ଚତୁର୍ଦ୍ଦଶ ଛାନ୍ଦ — ଚନ୍ଦ୍ରକଳା — ବଳଦେବ ରଥ · ସ୍ୱର୍ଣ୍ଣଲିପିନ କଲେ ପହିଲୁ ନ କରି ସେ ଅଙ୍ଗୀକାର ।
ଅଙ୍ଗୀକାର କରି ପରିତ୍ୟାଗ କରିବାର ।
ନ୍ୟାୟପଥରୁ ଫିଟିଲା ।
ଶରଣପ୍ରପନ୍ନ ଜନ ଭରସା ତୁଟିଲା ।୧୧।
କ୍ଷଣେ ଖଟି ନାହିଁ ରଙ୍ଗରାଜୀବ ପା ତଳ ।
ବିନା ଅପରାଧେ ହେଲା ସେ ସ୍ନେହ ପାତଳ ।
ମନ୍ଦଭାଗିନୀ ତ ମୁହିଁ ।
ଅପରାଧ ହେବା ସେବା ଭଳି କାଳ କାହିଁ ।୧୨।
ଅକାଳ ଜନଦମୁକ୍ତ ସଲିଳଶୀକର ।
ପଡ଼ିବା ସମୟେ ଚଞ୍ଚୁପୁଟେ ଚାତକର ।
କାହିଁ ବହି ପବମାନ ।
ଭାଙ୍ଗିଲା ଚାତକ ଆଶାତରୁ ପବମାନ ।୧୩।
ଧନରେ ମୁଁ ମହାଗଜଘୋଷ ନୃପସୁତ ।
ଏହି ମତେ ମନ୍ତ୍ରି ହଳାହଳ କି ଅମୃତ ।
ଦନ୍ତଚେଳୁ ପିଆଇଲ ।
ଚୋରାଇ ଚେତନ ନାରୀ ବୋଲି ଜୀଆଇଲ ।୧୪।
ସେ ଅମଳ ସମୟେ କି ଦେଲେ ଗାଢ଼େ ଭିଡ଼ି ।
ଲଗାଇ ମାଣିକ୍ୟମଣିକରକଶ ଚୂଡ଼ୀ ।
ମୃଦୁ ତନୁକୁ ବାଧିଲା ।
ତହୁଁ ଦିବ୍ୟଚିତ୍ତ କି କ୍ରୋଧକୁ ଆରାଧିଲା ।୧୫।
ଆହେ ପଣ୍ଡିତମଉଳି – ମଣ୍ଡଳୀମଣ୍ଡନ ।
ଅଜ୍ଞାତ ଦୋଷକୁ ରୋଷ ଆହୁରି କେ ଘେନ ।
ଆହେ କ୍ଷମାଗୁଣସୀମା ।
ଦୋଷ କରିଥିଲେ ତିନିବାର କରି କ୍ଷମା ।୧୬।
ଜଗତୀଭୂଷଣ ହେ କୁସୁମାୟୁଧରୁଚି ।
ଅଞ୍ଚଳ ପ୍ରସାରି ଦନ୍ତେ ମୁଁ ତୃଣ ଧରୁଚି ।
କରୁଅଛି ଦଣ୍ଡବତ ।
ଶୁଣାଅ ସୁମଧୁର ଭାରତୀ ଖଣ୍ଡବତ ।୧୭।
ବହିବି ଲାଗି କଠାଉ ସରବଦା ଶିରେ ।
ରହିବି ମୁଁ ଜଣେ ହୋଇ ସରବ ଦାସୀରେ ।
ଆହେ ଶରଦିନ୍ଦୁମୁଖ ।
ତାହାଙ୍କ ଚରମାଚରୀ କରି ହେଲେ ରଖ ।୧୮।
ଭଜିଥିବ ନିଦ୍ରାହାର ବିହାର ବରଜି ।
ହେଉଥିବ ଯେଉଁ ସେବା ଘେନିବା ମରଜି ।
ମୁଁ କି ନ କରିବି ରାଜି ।
ଏକା ନୟନପଥେ ଥିବ କି ବିରାଜି ।୧୯।
ଦରଶନସୁଖ ଶତମଖଭୂତି – ଦାନେ ।
ନ ରଖିବ ଯେବେ ପଦକଞ୍ଜ ସନ୍ନିଧାନେ ।
ନାରୀ ନାଶ ଦୋଷ ପାଇ ।
ଭୁବନଭୂଷଣଦୋଷ ଦେଲଟି ବୁଡ଼ାଇ ।୨୦।
ତୁମ୍ଭ ନାମେ ପିଇବି ଅବଶ୍ୟ କାଳକୂଟ ।
ଗଳେ ଭିଡ଼ିହେବ ଅବା ଲାଗି ଶେଷ ପଟ ।
ଲୀଳାବାପୀଗର୍ଭେ ଅବା ।
ପଡ଼ି ପ୍ରାଣ ଛାଡ଼ିବି ହେ ତରୁଣମଘବା ।୨୧।
ଆହା କି ସୁନ୍ଦର ସୁକୁମାର ପ୍ରତିଅଙ୍ଗ ।
କି ନବୀନ ଯଉବନ କି ଲୋଳ ଅପାଙ୍ଗ ।
କି ମୃଦୁଳ ମନ୍ଦହାସ ।
ସୁଧାରୁ ଧାରକେ ତୁଲ୍ୟ ସ୍ୱାଦୁ ରଦବାସ ।୨୨।
ପେଡ଼ି । ୧୦ । ଶେଷ-ସର୍ପରାଜ, ଶେଷଦେବ । ୧୨ । ରଙ୍ଗରାଜୀବପା’ତଳ-ରକ୍ତପଦ୍ମରୂପ ପାଦର ତଳ; ପାତଳ–କ୍ଷୀଣ । ୧୩ । ସଲିଳଶୀକର- ଜଳବିନ୍ଦୁ, ପବମାନ-ପବନ, ଆଶାତରୁ । ପବମାନ- ଆଶାରୂପ ବୃକ୍ଷର ସବୁ ଗଣ୍ଠି । ୧୪ । ଦନ୍ତଚେଳୁ––ଅଧରରୁ । ୧୭ । କୁସୁମାୟୁଧରୁଚି- କନ୍ଦର୍ପସୁନ୍ଦର; ଅଞ୍ଚଳ-କାନି ପଣନ୍ତ । ୧୮ । ତାହାଙ୍କ ଚରମାଚରୀ-ଦାସୀଙ୍କ ପଛରେ ରହିବା ଚାକରାଣୀ ବା ହୀନା ଦାସୀ । ୨୦ । ଦରଶନସୁଖ ... ଦର୍ଶନସୁଖରୂପ ଇନ୍ଦ୍ର ସମ୍ପତ୍ତି ଦେବାରେ । ୨୧ । କାଳକୂଟ-ବିଷ, ଲୀଳାବାପୀ-କ୍ରୀଡ଼ା ପୁଷ୍କରିଣୀ । ୨୩ । ସମ୍ଭାର
କି ସରସ ଗଭୀର ସମ୍ଭାର ଭାଷାଭଙ୍ଗୀ ।କି ପଟୁନାଟଲମ୍ପଟ ଭ୍ରୁବଲ୍ଲୀ ଭୁଜଙ୍ଗୀ ।କେଡ଼େ ସୁବାସିତ ତନୁ ।ବଳିଥିବ ବାସନ୍ତିକ ଅରବିନ୍ଦ ବନୁଁ ।୨୩।ପିଇ ନ ପାଇଲି ଯାହା ବଞ୍ଚିବଟି କେହି ।ଜୀବିତକୁ ଛାଡ଼ି ଦେହୀ ପାରିବ କି ରହି ।ଉପାୟ ତ ଦିଶୁନାହିଁ ।କି କରିବି କାହିଁ ଯିବି ରହିବିଟି କାହିଁ ।୨୪।ଦଣ୍ଡକର ବିରହ ତ ହେଲା କଳ୍ପ ପରି ।ଚିର ହେଲେ କି ରହି ପାରିବ ଦେହ ଧରି ।ମନେ ପଡ଼ିଲେ ତ ଶଶୀ ।ମାର୍ତ୍ତଣ୍ଡମଣ୍ଡଳ ପରି ଗଲାନି ଆଭାସି ।୨୫।ପ୍ରଳୟ କାଳ ଅନଳ ଜ୍ୱାଳାରୁ ତ ମୋତେ ।ମଳୟବନ ପବନ ହେଲାନି ପରତେ ।ମଳୟଜ ଘନସାର ।ଗୋଳା ହଳାହଳଠାରୁ ହେଲାନି ଅସାର ।୨୬।ଲାଗିବାସ ଆସି ଆଶୀବିଷରୁ ବଳିଲା ।କରପ୍ରାପ୍ୟ ସୁରତରୁ ଉପଳ ଫଳିଲା ।ଭଲା ଭଲା ରେ ଲଲାଟ ।ଛୁଇଁବା ବିଶୁଦ୍ଧ ହେମ ହେଲା ଆରକୂଟ ।୨୭।ଧିକ ଧିକ ଅବିବେକ ହେ କମଳାସନ ।ଭୋଖି କରେ ଦେଇ ସୁଧା ସଦୃଶ ଅଶନ ।ପୁଣି ନେବାର ଛଡ଼ାଇ ।ଘେନ ତ ଏ କେଉଁ ବଡ଼ଲୋକର ବଡ଼ାଇ ।୨୮।ପିତାମହ ହେବାରୁ କି ପରିହାସ କରି ।ଛପାଇ ରଖିଛ ମୋର ସଉଭାଗ୍ୟଶିରୀ ।ଏବେ ଅଣ୍ଟିଲା ନାହିଁ କି ।ନାରୀ ମରିଯିବାଯାଏ କୁଗ୍ରହ କାହିଁକି ।୨୯।ତୁମ୍ଭେ ସତ୍ୟ ଲୋକନାଥ ପରା ଚତୁର୍ମୁଖ ।ମିଥ୍ୟା କର ମୁଁ ସାକ୍ଷାତ ଭୋଗ କଲା ସୁଖ ।ଜନନିନ୍ଦାରୁ ନ ଡର ।ପ୍ରଭୁ ହେଲେ ହେଲେ ନିକି ଏଡ଼େ ଅବିଚାର ।୩୦।ଅଧୀରହିଁ ହେଲେ କରେ ପର ଉପକାର ।ବଧିରହିଁ ହେଲେ ଶୁଣେ ଅତି ଉଚ୍ଚସ୍ୱର ।ଶ୍ରୁତିମୟ ଗୋଟିଯାକ ।ହୋଇ ତ ନ ଶୁଣ ପରମାର୍ତ୍ତ ଜନ ଡାକ ।୩୧।ଏପରି ସେ ପରିଣତ ଶରଦିନ୍ଦୁମୁଖୀ ।ବିକଳ ହୁଅନ୍ତେ ଚେତି କୁନ୍ଦଲତା ସଖୀ ।ମୁଖ ପୋଛି କୋଳେ ଧରି ।ପଚାରିଲା କିସ ରେ ଆଶ୍ରିତ ଜୀବେଶ୍ୱରୀ ।୩୨।ପୁନଃ ପୁଚ୍ଛୁ ସ୍ୱପ୍ନରେ କି ଦେଖିଲୁ କି କହ ।କପଟ ନ କର ମୋରେ ଅଛି ଯେବେ ସ୍ନେହ ।ମୋ ଶିରର ସବତଟି ।କହ କହ ରେ ତରୁଣ କଣ୍ଠୀରବକଟି ।୩୩।
ସାଦୀପଣ–ଅଶ୍ୱାରୋହଣ, ବିରସେ-ଦୁଃଖରେ, କୁଙ୍ଗିମକୋଣ-କୁଡ଼ିଆ ଘରର କୋଣ, ପଉଗଣ୍ଡ-ଦଶମବର୍ଷ ପର୍ଯ୍ୟନ୍ତ ଅବସ୍ଥାକୁ ପୌଗଣ୍ଡ କହନ୍ତି । ୪୦ । ବିତରଣଶାଳିଗୁଣ––ଦାନୀପଣିଆ । ୪୧ । ନୀହାର-ତୁଷାର, ମନ୍ତ୍ରେ ଜୀବପ୍ରତିଭଟ-ମନ୍ତ୍ରବିଦ୍ୟାରେ ବୃହସ୍ପତିଙ୍କ ସମାନସ୍କନ୍ଧ । ୪୩ । କ୍ଷିତିଦେବ-ବ୍ରାହ୍ମଣ, ସେବନରେ–ସେବା କାର୍ଯ୍ୟରେ । ୪୪ । ଧୃତି-ଧୈର୍ଯ୍ୟ, ମଣିସାନୁ-ସୁମେରୁ ପର୍ବତ, ଅମ୍ଭୋଧି–ସମୁଦ୍ର । ୪୫ । ରମାରତି ... ବିଷ୍ଣୁ ଓ କନ୍ଦର୍ପଙ୍କ ନାମସମୂହ ମଧ୍ୟରୁ ଯାହାର ଗୋଟିଏ ନାମ ହୋଇଥିବ । ୪୬ । ସମୟା ଶାବର-କର୍ତ୍ତବ୍ୟ, ଇନ୍ଦ୍ରଜାଲ ବିଦ୍ୟା । ୪୮ । ବ୍ୟାଜବିଦ୍ୟା–କପଟବିଦ୍ୟା, ଇନ୍ଦ୍ରଜାଲ । ୫୦ । ହଂସଧ୍ୱଜ-ବ୍ରହ୍ମା । ୫୧ । ଦିଲାସା–ସାନ୍ତନା, ଆଶା; ଲାଲ ରଦାମ୍ବର–ରକ୍ତବର୍ଣ୍ଣ ଅଧର । ୫୩ । ଆନ–ରାଣ । ୫୪ । ନିର୍ବାହ
ପ୍ରାଣସଖୀ ରାଣ ଶୁଣି ବିଳମ୍ବ ନ ସହି ।ଦେଖାଇ ସମ୍ଭୋଗ ଚିହ୍ନ ସ୍ୱପ୍ନରୀତି କହି ।କହିଲା ରେ ସ୍ନେହଶୀଳା ।ରଖ ମୋତେ ହୋଇ ଦୁଃଖତରଙ୍ଗଣୀଭେଳା ।୩୪।ଶୁଣି ତା ଚିବୁକ ଧରି ଜଣାଇଲା ସଖୀ ।ଚିତ୍ତରୁ ଚିନ୍ତାକୁ ତେଜ ଆଜନମସୁଖି ।ଧାତା ଅଛି ଅନୁକୂଳ ।ବିକାଶକୁ ଅଛି ମାତ୍ର ତୋ ଭଗ୍ୟମୁକୁଳ ।୩୫।ରଜକୀ ନାପିତୀ ଗୋପୀ ମାଳାକରନାରୀ ।ଏମାନଙ୍କରଠାରୁ ମୁଁ ଶୁଣିଲି ତଥ୍ୟ କରି ।ତାତ ମହାରାଜ ପୁଣି ।ତୋର ପରିଣୟ ମଙ୍ଗଳକୁ ହୃଦେ ଗୁଣି ।୩୬।ଆଜୁଁ ବରଷକ ତଳୁ ଭାଳି ମନ୍ତ୍ରୀ ତୁଲେ ।ନଟରାଜ ନାମ ମାୟାବିକୀ ଡକାଇଲେ ।କଲେ ଏହି ଫରମାସ ।ବୁଲିବୁ ତୁ ନିଜବିଦ୍ୟା ଘେନି ସବୁ ଦେଶ ।୩୭।ନୃପକୁଳେନ୍ଦ୍ରର ଯେଟି ପ୍ରଥମ ତନୁଜ ।ରୂପରୁ ଯାହାର ଊଣା ହେବ ମନସିଜ ।ବାହୁଯୁଗଳୀର ବଳେ ।ଜୟକରି ଯିବ ଧନଞ୍ଜୟକୁ ଯେ ହେଳେ ।୩୮।ବୀରସେନସୁତ ହାରି ଯା ସାଦୀପଣରୁ ।ବିରସେ ନ ବାହାରିବେ କୁଟ୍ଟିମକୋଣରୁ ।ଜାଣି ପଉଗଣ୍ଡ ଶେଷ ।ହୋଇଥିବ ଯାର କିଶୋରତା ପରବେଶ ।୩୯।ସର୍ପରାଜଦର୍ପ ଯାହା ବିଦ୍ୟା ହରିଥିବ ।ବିତରଣଶାଳିଗୁଣେ ଇତର ନ ଥିବ ।ଊଣା ହେବେ କର୍ଣ୍ଣ ବଳି ।କ୍ଷମାଗୁଣେ କ୍ଷମାରୁ ଯେ ପଡ଼ୁଥିବ ବଳି ।୪୦।ରବିଚ୍ଛବି କରୁଥିବ ପ୍ରତାପ ଯାହାର ।ସମାନ ଶୀତଳ ଗୁଣେ ଯାହାର ନୀହାର ।ମନ୍ତ୍ରେ ଜୀବପ୍ରତିଭଟ ।ଯେହିଟି ଧାର୍ମିକ ସାଧୁ ସଂସର୍ଗଲମ୍ପଟ ।୪୧।ଅନୀତି ଲୋଲୁପ ପରାଦାରାଧନରତ ।ଦୁଷ୍କୁଳସମ୍ଭବ ମିଥ୍ୟାବାଦୀ ଅପଣ୍ଡିତ ।ଯାହା ସଭାରେ ନ ଥିବେ ।ଯା ହାସ ଅଧରୁ ବଳୁ ନ ଥିବଟି ଲବେ ।୪୨।ଦେବ କ୍ଷିତିଦେବ ଗୁରୁ ବଇଷ୍ଣବ ଜନ ।ସେବନରେ ଶକ୍ତ ହୋଇଥିବ ଯାର ମନ ।କର୍ଣ୍ଣପ୍ରିୟ ମୃଦୁଭାଷା ।ଯାହା ମୁଖ ରଚୁଥିବ ପୀୟୁଷବରଷା ।୪୩।ସଙ୍ଗୀତେ ଗର୍ନ୍ଧବ ଗର୍ବ ଦେଉଥିବ ଚୂରି ।ଯାହା ଧୃତି ହୋଇଥିବ ମଣିସାନୁ ସରି ।ହୋଇଥିବ ମହୋଦ୍ୟମ ।ଅମ୍ଭୋଧିରୁ ବଳିଥିବ ଗଭୀରତା ପୁଣ ।୪୪।ଅସଂଖ୍ୟକ ହୟ ଗଜ ଫଉଜ ଯାହାର ।ରମାରତିବନ୍ଧୁ ନାମ କଦମ୍ବ ଯାହାର ।ଷଟ ପଞ୍ଚାଶତ ଦୋ ।ଲିପିଭାଷା ଜାଣିବାରେ ଯେଟି ଅସଦୃଶ ।୪୫।କେଉଁ ଦେଶେ ଥିବ ଏହି ବରାବର ବର ।ତାହା ଆଗେ ପ୍ରକାଶ ତୋ ସମୟା ଶାବର ।ମାୟା ଜେମା ତୁଲେ ତାକୁ ।ଭେଟ କରାଇବୁ ଦୃଶ୍ୟ ନୋହିବ କାହାକୁ ।୪୬।ତହୁଁ ଆମ୍ଭ ଆଗେ ତାହା କରିବୁ ପ୍ରକଟ ।ନବ ଯୁବରାଜ ବ୍ୟାଜରୂପ ରମ୍ୟନାଟ ।ଫରମାସି ଏହିପରି ।ପେଷିଥିଲେ ପୁଣି ତୋ ଜନକ ଦଣ୍ଡଧାରୀ ।୪୭।ସେ ସେହିପ୍ରକାରେ ଯାଇ ମହାଗଜଘୋଷ ।କରିଥିବ ନିଜ ବ୍ୟାଜ ବିଦ୍ୟାର ପ୍ରକାଶ ।ସ୍ୱପ୍ନଭୋଗ ପରି ତୋର ।ଲଭିଥିବ ତୋ ସଙ୍ଗତି ସେ ରାଜକୁମାର ।୪୮।ମାୟାଶେଷେ ତୋ ବିରହାନଳ ଝାସ ବାଜି ।ରାଜସୂନୁ ତନୁ ହୋଇ ଯାଇଥିବ ଭାଜି ।ତାହା ଜାଣି କୃପା କରି ।ଦୁଇକୁଳ ଇଷ୍ଟଦେବୀ ତ୍ରିପୁରସୁନ୍ଦରୀ ।୪୯।ସ୍ୱପନ ସଙ୍ଗମ ମହୋତ୍ସବବୀଜନିଶା ।କଳ୍ପିଥିବେ ସେ ତ କଳ୍ପବଲ୍ଲରୀ ସଦୃଶା ।ଧନ ମନୁ ତାପ ତେଜ ।ଅବଶ୍ୟ ହୋଇବେ ଅନୁକୂଳ ହଂସଧ୍ୱଜ ।୫୦।ଜେମାମଣି ଶୁଣି ସଖୀ ଦେବାର ଦିଳାସା ।ଧୃତିବୀଜ ନିଜ ଜୀବିତରୁ ଛାଡ଼ି ଆଶା ।କମ୍ପି ଲାଲରଦାମ୍ବର ।ଅଶ୍ରୁବିନ୍ଦୁ ତିନ୍ତାଇଲା ଉରେଜଅମ୍ବର ।୫୧।ବାଳା ଦୁଃଖ ଦେଖି ସଖୀ ଦୁଃଖିତ ହୋଇଲା ।ଶୀତବାସେ ଜଳେ ତାର ଶ୍ରୀମୁଖ ଧୋଇଲା ।ପଚାରିଲା ରେ ତରୁଣୀ ।ସୁଖକାଳେ ଦୁଃଖ କାହିଁ ଶୁଣା ଅଛି ପୁଣି ।୫୨।ମୋ ଆନଟି ସୁଧାଘଟୀତୁଲ୍ୟସ୍ତନା କହ ।ଜଣାଣରେ ମୋର କିଛି ହେଲା କି ସନ୍ଦେହ ।କାହିଁପାଇଁ ନାତ୍ରକଞ୍ଜ ।ବରଷେ ଅଞ୍ଜନନୀଳ ଅଶ୍ରୁବିନ୍ଦପୁଞ୍ଜ ।୫୩।ନ ସହି ସହୀ ଶପଥ ଭାଷିଲା କିଶୋରୀ ।ନିର୍ବାହ ସରିକି ନିକି ନ ଯିବି ମୁଁ ସରି ।ଜଳେ ଭାସିଲାନି ପ୍ରାଣୀ ।ତରୀ କରିବାକୁ ବାଞ୍ଛା କରୁଛି ବିନ୍ଧାଣି ।୫୪।ଅଙ୍ଗୀକୃତ ଭଙ୍ଗୀ ସନ୍ଦେଶରେ ପୂରିଥିବ ।ଦୂରେ ଥାଉ ହର ଦରଶନ ମହୋତ୍ସବ ।ନ ଦେଖିଲେ ପ୍ରିୟ ଲେଖ ।ସ୍ୱପନକୁ ସତ ମଣି ଲଭିବ କେ ସୁଖ ।୫୫।ଶୁଣି କୁନ୍ଦଲତା ଜଣାଇଲା କର ଯୋଡ଼ି ।ମାନସରୁ ସରୁମଧ୍ୟା ଦିଅ ଚିନ୍ତା ଛାଡ଼ି ।ଗୁପ୍ତେ ଜଣାଣ ଲେଖିବା ।ଅଭୀଷ୍ଟ ଶ୍ରୀହସ୍ତ ଲେଖା ଚିଟାଉ ଦେଖିବା ।୫୬।ଶିରୀଷାଙ୍ଗୀ ଅଙ୍ଗୀକାର କଲା ଏ ବିଚାର ।ବିଚାରି ଚତୁରତର ସବିଶ୍ୱାସ ଚାର ।ଚାହିଁ ସ୍ୱର୍ଣ୍ଣ ପୂର୍ଣ୍ଣକୁମ୍ଭ ।କଲେ ସବିନୟ ଶୁଭ ଚିଟାଉ ଆରମ୍ଭ ।୫୭।ଏ ଛାନ୍ଦରେ ଅଷ୍ଟୋତ୍ତର ପଞ୍ଚାଶତ ପଦ ।ସ୍ୱପନସମ୍ଭୋଗ ନାମ ଘେନିବ କୋବିଦ ।ଜଳନ୍ତର ସଂକ୍ରନ୍ଦନ ।ଶ୍ରୀରାମଚନ୍ଦ୍ର ଚରଣେ ରଚିଲେ ବନ୍ଦନ ।୫୮।
ସରିକି-ସମ୍ପାଦନ ଯାଏ (ବିବାହ ଯାଏ), ତରୀ କରିବାକୁ-ନୌକା ନିର୍ମାଣ କରିବାକୁ, ବିନ୍ଧାଣି–କାରିଗର । ୫୭ । ସବିଶ୍ୱାସ–ବିଶ୍ୱସ୍ତ, ଚାର-ଦୂତ । ୫୮ । କୋବିଦ-ପଣ୍ଡିତ ସଂକ୍ରନ୍ଦନ-ଇନ୍ଦ୍ର ।
ପଞ୍ଚଦଶ ଛାନ୍ଦ
ରାଗ – ଚିନ୍ତାକେଦାର
(ଯୁବସନ୍ଦେଶାମୃତ)ରାଧାମୋହନ ଚାରୁ ଚରଣ ।ଶୋଣ ପଙ୍କଜଯୁଗ ଶରଣ ।ନାଗରୀ ସକଳ ସମ୍ପଦର ପଦ କୁନ୍ଦଲତା ଶିର ଆଭରଣ ହେ ।ନାଗର ।୧।ଅଖଣ୍ଡିତ ଧରାଯୁବରାଜ ।ସରସ୍ୱତୀସଙ୍ଗୀତସମାଜ-ରସିକନିକରଶିରୋମଣିକରଦୀପନୀରାଜିତଦାମ୍ବୁଜ ହେ ।ନାଗର ।୨।ଇଷ୍ଟଦେବ ଚନ୍ଦ୍ରକୁବଳୟ । ବାହୁବଳଜିତ ଭୂବଳୟ ।ଅମନ୍ଦ ଗୁଣଗଣମଣି ମଞ୍ଜୁଷ ଶୋଭାଇନ୍ଦୀରାବନ୍ଦିନିଳୟ ହେ ।ନାଗର ।୩।ଦେଖି ତୁମ୍ଭର ଗଭୀର ଭାବ ।ବାଦ କଲା ଯା କ୍ଷୀର ଅବର୍ଣ୍ଣ ।ପେଷି ମନ୍ଦରକୁ ତାହା ମନ୍ଦିରକୁ ତହୁଁ ଲୁଟାଇ ନେଲା ଦଇବ ହେ ।ନାଗର ।୪।ଯଶତୁଲ୍ୟ ହେବି ବୋଲି ଶଶୀ ।ମନେ ମନେ ଯା ହେଲା ସାହାସୀ ।ବୁଲୁଛି ପ୍ରତି ରାତି ମୃଗକପଟେ ଘେନି ଧାତା ଦେବା ଦାଗମସୀ ହେ ।ନାଗର ।୫।ରବି କରି ପ୍ରତାପକୁ ଲୋଡ଼ା ।ପାଇ ରଶ୍ମିଚୟ ଭିଡ଼ା ପୀଡ଼ା ।ହେବାକୁ ନିର୍ଦ୍ଦୋଷ କରୁଛି ପ୍ରଦୋଷ କାଳେ ପ୍ରତୀଚୀ ସମୁଦ୍ରେ ବୁଡ଼ା ହେ ।ନାଗର ।୬।କରି ମନେ ଅନେକ ଉଦ୍ୟମ ।ରୂପସମ ନୋହିବାରୁ କାମ ।ଦେହ ଦେଖାଇବା ଲାଜେ ଦଗଧ୍ ହୋଇ ଏକା ଶ୍ରୁତିଗତ କଲା ନାମ ହେ ।ନାଗର ।୭।ପଞ୍ଚଦଶ ଛାନ୍ଦ
୧ । ନାଗରୀସକଳସମ୍ପଦର ପଦ– ନାଗରୀର ସମସ୍ତ ସୁଖର ସ୍ଥାନ; କୁନ୍ଦଲତା (ଚନ୍ଦ୍ରକଳାର ସଖୀ–ଏ ପତ୍ରର ଲେଖିକା)ର ମସ୍ତକର ଅଳଙ୍କାରସ୍ୱରୂପା । ୨ । ଅଖଣ୍ଡିତ ଧରା-ସମଗ୍ର ପୃଥିବୀ; ସରସ୍ୱତୀଙ୍କ ସଙ୍ଗୀତସଭାର ଯେଉଁମାନେ ରସିକସମୂହ ସେମାନଙ୍କ ମସ୍ତକସ୍ଥ ମଣିର କର (କିରଣ)ଦ୍ୱାରା ନୀରାଜିତ (ଆରାତ, ବନ୍ଦିତ) ହେଉଅଛି ପାଦପଦ୍ମ ଯାହାଙ୍କର । ୩ । କୁବଳୟ-ନୀଳକଇଁ । ପ୍ରାକୃତିକ ପ୍ରେମରେ ଆବଦ୍ଧ ଚନ୍ଦ୍ରକୁବଳୟ ତୁମ୍ଭର ଇଷ୍ଟଦେବତା ଅଟନ୍ତି । ତୁମେ ବାହୁବଳରେ ଭୂବଳୟ (ଭୂମଣ୍ଡଳ) ଜୟ କରିଅଛି । ଅମନ୍ଦଗୁଣଗଣମଣି ମଞ୍ଜୁଷ–ସୁନ୍ଦରଗୁଣସମୂହର ମଞ୍ଜୁଷ (ପେଡ଼ି, ଆଧାର); ଶୋଭାଇନ୍ଦୀରାବନ୍ଦିନିଳୟ-ସୌନ୍ଦର୍ଯ୍ୟ ଲକ୍ଷ୍ମୀଙ୍କର ବନ୍ଧନାଗାର । ୪ । ସମୁଦ୍ର ଅପେକ୍ଷା ତୁମର ହୃଦୟଭାବ ଆହୁରି ଗଭୀର । ଯଶ ଶୁକ୍ଳବର୍ଣ୍ଣ ବୋଲି ବର୍ଣ୍ଣିତ ହୁଏ । ଚନ୍ଦ୍ର (କଳଙ୍କରୂପୀ) ମୃଗ ବ୍ୟାଜରେ ବିଧାତା ଦେଇଥିବା ମସୀ (କଳା) ଦାଗ ଧରି ପ୍ରତି ରାତିରେ ବୁଲୁଛି । ୬ । ସୂର୍ଯ୍ୟ ତୁମ୍ଭ ପରି ପ୍ରତାପୀ ହେବାକୁ ଇଚ୍ଛା କରି ରଶ୍ମି (କିରଣ ଓ
ବାଦ ବାଞ୍ଛି ତୁମ୍ଭ ସ୍ୱରତୁଲେ ।ମଦେ କିନ୍ନର ଯେତେ ମାତିଲେ ।କଉତୁକୀ ଦେବ କମଳସମ୍ଭବ ଅଶ୍ୱମୁହାଁ ବୋଲୁ ବୋଲୁ ହେଲେ ହେ ।ନାଗର ।୮।କଳ୍ପଜୀବୀ ଯେବେ ଜୀବ ହେବେ ।ଅଳ୍ପ କରିବା କୀର୍ତ୍ତି କହିବେ ।କହୁଁ କହୁଁ ପୀତ ବର୍ଣ୍ଣ ଛାଡ଼ି ଶ୍ୱେତ ହୋଇଯିବାକୁ ଅବା ଶଙ୍କିବେ ହେ ।ନାଗର ।୯।ରିପୁ ବିଜୟେ କରିରାଜିକି ।ରଖ ସେନାନ୍ତେ କରି ରାଜିକି ।ରୋଦସୀ ମିଶା ସାଗରଗଣ ରସା ହେଲେ ନଅଣ୍ଟେ ଯାହା ବାଜୀକି ହେ ।ନାଗର ।୧୦।ଦେଖି କରି କରେ କରବାଳ ।ହୋଇ ପରସ୍ପରେ କଳିଲୋଳ ।ସକଳ ସୁରସୁନ୍ଦରୀ ସଜାଡ଼ନ୍ତି ହରିଚନ୍ଦନ କୁସୁମମାଳ ହେ ।ନାଗର ।୧୧।ତୂଣେ ମାର୍ଗଣଚୟ ଉଦୟେ ।ହେଲେ କର ଯେବେ ଉଚ୍ଚ ହୋଏ ।କୁଳପାଳୀ କାଳି ଛାତିତୁଲେ ମିଳି ହେମ ଅଚଳ କମ୍ପଇ ଭୟେ ହେ ।ନାଗର ।୧୨।ଦେବ ଈଦୃଶ ପ୍ରଭୁସରିକି ।ଲେଖ ଲେଖି ପାରେ କିଶୋରୀ କି ।ଲୁତାତନ୍ତୁ ପରା ବିତାନବାଗୁରା ଧରି ଲୋଡ଼ୁଅଛି କେଶରୀ କି ହେ ।ନାଗର ।୧୩।ଆହେ ଯୁମତୀ ଜୀବନଧାନ ।ଜନ୍ମୁବେଳରୁ ଯେଟି ବାମନ ।କଳାକାରକଳା କରେ ଧରି ଖେଳା କରିବାକୁ ସେ ବଳାଏ ମନ ହେ ।ନାଗର ।୧୪।
