ସପ୍ତଦଶ ଛାନ୍ଦ — ଚନ୍ଦ୍ରକଳା — ବଳଦେବ ରଥ · ସ୍ୱର୍ଣ୍ଣଲିପିମଞ୍ଜୁଳା ।
ରେଖା ରେଖାକେ ଲେଖାଧିପଶିରୀ ।
ପଦତଳେ କରୁଛି ନଉକରି ।
ବର୍ଣ୍ଣ ବର୍ଣ୍ଣିକରୁ ବଳି ଅର୍ଣ୍ଣବରୁ ପିଇଲା ସୁଧାନିର୍ଝରୀ ସେ ।୫।
ଗୁଣ ରୀତି ରସ ଶ୍ଳେଷ ଅନୁପ୍ରାସ ଯମକ ତୁନ୍ଦିଳ ରଚନ ।
ଧୃତିଧ୍ୱଂସୀ ଏକ ଏକ ବଚନ ।
ଲୋଚନ ଆଦି ନିଖିଳ ଇନ୍ଦ୍ରିୟରେ ମଣିଲା ସୁଧାସେଚନ ସେ ।
ମଞ୍ଜୁଳା ।
‘‘ ଆରେ ବାଳା ମହାରାଜକୁମାରୀ ।
ନବନୀତ ଶିରୀଷ ସୁକୁମାରୀ ।
ଧରାମଉଳି ଜଙ୍ଗମ ହେମଚମ୍ପାଝରା ବିଶ୍ୱମନୋହରୀ ରେ ।୬।
ବିପ୍ରଯୋଗୀଙ୍କର ସହାୟ ଶଙ୍କରଏହା ଜାଣିଲେ ହେଲେ ଭଲେ ।
ତାଙ୍କ ନାମ ନ ଲେଖିଲି ପହିଲେ ।
ସରିଯାନ୍ତି ଧ୍ୟାନ କରୁ କରୁ ଜ୍ଞାନ ଚନ୍ଦ୍ରଚୂଳ ଜାଳିଦେଲେ ରେ ।
ମଞ୍ଜୁଳା ।
ଧୃତି ନ ରେଖା ଯା ଏକ କିରଣ ।
ପ୍ରାଣତୁଲେ ନ କରେ ସେ କି ରଣ ।
ଏ ଘେନି ବିଚାରେ ସମସ୍ତ ପ୍ରକାରେ ତୁହି ଏକା ମୋ ଶରଣ ରେ ।୭।
ମୋହନ କଳା ମୂର୍ତ୍ତିମନ୍ତ ମନ୍ତର କାରିକା ତାରକେଶାନନା ।
ସୁଧାପୂର୍ଣ୍ଣ ସୁବର୍ଣ୍ଣଘଟସ୍ତନା ।
ପରିଜନ ପରିପାଳନେ ଯାହାର ଉଡ଼େ ଦୟାଳୁତାବାନାରେ ।
ମଞ୍ଜୁଳା ।
ତୋର ନିର୍ସଗ ଚଞ୍ଚଳ ନୟନ ।
କର୍ଣ୍ଣେ ଜପ ହେବାରୁ ପ୍ରତିଦିନ ।
ବନ ଭିତରେ ଭୀତରେ ଅନାରତେ ମୀନଶ୍ରେଣୀ ହେଲା ଲୀନ ରେ ।୮।
ମଳୟଜମୁଦ୍ରାଜାଲ– ଚନ୍ଦନରେ ଦିଆଯାଇଥିବା ମୋହର ରୂପ ଆବରଣକୁ ଶିଥିଳାଇ (ହୁଗୁଳା କରି) ତରୁଣ (ଅନଙ୍ଗ ସୁନ୍ଦର)ର ସନ୍ଦେହଗ୍ରଛି ତୁଳେ ( ସାଙ୍ଗରେ) ଚିଟାଉକୁ ଫିଟାଇଲା ଅର୍ଥାତ୍ ଚିଟାଉ ଫିଟାଇବାରୁ ତରୁଣର ସନ୍ଦେହ ଦୂର ହେଲା । ୪ । କରୁ-କରରୁ, ଅନାୟତ୍ତ ଦମ୍ଭରେ-ଧୈର୍ଯ୍ୟ ସମ୍ଭାଳି ନ ପାରି । ୫ । ଯୁବରାଜ–ଅନଙ୍ଗସୁନ୍ଦର, ଅଙ୍ଗରାଗସଙ୍ଗୁ-ଜାଫ୍ରାନ୍କେଶର ପ୍ରଭୃତି ଅଙ୍ଗରାଗ ଲାଗିଥିବାରୁ; କନକପାଟ-ହଳଦିଆ ପାଟ, ମିନାଲେଖା–ସୁନାରେ ମିନାକାମ ପରି ସେ ବର୍ଣ୍ଣଧାଟୀ (ଅକ୍ଷର ଧାଡ଼ି) ଦିଶୁଅଛି, ରାମଣୀୟକ–ଶୋଭା, ଜଳନିଧ–ସାଗର, ରେଖା ... ପ୍ରତିଗାର ଲେଖାଧିପ (ଇନ୍ଦ୍ର) ଐଶ୍ୱର୍ଯ୍ୟକୁ ତୁଚ୍ଛ କରୁଛି । ବର୍ତ୍ତବର୍ଣ୍ଣକରୁ–ଅକ୍ଷର ଚିତ୍ରରଙ୍ଗରୁ, ବଳି ଅର୍ଣ୍ଣବରୁ ସମୁଦ୍ରଠାରୁ ଅଧିକ । ୬ । ତୁନ୍ଦିଳ–ପରିପୂର୍ଣ୍ଣ, ରଚନ-ରଚନା, ଧରାମଉଳି ଇତ୍ୟାଦି-ପୃଥିବୀ ମସ୍ତକର ଗତିଶୀଳ ସୁନାଚମ୍ପା ପୁଷ୍ପଗୁଚ୍ଛସ୍ୱରୂପା । ୭ । ବିପ୍ରଯୋଗୀ–ବିରହୀ, (ଶିବ କାମକୁ ଭସ୍ମ କରିଥିବାରୁ) ସେ କାମକ୍ଲିଷ୍ଟ ବିରହୀଙ୍କ ସହାୟ । ଚନ୍ଦ୍ରଚୂଳ-ମସ୍ତକରେ ଥିବା ଚନ୍ଦ୍ରରେଖା, ଧୃତି ନ ରଖେ ... ଯେଉଁ ଚନ୍ଦ୍ରର ଷୋଳକଳାରୁ ଏକ କଳାର କିରଣ (ଶିବଙ୍କ ମୁଣ୍ଡରେ ଥିବା) ଧୈର୍ଯ୍ୟ ନଷ୍ଟ କରି ଦିଏ, ତାହାର ସମଗ୍ର କିରଣ ଜୀବନ ନେବାକୁ ଯୁଦ୍ଧ କରେ ନାହିଁ କି ? (ଚନ୍ଦ୍ରକିରଣ ବିରହୀଙ୍କ ପକ୍ଷରେ ଅସହ୍ୟ) । ୮।
