ବୃଦ୍ଧବିବାହ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୦
- ସ୍ଥିତି
- ସାର୍ବଜନୀନ (Public domain)
ପିତାମହବର୍ଷୀ ବୃଦ୍ଧ ହେଲେ ବିପତ୍ନୀକ,ସପ୍ତମବର୍ଷୀୟା କରେ ବିବାହ ରସିକ ।ଯୌବନରେ ରୂପ–ତୃଷ୍ଣା ନିସର୍ଗ–ନିୟମ,ବୟସ, ବାସନା, ଏଥି ସକଳ ବିଷମ ।ବିଳାସ–ବାସନା ନବ ତରୁଣୀର ମନେ,ବିରକ୍ତ ନୀରସ ବୃଦ୍ଧ ଜରା–ଆକ୍ରମଣେ ।ସୁନ୍ଦରୀ ନବୀନା ପାଏ ଉଦ୍ଦ୍ୟମ ଯୌବନ,ଭବସିନ୍ଧ–ଅର୍ଦ୍ଧେ ବୃଦ୍ଧ ନୀର–ନିମଗନ ।କେ ବାଳିକା କାହାର ବା ଯୌବନ ପ୍ରଥମ,ତଥାପି ତାହାର ନାହିଁ ବିବାହ–ନିୟମ ।ବୃଦ୍ଧକୁ ବିବାହ–ବିଧି, ବାଳିକାକୁ ନାହିଁ ।କେଉଁ ନ୍ୟାୟ–ନୀତି ଏହା ସାମାଜିକ ଭାଇ ।ଏସନ ବୈଷମ୍ୟପୂର୍ଣ୍ଣ ଯେବଣ ସମାଜ,ସଂସ୍କାର ନ କରି ଜୟ ଗାଅ, ନାହିଁ ଲାଜ ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