ଦଶମ ଛାନ୍ଦ — ଚନ୍ଦ୍ରକଳା — ବଳଦେବ ରଥ · ସ୍ୱର୍ଣ୍ଣଲିପିଧଇଲା ଖଞ୍ଜରୀ ଜରୀ ତକିଆମଣ୍ଡିତା ।
ନରେନ୍ଦ୍ରତନୟା ନୟାଗମ ସୁବଣ୍ଡିତା ।
ଆନନ୍ଦଅମଳ ମଲ୍ଲବେଶାକୁ ଘାରିଲା ।
ମଦଦ୍ୱିରଦର ଦର ରଖି ବାହାରିଲା ।୧୨।
ଅଳଙ୍କୃତ ଝଣ ଝଣ ନାଦେ ପଥ ଭରି ।
ବିଜେ କଲା ରଣରଣ ସମରକୁ ପରି ।
ସରସ ସାହସ ହସ ପ୍ରକାଶି ଜଗତ ।
କଲା ବିଶାରଦା ରଦାଂଶୁରେ ଧବଳିତ ।୧୩।
କରି ପରବେଶ ବେଶବତୀ ହୃଷ୍ଟ ମନେ ।
ଚାହିଁ ମଧୁରମାର ମାଧୁର୍ଯ୍ୟ କେଳି ବନେ ।
କୁସୁମଲବନେ ବନେ ବିହରିବା ଚିନ୍ତି ।
ବିହିଲାଇଁ ସାରା ସାରା ମଣ୍ଡଳ ବିଭୂତି ।୧୪।
ହୃଦୟ ଆକୂତକୁ ତରଳାକ୍ଷୀର ଜାଣି ।
ତୋଳିଲେ କୁସୁମ ସୁମଧୁରା ଶ୍ରେଣୀ ।
ଜେମାସଖୀବ୍ରଜ ବ୍ରଜଦେବୀଙ୍କ ଡଉଲେ ।
ପରିହାସ ରସର ସଞ୍ଚାର କରାଇଲେ ।୧୫।
ପୁନ୍ନାଗଭୂରୁହରୁ ହରିଣନେତ୍ରା ଜଣେ ।
ତୋଳେନ୍ତେ ପ୍ରସୂନ ସୁନୟନା କେହି ଭଣେ ।
ପୁରୁଷ ଏ ତରୁ ତରୁଣୀ ରେ ତତେ ଜଣା ।
ଫୁଟିଛି ଏ ଘେନି ଘେନିଲୁ କି ମନେ ଉଣା ।୧୬।
ଯେତେ ଲାଟ ସାର ସାର ହେଲେହେଁ ତାହାର ।
ପୁନ୍ନାଗେ ଭରସି ରସିବାର ଅସୁନ୍ଦର ।
ସେ ବୋଲେ ରେ ସହି ସହି ପାରିବି ନାହିଁଟି ।
ପାଖେ ଛୁରିଅନା ଅନା କଣ୍ଠୀରବକଟୀ ।୧୭।
ତହୁଁ ସୁଧୀରା କେ ରାକେଶ୍ୱରମୁଖୀ କହେ ।
ତୁ ଜଗତୀଭୂଷା ଭୂଷା ଚମତ୍କାର ନୋହେ ।
କେହି ପୁଣି କର କରବୀରକୁ ବଢ଼ାନ୍ତେ ।
କେ ବରାରୋହା ସହାସେ ରସି ବୋଲେ ଏତେ ।୧୮।
କଲୁ ତ ନିକର କର ବୀରେ ଖେଳିବାର ।
ମଧ୍ୟରେ ଅବୀର ବିରଚିବା କି ପ୍ରକାର ।
ତୋଳନ୍ତେ କଂକେଳି କେଳିରତା କେ ଛଇଳା ।
ତାର ସମୁକୁଳକୂଳଶାଖାକୁ ଧଇଲା ।୧୯।
ପଛରୁ କେ ଯାଇ ଜାଈମୃଦୁଦେହା ଗେଲେ ।
ଭିଡ଼ିଲା ତା କୁଚକୁ ଚତୁରୀ ଛାତି ତୁଲେ ।
ସେ ଭାଷିଲା ଆଳି ଆଲିଙ୍ଗନୁ ଦିଅ ଛାଡ଼ି ।
ମୁକୁଳବତୀ ରତିରସରେ ଅଛି ବୁଡ଼ି ।୨୦।
ମୃଦୁବାତେ ମଧୁ ମଧୁ ଅଙ୍ଗେ ପକାଇଲା ।
ଚମକି କେ ବଧୂ ବଧୂଲିକି ତକାଇଲା ।
କେ ବାମାବର ସେ ରସେ ବୋଇଲା ତହିଁକି ।
ମୋର ପ୍ରାଣବନ୍ଧୁ ବନ୍ଧୁକରେ ପଡ଼ିଲୁ କି ।୨୧।
ସୁମନ୍ଦାରରାଜି ରାଜି କରି କେ ନାଗରୀ ।
ଜଳପିଲା ମଦେ ମଦେଭେନ୍ଦ୍ରଗତି କରି ।
ଦେଖ ଭୋଗ କରେଁ କରେ ସୁବରଜବାଳୀ ।
କୃଷ୍ଣଟି ମୁଁ ମାନ ମାନବାଏ ଧର୍ମପାଳି ।୨୨।
ଧରି ସିନ୍ଧୁବାରବାର କରୋଦରେ ଗେଲେ ।
ଜିଣିଲି କୁମ୍ଭଜ ଭଜ ମୋତେ ଲୋକେ ବୋଲେ ।
ନାଗିଣୀ ପାଖରେ ଖରେ ଚାହିଁ ବିଚକିଳ ।
ବିହିଲା କେ ମଲ୍ଲୀ ମଲି ବୋଲି କୋଳାହଳ ।୨୩।
ବ୍ରଜଦେବୀଙ୍କ ଡଉଲେ-ଗୋପୀମାନଙ୍କ ପରି । ୧୬ । ପୁନ୍ନାଗଭୂରୁହ-ପୋଲାଙ୍ଗଗଛ ଓ ପୁରୁଷଶ୍ରେଷ୍ଠ, ପୁରୁଷ ... ପୁରୁଷରୂପ ପୋଲାଙ୍ଗ ଗଛ ଫୁଟିଛି ଅର୍ଥାତ ‘ପୁଷ୍ପବତୀ’ ହୋଇଛି, ଏହା ଯେତେ ଉକୃଷ୍ଟ ଦେଖି ତୋ ମନ ଉଣା ହେଲା କି ? । ୧୭ । ଯେତେ ଲାଟ ... ତାହାର ପୁଷ୍ପ ହେଲେହେଁ, ପୁନ୍ନାଗ-ପୋଲାଙ୍ଗ ଓ ପୁରୁଷ ହାତୀ । ୧୮ । ରାକେଶ୍ୱର ମୁଖୀ-ପୂର୍ଣ୍ଣଚନ୍ଦ୍ରବନା, କରବୀର– ଏକପ୍ରକାର ପେଛାଫୁଲ (କନିଅର ନୁହେଁ) । ୧୯ । କଲୁ ତ–ବୀରସଙ୍ଗେ ଖେଳିବାକୁ ନିକର (ନିଶ୍ଚୟ), କରୁ କଲୁ (ହାତ ଦେଲୁ), ଅବୀର–ଫଗୁ, ଯେ ବୀର ନୁହେ । କଂକେଳି–ଅଶୋକ, ସମୂକୁଳକୂଳଶାଖାକଢ଼ ହୋଇଥିବା ନିକଟବର୍ତ୍ତୀ ଡାଳ । ୨୦ । ଜାଈ ମୃଦୁଦେହାଜାଈଫୁଲ ପରି କୋମଳ ଦେହ ଯାହାର । ମୁକୁଳବତୀ-କ୍ଷୁଦ୍ର କୁଚଯୁକ୍ତା, ତେଣୁ ପୁଷ୍ପବତୀ ହୋଇ ନ ଥିଲେହେଁ ରତିନିପୁଣା ଅଟେ, ଅଥଚ ଫୁଲ ନ ଧରି ଅଶୋକ ମୁକୁଳ ଧରି ଲେହେଁ ଖେଳି ଜାଣେ । ୨୧ । ମଧୁ-ବସନ୍ତକାଳ, ମଧୁ-ପୁଷ୍ପରସ, ବଧୁଲି– ବନ୍ଧୁକ ଫୁଲ, ସାତଘଡ଼ିଆ ଫୁଲ; ରସେ– କୌତୁକରେ, ପ୍ରାଣବନ୍ଧୁ –(ସଂଶୋଧନ), ବନ୍ଧୁକରେ ମୋ ସ୍ୱାମୀ ହାତରେ ଅଥଚ ବନ୍ଧୁକ (ବଧୁଲି) ଫୁଲରେ । ୨୨ । ସୁମନ୍ଦାରରାଜି– ସୁନ୍ଦର ମନ୍ଦାର ଫୁଲମାନଙ୍କୁ; ରାଜି କରିତୋଳି, ମଦେଭେନ୍ଦ୍ର–ମତ୍ତହସ୍ତୀ, ସୁବରଜବାଳୀ– ସତ୍ୟଭାମା, କରେ–ସୁଖରେ (ସତ୍ୟଭାମାଙ୍କ ପାଇଁ କୃଷ୍ଣ ସ୍ୱର୍ଗରୁ ମନ୍ଦାରଫୁଲ ଆଣିଥିଲେ) । ୨୩ । ସିନ୍ଧୁବାର-ବେଗୁନିଆ ଫୁଲ ବାରସମୂହ, କରୋଦରେ-ହାତମୁଠା ଭିତରେ, କୁମ୍ବଜ-ଅଗସ୍ତ ଋଷି ଅଗସ୍ତ୍ର ଗୋଟିଏ
ଘେନି ନାଗେଶ୍ୱର ସ୍ୱର ରଚି କେ ସେପରି ।କାଳୀଦଳନର ନରତନୁକୁ ଆଚରି ।ବୋଲେ ମତେ ବହୁ ବହୁମାନ କରି ରଖ ।ମୁଁ ଜାଙ୍ଗଳିକଟି କଟୀ ଭାଙ୍ଗି ନାଚେଁ ଦେଖ ।୨୪।ଜାଣେ ଆଶୀବିଷ ବିଷହର ନାମ ଗଦ ।ରବିସୁତାସର ସରଜିତ ତୋଳା ପଦ ।ତୋଳୁଁ କଢ଼ୀକୁନ୍ଦ କୁନ୍ଦନାଙ୍ଗୀ କେହୁ ସ୍ନେହେ ।କେଉଁ କଳାବତୀ ବତିଶାର୍ଦ୍ଧବୟା କହେ ।୨୫।କିରେ ସଖି ଆଜ ଆଜନମ ସ୍ନେହତିଳେ ।ମାନସେ ନ କଳି କଳି ଲୋଡ଼ୁଚୁ ତ ବଳେ ।ଧରୁ କେ ଶୁଭାଙ୍ଗୀ ଭାଙ୍ଗି ସେବତୀରୁ ଡାଳେ ।ହସି କେ ଅବଳା ବଳାହକକେଶା ଛଳେ ।୨୬।ଏ ପାରିବାପଣ ପଣସଂଖ୍ୟ ଜନେ ଥିବ ।ଅଛି କି ସନ୍ଧାନେ ଧାନେ ଉପାୟ ବିଭବ ।ତୋଳନ୍ତେ ପାଟଳୀ ଟଳି ଭାଷେ କେ କୁତୁକେ ।ତତେ କର୍ଣ୍ଣସମ ସମଜନ୍ତି ପରା ଲୋକେ ।୨୭।ଅର୍ଥୀରେ ଉତ୍ତମ ତ ମହତ୍ତ୍ୱ ରଖାଇଲୁ ।ସହଜ ନାମର ମରଜି ଯା ଦେଖାଇଲୁ ।ବୋଇଲା ରଙ୍ଗଣୀ ଗଣି ଗଣି କେଉଁ ବାମା ।ନାହିଁ ଧୀରାଗଣ ଗଣନାରେ ମୋ ଉପମା ।୨୮।କିଶୋରୀ ଏପରି ପରିହାସରସେ ହଟି ।ଅଟ୍ଟହାସାଧାରୀ ଧରିତ୍ରୀରେ ଯାଏ ଲୋଟି ।ତଦନନ୍ତର ସେ ରସେଙ୍ଗିତଜ୍ଞାରଜାକୁ ।କାଞ୍ଚନଫରୁଆରୂଆ ପୀନ ଉରଜାକୁ ।୨୯।କୁଚଜିତାଚଳା ଚଳାପାଙ୍ଗୀ ସୁଷମାକୁ ।ସକଳ ଭୁବନ ବନ ସୁରଭିରମାକୁ ।