ନିଖିଳ ଗୁଣଗଣବତୀ ଯୁବତୀ ସାମନ୍ତାଣୀ ।କଳକଣ୍ଠ କୂଜନଠାଣି ବାଣୀ ।ତୋ ସଙ୍ଗୀତବିଦ୍ୟା ତେଡ଼େ ବିଶାରଦା ଶାରଦା ନ ଥିବେ ଜାଣି ରେ ।ମଞ୍ଜୁଳା ।ତୁ ଯେ ବିବେକୀଙ୍କ ଶିରୋଭୂଷା ।ଶେଷଦେବ ହୋଇବେ ଲୋକହସା ।ଏକ ସହସ୍ରବଦନେ ଆରମ୍ଭିବେ ଯେବେ ତୋହର ପ୍ରସଂସାରେ ।୯।ମଣୁଅଛି ବ୍ରହ୍ମପଦ ତୋର ପଦତଳେ ପଶିଅଛି ଶରଣ ।ହଂସଭୂଷଣ ହଂସସଞ୍ଚରଣ ।ରଜୋଗୁଣରାଗ ଜାଗରୂକ ହୋଇ ଦିଶେ ଅତ୍ୟନ୍ତ ଅରୁଣ ରେ ।ମଞ୍ଜୁଳା ।ଜନ୍ମ ଆକର ଆକାର ଧରିଛି ।ନଖକାନ୍ତି ମକରାନ୍ଦି ଝରୁଛି ।ଚୁମ୍ବନଲାଳସ ହୋଇ ମୋ ମାନସମିଳିନ୍ଦ ଅନୁସରିଛି ରେ ।୧୦।ଭଜିଛି ତୋ ଊରୁଯୁଗକୁ ଅଖଣ୍ଡ ଲକ୍ଷ୍ମୀ ଆଖଣ୍ଡଳ ପଦବୀ ।ରମ୍ଭାରୁଚି ଯହିଁରେ ଅଛି ସେବି ।ପୁଲକେ ରୋମଜାଳମୂଳେ ଯାହାର ଭଜେ ଶତକୋଟି ଛବି ରେ ।ମଞ୍ଜୁଳା ।ନେତ୍ର ସହସ୍ର ଅର୍ଥେ କିଣା ଯାର ।ଲୀଳା ଐରାବତ କର ସଞ୍ଚାର ।ଲେଖାମାନଙ୍କେ ପ୍ରଶଂସାଯୋଗ୍ୟ ରୂପ ଯାହା ସମୀପ ଶଚୀର ରେ ।୧୧।ପତିତ ନେତ୍ରକୁ ଅଦୃଶ୍ୟ ହେବାରୁ ଉଦର ତୋର ବିଷ୍ଣୁପଦ ।ପାଶେ ନାଭି ବିରାଜନାମ ହ୍ରଦ ।ତାହା ମଧ୍ୟ ବିକଶିତ ସରୋଜରୁ ପ୍ରସରିବାରୁ ଆମୋଦ ରେ ।ମଞ୍ଜୁଳା ।ଧାଇଁଅଛି ରୋମାଳି ଭୃଙ୍ଗରାଜି ।କୃଷ୍ଣ ଶ୍ରୀଅଙ୍ଗ କଳାକାନ୍ତି ବାଜି ।ଶେଷଦେବ ଅବା ଅଛନ୍ତି ମଘବାମଣି ନୀଳିମାକୁ ଭଜି ରେ ।୧୨।
ମୋହନ ... କାରିକା-ତୁ ବିମୋହନ ମନ୍ତ୍ରଧାଡ଼ି ପରି, ତାରକେଶାନନା–ଚନ୍ଦ୍ରବଦନା, ବନଭିତରେ-ପାଣି ମଧ୍ୟରେ, ଭୀତରେ- ଭୟରେ, ଅନାରିତେ–ସର୍ବଦା । ୯। ବିଶାରଦା-ପଣ୍ଡିତା, ଶାରଦା–ସରସ୍ୱତୀ, ଶେଷଦେବ–(ସହସ୍ରମୁଖ) ଅନନ୍ତଦେବ । ୧୦ । ବ୍ରହ୍ମପଦ-ବ୍ରହ୍ମାଙ୍କ ଐଶ୍ୱର୍ଯ୍ୟ, ହଂସଭୂଷଣ-ହଂସ (ପରମ ବ୍ରହ୍ମ) ଭୂଷଣ (ହୃଦୟାରାଧ୍ୟ) ଯାହାଙ୍କର, ହଂସ (ନୂପୁର) ଭୂଷଣ (ଅଳଙ୍କାର) ଯାହାର । ହଂସସଞ୍ଚରଣ–ହଂସବାହନ ଓ ହଂସ ପରି ଧୀରଗମନ; ରଜୋଗୁଣ ... ବ୍ରହ୍ମା ରଜୋଗୁଣ ବଶବର୍ତ୍ତୀ ହୋଇ ସୃଷ୍ଟି କରନ୍ତି, ତୋ ଚରଣ କୁଙ୍କୁମକେଶରାଦିର ଧୂଳିଦ୍ୱାରା ରକ୍ତବର୍ଣ୍ଣ, ଜନ୍ମଆକର ... ବ୍ରହ୍ମାଙ୍କ ଜନ୍ମସ୍ଥାନ ପଦ୍ମ, ତୋ ଆକୃତି ପଦ୍ମ ପରି ହେବାରୁ ତହିଁରୁ ନଖଶୋଭାରୂପ ମକରନ୍ଦ ଝରୁଛି, ମାନସ ମିଳିନ୍ଦ–ମନରୂପ ଭ୍ରମର । ୧୧ । ତୋ ଜଙ୍ଘ ଦୁହିଙ୍କୁ ଅନନ୍ତ ଶୋଭାପୂର୍ଣ୍ଣ ଇନ୍ଦ୍ରପଦ ଆଶ୍ରୟ କରିଛି । ରମ୍ଭାରୁଚି-କଦଳୀ ଗଛପରି ମନୋହର ଓ ରମ୍ଭା ନାମକ ସ୍ୱର୍ବେଶ୍ୟାଦ୍ୱାରା ମନୋହର, ପୁଲକେ– ରୋମାଞ୍ଚବେଳେ, ରୋମଜାଳମୂଳେ– ରୋମମାନଙ୍କ ମୂଳରେ, ଶତକୋଟି ବଜ୍ର ଓ ବହୁସଂଖ୍ୟକ, ଛବି-ଶୋଭା, ନେତ୍ରସହସ୍ର ଅର୍ଥେ-ସହସ୍ରନେତ୍ର ଇନ୍ଦ୍ରଙ୍କ ପାଇଁ ଏବଂ ଅସଂଖ୍ୟ ଚକ୍ଷୁରୂପ ଧନଦ୍ୱାରା, ଲୀଳା ... ଇନ୍ଦ୍ରତ୍ୱରେ ଐରାବତ ହସ୍ତୀର ଶୁଣ୍ଡ ସଞ୍ଚାଳନ ଶୋଭାପାଏ, ତୋର ଊରୁ ଐରାବତର ଶୁଣ୍ଡାଦଣ୍ଡ ଭଳି, ଲେଖା–ଦେବତା ଓ ଚିତ୍ର ଇନ୍ଦ୍ରତ୍ୱ ଶଚୀଙ୍କ ସମୀପରେ ଥାଏ ଓ ତୋ ଊରୁର ଚିତ୍ର ଶଚୀଙ୍କ ପ୍ରଶଂସନୀୟ । ୧୨ । ପତିତ-ପାପୀ, ଅପୁଣ୍ୟବାନ୍; ବିଷ୍ଣୁପଦ-ବିଷ୍ଣୁଙ୍କ ପାଦ,
ନବୋଦ୍ଭବସୁଧାମଧୁରାଧରା ତୋ କୁଚକୁମ୍ଭ ଶମ୍ଭୁଯୁଗଳ ।ଶିବଲୋକ ଏଣୁ ତୋ ବକ୍ଷସ୍ଥଳ ।ପଡ଼ିଛି ତହିଁକି ନିଃଶ୍ରେଣୀ ସୋପାନ ରୂପରେ ମାହେନ୍ଦ୍ରନୀଳ ରେ ।ମଞ୍ଜୁଳା ।ଚିରନ୍ତନ ପୁଣ୍ୟରୁ ନାହିଁ ଲେଶ ।ତେବେ ଆରେହୀ ତହିଁ ମୋ ମାନସ ।ଶଙ୍କର ସାଯୁଜ୍ୟ ଲକ୍ଷ୍ମୀ ଲାଭପାଇଁ କରିଛି ମହା ସାହସ ରେ ।୧୩।ଯେବେ ମୋର ପୂର୍ବ ତପ ଅତି ଖର୍ବ ଘେନ ସୁକୁନ୍ଦବରଦନ୍ତି ।ଏ ଜଣାଣଯୋଗ୍ୟ ଯେବେ ନୁହନ୍ତି ।କର୍ମବଳ ତୁଲେ ସିନା ପରବଳେ ଶୁଭାଶୁଭେ ଲୋକ ମତି ରେ ।ମଞ୍ଜୁଳା ।ଯେବେ ମୋହର କର୍ମବଳ ନାହିଁ ।କୃପାନିଧି ରେ ପୂର୍ଣ୍ଣଚନ୍ଦ୍ରମୁହିଁ ।ସଞ୍ଚିବାକୁ ଧର୍ମ ମୋର ଶୁଭକର୍ମଦାୟିନୀ ହୋଇବୁ ତୁହି ରେ ।୧୪।ଯେ ଧନୀ ତାକୁ ଧାତା ଧନୀ କରିଛି ପ୍ରଭୁ କରିବ ଆଉ କିସ ।ଯାର ପ୍ରତିଦିବସେ ଉପବାସ ।ତାହାକୁ ଧନୀ କଲେ ସିନା ପ୍ରସରେ ଭୂବନମଣ୍ଡଳେ ଯଶ ରେ ।ମଞ୍ଜୁଳା ।ଶସ୍ୟକେଦାର ଉପକାର ସରେ ।ବୃଷ୍ଟିକଲେ ଘନ କାର୍ତ୍ତି ପ୍ରସରେ ।ଜଳଧିରେ ବରଷିଲେ କାହିଁ ଭାଗ୍ୟ ତାହାର ଯେ ଯଶ ଲେଶରେ ।୧୫।ତୁ ବିଶ୍ୱମ୍ଭରାଚକ୍ରବର୍ତ୍ତିକୁମାରୀ ନ ଜାଣୁ ରବିଦରଶନ ।ଦରଶନକୁ ତହିଁ ମୋର ମନ ।ସୁରଶାଖିଶିଖାଶାଖାରୁ କୁସୁମ ତୋଳି ଲୋଡ଼ୁଛି ବାମନ ରେ ।ମଞ୍ଜୁଳା ।ପ୍ରତି ଜନ୍ମାନ୍ତରେ ହୋଇ ବିମୁଖ ।ହର ଉଚ୍ଚାରି ନାହିଁ ଯାହା ମୁଖ ।ସେ ପୁଣି କାମନା କରେ ଲଭିବାକୁ ଗୀର୍ବାଣଗଣନା ସୁଖ ରେ ।୧୬।ଜଗତୀ ଭିତରେ ମୋ ବିନା ଇତରେ ଏପରି ନ ଥିବେ ଦୁର୍ବୋଧ ।ଏଥି ହୁଅନ୍ତା ମହା ଅପରାଧ ।ଜାଣୁ ଶିରେମଣି ତୁ ତ ଜାଣି ଜାଣି ନ ଚିନ୍ତିବୁ ଦାସ ବାଧ ରେ ।ମଞ୍ଜୁଳା ।ମୋର କରୁଣା ଥିବା ଘେନି ଏକା ।ଚିତ୍ତେ ହେବାରୁ ମୋ ବିନାଶ ଦକା ।ଟେକାଇଲୁ କ୍ଷମାଚକ୍ରବାଳେ କ୍ଷମାଜଳଧି ନାମେ ପତାକା ରେ ।୧୭।
ନାଭିବିରଜା-ତୀର୍ଥବିଶେଷ ଓ ବିରଜା (ମଳିନତାଶୂନ୍ୟ) ନାଭିଦେଶ, ରୋମାଳି ( ନାଭିନିମ୍ନସ୍ଥ ରୋମରେଖା) ରୁପ ଭ୍ରମରସମୂହ ଧାଇଁଛି କି ? ଅଥବା ଶେଷଦେବ (କୃଷ୍ଣଙ୍କ ଶଯ୍ୟା) କୃଷ୍ଣଙ୍କ ଶରୀର କାଳିମା ଲାଗିବାରୁ କଳା ହୋଇ ରୋମ ରେଖାରୁପରେ ମଘବାମଣି-ନୀଳିମା (ଇନ୍ଦ୍ରନୀଳମଣିର କୃଷ୍ମତ୍ୱ)କୁ ପାଇଲେ କି ? । ୧୩ । ନବୋଭବ ... ନୂତନ ଜାତ ହୋଇଥିବା ଅମୃତଦ୍ୱାରା ମଧୁର ହୋଇଅଛି ଅଧର ଯାହାର, ଶିବଲୋକକୁ ଯିବାପାଇଁ ସେହି ରୋମରେଖାରୂପରେ ଇନ୍ଦ୍ରନୀଳମଣିରେ ତିଆରି ନିଶୁଣି (ପାହାଚ) ପଡ଼ିଛି । ଶଙ୍କରସାଯୁଜ୍ୟଲକ୍ଷ୍ମୀ - ଶିବଙ୍କ ସଙ୍ଗେ ଏକ ହୋଇ ମିଳିଯିବା ସୌଭାଗ୍ୟ । ୧୪ । ଅତିଖର୍ବ–ଅତ୍ୟନ୍ଥ, ସୁକୁନ୍ଦବରଦନ୍ତି–ହେ ସୁନ୍ଦର କୁନ୍ଦପୁଷ୍ପଦଶନା, କର୍ମବଳ ଥିଲେ ଲୋକର ଶୁଭ ବା ଅଶୁଭ କର୍ମରେ ମତି ପ୍ରବଳ ହୁଏ ସିନା । ୧୫ । ପ୍ରଭୁ–ସ୍ୱାମୀ ବା ରାଜା, ଶସ୍ୟକେଦାରେ–ଧାନକିଆରୀରେ, ଉପକାରସରେ––ଉପକାର କରୁଥିବା ପୋଖରୀରେ । ୧୬ । ବିଶ୍ୱମ୍ଭରା ... ପୃଥିବୀର ଶ୍ରେଷ୍ଠ ରାଜାଙ୍କ କନ୍ୟା, ନ ଜାଣୁ ରବିଦରଶନ–ଅନ୍ତଃପୁରସ୍ଥା ରାଜଯୋଷାଙ୍କୁ ଅସୂର୍ଯ୍ୟମ୍ପଶ୍ୟ କୁହାଯାଏ ଅର୍ଥାତ୍ ସେମାନେ ସୂର୍ଯ୍ୟଙ୍କୁ ସୁଦ୍ଧା ଦେଖନ୍ତି ନାହିଁ । ସୁରଶାଖିଶିଖାଶାଖାରୁ-କଳ୍ପବୃକ୍ଷର ଅଗରେ ଥିବା ଡାଳରୁ, ଗ୍ରୀର୍ବାଣଗଣନାସୁଖ-ଦେବତାଙ୍କର ପ୍ରାପ୍ୟ ସୁଖ । ୧୭ । ଦାସବାଧ–ଭୃତ୍ୟର ଅମଙ୍ଗଳ,
ଏଡ଼େ ପ୍ରଭୁପଣ ଦେଖାଇବା ଗୁଣ ଶୁଝିବା ଯୋଗ୍ୟ ଯେ ନୋହିଲି ।ମୁଁ ତୋ ଚାକର ବୋଲି ନ କହିଲି ।ରାତିଏ ହେଲେ ମୋ ଛାତିକି ସୁପାତି କରି ତତେ ନ ବହିଲି ରେ ।ମଞ୍ଜୁଳା ।ମାରି ବୋଲାଉଛି ଯେ ବାହାଦୂର ।ଦୂର କରି ସେ ରତିନାହାଦର ।ହେଲି ନାହିଁ ଯେ ତୋ ଜଳଜଜ୍ୱିତ୍ୱର ପାଦର ପୋଛା ଚାଦର ରେ ।୧୮।ଜଗତୀ ବାହାଡ଼ା ସମୟେ ପାହାଡ଼ା ହୁଅନ୍ତି ତୋ ଚରଣତଳେ ।ଅବା ଜମି ରହନ୍ତି ଲାକ୍ଷାବୋଳେ ।ହୁଅନ୍ତି ଅବା ଅକପଟେ ମୁଁ ପଟେ ମଣିକଠାଉ ଯୁଗଳେ ରେ ।ମଞ୍ଜୁଳା ।ଦାସୀସମୂହେ ଜଣେ ହୋଇ ଅବା ।କରୁଥାନ୍ତି ତୋ ଶ୍ରୀ ଛାମୁରେ ସେବା ।ହେମପିକଦାନୀ ଦାନୀ ହୋଇ ମୋର କରେ କରନ୍ତୁ ମଘବା ରେ ।୧୯।ହେବା କ୍ଷଣି ଜଣା ଶ୍ରୀଅଙ୍ଗ ମାଜଣା ସରିବା ସମୟ ପ୍ରବେଶ ।ସିଞ୍ଚି ଅତର ଉଞ୍ଛା କୁଞ୍ଚା ବାସ ।ହାଜର ହୋଇବା ଚାହିଁ ପ୍ରକାଶନ୍ତେ ଓଷ୍ଠ ଭିଡ଼ା ମନ୍ଦହାସ ରେ ।ମଞ୍ଜୁଳା ।ଲୀଳାଦାର କମ୍ପି ଗଣ୍ଡମଣ୍ଡଳ ।ମଣ୍ଡି ଝଲକା ମୋତି ପ୍ରତିଫଳ ।ଚଳାଚଳ ଡୋଳା ଇନ୍ଦୀବରମାଳା ଦୋଳାପରି ହେଉ ଲୋଳ ରେ ।୨୦।ଚତୁର୍ଦ୍ଦଶ ଲୋକ ସଉନ୍ଦର୍ଯ୍ୟଯାକ ସେକାଳେ ଶ୍ରୀମୁଖରେ ଦେଖି ।