ଅନାଦି ସଂହିତା
ଅଚ୍ୟୁତାନନ୍ଦ ଦାସ · ଭାଗ ୫ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଦ୍ଦଶ ଅଧ୍ୟାୟ
ମହେଶ ଉବାଚଶୁଣ ଗୋ ପ୍ରାଣେଶ୍ୱରୀ ଉମା ।ଅରୂପ ଭକ୍ତଙ୍କ ମହିମା ॥
ପୂର୍ବେ ସେ ମହାନିତ୍ୟ ବାସୀ ।ସହସ୍ର ମନୁ ମହାଋଷି ॥
ଦିନେ ସେ ଠୁଳପୁରେ ଯାଇ ।ନିରାକାରକୁ ନେନ୍ତ୍ରେ ଚାହିଁ ॥
ଦେଖିଳେ ଠୁଳରୂପ ତାର ।ହସିଣ କହନ୍ତି ଉତ୍ତର ॥
କିପାଇଁ ଠୁଳେ ଅଛୁ ବସି ।ଅରୂପ ମଣ୍ଡଳେ ନ ପଶି ॥
କାଳ କମଳେ ହୋଇ ରତ ।ଏ ଭାବ ନୁହଇ ଉଚିତ ॥
ଅଲେଖ ବ୍ରହ୍ମାଙ୍କ କୁମର ।ହୋଇ କି କର ଅବିଚାର ॥
ଏମନ୍ତ କହି ବ୍ରହ୍ମଜ୍ଞାନୀ ।ଗୁଣି ଯୋଗରେ ହେଲେ ଭୂମି ॥
ବୋଇଲେ ଆରେ ମୂର୍ଖ ବାଇ ।ମୋତେ ତିଆରୁ ଗର୍ବ ବହି ॥
ତୁ ଏବେ ଘେନ ଆମ୍ଭ ଶାପ ।ହେଉ ତୋ ବହୁଜ୍ଞାନ ଲୋପ୍ୟ ॥
ମର୍ତ୍ତ୍ୟରେ ଜାତ ହୁଅ ଯାଇ ।ସ୍ୱକାମ ସ୍ୱଚେତା ବୁଡ଼ାଇ ॥
ଅଙ୍ଗେ ତୋ ଘାରୁ କୁଷ୍ଠବ୍ୟାଧି ।ତୁ ଜନ୍ମେ ଜନ୍ମେ ଅପରାଧୀ ॥
ଏ ଶାପ ଘେନ ତୁ ଆମ୍ଭର ।ଏମନ୍ତ କହି ନିରାକାର ॥
ସେ ଋଷି ହୋଇଲେ ବିନତି ।ହୃଦେ ଆକୁଳେ ପାଦେ ସ୍ତୁତି ॥
ବୋଲନ୍ତି ଆହେ ବିଷ୍ଣୁ ରୂପ ।ଆଦୋଷେ କିମ୍ପା ଦେଇ ଶାପ ॥
କୁହ କିରୂପେ ନିସ୍ତରିବି ।ଏମନ୍ତ କହି ମୁନି ରେବି ॥
ଦେଖି ତା ବିନତି ବିକଳ ।କହନ୍ତି ତାଙ୍କୁ ନିରାକାର ॥
ଭୋ ଋଷି ନୁହସି ଆରତ ।କହିବା ଶାପକୁ ମୁକତ ॥
ଗର୍ବେ ତୁ ଅର୍ଜିଲୁ ଏ ଦୋଷ ।ଆମ୍ଭ କୋପରେ ହେଲୁ ନାଶ ॥
ଏବେ ତୁ ମୃତ୍ୟୁପୁରେ ଯାଇ ।ଉତ୍ତମକୁଳେ ଜନ୍ମ ହୋଇ ॥
ଆନନ୍ଦେ ଭୁଞ୍ଜ ନୃପଭୋଗ ।କାଳେ ବିହରି ଚାରିଯୁଗ ॥
କଳି ଶେଷରେ ହେବୁ ଜନ୍ମ ।ଅନ୍ତରେ ନୃପତି ଅଂଶେଷ ॥
ଶାପ ଘଟିବ ସେ ଦେହରେ ।କୁଷ୍ଠ ଜନ୍ମିବ ତୋ ଅଙ୍ଗରେ ॥
ସେ ଯୁଗେ ବୁଦ୍ଧ ଅବତାର ।ହୋଇବେ ବ୍ରହ୍ମାଣ୍ଡଠାକୁର ॥
ନିଷ୍କାମ ଭକ୍ତି ହେବ ଖ୍ୟାତ ।ଜନ୍ମ ଲଭିବେ ସର୍ବ ଭକ୍ତ ॥
ନିର୍ବେଦ ଉପୁଜିବ ଭାବ ।ସକଳ ମଣିବେ ଦୁର୍ଲଭ ॥
ସେ ଭକ୍ତି ଚିହ୍ନିଣ ସେବିବ ।ଏ ଆମ୍ଭ ଶାପ କ୍ଷୟ ଯିବ ॥
ଏମନ୍ତ ଶୁଣି ବ୍ରହ୍ମଋଷି ।ମୃତ୍ୟୁମଣ୍ଡଳେ ପରକାଶି ॥
ସତ୍ୟଯୁଗେ ନାମ ତାଙ୍କର ।ଅଟେ ସୁକେତୁ ନୃପବର ॥
ବିଦେହ ମଣ୍ଡଳେ ନୃପତି ।ଥିଲେ ସେ ପୂର୍ବହେତୁ ଚେତି ॥
ଭାବ ଭକ୍ତିରେ ଗଲା ଦିନ ।ନ୍ତ୍ରେତୟା ଯୁଗେ ହେଲା ଜନ୍ମ ॥
କାଞ୍ଚିନଗ୍ରରେ ହେଲେ ରାଜା ।ସୁଖେ ପାଳିଲେ ଜନ ପ୍ରଜା ॥
ପୁଣି ସେ ଦ୍ୱାପରେ ଜନ୍ମିଲେ ।ଏ ଓଡ଼୍ରରାଷ୍ଟ୍ର ସିନ୍ଧୁ ନଗ୍ରେ ॥
ବୁଡ଼ିଲା ତାଙ୍କ ପୂର୍ବହେତୁ ।ନିରାକାର ଶାପ ତଦନ୍ତୁ ॥
ଅଙ୍ଗେ ବହିଲେ ପାପ ଭାରା ।ସମ୍ବଲପୁରେ ଗଲେ ଧରା ॥
କାଳେ ଲଭିଲେ ପୂର୍ବ ଦେହୀ ।ଏକଳି ଶେଷେ ଜାଣ ସେହି ॥
ନାମ ଧନଞ୍ଜୟ ଯେ ଭଞ୍ଜ ।ସୁରାଷ୍ଟ୍ର କେନ୍ଦୁଝର ରାଜ୍ୟ ॥
ସେ ଅଟେ ମହାନିତ୍ୟ ବାସୀ ।ଅଦୋଷେ ଶାପ ପରକାଶୀ ॥
ଭ୍ରମନ୍ତେ ହେଲା ମହାପାପ ।ଘଟିଲା ମହାଯୋଗୀ ଶାପ ॥
ଏହୁ ଅଚେତା ହୋଇ ଘଟେ ।ଜନ୍ମ ଲଭିବେ ସିଦ୍ଧଚାଟେ ॥
ସେଯେ ଚେତାଇ ଯିବ ଦୁଃଖ ।ନିଷ୍କାମ ଭକ୍ତେ ଦେଇ ଭକ୍ଷ ॥
କହିଲୁ ଶୁଣ ଗୋ ପାର୍ବତୀ ।ଏକଳି ଶେଷେ ଯେ ବିଭୂତି ॥
ଯେତେ ଏ ସିଦ୍ଧ ଅଂଶୀଗଣ ।ମର୍ତ୍ତ୍ୟରେ ହୋଇଛନ୍ତି ଜନ୍ମ ॥
କେ ଅଛ ଚିହ୍ନିବ ଆମ୍ଭଙ୍କୁ ।ଅରୂପ ସ୍ୱାମିଙ୍କ ଭକ୍ତଙ୍କୁ ॥
ବ୍ରହ୍ମାଦି ସୁରନର ଦେହି ।ତାଙ୍କୁ ଚିହ୍ନିବା ସଖ୍ୟକାହିଁ ॥
ଚିହ୍ନି ଅଛନ୍ତି ତାଙ୍କୁ ସ୍ୱାମୀ ।ଅଖିଳ ଗୁରୁ ଅନ୍ତର୍ଯ୍ୟାମୀ ॥
ମୋତେ ଏ ନୁହଇ ଗୋଚର ।ଦେଖି ଏ ମହାପାପ ଭାର ॥
ତୋହୃଦ ଜାଣି ବ୍ରହ୍ମରାଶି ।ହୋଇ ଅଛନ୍ତି ପରକାଶି ॥
ମୋର କହିବା ସକ୍ଷନାହିଁ ।ଅଜ୍ଞାନୀ ଅଚ୍ୟୁତି କହଇ ॥
ଅଲେଖ ଅବ୍ୟକତ ଗୁରୁ ।ମୋ ପ୍ରାଣଶ୍ୱର ଜନ୍ମାନ୍ତରା ॥
କରିଛି ଯେତେ ଅପରାଧ ।ଖଣ୍ଡିବେ ଶ୍ରୀ ସ୍ୱାମୀ ପ୍ରମାଦ ॥
ଆଶା କରିଛି ପଦ୍ମଯାଏ ।ନାହି ମୋ କାଳ ମୃତ୍ୟୁଭୟେ ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନ ଜନ ହିତାୟାଂ ଈଶ୍ୱରପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶ କଥନେନାମ ଚତୁର୍ଦ୍ଦଶଽଧ୍ୟାୟଃ ।
ପଞ୍ଚଦଶ ଅଧ୍ୟାୟ
ଈଶ୍ୱର ଉବାଚ ।ଏବେ ଗୋ ଶୁଣ ମହାମାଈ ।ନିଷ୍କାମ ଭକ୍ତି ତତ୍ତ୍ୱ ଫେଇ ॥
ତୋ ମନୁ ସଂଶୟ ତୁ ତେଜ ।ଧିରେ ଏକାନ୍ତ ଭାବେ ମଜ ॥
ଶେଷହେଲା ଏ ଯୁଗ କଳି ।ପାପ ଗୋ ପଡ଼ିଲା ମଉଳି ॥
ତେଣୁ ଅଳ୍ପକେ ହେବ କ୍ଷୟେ ।ଅରୂପ ହୋଇବ ଉଦୟେ ॥
କଳଙ୍କି ଖେଳ ଶେଷହେବ ।ଲଭିବେ ସର୍ବ ଭକ୍ତଠାବ ॥
ତୁ ଏବେ ଶୁଣସିଗୋ ସହି ।ଆଉ ଯେ ଭକ୍ତ ଛନ୍ତି ରହି ॥
ଅନନ୍ତ ବଇକୁଣ୍ଠ ଦ୍ୱାରୀ ।ଅଜୟସେନ ତପଚାରୀ ॥
ପ୍ରଳୟ ବ୍ରହ୍ମା ସେ ଅଟଇ ।ବିଷ୍ଣୁ ଗର୍ଭକୁ ସେହୁ ଯାଇ ॥
ଅଙ୍ଗନା ସାବିନ୍ତ୍ରୀ ବଲ୍ଳଭୀ ।ସେହୁ ଅଖଣ୍ଡ ବ୍ରହ୍ମ ଭାବି ॥
ସେ ବିଷ୍ଣୁ ଗର୍ଭକୁଇ ଗଲେ ।ସେହୁ ପ୍ରଳୟେ ବ୍ରହ୍ମାତୁଲେ ॥
ଭ୍ରମି ସେ ଗର୍ଭେ କଲେ ଠାବ ।ଅଲେଖ ମହିମା ଅପୂର୍ବ ॥
ସୁବାହୁ ସତ୍ୟ ନ୍ତ୍ରେତାଅନ୍ତେ ।ପ୍ରକାଶ ହେଲେ ମହିଗତେ ॥
ଅଲେଖ ମାୟା ପ୍ରକାଶିଲେ ।ଦ୍ୱାପର ଯୁଗେ ଜାତକଲେ ॥
ନାମ ବହିଲେ ଶିଶୁପାଳ ।ବିରାଧି ଯୋଦ୍ଧା ଅନର୍ଗଳ ॥
ପତ୍ନୀର ନାମ ତା ସେବତୀ ।ସେ ପୂର୍ବେ ଅଙ୍ଗନା ସାବିନ୍ତ୍ରୀ ॥
ବିଷ୍ଣୁ ଅପ୍ରିତି ଭାବ ବହି ।କାଳେ ଯେ ଚନ୍ତ୍ର କାଟହୋଇ ॥
ସକଳ ପାତକ ନାସିଲେ ।ଠୁଳ ଉପରେ ସମ୍ଭାଇଲେ ॥
ପତ୍ନୀ ଅନଳେ ଦେଲେ ଝାସ ।ସ୍ୱାମୀର ବିଚ୍ଛେଦେ ନିରାସ ॥
ଏକଳି ଶେଷେ ହୋଇ ଜନ୍ମ ।ସୁରାଷ୍ଟ୍ର ଉତ୍ତର ଦିଗେଣ ॥
ତାନାମ ଅଟେ ବାସୁଦେବ ।କ୍ଷନ୍ତ୍ରିୟ କୁଳରେ ସମ୍ଭର୍ବ ॥
ପତ୍ନୀର ନାମ ତା ଉଲୁଛା ।ସେ ସ୍ୱତୀ ଅଟେ ପୂର୍ବବାଞ୍ଛା ॥
ନିଷ୍କାମ ଭଗତିରେ ରତ ।ସେ ଶିଶୁପାଳ ବ୍ରହ୍ମମିତ ॥
ତାହାଙ୍କ ପିଢ଼େ ସପ୍ତଦଶ ।ଭଗତ ହୋଇବେ ପ୍ରକାଶ ॥