ସଖୀଏ ବିଚାରି ଚାରି ପାଞ୍ଚଗଲେ ଗେଲେ ।ମନୋହର ବାସ ବାସନ୍ତିକ ବେଶ କଲେ ।୩୦।କଲେ ଯେ ଯାହାର ହାର ଆଦି ଫୁଲ ଭୂଷା ।ପ୍ରଫୁଲ୍ଲ ବ୍ରତତୀତତି ପରି ହେଲେ ଯୋଷା ।ନବୀନ ପ୍ରବାଳ ବାଳ ଅରୁଣୋଷ୍ଠୀଗଣ ।କଲେ ଶ୍ରୁତିପାଶ ପାଶ ପରି ବିଭୂଷଣ ।୩୧।
ସମୁଦ୍ରକୁ ଚଳୁ କରିଥିଲେ, ମାତ୍ର ମୁଁ ବାର ବାର (ଦ୍ୱାଦଶ ସଂଖ୍ୟକ) ସିନ୍ଧୁକୁ ହାତମୁଠାରେ ଧରିଲି, ନାଗିଣୀ-ଏକଜାତୀୟ ମଲ୍ଲୀଫୁଲ, ବିଚକିଳ-ଅନ୍ୟ ଜାତୀୟ ମଲ୍ଲୀଫୁଲ, ମଲ୍ଲୀମଲ୍ଲୀ-ମଲ୍ଲୀଫୁଲ, ମଲ୍ଲୀଫୁଲ ଅଥଚ ମରିଗଲି ମରିଗଲି । ୨୪ । ନାଗେଶ୍ୱର-ନାଗେଶ୍ୱର ଫୁଲ ଓ ସାପୁଆଙ୍କ ବାଜା, ନରତନ–ନର୍ତ୍ତନ, ନୃତ୍ୟ; ଜାଙ୍ଗଳିକ-ସାପୁଆକେଳା । ୨୫ । ଆଶୀବିଷ-ସର୍ପ, ବିଷହର ନାମକ ଗଦ । ରବିସୁତାସର-ଯମୁନା ନଦୀ, ସରସିଜତୋଳାପଦ– ପଦ୍ମତୋଳା ପଦ କଢ଼ୀକୁନ୍ଦ-କୁନ୍ଦଫୁଲର କଢ଼କୁ, ବତିଶାଦ୍ଧବୟା–ଷୋଳବୟସୀ । ୨୬ । କଳି– କଳକା ବା କଢ଼ ଅଥଚ କଳହ । ବଳାହକକେଶା-ଘନକେଶା । ୨୭ । ପାଟଳୀ–ପାଟଳୀଫୁଲ, ଟଳି-ହଲି ହଲି, ହେ ପାଟଳି ! ତୋତେ ଲୋକେ କର୍ଣ୍ଣସମ (କାନପରି, ପାଟଳୀ ଫୁଲ ସଙ୍ଗେ କାନର ତୁଳନା ହୁଏ ଅଥଚ ଦାତାକର୍ଣ୍ଣ ଭଳି) ବୁଝନ୍ତି ପରା । ୨୮ । ଅର୍ଥୀରେ ଉତ୍ତମ କର୍ଣ୍ଣ-ଯାଚକମାନଙ୍କ ପ୍ରତି ଉତ୍ତମ ଥିଲେ । ୨୯ । ରସେଙ୍ଗିତଜ୍ଞାରଜାକୁ-ଯେଉଁମାନେ ରସର ଇଙ୍ଗିତ (ମନୋଗତ ଭାବ) ବୁଝି ପାରନ୍ତି, ସେମାନଙ୍କ ମଧ୍ୟରେ ଶ୍ରେଷ୍ଠା । କାଞ୍ଚନଫରୁଆରୁଆ ସୁନା ଫରୁଆ ପରି ଉଠିଥିବା, ପୀନ-ସ୍କୁଳ । ୩୦ । କୁଚଜିତାଚଳା-କୁଚଦ୍ୱାରା ପର୍ବତକୁ ଜୟକରିଛି । ସକଳ ... ସମଗ୍ର ବ୍ରହ୍ମାଣ୍ଡର ଅରଣ୍ୟର ବସନ୍ତଲକ୍ଷ୍ମୀକୁ । ମନୋହର-ବାସ ବାସନ୍ତିକ– ମନୋହର ସୌରଭଯୁକ୍ତ ବାସନ୍ତିକ ପୃଷ୍ଠରେ ବେଶ କଲେ । ୩୧ । ପ୍ରଫୁଲୁବ୍ରତତୀତତି-ପ୍ରସ୍ତୁଟିତ ଲତାସମୂହ । ପ୍ରବାଳ–ନୂଆପତ୍ର, ବାଳଅରୁଣୋଷ୍ଠ-ବାଳଅରୁଣ ( ସକାଳଅରୁଣ) ପରି ( ରକ୍ତବର୍ଣ) ଓଷ୍ଠ
ହସି ବାଳାବର ବରଷିଲା ଫଗୁମୁଷ୍ଟି ।ଆହା ରସାଳସା ଲସାଇଲା ଶୋଭାସୃଷ୍ଟି ।ଯଥାଟି ମାଧୁପୀ ଧୂପି ପିଅଇ ମରନ୍ଦ ।ଫେରେ ଲଭି ତାପ ତା ପରାଗେ ହୋଇ ଅନ୍ଧ ।୩୨।ମାଣିକ୍ୟଖଣିରୁ ନିରୁପମ ଶିଳ୍ପ କରି ।କଲା କି ସେ ଜାତ ଯାତ ଚାରିମୁଖଧାରୀ ।ହିଙ୍ଗୁଳଦ୍ୱୀପର ପର ଦେବତାମଣ୍ଡଳୀ ।ଆସି ସେ ବନୀକି ନିକି ଆରମ୍ଭିଲେ କେଳି ।୩୩।ଅନୁରାଗ ରସର ସଂକୋଚ ନ ଥିବାରୁ ।ଅଛନ୍ତି କି ବହି ବହିରନ୍ତରେ ରମ୍ଭୋରୁ ।ଗାଇବା ହେତୁରୁ ୠତୁରାଜ ହୋରୀଗୀତ ।ତେଜିଲେ କୂଜିତ ଜିତ ହେଲେ ପରଭୃତ ।୩୪।ଜେମା ହାତୀ ମାର ମାର ବୋଲି ଏହା ଡରେ ।ବୋଲି କେ କାହାର ହାର ଆଡ଼ିଆ ଧଇଲେ ।ଜିଣଇ ଚପଳା ପଳାଇବା ବେଳେ କହି ।ଆଣେ କେ ଅବଳା ବଳାତ୍କାରେ ଧରି ବହି ।୩୫।ଦକ୍ଷିଣ ମରୁତରୁ ତ ଚେଳ ଉଡ଼େ ଦେଖି ।ଫିଙ୍ଗେ ଲାଲରଜ ରଜନୀଶବିମ୍ବମୁଖୀ ।ଭିଡ଼ନ୍ତେ ଦୁକୂଳକୁ ଲଜ୍ଜାରେ ସେ ସୁନ୍ଦରୀ ।ମାରଇ ମୁଖକୁ ଖ – କୁ ଉଡ଼ାଇଲା ପରି ।୩୬।ହୋଇ ସବିନୟ ନୟନରେ ଦେଉ ପାଣି ।ଫିଙ୍ଗିଲା ତଳକୁ ଲକୁଚକୁଚା ତରୁଣୀ ।ସଖୀ ନୀବୀପାଶ ପାଶ ଗଲା ତାର ଦିଶି ।ଅନଙ୍ଗନିକେତେ କେତେ ରଜ ଗଲା ମିଶି ।୩୭।ବରଜ ବରଜ ରଜବତୀଟାକୁ ବୋଲି ।ଖେଳନ ସାହାସୀ ହସି କରେ ଦିଏ ପେଲି ।ଫଗୁଖେଳ ସରୁ ସରୁମଧ୍ୟମା ଛଇଳା ।ଅତର ପନୀର ନୀର ଖେଳେ ମନ ଦେଲା ।୩୮।
ଯାହାଙ୍କର । ଶ୍ରୁତିପାଶ–ସୁନ୍ଦର କୟକୁ ପାଶ ପରି ( କର୍ଣ୍ଣକୁ ଫାଶ ସଙ୍ଗେ ତୁଳନା କରାଯାଏ ) । ୩୨ ।