ବାୟୁ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୧
- ସ୍ଥିତି
- ସାର୍ବଜନୀନ (Public domain)
ହେ ଅନିଳ ସଦାଗତି, ହେ ସର୍ବତ୍ରଗତି,ତୁମ୍ଭର କ୍ଷମତା ଦେବ ଅକଳ୍ପ୍ୟ, ଅସୀମ,ଇଚ୍ଛାମାତ୍ରେ ଧରିପାର ରୁଦ୍ର-ଧୀର-ରୂପ,ତୁମ୍ଭେ ସମଦଶୀ, ତବ କୃପାରୁ ବଞ୍ଚିତନୁହନ୍ତି ସୃଷ୍ଟିରେ କେହି ନାହିଁ ଭେଦଜ୍ଞାନରାଜହର୍ମ୍ୟେ, ଦରିଦ୍ରର ଜୀର୍ଣ୍ଣୋଟଜେ ତବ ।ଜଗତ୍ପ୍ରାଣ, କ୍ଷଣେ ତୁମ୍ଭେ ଭଜିଲେ ବିଶ୍ରାମ,ଭାଙ୍ଗିଯିବ ଜୀବସୃଷ୍ଟି ଏ ବିରାଟ ମେଳା,ହେବ ପ୍ରକୃତି, ଶ୍ମଶାନ, ଘଟନାବିହୀନ;ଅବସ୍ଥାନ କରି ତୁମ୍ଭେ ଅନ୍ତରେ ବାହାରେଚଳାଉଛ ଦେହ-ଯନ୍ତ୍ର, କେବେ ଅର୍ପି ତାପ,-କେବେ ଅର୍ପି ଶୈତ୍ୟ ଅବା, ଆବଶ୍ୟକମତେ ।ନ୍ୟସ୍ତ ତୁମ୍ଭ ପ୍ରତି ସ୍ରଷ୍ଟା ସୃଷ୍ଟିରକ୍ଷା ଭାର,ପ୍ରତ୍ୟକ୍ଷ ଦେବତା ତୁମ୍ଭେ ବହ୍ନି, ବାରି ସମ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