କୃତକୃତ୍ୟ ହୁଅନ୍ତା ବେନି ଆକ୍ଷି ।ଆଉ ଅବା କେଉଁ ଭାଗ୍ୟ ନ ଦିଅନ୍ତା ତୋ ସେବା କଳପଶାଖୀ ରେ ।ମଞ୍ଜୁଳା ।ପୀଠ କରି କଞ୍ଜ-ଦଳ ତଳପ ।ନିତି କରନ୍ତି ବାଳାମନ୍ତ୍ର ଜପ ।ରସିକରାଜ୍ୟ ଅଭିଷିକ୍ତ ହୋଇବା ପାଇଁ କରି ସଂକଳପ ରେ ।୨୧।ଲାବଣ୍ୟସରସୀମଧ୍ୟ ବିଳସିତ ସରସୀରୂହମୁଖ ତୋର ।ତହିଁ ଖେଳିବାର ନେତ୍ର ମନ୍ଦିର ।ହୋଇବ ସୁଯୋଗା ନୟନ ଅୟନ ଅତିଥି ପୁଣି ମୋହର ରେ ।ମଞ୍ଜୁଳା ।ବେଣୀଫଣୀ ଝୁମ୍ପା ଫଣା ଶ୍ରୀହରି ।ଟେକାଇଲେ ମୋ ଶିରେ ଛତ୍ର କରି ।ସେହିଦିନ ମୋର ଅଂସ ଅବତଂସ ହେବ ଯୁବରାଜଶିରୀ ରେ ।୨୨।
କ୍ଷମାଚକ୍ରବାଳକ-ପୃଥିବୀମଣ୍ଡଳ, କ୍ଷମାଜଳଧି-କ୍ଷମାସାଗର, କ୍ଷମାବତୀ । ୧୮ । ସୁପାତି-ଶଯ୍ୟା, ବାହାଦୁର–ସାହସୀ ବୀର, ଜଳଜଜିତ୍ୱର ଛିପାଦରଯେଉଁ ପାଦପଦ୍ମକୁ ଜିଣିଅଛି । ୧୯ । ଜଗତୀବାହୁଡ଼ା ସମସ୍ତେ ପାହାଡ଼ା–କୋଠାକୁ ଫେରିବାବେଳେ ବାଟରେ ପଡ଼ିଥିବା ବସ୍ତ୍ର, ଲାକ୍ଷାବୋଳେ–ଅଳତାରସରେ, ହେମପିକଦାନୀ ... ମୋତେ-ସୁନା ପିକଦାନୀ ମୋ ହାତରେ ଦେଇ ଅବା ମୋତେ ମଘବା (ଇନ୍ଦ୍ର) କରନ୍ତୁ । ୨୦ । ମାଜଣା-ସ୍ନାନ, ଉଞ୍ଚା କୁଞ୍ଚାବାସ-ସମାନ ଭାବରେ କୁଞ୍ଚା ହୋଇଥିବା ଲୁଗା, ଲୀଳାବର ... ସକୌତୁକ ସେହରେ କମ୍ପୁଥିବା ଗଣ୍ଡଦେଶକୁ ଝଲକା (କାନର ଏକପ୍ରକାର ଭୂଷଣ)ର ମୋତିର ପ୍ରତିବିମ୍ବଦ୍ୱାରା ମଣ୍ଡିତ କରି, ତୋର ଚଳାଚଳ ଡୋଳା ଇନ୍ଦୀବର (ନୀଳପଦ୍ମ) ମାଳାର ଦୋଳା (ଆନ୍ଦୋଳନ) ପରି ହୁଅନ୍ତେ । ୨୧ । ତୋ ସେବାରୂପ କଳ୍ପବୃକ୍ଷ, ପୀଠ–ଉଚ୍ଚାସନ, କଦଳତଳ୍ପପଦ୍ମପତ୍ର ଆସନୀ । ୨୨ । ଲାବଣ୍ୟ ... ତୋର ପଦ୍ମରୂପ ମୁଖ ଲାବଣ୍ୟରୂପ ପୋଖରୀ ମଧ୍ୟରେ କ୍ରୀଡ଼ା କରୁଛି । ଚକ୍ଷୁ ଦୁଇଟି ତହିଁରେ ମନ୍ଦିର ପରି । ମୋ ନୟନ ସେ ମନ୍ଦିରରେ ପୁଣି କେବେ ସୁଯୋଗରେ ଅୟନଅତିଥ (ବାଟୋଇ କୁଳୁଆଁ) ହେବ
ତୋ ଅଙ୍ଗଦେଶ ସହଜେ ଅଙ୍ଗଦେଶ କାଶ୍ମୀର ତୋ କୁଚଯୁଗଳେ ।ଅଛି କୁନ୍ତଳ କୁଟିଳ କୁନ୍ତଳେ ।କାମରୂପ ପ୍ରତି ଅଙ୍ଗରେ ବସତି କରିଅଛି ସବୁକାଳ ରେ ।ମଞ୍ଜୁଳା ।ଭୂପାଳରୁ ତୁ ଲଭିଛୁ ଜନମ ।କଣ୍ଠେ ଅଛି ମାଳବର ସଙ୍ଗମ ।ନିଚୋଳ ପ୍ରତିଦିନେ ଲାଗି ହେଉଛୁ କାଞ୍ଚିରେ ମଧ୍ୟ ସୁଷମ ରେ ।୨୩।ତୋ ବିନା ଭବନ ବନ ଘେନି ମନ ଦେଶାଟନେ କଲେ ପ୍ରବେଶ ।ଦୁଃଖପାସୋରା ଚାତୁରୀ ପ୍ରକାଶ ।ହୋଏ ବୋଲି ବିଚାରିଲେ ତୋ ତନୁରେ ଅଛନ୍ତି ନିଖିଳ ଦେଶ ରେ ।ମଞ୍ଜୁଳା ।ତାହା ବିନା ଗଲେ ଆନ ଦେଶକୁ ।ଆଉ ପାଇବି କି ସୁଖ ଲେଶକୁ ।ସକଳ ଦେଶ ଚତୁର ଭାବ ହେବ ଭଜିଥିଲେ ତୋ ପାଶକୁ ରେ ।୨୪।ଭାଗୀରଥୀଧାର ଉର ମୁକ୍ତାହାର ଯମୁନା ନୀଳ ରୋମରାଜି ।କଣ୍ଠେ ସରସ୍ୱତୀ ଅଛି ବିରାଜି ।ନର୍ମଦା ଲକ୍ଷଣଯାକ ପ୍ରତିପଦେ ତତେ ସିନା ଅଛି ଭଜିରେ ।ମଞ୍ଜୁଳା ।ଓଷ୍ଠ ମାଣିକ୍ୟ ତାରା ଇନ୍ଦ୍ରନୀଳ ।ନଖ ହୀରକ ଦନ୍ତ ମୋତିଫଳ ।ରତ୍ନାକର ତୁହିଁ ଏ ଘେନି ନିଖିଳ ତୀର୍ଥ ତୋ ତନୁରେ ଠୁଳ ରେ ।୨୫।ମକରଧ୍ୱଜତାପପାପନାଶିନୀ ଯୋଗ କେଉଁକାଳେ ଘଟିବ ।ମୋର ମଜ୍ଜନେ କଳୁଷ ତୁଟିବ ।ଏପରି କରୁଣା କରିବେ କେବେ ତୋ ପୟୋଧରେଶ୍ୱର ଶିବ ରେ ।ମଞ୍ଜୁଳା ।ତାଙ୍କ ସମୀପେ ଗୋଦାନ କରିବି ।କରଟୋଡ଼ି କି ସନ୍ତୋଷେ ଭରିବି ।ସଂସାର ଗୁରୁ ଯାତନାଯାକ ବିନା ଆୟାସରେ ପାସୋରିବି ରେ ।୨୬।ଗମନେ ତୋହର ଅଛି ନାଗେଶ୍ୱର ଅବଲୋକନରେ ଅଶୋକ ।ଶ୍ରାଛାମୁରେ ଦାସୀ ଛନ୍ତି ଅନେକ ।ମୁଖପଙ୍କେରୁହ ଶ୍ରବଣ ପାଟଳୀ ଅଧର ଜୀବ ସ୍ତବକ ରେ ।ମଞ୍ଜୁଳା ।ନବ ପଲ୍ଲବ ଚାରୁ ପାଣିପାଦ ।କଳପଞ୍ଚମାଳାପ କଣ୍ଠନାଦ ।ଭୃଙ୍ଗଧ୍ୱନି କିଛି ଅରାଜି କରିବା ସମୟ ଉହୁଁ ଶବଦ ରେ ।୨୭।
ଅର୍ଥାତ୍ ସତେ ସୁଯୋଗରେ ତୋର ମୋର ଚକ୍ଷୁ ମିଳିତ ହେବ ? ବେଣୀଫଣୀ...ଭଗବାନ ତୋ ବେଣୀରୂପ ସର୍ପୀର ଝୁମ୍ପା (ଫୁଲି) ରୂପ ଫଣାକୁ ମୋ ମୁଣ୍ଡରେ ଛତ୍ରପରି ଟେକାଇଲେ । ସେ ଦିନ ଯୁବରାଜଲକ୍ଷ୍ମୀ ମୋ ଅଂସ ଅବସ (କାନ୍ଧର ଅଳଙ୍କାର) ହେବେ । ଅର୍ଥାତ ମୁଁ ସେ ଦିନ ଯୁବରାଜଶ୍ରୀ କାନ୍ଧରେ ବହିବି । (ଭଗବାନ ମଧ୍ୟ ଫଣୀପଣାକୁ ନିଜ ମୁଣ୍ଡ ଉପରେ ଛତ ପରି । ୨୩ । କାଶ୍ମୀର––ଦେଶବିଶେଷ ଓ ଜାଫ୍ରାନକେଶର, କୁନ୍ତଳ–ଦେଶବିଶେଷ ଓ କେଶ, କାମରୂପ-ଦେଶବିଶେଷ ଓ କନ୍ଦର୍ପର ସୌନ୍ଦର୍ଯ୍ୟ, ଭୂପାଳ–ଦେଶବିଶେଷ ଓ ରାଜା ମାଳବର-ରାଜ୍ୟବିଶେଷର ଓ ଶ୍ରେଷ୍ଠମାଳା, ନିଚୋଳ-ଚୋଳରାଜ୍ୟ ଓ ଉତ୍ତରୀୟ ବସ୍ତ୍ର, କାଞ୍ଚି-ରାଜ୍ୟଖଣ୍ଡ ଓ କଟିଭୂଷଣ ମେଖଳା । ୨୫ । ନର୍ମଦା-ନଦୀ ଓ ସୁଖପ୍ରଦ, ରତ୍ନାକର-ସମୁଦ୍ର ଓ ନାନା ରତ୍ନର ଆଧାର, ମକରଧ୍ୱଜ-ତାପପାପନାଶିନୀ ଯୋଗ-କନ୍ଦର୍ପ ତାପରୂପ ପାପନାଶିନୀ ଯୋଗ ଓ ତାପ ପାପନାଶିନୀ ସମୁଦ୍ର ସ୍ନାନଯୋଗ, ଗୋଦାନ-ଗୋରୁଦାନ ଓ ଚକ୍ଷୁଦାନ ଅର୍ଥାତ୍ ଆଖିରେ ଦେଖିବା । ୨୭ । ନାଗେଶ୍ୱର– ହସ୍ତଶ୍ରେଷ୍ଠ ଓ ନାଗେଶ୍ୱର ଫୁଲ, ଅଶୋକ-ଦୁଃଖର ଅଭାବ ଓ ଅଶୋକ ଫୁଲ, ଦାସୀ––ଭୃତ୍ୟା ଓ ଦାସକେରଣ୍ଟା ଫୁଲ, ପଙ୍କେରୁହ-ପଦ୍ମ, ପାଟଳୀ–ପାଟଳୀ ଫୁଲ, ଜୀବସ୍ତବକ-ବଧୁଲିଫୁଲପେଣ୍ଡା, ଅରାଜି କରିବା
କନ୍ଦୁକ କେଳି ଅବସାନେ ସୁମନ୍ଦ ନିଃଶ୍ୱାସ ଚନ୍ଦନ ପବନ ।ଧନ ତୋ ତନୁ ବାସନ୍ତିକ ବନ ।ତହିଁ ଯେ ବିହାର କରୁଅଛି ହରବିରୋଧୀ ତୁଲେ ମୋ ମନ ରେ ।ମଞ୍ଜୁଳା ।ସେ ତ ପ୍ରଧାନ ପାଟଚ୍ଚର କର --- ଅପହାରକ ବିରହୀ ରଙ୍କର ।ଧରିଛି ମୋ ମନ ତୋ ରୁଚି ରତନ ତହିଁକି ଉପାୟ କର ରେ ।୨୮।ଦିବସ ରଜନୀ କରି ଇନ୍ଦ୍ରଜାଲ ମାୟାବୀ ଭେଟାଇବା ଦିନ ।ଯେଉଁ ଶୋଭା ଦେଖିଅଛି ନୟନ ।ଯେତେ ସୁଭାଗ୍ୟ ଦେଉଛି କେତେ ଜନ୍ମେ ପାସୋରି ପାରିବ ମନ ରେ ।ମଞ୍ଜୁଳା ।କଲୁ ମୋଠାରେ ଯେତେ ଅନୁଗ୍ରହ ।ତହିଁ ପ୍ରମାଣ ଏକା ଅବିଗ୍ରହ ।ସେ ପୁଣି ଅଦୃଶ୍ୟ ହୋଇଲା ରହିଲା କେଡ଼େ ନିରାଟ ମୋ ଦେହ ରେ ।୨୯।ମୁନେ ଗରଳ ପୁଙ୍ଖରେ ସୁଧା ଦେଇ ବିନ୍ଧିଲୁ ନେତ୍ର କଳମ୍ବରେ ।ମୋଡ଼ି ଦେଲୁ ଯା ଲଜ୍ଜା ଆଡ଼ମ୍ବରେ ।ଗର୍ଭରେ ବୁଡ଼ି ପତ୍ରୀ ଭାଜି ରହିଲା ମୋର ମରମ ଶମ୍ବରେ ରେ ।ମଞ୍ଜୁଳା ।ଲକ୍ଷା ଛାଡ଼ି ନଥିଲା ମୋ ମୁଣ୍ଡରୁ ।ସ୍ନେହଚୁମ୍ବ ପାନବୋଳ ଗଣ୍ଡରୁ ।ଅଧର ବଧୁଲୀ ମଧୁର ମାଧୁର୍ଯ୍ୟ ଛାଡ଼ି ନଥିଲା ତୁଣ୍ଡରୁ ରେ ।୩୦।କୁଚକଲଶୀ କୁଙ୍କୁମ ସଉରଭ ସମ୍ପତ୍ତି ଉରେ ଥିଲା ପୂରି ।ଶ୍ରୁତିଯୁଗେ ବାଣୀ ସୁଧାନିର୍ଝରୀ ।ହୃଦୟନଦରେ ପ୍ରସରି ଗଲା ତୋ ପରମ ରସଲହରୀ ରେ ।ମଞ୍ଜୁଳା ।ଏ କି କହିବାର କଥା ଇତରେ ।କେ ବା ସତ୍ୟ କରିବ ଜଗତରେ ।ତ୍ରିଲୋକ ସମ୍ପଦଯାକ ଜମା ହୋଇଅଛି ନୟନ ଭିତରେ ରେ ।୩୧।
ଅନିଚ୍ଛା ପ୍ରକାଶ କରିବା । ୨୮ । କନ୍ଦୁକକେଳି-ପେଣ୍ଡୁଖେଳ, ବାସନ୍ତିକବନ-ନିଆଳୀଫୁଲ । ବଗିଚା, ହରବିରୋଧୀ-କନ୍ଦର୍ପ, ପାଟଚ୍ଚର– ଚୋର, କରଅପହାରକ-ହାତରୁ ଯେ ଚୋରିକରି ନେଇଯାଏ, ରୁଚିରତନ–ସୌନ୍ଦର୍ଯ୍ୟରୂପ ରତ୍ନ । ହେ ଧନ, ତୋ ଶରୀର ରୂପ ନିଆଳୀବନରେ କନ୍ଦର୍ପ ସଙ୍ଗେ ମୋ ମନ ବୁଲୁଅଛି, ପେଣ୍ଡୁଖେଳ ଶେଷରେ ତୋର ଧୀର ନିଃଶ୍ୱାସରୂପ ଚନ୍ଦନ ପବନ; ହାତରୁ ଘେନି ପଳାଇଯିବା ଗୋଟାଏ ବଡ଼ ଚୋରପରି, ମୁଁ ରଙ୍କ (ଦରିଦ୍ର ବିରହୀ) ଅଟେ, ମନରେ ତୋର ଯେଉଁ ସୌନ୍ଦର୍ଯ୍ୟ ରୂପ ରତ୍ନକୁ ଧରିଛି ତାକୁ ସେ ଘେନି ପଳାଇ ଯିବଟି, ସେଥାଇଁ ଉପାୟ କର । ୨୯ । ଇନ୍ଦ୍ରଜାଲମାୟାବୀ (ଐନ୍ଦ୍ରଜାଲିକ) ଦିନକୁ ରାତି କରି ଦେଇ ଯେଉଁଦିନ ତୋତେ ମୋତେ ଏକତ୍ର ମିଳାଇ ଦେଇଥିଲା ସେଦିନ ମୋ ଆଖି ଯେଉଁ ଶୋଭା ଦେଖିଛି, ସେ ଶୋଭା ମୋତେ ଯେତେ ସୌଭାଗ୍ୟ ଦେଉଛି, ଅଶେଷ ଜନ୍ମରେ ମୁଁ ତାହା ଭୁଳିଯିବି କି ? ଅବିଗ୍ରହ–ଅତନୁ, କନ୍ଦର୍ପ (ଏଠାରେ ମନ ?), ନିରାଟନିଷ୍ଣୁର । ୩୦ । ନେତ୍ରକଳମ୍ବ–ଚକ୍ଷୁରୂପ ଶର, ତାହାର ମୁନରେ ବିଷ ଓ ପୁଙ୍ଖ ଅର୍ଥାତ୍ (ବାଣର ପକ୍ଷ ଲାଗିଥିବା) ମୂଳ ଅଂଶରେ ଅମୃତ ଦେଇ ମୋତେ ବିନ୍ଧିଲୁ । ଲଜାର ଆଡ଼ମ୍ବରରେ (ଶୋଭାରେ) ନେତ୍ର ମୋଡ଼ି ଦେଲୁ, ଅର୍ଥାତ୍ ବୁଲାଇ ନେଲୁ ! ସେ ପତ୍ରୀ (ଶର) ମୋ ମର୍ମରୂପ ଶମ୍ବର (ମୃଗର) ଗର୍ଭରେ ପଶିଯାଇ ଭାଜି ରହିଗଲା । ତୋ ପାଦରେ ମୋ ଶିର ଲଗାଇଥିବାରୁ ଲାକ୍ଷା (ତୋ ପାଦର ଅଳତାରଙ୍ଗ) ମୋ ମୁଣ୍ଡରୁ ଛାଡ଼ି ନ ଥିଲା । ୩୧ । ଶୁତିଯୁଗେ (ଦୁଇ କାନରେ) ବଚନରୂପ ଅମୃତର
ଇନ୍ଦ୍ରନୀଳଚୁଡ଼ୀ ସଞ୍ଚାର ସୁଷମା ସଞ୍ଚାର କରାଇ ଚରମେ ।ମଜ୍ଜାଇଲୁ ବ୍ରହ୍ମାନନ୍ଦ ଶରମେ ।ମାୟା ଅବସାନ ଦଣ୍ଡ ଥିଲା ଏ କରମେ ରେ ।ମଞ୍ଜୁଳା ।ଏବେ ନ କଲେ ଏ ସୁଖ ସାକ୍ଷାତ ।ହେବ ନାହିଁ ଏ ଜୀବନ ରକ୍ଷାତ ।ଦୀନାନୁକମ୍ପନହୀନା ବୋଲି ହେବ ଅଯଶ ତୋହର ଖ୍ୟାତ ରେ ।୩୨।ବିଚକ୍ଷଣ ଗୁଣନିଧି ଛାମୁକୁ କି ଅଧିକ ମୁଁ ଲେଖି ପାରିବି ।ଚିଟା ଚିଟାଉରେ ଯେବେ କରିବି ।ଆୟାସ ଲେଶ ତୋ ଦିବ୍ୟ ଅବଧାନେ ହେଲେ ସଂସାରୁ ସରିବି ରେ ।ମଞ୍ଜୁଳା ।ଏଣୁ ହୃଦୟ ହେବାରୁ କାତର ।କଲି ନାହିଁ ଜଣାଣକୁ ବିସ୍ତାର ।ବଞ୍ଚାଇ ଘେନିବୁ ଉଚିତାନୁଚିତ ବିଧି ତୁ ସେ ସମସ୍ତର ରେ ।୩୩।ତାଦୃଶ ସୁକୁମାରତର ଶ୍ରୀହସ୍ତ ହୃଦୟ ନୟନ ଯୁଗଳୀ ।ଧରି ଘେନି ଅନାଇଁ ହେଲେ ଘୋଳି ।ଏ ଅପରାଧ ମୋର କ୍ଷମା କରିବୁ କ୍ଷମାନିଧି ମୋ ସଙ୍ଖାଳି ରେ ।ମଞ୍ଜୁଳା ।ମୁଁ ତୋ ଚରଣେ ଅତଳା ବୋଳୁଛି ।ପ୍ରିୟସଖୀମାନଙ୍କୁ ସଂଖୋଳୁଛି ।ତୋ ବେଶ ଅର୍ଥେ ତାହାଙ୍କ ତୁଲେ ଫୁଲବାଟୀରୁ ଫୁଲ ତୋଳୁଛି ରେ ।୩୪।ଝରାମାନିଆ ଶ୍ରବଣ ଅବତଂସ ସରୁ ପାଖୁଡ଼ି ଚନ୍ଦ୍ରହରା ।ଫୁଲପହଞ୍ଚି ଫୁଲ ମୋତିଝରା ।ପଚାପତ୍ରୀ ପରା ଚୁନିକି ବସାଇ ଅଙ୍ଗଦ କରୁଛି ତୋର ରେ ।ମଞ୍ଜୁଳା ।ରାମ ସୁମିତ୍ରାନନ୍ଦବରଧନ ।ତାଙ୍କ ଅନୁଜହିଁ ସେହି ସମାନ ।ରାମଚନ୍ଦ୍ର ଛୋଟରାୟ ଭୂନାଥର ସେ ଦୁହେଁ ଜାବନଧନ ହେ ସୁଜନେ ।’’ ।୩୫।
ଝର ପୂରି ରହିଥିଲା । ୩୨ । ଇନ୍ଦ୍ରନୀଳମଣିରେ ନିର୍ମିତ ଚୁଡ଼ିର ସଞ୍ଚା (ଚିହ୍ନ)ର ସୁଷମା (ଶୋଭା)କୁ ମୋ ଚରମେ (ପିଠିରେ) ସଂଚାର କରାଇ (ରଖାଇ) ( ଆଲିଙ୍ଗନଦ୍ୱାରା) ବ୍ରହ୍ମାନନ୍ଦ ଶର୍ମରେ (ବ୍ରହ୍ମପ୍ରାପ୍ତିଜନିତ ଆନନ୍ଦମୟ ସୁଖରେ) ମଜ୍ଜାଇ ଦେଲୁ, (ବୁଡ଼ାଇ ଦେଲୁ), ମାୟା ଅବସାନଦଣ୍ଡେ–ଇନ୍ଦ୍ରଜାଲ ଶେଷରେ, । ଦୀନାନୁକମ୍ପନହୀନା-ଦରିଦ୍ରକୁ ଦୟା କରିବାରେ ଅକ୍ଷମା । ୩୩ । ଚିଟା–ବିରକ୍ତ, ଆୟାସଲେଶ ସାମାନ୍ୟ କଷ୍ଟ । ୩୪ । ଝରାମାନିଆ– ଏକପକାର ଝରା ଲମ୍ବିଥିବା ଫୁଲତୋଡ଼ା, ଶ୍ରବଣଅବତଂସ-କାନଫୁଲ, ଫୁଲପହଞ୍ଚି– ଫୁଲରେ ତିଆରି ପଇଞ୍ଚ ଖଡ଼ୁ, ଚୁନି-ପଦ୍ମରାଗମଣି, ଅଙ୍ଗଦ-ବାହୁଭୂଷଣ । ୩୫ । ସୁମିତ୍ରାନନ୍ଦବରଧନ ତାଙ୍କ ଅନଜ– ସୁମିତ୍ରାଙ୍କର ଆନନ୍ଦବର୍ଦ୍ଧକ ତାଙ୍କ ସାନ ଲକ୍ଷଣ ।