ବୋହୂ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୦
- ସ୍ଥିତି
- ସାର୍ବଜନୀନ (Public domain)
ଅଦିନ ମେଘ ତେଣୁ ଆସଇ କାହୁଁପାଣିକି ଗରା ଧରି ଯାଏ କା ବୋହୂପବନ ମାରେ ଆଗୁ ପଣତ ପେଲିମୁକୁଳା କେଶପାଶ ଉଠଇ ଖେଳି ।ସେ ପାଖ ତୋଟାମାଳେ କୁହାଟ ମାରେଗଉଡ଼ ଗାଈ-ଗୋଠେ ଲଉଡ଼ି-କରେଚମକି ଚାହେଁ, ତେଣେ ବିଜୁଳି ହସେନିବିଡ଼ ବୁକେ ତାର ଛନକା ପଶେ ।ଚରଣ ଚାଳେ ବେଗେ ଫେରିବ ବୋଲିପଣତ ଦେଲେ ଯେତେ ପଡ଼ଇ ଖୋଲିକରେ ତା ଗରା, କରେ ଧରାଇ କାନିଟପରଟପ ପଡ଼େ ବରଷା ପାଣି ।ସେ ପଟେ କିଆବଣ, ଏ ପଟେ ବିଲମଝିରେ ଚାଲେ କିଏ ନୁଆଁଇ ଶିରକଳସୀଭରା ପାଣି ଚହଲି ପଡ଼େତନୁରେ ଓଦା ଲୁଗା ଜଡ଼ଇ ଜଳେ ।ଅଦିନ ମେଘ ଦିଶେ ନିବିଡ଼ କଳାନିବିଡ଼ ହୃଦ ତାର ବାସନାଭରା ।ଦୂରେ ତା ପରବାସ ପରାଣସଖାସ୍ମୃତିରେ ଦିଏ କାଟି ବିଜୁଳିରେଖା ।ହୋଇଲେ ଜମା ତାର ଛାତିରେ ମେଘନୟନୁ ଝରେ ପାଣି ହୃଦୟାବେଗଏ କାଳେ ପ୍ରାଣସଖା ରହିଲେ କାହିଁକହିବ ମେଘ ପରା ବାରତାବାହୀ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର