ବର୍ଷା
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୨
- ସ୍ଥିତି
- ସାର୍ବଜନୀନ (Public domain)
ଆଜି ଏ ଅଦିନେ ଆଜି ଦୁର୍ଦ୍ଦିନେକାହାର ଝରେ ଏ ଲୁହ,କାହାର କୁଞ୍ଜ ଶିଥିଳ କୁସୁମଫିଟିପଡ଼େ ନବବଧୂ ପ୍ରୀତି ସମ,କାହା ଖେଳା ଅତରଳ ଲାସ୍ୟଝରିଆସେ ଅହରହ,କିଏ ପାର କିଏ କହ ।ନଦୀ ତୀରେ ତୀରେ ଶ୍ୟାମଳିମା ଝରେକାହାର ଫୁଲ୍ଲହାସେଫୁଟେ ଜାଇ, ଯୂଇ, ମାଳତୀ ମୁକୁଳଉପବନ ବାଳା ଶୁଭ୍ର ଦୂକୁଳଫୁଟେ ଗୋ ଶଂପା ଫୁଟେ କଦମ୍ୱକାହାର ପରଶଭରେକହ କିଏ ଅଛି ଦୂରେ ।ବରଷା ଗୋ ମୋରେ ସରସ କର ଗୋନଦୀତୀର ତରୁ ସମଝର ଝର ଝର ପତରଗହଳେବରଷା ରାଣୀର ମରମ ତରଳେକୋରକ ମୁକୁଳ ହୁଏ ମୁକୁଳିତମୁକୁଳାଅ ମୋର ମନଆଜି ଏ ବରଷାଦିନ ।କାହିଁ ସେ ?ସଜନ ନଗରେ ଅବା ବିଜନ କାନନେଦୂର ଭୀମ ସିନ୍ଧୁକୋଳେ କିବା ନୀଳ ଘନେ ।ଧରାରାଣୀ ଶିର ତୁଙ୍ଗ ଭୂଧର ଶିଖରେକି ଅବା ତପନ-ତପ୍ତ ସୈକତ ପ୍ରାନ୍ତରେ ।ନୀରବ ପରାଣେ କେତେ ଅଶ୍ରୁଜଳେ ଭାସିବହୁଦିନ ପ୍ରାଣେ ତାକୁ ଖୋଜିଲିଣି ଆସି ।ନ ଦେଖିଣ କ୍ଷଣେ ହାୟ ! ହୃଦୟ ବିକଳନୟନର ତାରା ସେ ମୋ ଜୀବନ-ସୋଦର ।ଥିଲା ଯେତେ ଦିନ, ଥିଲି ଆନନ୍ଦେ ତା ପାଶେଏବେ ତ ଯାଇଛି ଚାଲି ବହୁ ଦୂର ଦେଶେ ।ବୟସେ ! ଶୈଶବେ ମୋର ନୟନର ତାରାବାଲ୍ୟେ ଥିଲୁ ଜୀବନର ଆନନ୍ଦପସରା ।କିଶୋର ଜୀବନେ କାହିଁଗଲୁ ତୁ ଏକାକୀବ୍ୟାକୁଳେ ଖୋଜଇ ବୁଲି ଦୁଃଖେ ଡାକି ଡାକି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର