ଭିକାରୁଣୀ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୫
- ସ୍ଥିତି
- ସାର୍ବଜନୀନ (Public domain)
ବଦନତଟରେ ହସ ତାର ନାଇଁଲାଜ-ସରମର ବାହାରେବସନ ମୁକୁଳା, କର ପାତି ଠିଆଭିକ୍ଷା ମାଗୁଚି, ଚାହାଁ ରେ ।ଲୋଚନ ରହିଚି ଦରମୁକୁଳିତନିଦ୍ରା କରିନି ପରଶଶିଥିଳିତ ଗତି, ବୁଲେ ଦିନରାତିଷୋଳ କି ସତର ବରଷ ।କେବେ ଥିଲା ହସି ବରଷକ ତଳେକେବେ ଚାହିଁଥିଲା ସରମେ,ଆଶାର କୁସୁମ ଫୁଟିଥିଲା ଅବାକେବେ ତାର ଏଇ ମରମେ ।ସଂକୋଚେ କେବେ ଚାଳିଥିଲା ପାଦଗଲାବେଳେ ତୋଠେ ପାଣିକିଆଜି ତା ସପନ, ବିକଳ ଜୀବନଲୋଡ଼ି ବୁଲେ ଯିବ କେଣିକି ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