ନିରାଶା ବାଣୀ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୦
- ସ୍ଥିତି
- ସାର୍ବଜନୀନ (Public domain)
‘‘ନିରାଶାର ବାଣୀ ଯଦି ଏ ମରମେନିମେଷେ ଯାଆନ୍ତା ଫୁଟିମଣନ୍ତି ନିରାଶା- ମୟ ଏ ଜଗତଯାଆନ୍ତା ଏ ଶିରୀ ତୁଟି ।’’‘‘ଏ ନିଜନ ବାସେ ରୁକ୍ଷ ଗିରିକଣ୍ଠେତପତ ଲୋତକ ଢାଳିକି ଲାଗି ନିରାଶା- ସରଣୀ ଲୋଡ଼ ହେପଥିକ ପରାଣ ଭରି ?ପରାଣେ ପରାଣେ ସୋହାଗ-ସଂପଦବହଇ ଅନନ୍ତ ପ୍ରୀତିଉଦାସ-ବିହାରେ ଦୂରେ ଭାସେ ତବକିପାଁ ହେ ନୟନ ଜ୍ୟୋତି ?ଏ କନକ ଭୂଇଁ ସରଗ-ସଂପଦଉଛୁଳେ ପୁଲକେ ଧରାଅଳସେ ଗାଉଚ କି ଲାଗି ଏ ଗୀତ ?ସାଥୀ କେ ନାହାନ୍ତି ପରା ।’’‘‘ସାଥୀ କି କରିବେ ଜୀବନେ ବାବୁ ହେସାଥୀ ମୋ ସଙ୍ଗୀତ ଏଥିଆଖି ଫାଟିଯାଏ ଲୋତକ-ଲହୁରେଦୂର ପଥେ ସାଥୀ ଚିନ୍ତି ।ଦୂର ପଥ ସେ ଯେ ତିନିକୋଶ ଏଠୁଁ-ଦୂରେ ମୋ ଜୀର୍ଣ୍ଣ କୁଟୀରପ୍ରାଣର ସଂପଦ ତିନୋଟି କଳିକା’ଛନ୍ତି ସାଥୀ ହୃଦୟର ।ଦି’ଦିନ ଆଜିକି, କୁଟୀର ଛାଡ଼ିଚିଏ ଜୀର୍ଣ୍ଣ ଝୁଲିଟି ବହିସାତଖଣ୍ଡ ଗାଆଁ ବୁଲିଆସିଲିଣିଭିକ ମୁଠେ ମୁଠେ ପାଇଁ ।ପେଟ ନ ପୂରିଲା ଏ କାନ୍ତାରକାଳେଝୁଲି ମୋ ପଡ଼ିଚି ଖାଲିସତେ କି ଜୀବନେ ଥିବେ ମୋ ଆଉ ସେଏ ହୃଦ-ସାଥୀ-ସଙ୍ଖାଳି ।କେତେ ଯେ ଗ୍ରୀଷମ ହେରିଛି ନୟନେଗାଇଚି ସଙ୍ଗୀତ ଶତସେ ସଙ୍ଗୀତେ ଆଜି ଢାଳିବାକୁ ମନଆଉ ତ ନବଳେ ଚିତ୍ତ ।ଲଭନ୍ତା ଯଦି ମୋ କ୍ଷୀଣ ଆଶାରେଖାଦେଖନ୍ତି ନିରାଶା ଖାଲିକି ଲାଗି ଥାଆନ୍ତି ବାସନା-ଦୁଆରେଆଉ ତା’ ଅତିଥି ବୋଲି ।ଫେରିବି ନାହିଁ ସେ କୁଟୀରେ, ନିରାଶେଥାଆନ୍ତୁ ଧନ ମୋ ତହିଁଏ ବନେ ତେଜିବି ଏ ଦୀନ ପରାଣନିରାଶା ସଙ୍ଗୀତ ଗାଇ ।ଛଳ ଛଳ ନେତ୍ରେ ତେଜିବେ ପରାଣଧନ ମୋ ବିଜନ ବାସେଭେଟିବେ ବୋଲି ସେ ଜନକେ ଦୋସରଶିଶୁ ହୃଦେ ଆନ ଦେଶେ ।’’ଯାଅ ସମୀରଣ ଯାଅ ହେ ପଥିକଯାଅ ବିହଙ୍ଗମ ଦୂରେନିରାଶେ ପଥିକ ଏ ବନେ ଗାଇବନିରାଶା ସଙ୍ଗୀତ ବାରେସ୍ତବ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର