲଳିତାଉଦରୀ-ଲଳିତ ଉଦରଯୁକ୍ତା (ମାୟା ଯୁବତୀ), ସପୁଲକ-ରୋମାଞ୍ଚିତ, ବେପଥୁ- କମ୍ପ । ୪୯ । ପ୍ରସୂନଚାପରୋପରେ- କନ୍ଦର୍ପବାଣରେ, ଗୁନ୍ଥା ପରି-ଗୁଛା ହେଲା ପରି । ଝାଳିଗଲା-ପରସ୍ପର ମିଶିଗଲା, ରଦନବାସ-ଅଧର । ୫୦ । ଚରମରେ-ପିଠିରେ, ସଞ୍ଚା- ଚିହ୍ନ, ଦନ୍ତକ୍ଷତଲକ୍ଷ୍ମୀ-ଦନ୍ତାଘାତଜନିତ ଶୋଭା, ଅଚେଷ୍ଟ–ଅଜ୍ଞାନ । ୫୧ । ମୋହନଡାକି – ବିମୋହନ ଡମ୍ବରୁ, ରବିକର ... ସୂର୍ଯ୍ୟରଶି ଦ୍ୱାରା ମାୟାରାତ୍ରିର କାଳିମା ଧୋଇ ହୋଇଗଲା, ଅର୍ଥାତ୍ ମାୟାରାତ୍ରି ଉଭେଇଗଲା; ସୂର୍ଯ୍ୟ କିରଣ ଦିଶିଲା । ୫୨ । ତ୍ରିପୁରସୁନ୍ଦରୀ-ଚନ୍ଦ୍ରକଳାର ଇଷ୍ଟଦେବୀ । ୫୩ । ମରଜି-ହୃଦୟରେ, ଉଭାରି–ଦଣ୍ଡାୟମାନ ହୋଇ, ଉଭାରି– ଘୋଡ଼ାଇ । ୫୪ । ଜୀମୂତତମାଳକାନ୍ତ–ମେଘ ଓ ତମାଳବୃକ୍ଷ ପରି କମନୀୟ (ଶ୍ରୀରାମ), ଅଚଳାଙ୍ଗଭବାନାଥ-ପାର୍ବତୀପତି (ଶିବ), ସୀତାପତି (ଶ୍ରୀରାମ) ।