ବାଳବିଧବା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୦
- ସ୍ଥିତି
- ସାର୍ବଜନୀନ (Public domain)
ଶୁଣ ଶୁଣ ଆରେ ଆର୍ଯ୍ୟ କୁଳାଙ୍ଗାର ହିନ୍ଦୁ,ପ୍ରାଣେ ତୋର ନାହିଁ କି ରେ କରୁଣାର ବିନ୍ଦୁଫେଡ଼ି କୃପା–ନେତ୍ର ବାରେ ଚାହାଁରେ ନିର୍ଦ୍ଦୟ,ନାହିଁ ପ୍ରାଣେ ନ୍ୟାୟ–ବୁଦ୍ଧି, ନାହିଁ ଧର୍ମ ଭୟ ?ନର–ଗଳାରତ୍ନହାର ନାରୀ ସୁକୁମାରୀକି ଘୋର ଯାତନା ଦେଉ ପରାଣେ ତାହାରି ।କି ନୃଶଂସ ହୃଦ ତୋର କାପୁରୁଷ ନରପୁରୁଷତ୍ୱ ନାହିଁ କିରେ ଅନ୍ତରେ ତୋହର ?ସ୍ତିରୀ–ଦୁଃଖ ନ ସହଇ ପୁରୁଷ–ପରାଣ,ପଶୁ–ପକ୍ଷୀ ଦିଅନ୍ତି ରେ ଏହାର ପ୍ରମାଣ ।ଶ୍ରେଷ୍ଠ ଜୀବ ନର ପରା ଜଗତେ ପ୍ରସିଦ୍ଧ,ନାରୀ–ଦୁଃଖ–ଶେଳେ ବକ୍ଷ ନୁହେଁ କିପାଁ ବିଦ୍ଧ ?ଫେଡ଼ି ଫେଡ଼ି ନାରୀ–ଦୁଃଖ ଉଦାସ ରହ ନା,ଜି ବିଷାଦ–ମୂର୍ତ୍ତିବାଳ ବିଧବା ଲଳନା ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