ନିର୍ବାସିତର ବିଳାପ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୩୫
- ସ୍ଥିତି
- ସାର୍ବଜନୀନ (Public domain)
ଦେଖଇ ନେତ୍ର ଯାହା ଚଉଦିଗର,ସେ ସର୍ବର ଅଟଇ ମୁଁ ଅଧୀଶ୍ୱର ।ମହୀମଣ୍ଡଳେ ନାହିଁ ଏମନ୍ତ ଜନ,ମୋ ଅଧିକାର ଲୋଭେ କରିବ ରଣ ।ଚାରିଆଡ଼େ ନୀଳ ସମୁଦ୍ରଯାଏଫୁଲଫଳଶୋଭିତ ବନ ଲତାଏ,କୀଟ ପତଙ୍ଗ ପକ୍ଷୀ କେଶରୀ କରୀ,ପଶୁସୃଷ୍ଟି ଯେତେକ ସବୁ ମୋହରି ।ବିଜନତା ! କାହିଁ ତୋ ବେଶ ମୋହନ ?ଯେ ବେଶେ ମୋହିଲୁ ତୁ ମୁନିନୟନ ।ବଂର ନିବାସ ଭଲ ରଣକ୍ଷେତ୍ରରେ,ଭୟରେ ସଦା ଯହିଁ ହୃଦୟ ଥରେ;କିନ୍ତୁ ଏ ଭୀମ ସ୍ଥଳେ ରାଜ୍ୟ ପ୍ରାପତି,ଅଟଇ ମୋ ବିଚାରେ ଅଧମ ଗତି ।ସୁନ୍ଦର ଦେବ ତୁଲ୍ୟ ନର ଆନନଦେଖିବ ନାହିଁ ଆଉ ମୋର ନୟନ ।ଲିଭିବ ଏଥି ମୋର ଜୀବନ-ଦୀପ,ଏ ବାରତା ନ ଯିବ ଜନ ସମୀପ ।ମଧୁମୟ ମନୁଷ୍ୟ କଣ୍ଠର ଧ୍ୱନି,ତୋଷିବ ନାହିଁ ଆଉ ଶ୍ରବଣ ବେନି ।ମୋ କଣ୍ଠୁଁ ଶବ୍ଦ ଯେବେ ହୁଏ ବାହାର ,ଚମକି ପଡ଼େଁ ଯେହ୍ନେ ଆଉ କାହାର ।ଭ୍ରମନ୍ତି ଚଉପାଶେ ପଶୁନିକର,ନୁହନ୍ତି ମୋତେ ଦେଖି ଭୟେ କାତର ।ଜାଣି ନାହନ୍ତି କେବେ ନର ପ୍ରଭାବ,ଏଣୁ ତାଙ୍କର ଏହି ଅନାସ୍ଥା ଭାବ ।କାହିଁ ବନ୍ଧୁତା, କାହିଁ ପ୍ରେମ ସନ୍ଦର,ଯାର ପ୍ରାପତି ଯୋଗୁଁ ଦେବତା ନର ।ଥାଆନ୍ତା ଯେବେ ମୋର ବିହଙ୍ଗ ପକ୍ଷ,ଲଙ୍ଘି ଭୀଷଣ ଗିରି, ସମୁଦ୍ର ବକ୍ଷଦେଖନ୍ତି ପ୍ରିୟଜନ ମୁଖ-କମଳ,ହୁଅନ୍ତା ସନ୍ତାପିତ ପ୍ରାଣ ଶୀତଳ ।ଧରମ ସତ୍ୟ ପଥେ ନିତ୍ୟ ସଞ୍ଚରିନାଚନ୍ତା ଆନନ୍ଦରେ ହୃଦ ମୋହରି ।ପ୍ରବୀଣ ଜନଠାରୁ ସଦୁପଦେଶଲଭି ହୁଅନ୍ତି ମୁହିଁ ବିଜ୍ଞ ବିଶେଷ ।ତରୁଣ ସଙ୍ଗେ ମିଳି ନାନା ରଙ୍ଗରେଗମନ୍ତି କାଳ ଆହା କି ଆମୋଦରେ !ଧର୍ମ ଆହା ସେ କିବା ଅମୂଲ୍ୟ ଧନ,ସରି ନୁହଇ ତାର ମଣି କାଞ୍ଚନ ।ସ୍ୱର୍ଗୀୟ ମାଧୁରୀରେ ସଦା ସୁନ୍ଦର,ମହୀମଣ୍ଡଳେ କାହିଁ ତା ପଟାନ୍ତର ।ଏମନ୍ତ ଧର୍ମରତ୍ନ ଦେବ-ପୂଜିତଅଟଇ ଏ ସ୍ଥଳରେ ଅପରିଚିତ ।ଦେବ-ଅର୍ଚନା- ବାଦ୍ୟ ଏ ଗିରିଗଣକରି ନାହାନ୍ତି ଥରେ ସୁଦ୍ଧା ଶ୍ରବଣ ।ଧର୍ମ-ଉତ୍ସବ ସୁଖ ଏ ଘୋର ବନକଦାପି କରିନାହିଁ ବାରେ ଦର୍ଶନ ।ବୃଥା ଜୀବନ ଯହିଁ ନାହିଁ ଧରମ,ପଶୁଲୀଳା ସାଧନ ମାତ୍ର କରମ ।ରେ ବାୟୁ ! କ୍ରୀଡ଼ାନକ ମୁହିଁ ତୋହର,ମୋର ପ୍ରାର୍ଥନା ବାରେ ଶ୍ରବଣ କର ।ବହି ଆଣେ ସ୍ୱଦେଶୁ ସୁସମାଚାର,ପାଇବି ନାହିଁ ଆଉ ଦର୍ଶନ ଯାର ।ଶୁଣି ସେ ପ୍ରିୟ ବାର୍ତ୍ତା ଏ ଭୀମ ସ୍ଥଳେଭାସିବ ଚିତ୍ତ ମୋର ଆନନ୍ଦ-ଜଳେ ।ମୋ ଘେନି ଭାଳନ୍ତି କି ବନ୍ଧୁନିକର,ମୋତେ ଦେଖିବାକୁ କି କାନ୍ଦେ ଅନ୍ତର ?କହ କହ ସମୀର ! ସବୁ ଫିଟାଇ,ବନ୍ଧୁ ମଧ୍ୟରେ ମୋର କେହି କି ନାହିଁ ?ନିରାଶ ମୋ ହୃଦୟ, ନୋହି ନିଷ୍ଠୁର,କହି ବାରତା, କର ସଂଶୟ ଦୂର ।ଆହା କିବା ଅଦ୍ଭୁତ ମନର ଗତି,ଅଚିନ୍ତନୀୟ ଅଟେ ତାର ଶକତି ।କ୍ଷଣମାତ୍ରକେ ମନ କରେ ଦର୍ଶନଏହି ଅପରିସୀମ ବିଶ୍ୱଭୁବନ ।ଜିଣଇ ସହଜରେ ମନୁଷ୍ୟ ମତିପ୍ରଭଞ୍ଜନର ବେଗ, ଆଲୋକ ଗତି ।ଯେତେବଳେ ସ୍ୱଦେଶ ପଡ଼ଇ ମନେ,ବିଚାରଇ ମୁଁ ଅଛି ନିଜ ସଦନେ ।ଆତ୍ମୀୟ ବନ୍ଧୁବର୍ଗ ଚାରି ଆଡ଼ରେ,ତାଙ୍କ ସଙ୍ଗତେ ଯେହ୍ନେ ମୁଁ କାଳ ହରେ ।କିନ୍ତୁ ପୂରବ କଥା କଲେ ସ୍ମରଣ,ନୈରାଶ୍ୟ-ସାଗରରେ ବୁଡ଼ଇ ମନ ।ବୃଥା ଭାବନା ଆଉ କରିବି ନାହିଁ,ଭାବନାରେ ଆନନ୍ଦ ମିଳଇ କାହିଁ ?ନୀଡ଼ କୋଳରେ ସୁପ୍ତ ପକ୍ଷୀ-ନିକର,ଆଶ୍ରିଲେଣି ପଶୁଏ ନିଜ ଗହ୍ୱର ।ଉପସ୍ଥିତ ରଜନୀ କାଳ ଗମ୍ଭୀର,ନିହିବି କୁଟୀରରେ ଏବେ ଶରୀର ।ଅଛନ୍ତି ସର୍ବ ସ୍ଥଳେ ଜଗଦୀଶ୍ୱର,ଦୟାମୟ ଫେଡ଼ିବେ ଦୁଃଖ ମୋହର ।ଈଶ୍ୱର ଦୟା ଆହା କିବା ଉଦାର,ଲଘୁ କରଇ ଦୁଃଖୀ ହୃଦୟ ଭାର ।ଜନମାଏ ସନ୍ତୋଷ ମନୁଷ୍ୟ ମନେ,ମଣ୍ଡଇ ହୃଦ-ରାଜ୍ୟ ଶାନ୍ତି-ରତନେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