-ବାଳାବର – ଏଠାରେ ଚନ୍ଦ୍ରକଳା, ଲସାଇଲା–ଦବାଇଲା, ପରାସ୍ତ କଲା. ମଧୁପୀ-ଭ୍ରମରୀ, ଧୂପି–ଧାଇଁ ଯାଇଁ, ମରନ୍ଦ-ମକରନ୍ଦ, ତାପ-ଦୁଃଖ । ତା ପରାଗରେ-ତା ରେଣୁରେ । ୩୩ । ନିରୁପମ-ଉପମାରହିତ । ମାଣିକ୍ୟଖଣି-ରକ୍ତବର୍ଣ୍ଣର ଖଣି, ସେ ଯାତ୍ରାକୁ ଜାତ କଲା କି ? ଚାରିମୁଖଧାରୀ-ବିଧାତା । ହିଙ୍ଗୁଳଦ୍ୱୀପ- ହଂସପାଦ ନାମକ ଗାଢ଼ ରକ୍ତବର୍ଣ୍ଣବିଶିଷ୍ଟ ଦ୍ୱୀପ । ପରଦେବତା ମଣ୍ଡଳୀ–ଉତ୍କୃଷ୍ଟ ଦେବୀମାନେ, ବନୀ–ଉପବନ । ୩୪ । ଅନୁରାଗରସ– ସ୍ରୋହରସ (ସ୍ନେହ ରକ୍ତ ବର୍ଣ୍ଣ ବୋଲି କବିମାନେ ବର୍ଣ୍ଣନା କରନ୍ତି) । ଅଛନ୍ତି କି ରୟୋରୁ-ସଖୀମାନେ ଭିତରେ ଓ ବାହାରେ ରକ୍ତବର୍ଣ୍ଣ ହୋଇଅଛନ୍ତି କି ? କୂଜିତ–ପକ୍ଷୀଙ୍କର ମଧୁର ଶବ୍ଦ । ପଉଭୃତ-କୋକିଳ । ୩୫ । ଆଡ଼ିଆ- ହାତୀ ପ୍ରଭତି ବନ୍ୟଜନ୍ତୁଙ୍କ ନିବାରଣ ପାଇଁ କରାଯିବା ଯଷ୍ଟି ପ୍ରଭୃତିକୁ ଆଡ଼ିଆ କହନ୍ତି । (ଏଠାରେ ଚନ୍ଦ୍ରକଳା ରୂପ ହାତୁଣୀ ଫଗୁ ମାରୁଥିବାରୁ ତାକୁ ନିବାରଣ କରିବାପାଇଁ ହାରରୂପ ଆଡ଼ିଆକୁ ଧରିଲେ) ॥ ଚପଳା-ବିଜୁଳି । ୩୬ । ମରୁତରୁ ପବନ ହେତୁରୁ । ଲାଲରଜ-ଫଗୁ, ରଜନୀଶବିମ୍ୱମୁଖୀ ଚନ୍ଦ୍ରମୁଖୀ । ଖ-କୁ– ଆକାଶକୁ । ୩୭ । ଲକୁଚ-ଜେଉଟ ଫଳ, ନୀବୀପାଶପାଶ-ପିନ୍ଧାଲୁଗାର ଅଣ୍ଟାପାଖ, ଖୋସଣୀ ପାଖ । ଅନଙ୍ଗନିକେତ-ଗୁପ୍ତଅଙ୍ଗ । ୩୮ । ରଜବତୀ-ପୁଷ୍ପବତୀ । ସରୁମଧ୍ୟମା– କ୍ଷୀଣକଟି । ୩୯ । ନଳି-ପିଚକାରୀ । ୪୦ ।
ବିବିଧ ଅତର ତ ରମଣୀମଣି ତୁଲେ ।ସୁନାକଲଶୀରେ ଶିରେ ଦାସୀ ବହିଥିଲେ ।ମଣିମୟ କମ କମନୀୟ ବାଛି ଦେଖି ।କରେ ଦେଲା ନଳି ନଳିନାକ୍ଷର କେ ସଖୀ ।୩୯।ଖେଳିଳା ଅଖଞ୍ଜ ଖଞ୍ଜାନାକ୍ଷୀ ନାରୀରାଜା ।ମଣ୍ଡନଶିଞ୍ଜିତଜିତ ହେଲା ଘନ ବାଜା ।ବହିଲା ଅତରତରଙ୍ଗିଣୀ ସ୍ରୋତ ପରି ।ଘେରିଲେ ଭ୍ରମର ମରକତଗୋଳ ସରି ।୪୦।ଉପବନ ତଳ ତ ଲସଇ ଚନ୍ଦ୍ରୋପଳ ।କୁସୁମରଜରେ ଜରେ ଅତରକଲ୍ଲୋଳ ।କାର ଏକପାକ ପା ଖସିଲେ କେ ହସିଲା ।