ନବଜାତ ଶିଶୁ ଦର୍ଶନରେ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୨
- ସ୍ଥିତି
- ସାର୍ବଜନୀନ (Public domain)
ନୁହଇ କି ଦେବ ଭୂମି ଏହି ନିକେତନ ?ନୁହେକି ଏ ଦେବ ଶିଶୁ ଶୁଭ୍ର ସ୍ୱରଗର ?ବାଞ୍ଛା-କଳ୍ପ-ତରୁମୟ ନନ୍ଦନ କାନନଧରଇ କି ପାରିଜାତ ଏଥୁଁ ଶୁଭ୍ରତର ?ଏକି ଦେବ-ଦୃଶ୍ୟ ଆଜି ଦେଖଇ ନୟନ ?ନିଖିଳ ଜନନୀ ବିଜେ ବ୍ରହ୍ମାଣ୍ଡ-ଈଶ୍ୱରମୋ ନନ୍ଦନ ବୋଲି ଆହା ବତାଇ ଶ୍ରୀକରଧରିଛନ୍ତି ପ୍ରେମ- କ୍ରୋଡ଼େ ପ୍ରେମ ପ୍ରସ୍ରବଣ !କି ଅମୃତ ଚୁମ୍ବନ ସେ, କି ପୁଣ୍ୟ ପରଶ,କି ପବିତ୍ର ଆଶୀର୍ବାଦ, କହ ଆରେ ଶିଶୁ,ଲଭି ଯାହା ତୁହି ଏଡ଼େ ମନୋହର ଦିଶୁ;ବଚନ-ଅତୀତ ତାହା କି ଅମୃତ ରସ ?ପୃଥିବୀର ନର ନାରୀ ! ପୁଣ୍ୟ ଆଦରଣଶିକ୍ଷା କର ଶିଶୁରୂପ ସୁଖଦ ଆଶିଷୁଁ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