ଦଉଡ଼ି) ସମୂହର ଭିଡ଼ାରୁ ପୋଡ଼... । ୭ । କାମ-କନ୍ଦର୍ପ (ମହାଦେବଙ୍କ ଚକ୍ଷୁର ଅଗ୍ନିରେ ପୋଡ଼ି ଯାଇଥିଲା) ଏକା ... ତାହାର ନାମ ମାତ୍ର କାନରେ ଶୁଣାଯାଏ । ୮। କିନ୍ନର– ଦେବତାମାନଙ୍କ ଗାୟକ, କଉତୁକୀ ଦେବକମଳ ସମ୍ଭବ–କୌତୁକପ୍ରିୟ ବ୍ରହ୍ମା; ଅଶ୍ୱମୁହାଁ – ଘୋଡ଼ାପରି ମୁହଁ ଯେଉଁମାନଙ୍କର (କିନ୍ନରମାନଙ୍କର ମୁହଁ ଘୋଡ଼ାପରି) । ୯ । କଳ୍ପଜୀବୀ-ଦୀର୍ଘଜୀବୀ, କହୁ କହୁ ... ଯେଉଁ ଲୋକର ବର୍ଣ୍ଣ ଗୌର ସେ ତୁମ୍ଭ ଯଶ ବର୍ଣ୍ଣନା କରୁ କରୁ ଧଳା ହୋଇ ଯିବାପାଇଁ ଭୟ କରିବେ (ଯଶ ଶୁକ୍ଳ ବୋଲି ବର୍ଣ୍ଣିତ ହୁଏ) । ୧୦ । କରିଭାଜିକି-ହସ୍ତୀମାନଙ୍କୁ, ସେନାନ୍ତେ–ସେନାଦଳ ଶେଷରେ, ରାଜିକି କରି–ଧାଡ଼ି ଧାଡ଼ି କରି, ରୋଦସୀ-ସ୍ୱର୍ଗ ଓ ପୃଥିବୀ, ସାଗରଗଣ–ସବୁ ସମୁଦ୍ର, ରସା-ପୃଥିବୀ, ବାଜୀ-ଘୋଡ଼ା । ୧୧ । କରବାଳ–ଖଡ୍ଗ, ଯୁଦ୍ଧରେ ମରିବା ଲୋକ ସାଙ୍ଗେ ସାଙ୍ଗେ ସ୍ୱର୍ଗକୁ ଯାଏ, ତୁମ୍ଭେ ହାତରେ ଖଣ୍ଡା ଧରିବା ମାତ୍ରେ ସ୍ୱର୍ଗର ଦେବୀମାନେ ମନେ କରନ୍ତି ନିଶ୍ଚୟ ଅନେକ ବୀର ଯୁଦ୍ଧରେ ମରି ସ୍ୱର୍ଗକୁ ଆସିବେ; ତେଣୁ ସେମାନେ ସେହି ମୃତ ବୀରମାନଙ୍କୁ ଅଭ୍ୟର୍ଥନା କରିବାପାଇଁ ପରସ୍ପର କଳି କରି ଆଗରୁ ସ୍ୱର୍ଗର ହରିଚନ୍ଦନ (ଦେବତରୁ) ଗଛର ଫୁଲରେ ବରଣମାଳା ପ୍ରସ୍ତୁତ କରି ରଖନ୍ତି । ୧୨ । ତୁଣ–ତୂଣୀର, ଶର ରଖିବା ମୁଣା; ମାର୍ଗଣଚୟ–ଶରସମୂହ, ଉଦୟେ –ପ୍ରକାଶରେ, ବାହାର କରିବାରେ । ତୁଣୀରରୁ ବାଣ ବାହାର କରିବାପାଇଁ ତୁମ୍ଭ ହାତ ଯେତେବେଳେ ଉପରକୁ ଉଠେ, ସେତେବେଳେ (ସ୍ୱାମୀମାନଙ୍କର ମୃତ୍ୟୁ ଭୟରେ) କୁଳପାଳୀ (ତୁମ ଶତ୍ରଙ୍କ କୁଳକାମିନୀ)ମାନଙ୍କର କଳା ପଡ଼ିଯିବା ଛାତି ସାଙ୍ଗେ ବକ୍ଷସ୍ଥିତ ହେମଅଚଳ (ସ୍ୱର୍ଣ୍ଣପର୍ବତ ତୁଲ୍ୟ କୁଚ) ଭୟରେ ଥରେ । ୧୩ । ହେ ଦେବ, ଏପରି ପ୍ରଭୁଙ୍କ ନିକଟକୁ କିଶୋରୀ (ଅଳ୍ପବୟସ୍କା ଯୁବତୀ) କୌଣସି ଲେଖ (ପତ୍ର) ଲେଖି ପାରେ କି ? ଲୁତାତନ୍ତୁ ବୁଢ଼ିଆଣୀଜାଲ, ବିତାନ–ବିସ୍ତାର, ବାଗୁରାଜାଲ, କେଶରୀ–ସିଂହ । ୧୪ ॥
ପୁଣି ଏ ଆଶା ଅତି ବିଚିତ୍ର ।ଦେଖି ଲୋଡ଼େ ଯା ଶ୍ରୀହସ୍ତ ପତ୍ର ।କ୍ଷୁଦ୍ର ଖଦ୍ୟୋତ କୀଟ କରେ ସାହସ ରବିତୁଲେ ହୋଇବାକୁ ମିତ୍ର ହେ ।ନାଗର ।୧୫।କରି ସଙ୍ଖାଳି ସ୍ୱପ୍ନ ପ୍ରସାଦ ।ଆମ୍ଭ ଭରସା ଅତି ପ୍ରମାଦ ।ଚକ୍ଷୁବିହୀନ ଭିକ୍ଷୁଜନ ଲୋଡ଼ଇ ଲଭିବାକୁ ସହସ୍ରାକ୍ଷପଦ ହେ ।ନାଗର ।୧୬।ଯତ୍ନ କଲେ ଦୋଷ ନ ବୋଲାଇ ।ଲୋକ ଭାଗ୍ୟ ସିନା ଲୋଡ଼ୁଥାଇ ।ବିଧିଅନୁକୂଳ ହେବାରୁ ହୋଇଲା ପକ୍ଷୀ ଚକୋର ଚନ୍ଦ୍ରିକାପୟୀ ହେ ।ନାଗର ।୧୭।ଧାତାକୃପା ହେବାରୁ ଅମନ୍ଦ ।ଭୋଗ ନ କଲା କି ମକରନ୍ଦ ।ତିନ୍ଦୁକ ଇନ୍ଧନଅଙ୍ଗାରଶକଳ କଳା ବିକଟ କୀଟ ମିଳିନ୍ଦ ହେ ।ନାଗର ।୧୮।ଗୋପୀଜନ ମିତ୍ରସୁତାକୂଳେ ।ରଖିବାରୁ ବିଶ୍ୱାସ ନିଶ୍ଚଳେ ।ଶ୍ରୀକୃଷ୍ଣଚନ୍ଦ୍ର ଚରଣସରସିଜସେବାଯୋଗ୍ୟ ନୋହିଲେ କି କାଳେ ହେ ।ନାଗର ।୧୯।ଅହେତୁକ ସ୍ନେହୀ ପ୍ରଭୁମାନେ ।ତାରତମ୍ୟ ଥିଲେ ହେଲେ ମନେ ।ରୁମାଧମଙ୍କୁ ଭୂ –ଜେମାଧବ ପରି ଅନୁକମ୍ପନ୍ତି ସମବିଧାନେ ହେ ।ନାଗର ।୨୦।ଶ୍ରିତଜନେ ବହିଲେ କରୁଣା ।ନଦିଶଇ ପ୍ରଭୁପଣ ଊଣା ।ଶଶ ଶଶଧର ଗର ଗଙ୍ଗାଧର ଯୋଗ ଥିବନି ପୁରାଣେ ଶୁଣା ହେ ।ନାଗର ।୨୧।ପୂର୍ବେ ମୋତେ ତୁମ୍ଭ କ୍ଷୀରଧାତ୍ରୀ ।କରିଥିବା ଘେନୀ ଧର୍ମପୁତ୍ରୀ ।ପୁତ୍ରୀନିର୍ବିଶେଷ କରି ସ୍ନେହେ ପରିପାଳିଥିଲେ ଜନୟିତ୍ରୀ ହେ ।ନାଗର ।୨୨।କନ୍ୟା ହୋଇଥିଲି ବା ରୋହିଣୀ ।ମତେ କେଉଁ ଦେବୀ ଏଥି ଆଣି ।ବାଳା ପ୍ରଣପ୍ରିୟ ସଖୀ କରାଇଲା ବାଲ୍ୟ ସକାଶୁଁ ମୁଁ ନାହିଁ ଜାଣି ହେ ।ନାଗର ।୨୩।
କଳାକରକଳା–ଚନ୍ଦ୍ରକଳା । ୧୫ । ଖଦ୍ୟୋତକୀଟ-ଜଳଜଳିଆପୋକ, ରବିତୂଲେ-ସୂର୍ଯ୍ୟଙ୍କ ସାଙ୍ଗରେ । ୧୬ । ସ୍ୱପ୍ନପ୍ରସାଦ-ସ୍ୱପ୍ନରେ ଦର୍ଶନଲାଭରୁପ ଅନୁଗ୍ରହ, ଚକ୍ଷୁବହୀନ ଭିକ୍ଷୁଜନ-ଅନ୍ଧ ଭିଖାରୀ, ସହସ୍ରାକ୍ଷ-ସହସ୍ର ଚକ୍ଷୁଧାରୀ ଇନ୍ଦ୍ର । ୧୭ । ଚନ୍ଦ୍ରିକାପାୟୀ- ଚନ୍ଦ୍ରକିରଣ ପାନକାରୀ । ୧୮। ଅମନ୍ଦ-ବହୁ, ପ୍ରଚୁର; ମକରନ୍ଦ-ପୃଷ୍ଠମଧୁ, ତିନ୍ଦୁକ-କେନ୍ଦୁକାଠ, ଇନ୍ଧନଜାଳଣୀକାଠ, ଶକଳ– ଖଣ୍ଡ, ପୋଡ଼ା କେନ୍ଦୁକାଠର ଅଙ୍ଗାରଖଣ୍ଡ ପରି କଳା; ବିକୃତକୀଟ-ଅସୁନ୍ଦର ପୋକ, ମିଳିନ୍ଦ-ଭ୍ରମର, ବିଧାତାଙ୍କ କୃପାବଳରେ କେନ୍ଦ୍ରକାଠଅଙ୍ଗାର ପର କଳା ଅସୁନ୍ଦର ଭ୍ରମର ସିନା ମକରନ୍ଦ ପାନ କରେ । ୧୯ । ମିତ୍ରସୂତାକୁଳେ-ଯମୁନାତୀରରେ । ୨୦ । ଅହେତୁକ ସ୍ନେହୀ– କାରଣ ନ ଥାଇ ଯେଉଁମାନେ ସ୍ନେହ କରନ୍ତି । ପ୍ରଭୁମାନେ–ଦେବତାମାନେ, ରୂମାଧବ– ସୁଗ୍ରୀବ, ଭୂ-ଜେମାଧବ-ପୃଥିବୀର କନ୍ୟା ସୀତାଙ୍କ ସ୍ୱାମୀ ରାମଚନ୍ଦ୍ର । ୨୧ । ଶଶ ... ଶଶଧର (ଚନ୍ଦ୍ର) ଶଶ (ଠେକୁଆ)କୁ, ଗଙ୍ଗାଧର (ଶିବ) ଗରକୁ (ବିଷକୁ) ଆଶ୍ରିତଜନଙ୍କଠାରେ କରୁଣା କରି ଧାରଣ କରିଅଛନ୍ତି । ୨୨ । କ୍ଷୀରଧାତ୍ରୀ–ସ୍ତନ୍ୟପାନ କରାଇଥିବା ଧାଈ ମା; ପୁତ୍ରୀନିର୍ବିଶେଷ କରି -ନିଜ କନ୍ୟା ପରି, ଜନୟିତ୍ରୀ-ମା , ଜନନୀ । ୨୩ । କନ୍ୟା– ଦଶବର୍ଷ ବୟସ୍କା ବାଳିକା, ରୋହିଣୀ–ନଅବର୍ଷ ବୟସ୍କା ବାଳିକା (ଅଷ୍ଟବର୍ଷା ଭବେତ୍ ଗୌରୀ,
ଏଣୁ ଜଣାଣ ଲେଖଇ ରସି ।କିଛି ନ ଜାଣେ ଅରାଳକେଶୀ ।ହେଲେ ହେଲେ ଅନୁଚିତ ଅବଧାନୁ ଘେନ କରୁଣାସୁଧା ବରଷି ହେ ।ନାଗର ।୨୪।ଜେମା ଲାଜେ ସିନା କହୁ ନାହିଁ ।ତାର ଶ୍ରୀଅଙ୍ଗବେଦନା ଚାହିଁ ।ହେଲାନି ପରତେ ମଦନ କରତେ ନିଶ୍ଚେଁ ସରିଯିବ ଚାନ୍ଦମୁହୀଁ ହେ ।ନାଗର ।୨୫।ଦୁଃଖେ ଯେବେ ରାମା ଜୀବ ଯିବ ।ତୁମ୍ଭ ପରା ପ୍ରଭୁ ନିନ୍ଦ୍ୟ ହେବ ।ଚାତକ କଣ୍ଠ ଶୋଷଣେ ନାଶଗଲେ ଘନ ବିନା କାହାର ଲାଘବ ହେ ।ନାଗର ।୨୬।ଜୀବ ଯିବା ଚିନ୍ତା ନାହିଁ ତାର ।ତୁମ୍ଭ ଶ୍ରୀଅଙ୍ଗ ଯେ ସୁକୁମାର ।ମାର ମାରୁଛି ଯେଉଁ ହୃଦେ ନିରତେ ତହିଁ କାହିଁକି କଲ ଅଗାର ହେ ।ନାଗର ।୨୭।ଯେଉଁ ଅଙ୍ଗ ମାର୍ଦବ ସୁମରି ।ବାଳା ଶିରୀଷରୁ ସୁକୁମାରୀ ।ହେଲେହେଁ ତୁମ୍ଭ ହୃଦକୁ ନ ଛୁଇଁଲା କଦାଚିତ ବାଧିବାକୁ ଡରି ହେ ।ନାଗର ।୨୮।ଚଣ୍ଡ କୁସୁମ କୋଦଣ୍ଡଧାରୀ ।ତୁମ୍ଭ ନେତ୍ରାନ୍ତ ନିଦେଶକାରୀ ।ତୁମ୍ଭକୁ ସିନା ନ ବାଧିବ ତା ରୋଷୁଁ କେହି ବଞ୍ଚିବ ନୃପକୁମାରୀ ହେ ।ନାଗର ।୨୯।ପ୍ରତିପଦାବିଭାବରୀଧବ ।ଏବେ ଜେମାଠାରୁ ସ୍ଥୁଳ ହେବ ।ଡରୁଛୁଁ ଶ୍ୱାସବାସଲୋଭୀ ରୋଲମ୍ବ ପକ୍ଷବାତେ ଅବା ଉଡ଼ିଯିବ ହେ ।ନାଗର ।୩୦।ପୂର୍ବ ପୁଣ୍ୟପୁଞ୍ଜ ହେଲେ ରୁଣ୍ଡ ।ତୁମ୍ଭ ଚୁମ୍ବଯୋଗ୍ୟ ଯେଉଁ ଗଣ୍ଡ ।ତାହାକୁ ଛାର ପାଣ୍ଡୁ ଭାବ ଚୁମ୍ବିଛି ଏଥିଁ ନେତ୍ରକୁ ଯେ ବଡ଼ ଦଣ୍ଡ ହେନାଗର ।୩୧।ବିଷ ହେଲାନି ଦିବ୍ୟ ଅଶନ ।ବାଜି ତପ୍ତ ନିଃଶ୍ୱାସ ଶ୍ୱସନ ।ଧରାରେ ଜଡ଼ି ମଉଳିଯିବା ଜବା ପରି ହେଲାନି ଦନ୍ତବସନ ହେ ।ନାଗର ।୩୨।
ନବର୍ଷା ତ ରୋହିଣୀ, ଦଶବର୍ଷା ଭବେତ୍ କନ୍ୟା ...) । ବାଲ୍ୟ ସକାଶୁ-ମୁଁ ବାଳିକା ହୋଇଥିବାରୁ । ୨୪ । ଅରାଳକେଶୀ-କୁଟିଳକୁନ୍ତଳା; ଅନୁଚିତ ଅବଧାନ୍ତି–ଉଚିତ ସାବଧାନତା ଅଭାବରୁ । ୨୫ । ମଦନ ବରତେ-କନ୍ଦର୍ପର କରତନାମକ ଶସ୍ତ୍ରଦ୍ୱାରା । ୨୬ । କଣ୍ଠ ଶୋଷଣେ–କଣ୍ଠ ଶୁଖିଯିବାରୁ । ଲାଘବ-ନୀଚତା । ୨୭ । ଅଗାର–ଗୃହ, ବାସ । ତାର ମରିବାରେ ଚିନ୍ତା ନାହିଁ, ମାତ୍ର ତୁମ୍ଭେ ସର୍ବଦା ତା ହୃଦୟରେ ବାସ କରିବାରୁ କାଳେ ତା ଶରୀର ନାଶ ହେଲେ ତା ମଧ୍ୟରେ ରହିଥିବା ତୁମ୍ଭର ସୁକୁମାର ଶରୀର ଆଘାତ ପାଇବ, ଏଥିପାଇ ତାହାର ଭୟ । ୨୮ । ଶିରୀଷ ପୁଷ୍ପପରି କୋମଳାଙ୍ଗୀ ହେଲେହେଁ ତୁମ୍ଭ ଶରୀରର ମାର୍ଦବ (କୋମଳତା) ସ୍ମରଣ କରି କାଳେ ତୁମ୍ଭଙ୍କୁ ବାଧିବ ଏଥିପାଇଁ ତୁମ୍ଭ ହୃଦୟରେ ରହିବାକୁ ସାହସ କରୁ ନାହିଁ; ଅର୍ଥାତ୍ ତୁମ୍ଭ ଚନ୍ଦ୍ରକଳାକୁ ସବୁବେଳେ ମନରେ ସ୍ଥାନ ଦିଅ ବୋଲି କହିବାକୁ ସାହସ କରୁ ନାହିଁ । ୨୯ । ଚଣ୍ଡ କୁସୁମ କୋଦଣ୍ଡଧାରୀ–ପ୍ରଚଣ୍ଡ ଫୁଲଧନୁ ଧାରଣକାରୀ (କନ୍ଦର୍ପ); ତୁମ୍ଭ ନେତ୍ରାନ୍ତ । ନିର୍ଦ୍ଦେଶକାରୀ–( ବୀରତ୍ୱାଦି ବିଷୟରେ) ତୁମ୍ଭଠାରୁ ଉଣା ହେବାରୁ ତୁମ୍ଭ ଚକ୍ଷୁକୋଣର ଆଦେଶ ଅର୍ଥାତ୍ ଇଙ୍ଗିତ ଅନୁସାରେ କାର୍ଯ୍ୟ କରେ । କେହି-କିପରି । ଦୁଷ୍ଟ ମଦନ ତୁମ୍ଭର କିଙ୍କର ଥିବାରୁ ତା ଆଘାତ ତୁମ୍ଭଙ୍କୁ ସିନା ବାଧିବ ନାହିଁ, କିନ୍ତୁ ସେ ଦୁଷ୍ଟର କ୍ରୋଧକୁ ଚନ୍ଦ୍ରକଳା ସମ୍ଭାଳି ନ ପାରି ମରିଯିବ । ୩୦ । ପ୍ରତିପଦାବିଭାବରୀଧବ– ପ୍ରତିପଦ୍ ତିଥିର କ୍ଷୀଣ ଚନ୍ଦ୍ର, ଶ୍ୱାସବାସଲୋଭୀ –( ପଦ୍ମିନୀନାୟିକା ଚନ୍ଦ୍ରକଳାର ନିଃଶ୍ୱାସ ପଦ୍ମଫୁଲ ଗନ୍ଧବିଶିଷ୍ଟ ହୋଇଥିବାରୁ) ତା ନିଃଶ୍ୱାସ ପବନଦ୍ୱାରା ଆକୃଷ୍ଟ ହୋଇ ପାଖରେ ଉଡ଼ୁଥିବା, ରୋଲମ୍ବ ପକ୍ଷବାତେ-ଭ୍ରମରର ଡେଣା ପବନରେ । ୩୧ । ପାଣ୍ଡୁଭାବ-ପାଣ୍ଡୁତା, ରକ୍ତହୀନତା ଯୋଗୁଁ ଶେତା ପଡ଼ିଯିବା । ୩୨ ।
କେଳି କୁତକୀ କାମଦୁଘାଟି ।ମଣେ ପଲ୍ଲବ ଶଯ୍ୟାକୁ ଘାଟୀ ।ଛାଟିଲୁଁ ଡରରେ ପାଟୀର ପଙ୍କରେ ଦକ୍ଷିଣ ଜଳା କବାଟୀ ହେ ।ନାଗର ।୩୩।ସହଜେ ତ ମଧ୍ୟ ଅତି କୃଶ ।ଏଣୁ କଲାନି ଅତି ଅବଶ ।ଝାଉଁଳି ଯିବା ହେମଲତାଅଙ୍ଗୀକି ମହାଦୁର୍ବହ କୁଚକଳଶ ହେ ।ନାଗର ।୩୪।ବାଳା ହୋଇଥିବାରୁ ଲୀଳା ତୁଟ ।ଦିନେ ଦିନେ ହୋଇଛି ପ୍ରକଟ ।ଅପାଙ୍ଗ ନିଜଙ୍ଗଣେ ଭ୍ରମି ହେଲାନି ଖଞ୍ଜ ତାହା ନେତ୍ରଖଞ୍ଜରୀଟ ହେ ।ନାଗର ।୩୫।ତୁମ୍ଭେ ଚମତ୍କାର ଚନ୍ଦ୍ରବତ ।ବାଳାଚିତ୍ର-ଚିତ୍ର-ଚନ୍ଦ୍ରକାନ୍ତ ।କର ସ୍ପରଶ ବିନା ସିନା ଏ ଘେନି ହୋଇଗଲା ଲତେ ଦ୍ରବୀଭୂତ ହେ ।ନାଗର ।୩୬।ଏଣୁ ମଣେଁ ହେ ସୁନ୍ଦରବର ।କର ସମ୍ପର୍କ ହେଲେ ତୁମ୍ଭର ।ଦ୍ରବରୁ ଯେବେ ଦ୍ରବ ଜାତ ହୋଇବ ହୃଦ କି ହୋଇବଟି ଜେମାର ହେ ।ନାଗର ।୩୭।ଦିନେ ଦିନେ ଉନମାଦବଶେ ।ଘେନି ତୁମ୍ଭେ ଥିଲା ପରି ପାଶେ ।ରୁଷି ବସି ପୁଣି ତୁମ୍ଭ ଚାଟୁବାଣୀ ଶୁଣି ବୋଧହେଲା ପରି ଦିଶେ ହେ ।ନାଗର ।୩୮।ଏକୁଁ ଆରକେ ହୋଇ ନିପୁଣ ।କେତେ ନ ଥିଲେ ନରେଶରଣ ।ବୀରସେନରାଜସୁତରେ ଭୀମଜା ମଜ୍ଜା ମଜ୍ଜାଇବାର ତ ଜାଣ ହେ ।ନାଗର ।୩୯।ଆପେ ହରି ପେଷିଥିଲେ ଦୂତ ।କେତେ ବୋଧିଲେ ଗିରି ସାମନ୍ତ ।ଚନ୍ଦ୍ରଶକଳମଉଳି ବିନା ନିକି ଆନେ ରସିଲା ଗଉରୀଚିତ୍ତ ହେ ।ନାଗର ।୪୦।ମତ୍ତ ବିଧିନିଶ୍ଚିତ ମନକୁ ।ନତସ୍ଥଳାଭିମୁଖ ବନକୁ ।ଫେରାଇ ହୁଅଇ ନି କି ବୁଦ୍ଧିବଳେ କଲେ ହେଲେ ନାନା ଯବନକୁ ହେ ।ନାଗର ।୪୧।
ଅଶନ-ଖାଦ୍ୟ, ଜବା– ମନ୍ଦାରଫୁଲ, ଦନ୍ତବସନ-ଅଧର, ଓଷ୍ଠ । ୩୩ । କାମଦୁଘା-କାମଧେନୁ ପରି ଅଭୀଷ୍ଟଦାୟନୀ, ପଲ୍ଲବଶଯ୍ୟା-କୋମଳ ନୂଆପତ୍ର ବିଛଣା, ଘାଟୀ – ଉଚ୍ଚ ସ୍ଥାନ, ପାଟୀର ପଙ୍କରେ– ଚନ୍ଦନରୁପ ପଙ୍କରେ, ଦକ୍ଷିଣର ମଳୟ ବିରହିଣୀଙ୍କ ପକ୍ଷରେ ଯନ୍ତ୍ରଣାପ୍ରଦ ହୁଏ, ଏଥିପାଇଁ ତା ଦେହରେ ଦକ୍ଷିଣା ପବନ ନ ଲାଗିବ ବୋଲି ବଟାଚନ୍ଦନ ଛାଟି ବାୟୁନିର୍ଗମ ମାର୍ଗ ଆମେ ବନ୍ଦ କରୁଛି । ୩୪ । ମଧ୍ୟ-କଟିଦେଶ, ଅତିକୃଶ-ଅତିକ୍ଷୀଣ । ୩୫ । ଲୀଳାତୁଟ– ସୌନ୍ଦର୍ଯ୍ୟହୀନ, ଦିନେ ଦିନେ ... ଚନ୍ଦ୍ରକଳାର ଆଖି ଖଞ୍ଜରୀଟ ବା ଖଞ୍ଜନ ପକ୍ଷୀପରି ତାହା ଅପାଙ୍ଗ (ନେତ୍ରପ୍ରାନ୍ତ) ରୂପ ନିଜ ଅଗଣାରେ ଭ୍ରମଣ କରୁଥିଲା ଏବେ ସେ ସେଠାରେ ବୁଲିବାକୁ ସ୍ଥାନ ନ ପାଇ ଖଞ୍ଜ (ଛୋଟା) ହୋଇ ଗଲାଣି, ଅର୍ଥାତ୍ ଏବେ ଚନ୍ଦ୍ରକଳାର ନେତ୍ରବିଳାସ ଲୋପ ହେଲାଣି । ୩୬ । ତୁମେ ବିଚିତ୍ର ଚନ୍ଦ୍ରପରି, ଚନ୍ଦ୍ରକଳାର ଚିତ୍ର । ପଥ ବିଚିତ୍ର ଚନ୍ଦ୍ରକାନ୍ତମଣ ପରି; କର-କିରଣ, ହାତ; ସାଧାରଣତଃ ଚନ୍ଦ୍ରର କିରଣରେ ଚନ୍ଦ୍ରକାନ୍ତମଣି ତରଳିଯାଏ, ମାତ୍ର ତୁମ୍ଭର କରସ୍ପର୍ଶ ବିନା ତାହାର ଚିତ୍ତ ଦ୍ରବି ଯାଇଅଛି, ତେଣୁ ଦୁହେଁ ବିଚିତ୍ର । ୩୭ । ଯେତେବେଳେ ପ୍ରକୃତରେ ଚନ୍ଦ୍ରକାନ୍ତମଣି ରୂପ ତା ଦେହରେ ତୁମ୍ଭ କର ( ହାତ) ବାଜିବ, ସେତେବେଳେ ସେହି ତରଳ ବସ୍ତୁରୁ ପୁଣି ଯେବେ ତରଳ ବସ୍ତୁ ବାହାରିବ, ତେବେ ବାଳାର ହଦୟ କଅଣ ହେବଟି ? । ୩୯ । ବୀରସେନ-ରାଜସୁତ-ନଳ, ଭୀମଜା-ଦମୟନ୍ତୀ, ମଜା–ଅନ୍ତଃକରଣ, ମନ । ୪୦ । ବୋଧିଲେ– ବୁଝାଇଲେ, ଗିରିସାମନ୍ତ-ହିମାଳୟ,
ପ୍ରତିବନ୍ଧକ ଏଥି ଯେ ହେବ ।ତାକୁ ଏ ମହୀ କେହି ସହିବ ।ଚପଳା ଘନକୁ ମଣି କୁନ୍ଦନକୁ ଯୋଗେ ଘଟାଇଅଛି ଦଇବ ହେ ।ନାଗର ।୪୨।ନିଶ୍ଚେଁ କଲା ବିଧାତା ଆଗ୍ରହ ।ପୁଣି ତୁମ୍ଭେ ମଧୁର ବିଗ୍ରହ ।ଜେମାଭୁବନଭୂଷଣସରୋଜିନୀ ଆଉ ଏ ବିଧିରେ କି ସନ୍ଦେହ ହେ ।ନାଗର ।୪୩।ଦୂରେ ଥାଉ ଆନ ଭାଗ୍ୟମାନ ।କ୍ରମେ ହୁଏ ସିନା ଏ ବିଧାନ ।କିରୂପେ ହେଲେ ମୋ ସଖୀ ପ୍ରାଣ ରଖି ଦେଇ ଦରଶନରସାୟନ ହେ ।ନାଗର ।୪୪।ଆଗେ ଆସୁଛି ମାସ ମାଧବ ।ତହିଁ ବଳକ୍ଷ ପକ୍ଷରେ ହେବ ।ବସନ୍ତ ମାଧବରୂପୀ ରମାଧବ ଦେବଙ୍କର ଯାତ୍ରା ମହୋତ୍ସବ ହେ ।ନାଗର ।୪୫।ବହୁ ନୃପେ ନଥିବେ ସାଥିରେ ।ନେତ୍ରରଞ୍ଜନପୁରୀ ପଥରେ ।ନୃପାତ୍ମଜାରେ କୃପାରେ ବିଜେ ହେବେ କାମକଳାନଗରୀକି ଥରେ ହେ ।ନାଗର ।୪୬।ମନସିଜ ମୃଗୟୁ ପୁଙ୍ଗବ ।ପ୍ରକାଶିବ ତା ବିଦ୍ୟାପ୍ରଭାବ ।କନକମଞ୍ଜରୀ ଖେଳଖଞ୍ଜରୀଟ ପଞ୍ଜରୀରେ ସେଠାରେ ପଡ଼ିବ ହେ ।ନାଗର ।୪୭।ଚିତ୍ତ ନୋହିଲେ ଏଥକୁ ରାଜି ।ଏଡ଼େ ଯଶଶୋଭା ଯିବ ଭାଜି ।ରାଜୀବନେତ୍ରନାଶକ ବୋଲି ଲୋକେ ନିଶ୍ଚେଁ ଗଲାଟି ଡିଣ୍ଡିମ ବାଜି ହେ ।ନାଗର ।୪୮।ତୁମ୍ଭ ପଣ୍ଡିତପଣ ଅଗାଧ ।ତହିଁ ବିସ୍ତର ଲେଖା ନିଷେଧ ।ବ୍ୟାସଙ୍କୁ ବର୍ଣ୍ଣ ବିନ୍ୟାସ ପଚାରିବା ପରି ହେବ ସିନା ଅପରାଧ ହେ ।ନାଗର ।୪୯।ପଲ୍ଲବାଏ ଏ ଶିଶିରେ ବନ ।ବୃଦ୍ଧ ଦେହେ ରଖେ ଯଉବନ ।ଯୁବସନ୍ଦେଶାମୃତ ନାମ ଏ ଛାନ୍ଦ କବିଦୋଷକୁ ନ ଘେନି ଘେନ ହେ ।ନାଗର ।୫୦।ରାମକୃଷ୍ଣ ଚନ୍ଦ୍ରକାନ୍ତମୟ ।ଯେଟି ସିରେଶାଧିକ ପ୍ରଣୟ ।ତାହାଙ୍କ ଚରଣସରୋଜ ଶରଣ ନୃପ ରାମଚନ୍ଦ୍ର ଛୋଟରାୟ ହେ ।ନାଗର ।୫୧।
ଚନ୍ଦ୍ରଶକଳମଉଳି-ଚନ୍ଦ୍ରଖଣ୍ଡଧାରୀଶିବ । ୪୧ । ମତ୍ତ-ଭାବରେ ଉନ୍ମତ୍ତ, ବିଧିନିଶ୍ଚିତ-ନିୟମାନୁସାରେ ସ୍ଥିରସଂକଳ୍ପ, ନତସ୍ଥଳାଭିମୁଖ– ନିମ୍ବଦେଶଗାମୀ, ବନ-ଜଳ (ତୁଳନା କର : କୁମାର ସମ୍ଭବ-କଈପ୍ସିତାର୍ଥସ୍ଥିରନିଶ୍ଚୟଂ ମନଃ ପୟଶ୍ଚନିମ୍ନାଭିମୁଖଂ ପ୍ରତୀପୟେତ୍) । ୪୨ । ଚପଳା-ବିଜୁଳି; ମଣି-ରତ୍ନ; କୁନ୍ଦନ-ସୁନା । ୪୩ । ମଧୁର ବିଗ୍ରହ–ସୁନ୍ଦର ଶରୀରଧାରୀ ଓ ମଧୁକାଳୀନ ବା ବସନ୍ତକାଳୀନ ସୂର୍ଯ୍ୟ, ସରୋଜିନୀ-ପଦ୍ୱିନୀ । ୪୪ । ଦରଶନରସାୟନ–ଦର୍ଶନଦାନରୂପ ଜୀବନରକ୍ଷକ ରସୌଷଧ । ୪୫ । ମାଧବ ମାସ–ବୈଶାଖମାସ, ବଳକ୍ଷପକ୍ଷ-ଶୁକ୍ଳପକ୍ଷ, ବସନ୍ତମାଧବରୂପୀ-ବସନ୍ତଲକ୍ଷ୍ମୀଙ୍କର ସ୍ୱାମୀରୂପୀ, ରମାଧବ-ବିଷ୍ଣୁ । ୪୬ । ନେତ୍ରରଞ୍ଜନପୁରୀ-ପଥରେ-ଚକ୍ଷୁର ଆନନ୍ଦପ୍ରଦ ଏ ନଗରୀର ପଥରେ । ୪୭ । ମନମିଜ ମୃଗୟୁ ପୁଙ୍ଗବ-କନ୍ଦର୍ପରୂପ ଶ୍ରେଷ୍ଠ ଶିକାରୀ । କନକ ... ଚନ୍ଦ୍ରକଳାର ସୁବର୍ଣମଞ୍ଜରୀରୂପ ନେତ୍ରପ୍ରାନ୍ତରେ ଖେଳୁଥିବା ଖଞ୍ଜରୀଟ ପକ୍ଷୀ ସେହିଠାରେ ପଞ୍ଜୁରୀରେ ପଡ଼ିବ ଅର୍ଥାତ୍ ଚନ୍ଦ୍ରକଳା ସେହିଠାରେ ତୁମ୍ଭଙ୍କୁ ଦେଖିବ । ୪୯ ବର୍ଣ୍ଣବିନ୍ୟାସ––ଅକ୍ଷରସ୍ଥାପନ ରୀତି । ୫୦ । ଏ ଛାନ୍ଦ ଶୀତକାଳରେ ମଧ୍ୟ ବନକୁ ନବପଲ୍ଲବୟ କରାଏ ।