ଦୁଇପଦ ତାର ତାରତମ୍ୟରେ ଖସିଲା ।୪୧।ପରାଗଜମ୍ବାଳ ବାଳମୃଗାକ୍ଷୀ କେ ଧରି ।ଆଲିଙ୍ଗି କ୍ଷେପି ଲେପିଲେ ହସଇ କିଶୋରୀ ।କେ କାହା ଉପରେ ପରେ ଭର ଦେଇ ପଡ଼େ ।ଧରି କରତାଳ ତାଳସ୍ତନା ହସି ପଡ଼େ ।୪୨।ନିଜ ପ୍ରତିବିମ୍ବ ବିମ୍ବଅଧରୀ କେ ଲେଖି ।କହେ ଭ୍ରମେ ଅନା ଅନାୟତ୍ତ ହେଲା ସଖୀ ।ତୋଳି ଧରିବା କି ବାକି ରହିଯିବ ସିନା ।ନୋହେ ଆମ୍ଭ ସମ ସମରଥା ଏ ନୂତନା ।୪୩।କିରୂପେ ଗୋ ସହ ସହଚରୀ ଏ କି ପ୍ରୀତି ।ଶୁଣି ଏ ଭାରତୀ ଋତିତୁଲ୍ୟାଏ ହସନ୍ତି ।ତିନିଯାମୁଁ ବଳି ବଳିଶୋଭିନୀ ଖେଳିଲା ।ଅତି ମୃଦୁତନୁ ତ ନୂତନା ଶ୍ରାନ୍ତ ହେଲା ।୪୪।କୃଶ ମଧ୍ୟମ ତ ମତ୍ତଗଜଗମନାର ।ଚାମୀକରଘଟ ଘଟନୀୟ ପୟୋଧର ।ଅଙ୍ଗକୁ ଶିରୀଷର ସମତା ନାହିଁ ଯାର ।ସେ ହେଲେ ଆଶ୍ରମୀ ଶ୍ରମରତ ଚମତ୍କାର ।୪୫।କଲା ସୁସଂଯତ ଯତନରେ ଲାଗି ବାସ ।ହୋଇଲା ଜବନ ବନରୁହବାସ ଶ୍ୱାସ ।ନୟନ ଅଞ୍ଜନ ଜନମୋହନାର ଭଲା ।ସ୍ୱେଦରେ ଗାଧୋଇ ଧୋଇ ହୋଇ କି ଛଇଳା ।୪୬।କଞ୍ଜଜୟ ଦୟଦକ୍ଷରକୁ ବୁଲାଇ ।ଜେମାଦେଈ ଦେଇ ଆଳି ଅଂସରେ ଗେଲାଇ ।ମଧ୍ୟେ ଦେଇ ବାମ ବାମକର ହେଲା ଉଭା ।କେ କରିବ ଶେଷ ସେ ସମୟେ ତାର ଶୋଭା ।୪୭।
ଅଖଞ୍ଜଖଞ୍ଜନାକ୍ଷୀ-ନିର୍ଦୋଷଖଞ୍ଜନପକ୍ଷୀ ପରି ଚଞ୍ଚଳ ଆଖି ଯାହାର, ମଣ୍ଡନଶିଞ୍ଜିତ- ଅଳଙ୍କାରଧ୍ୱନି, ଘନବାଜା-ଉଚ୍ଚ ସ୍ୱରରେ ବାଜୁଥିବା ବାଦ୍ୟ, ଅତରତରଙ୍ଗିଣୀ–ଅତରର ନଈ, ..ମରକତଗୋଳ ସରି–ମରକତମଣିର ଗୋଲି ପରି । ୪୧ । ଉପବନ ... ଚନ୍ଦ୍ରକାନ୍ତମଣିରେ ତିଆରି ହୋଇଥିବା ବଗିଚାର ତଳଦେଶ ଲସଇ (ତଳକୁ ଦବିଗଲା) । ୪୨ । ପରାଗଜମ୍ୱାଳ– ଫଗୁକାଦୁଅ, କ୍ଷେପି-ଫୋପାଡ଼ି, ପରେ–ଅନ୍ୟ ଉପରେ । ୪୩। ନିଜ ପ୍ରତିବିମ୍ବ-ଚନ୍ଦ୍ରକଳାର ସ୍ୱପ୍ରତିକୃତି , ସଖି (ଚନ୍ଦ୍ରକଳା) ଅନାୟତ୍ତ (କ୍ରାନ୍ତ) ହେଲା । ୪୪ । ମଧ୍ୟମ-କଟିଦେଶ, ଚାମୀକରଘଟ ଘଟନୀୟ–ସୁନା ମାଠିଆ ପରିସୁନ୍ଦର, ଶିରୀଷର ସମତା-କୋମଳ ଶିରୀଷ ଫୁଲର ସାମ୍ୟ, ଶ୍ରମରତ–ପରିଶ୍ରମକ୍ରାନ୍ତ, ଆଶ୍ରମୀ ହେଲେ-ଆଶ୍ରମ ମଣ୍ଡପରେ ବସିଲେ । ୪୬ । ହୋଇଲା ... ପଦ୍ମଗନ୍ଧବିଶିଷ୍ଟ ନିଶ୍ୱାସ ଶୀଘ୍ର ଶୀଘ୍ର ବହିଲା । କି ଛଇଳା-କି ସୁନ୍ଦର । ୪୭ । କଞ୍ଜଜୟ–ପଦ୍ମ ଅପେକ୍ଷା ସୁନ୍ଦର । ଦୟଦକ୍ଷକର-ଦୟାପୂର୍ଣ୍ଣ ଦକ୍ଷିଣ ହସ୍ତ, ଅଂସ-କାନ୍ଧ, ମଧ୍ୟ ଦେଇ ... ଅଣ୍ଟାରେ ବାମ (ସୁନ୍ଦର) ବାମକର ଦେଇ । ୪୮। ଦରକଣ୍ଠି –କମ୍ବୁକଣୀ,
ମଜ୍ଜାଇ ଚାଦର ଦରକଣ୍ଠୀ କେ ପନୀରେ ।ପୋଛିଲା ସୁନ୍ଦର ଦରପଣମୁଖୀ ଧୀରେ ।ଆତପ ସକଳ କଳକଣ୍ଠୀବାଣୀ ଦେହେ ।ନ ବାଧିଲା ପରି ପରିପାଳିବାକୁ ସ୍ନେହେ ।୪୮।ଧଇଲା କେ ବିଧୁ ବିଧୂନନହାସଦ୍ୟୁତି ।ବିଶାଳ ପେଷଳ ସଲକ୍ଷଣ ଫୁଲଛତି ।ମୃଦୁଳ ପବନେ ବନେ ଏପରି ବିହରୁ ।କଲା ସୁତରଙ୍ଗ ରଙ୍ଗରସେ ମନେ ଭୀରୁ ।୪୯।ପଞ୍ଚାଶତ ଏକ ଏ କବୀଶ ପଦେ ଛାନ୍ଦ ।ବନବିହାର ସରସ ଜାଣିବେ କୋବିଦ ।ହେଲେ ରସବଶ ବସନ୍ତରେ ପାଠ ହେବ ।ଉତ୍ତରରେ ସଳିଳ ଳୀଳାରସ ବରଷିବ ।୫୦।ପ୍ରପନ୍ନ ଜନର ନରକାଦି ମହାଦୁଃଖ ।ଯେଉଁ ପ୍ରଭୁ ହରେ ହରେ ଉଚ୍ଚାରନ୍ତେ ମୁଖ ।ତାଙ୍କ ସନ୍ନିଧିରେ ଧୀରେ ଜଳନ୍ତରପତି ।ସଗରିମାଦର ଦରଶନ କଲେ ନିତି ।୫୧।
ଆତପ-ଖରା, କଳକଣ୍ଠବାଣୀ-କୋକିଳଭାଷିଣୀ । ୪୯ । ବିଧୁବିଧୂନନହାସଦ୍ୟୁତି- ଯାହାର ହାସ୍ୟର ଶୋଭା ଚନ୍ଦ୍ରକୁ କମ୍ପାଇ ଦିଏ, ପେଷଳ–ସୁନ୍ଦର, ସଲକ୍ଷଣ-ଶୁଭଚିହ୍ନଯୁକ୍ତ ସୁତରଙ୍ଗରଙ୍ଗରସେ – ସୁନ୍ଦର ଲହରୀ ଥିବା ପୁଷ୍କରିଣୀ କ୍ରୀଡ଼ାରେ
। ୫୦ । କବୀଶପଦେ-ବଡ଼ କବିଙ୍କଦ୍ୱାରା ପ୍ରଯୁକ୍ତ ପଦରେ । ୫୧ । ହରେ-ହେ ହରି ! ସଗରିମାଦର-ଗୌରବ ଓ ଆଦର ସହିତ । ପ୍ରପନ୍ନ-ଶରଣାଗତ ।