ରାମେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୯
- ସ୍ଥିତି
- ସାର୍ବଜନୀନ (Public domain)
ସେତୁବନ୍ଧ ରାମେଶ୍ୱର,କୋଟି କୋଟି ନମସ୍କାର ।ଥିବ ତ ତବ ସ୍ମରଣ,ଯେସନେ ରାମ ରାବଣ ହେ ।୧।ଶ୍ରୀରାମ ବାନ୍ଧିଲେ ସେତୁ,ଲଙ୍କାଗଡ ଜୟ ହେତୁ ।ତୁମ୍ଭଙ୍କୁ କଲେ ସ୍ଥାପନ,ଅଧିଷ୍ଠାତା ପଞ୍ଚାନନ ହେ ।୨।ବାନରସୈନ୍ୟ ଚାଳିଲେ,ରାବଣ ବଂଶ ମାଇଲେ ।ଅଇଲାକ ବିଭୀଷଣ,ରାମରେ ଗଲା ଶରଣ ହେ ।୩।ଶ୍ରୀରାମ ରାବଣ ମାରି,ସୀତାଙ୍କୁ ନେଲେ ଉଦ୍ଧରି ।ପୁଷ୍ପକରଥ ଚଢ଼ିଲେ,ନିଜ ପୁରୀକି ଚଳିଲେ ହେ ।୪।ତୁମ୍ଭେ ବହୁକାଳ ବୁଢ଼ା,ଜଗତଜନଙ୍କ ଖୁଡା ।କିସ ଦେବି ଉପହାର,ପ୍ରଜାଙ୍କୁ ବେଗେ ଉଦ୍ଧାର ହେ ।୫।ବିନ୍ଧ୍ୟବ ।ସିନୀହେ ମାତ ବିନ୍ଧ୍ୟବାସିନୀ,ତୋ ପୀଠ ଗଙ୍ଗାଚୁମ୍ବିନୀ ।ସତେ ସ୍ପଟିକର ଜଳ,ଦିଶୁଥାଏ ଢଜଳଢଳ ଗୋ ।୧।ନାଗରିକ ଜନମାନେ,ଗମନ୍ତି ସେ ଘାଟେ ସ୍ନାନେ ।ଆଣନ୍ତି ଶୀତଳ ଜଳ,କରନ୍ତି ଦେହ ନିର୍ମଳ ଗୋ ।୨।କେତେ କର୍ମଠ ବ୍ରାହ୍ମଣ,ତୋ ପୀଠେ ଥାନ୍ତି ବରଣ ।ମୁନିରଷିଙ୍କ ସଦୃଶ୍ୟ,ଦେଖିବ ତାହାଙ୍କ ଦୃଶ୍ୟ ଗୋ ।୩।ସେ ଦଶଭୁଜା ଭଗିନୀ,ପ୍ରସ୍ତରପୁରବାସିନୀ ।ଦେଖିଚି ଥରେ ନୟନେ,ସର୍ବଦା ପଡ଼ଇ ମନେ ଗୋ ।୪।ବିନ୍ଧ୍ୟାଚଳ ପାଶେ ନିତି,ବାଷ୍ଠୀୟ ଶକଟ ଗତି ।ଧୂମରାଶି ବେଗେ ଉଡ଼େ,ପର୍ବତଶିଖର ଚୂଡ଼େ ଗୋ ।୫।ସତେ କି ସେ ଧୂପ ଦୀପ,ଦିଏ ତୋ ପୀଠ ସମୀପ ।ମିର୍ଜାପୁରର ସାଧବେ,ନିର୍ମାଣି ମଠ ସରବେ ଗୋ ।୬।କରିଛନ୍ତି ଖଞ୍ଜାବାଡ଼ୀପାଉଛନ୍ତି ଭକ୍ତ ପଡ଼ି ।ଏ ପ୍ରଥାରେ ମହାଜନ,କରନ୍ତି ପୁଣ୍ୟ ଅର୍ଜନ ଗୋ ।୭।କରୁଛି ତବ ଚରଣ,ଦିବା ଯାମିନୀ ସ୍ମରଣ ।ଅନ୍ନଜଳେ ରକ୍ଷା କର,ଏହା ମୋ ମାଗୁଣି ବର ଗୋ ।୮।ଜଗନ୍ନାଥ (ଲେବୁତଳା)ଲେବୁତଳା ରାଜପଥେ,ଦୃଷ୍ଟି କରି ଜଗନ୍ନାଥେରଘୁ ପୂଜାହାରୀ ରଥ,ଦରଶନେ ଚରିତାର୍ଥ ହେ ।୧।ସୁଯୋଗ୍ୟ ସେବକମାନେ,ଅନୁରତ ଭକ୍ତିଜ୍ଞାନେ ।ଉତ୍କଳର ଜନଗଣେ,ଅଛନ୍ତି ବେଢ଼ା ପ୍ରାଙ୍ଗଣେ ହେ ।୨।ଦେଖିଛି ସନ୍ଧ୍ୟା ଆରତି,ତବ ପୀଠେ ବିଶ୍ୱପତି ।ଝାଞ୍ଜ ମୃଦଙ୍ଗ ଚହଳ,ଲାଗେ ଭକ୍ତଙ୍କ ଗହଳ ହେ ।୩।ଦେବଦେବ ଜଗନ୍ନାଥ,ତବ ପଦେ ପ୍ରଣିପାତ ।କରିଛି ବହୁତ ଥର,ମୋର ଉପକାର କର ହେ ।୪ପରେଶନ ।ଥଆହେ ଶ୍ରୀ ପରେଶନାଥ,ଟାଣେ ରଖ ମୋର ହାତ ।ସ୍ୱଣ୍ଣଖଚିତ ମନ୍ଦିରେ,ରହିଅଛି ପ୍ରଭୁ ଧୀରେ ହେ ।୧।ମାରଓ୍ୟାଡ଼ୀଙ୍କର କୀର୍ତ୍ତୀ,ନାହିଁ ନଥିବ ଧରିତ୍ରୀ ।ପୂର୍ବଜନ୍ମ ଭାଗ୍ୟ ଥିଲେ,ଜାଣିବ ପୀଠ ଦେଖିଲେ ହେ ।୨।ହାରିସନ ରୋଡ଼େ ବାସ,ନାମେ ବୋଲି ବଦ୍ରିଦାସ ।ଏ କୀର୍ତ୍ତିକଳାପେ ମନ,ଦେଇ କଲେ ସାର୍ଥଧନ ହେ ।୩।