କହିଲୁ ଚେତିଥାଅ ସହ ।ନିର୍ବେଦ ଭବେ ଭକ୍ତି ସେହି ॥
ମହିମା ଧର୍ମରେ ପ୍ରଚରି ।ଅଛନ୍ତି ଗୃହେ ତପଚାରି ॥
ଏବେଳେ କହିବାକୁ ନୁହେ ।ଗୁପତେ ବହିଛନ୍ତି କାୟେ ॥
କଲ୍ମିରେ ଚିହ୍ନିବ ସମସ୍ତ ।ପରୀକ୍ଷା ହେବ ସର୍ବଭକ୍ତ ॥
ଭଗତ ଭାବ ଅନ୍ୟକେହି ।ନିଷ୍କାମେ ପଶି ନପାରଇ ॥
ଯେବା ଗୋଚର ଅଛି ମୋତେ ।ତାହାମୁ କହୁଅଛି ତୋତେ ॥
ସମ ଏ କହିବି ତାହାଙ୍କୁ ।ଧାରଣାକଲି ସମୟକୁ ॥
ଏବେ ଯେ ଶୁଣସିଗୋ ସ୍ୱତୀ ।ଅଖଣ୍ଡ ଅଭୂସ ବିଭୂତି ॥
ପୂର୍ବେ ସେ ନିତ୍ୟ ପୁରବାସୀ ।ଅର୍ଦ୍ଧାଙ୍ଗ ରୂପେ ବ୍ରହ୍ମଅଂଶୀ ॥
ସେ ପୁଣି ନିରାକାର ଶାପ୍ୟେ ।ଜନ୍ମ ଳଭିଲେ ଆସି ଗୋପ୍ୟେ ॥
ମୃତ୍ୟୁ ମଣ୍ଡଳେ ଅବତରି ।ନାମକୁ ନିସତ ବିଚାରି ॥
ଯୋଗେ ଜାଗିଲେ ନିଜଦେହୀ ।ସତ୍ୟ ତ୍ରେତୟା ଗଲା ବହି ॥
ଦ୍ୱାପରେ ପାଲଟିଲା ଦେହ ।ଭୂତେଜ ହୋଇଲେ ଉଦୟ ॥
ନାମ ତା ଅଟେ ଶଙ୍ଖଧ୍ୱଜା ।କଳହ ଦେଶରେ ସେ ରାଜା ॥
ନିଷ୍କାମ ଭକ୍ତ ଥିଲେ ଚେତି ।ପ୍ରଜା ପାଳନ ସତ୍ୟବତୀ ॥
ସମଏ ଠୁଳେ ସମ୍ଭାଇଲେ ।ଏ କଳିଯୁଗେ ଜନ୍ମହେଲେ ॥
ନିନ୍ଦ୍ର ନଗର ନରସାଇଁ ।ଦିଲି ବିସ୍ୱର ନାମ ଦେଇ ॥
ଆରାଧି ଅଛି ସତ୍ୟଧର୍ମ ।ଦେହଯାଇ ଅଛି ବେଦକର୍ମ ॥
ଶ୍ରୀଗୁରୁ ଭକ୍ତି ଅନୁସରି ।ନିଷ୍କାମ ପଥ ଅଛି ବାରି ॥
କଳଙ୍କି ଖେଳ ସ୍ୱଦେହରେ ।ଖଟିବେ ଶ୍ରୀଗୁରୁ ଛାମୁରେ ॥
ଏହାଙ୍କ ପିଢ଼େ ଅଷ୍ଟାଦଶ ।ଭଗତ ହୋଇବେ ପ୍ରକାଶ ॥
ଏବେ ତୁ ଶୁଣ ଆଗୋ ସ୍ୱତୀ ।ଏ ଆମ୍ଭ ଗୁପତ ଭାରତୀ ॥
ସେ ମହାନିତ୍ୟ ମଦାଳସୀ ।ନଳ ଶିବ ଭୋଳ ବାଳସି ॥
ପ୍ରକାଶ ହେଲେ ମର୍ତ୍ତ୍ୟପୁରେ ।ସୁବାହୁ ନ୍ତ୍ରେତୟା ଯୁଗରେ ॥
ନାମ ବହିଲେ ଶ୍ୱେତ ରାଏ ।ନିଗୁଣ ପଥେ କରି ଲୟେ ॥
କୁମୁଡ଼ା ନଗ୍ରର ନୃପତି ।ଘୃତ ଅନଳେ କରି ଶାନ୍ତି ॥
ତାଭାବ ନ୍ତ୍ରିପୁରେ ଦୁର୍ଲ୍ଲଭ ।ଶୁଣିଲା ଜନେ ଅସମ୍ଭବ ॥
ମହିମା ପାଦେ ହୋଇ ରତ ।କାଳେ ଅରୂପେ ହେଲେ ସ୍ଥିତ ॥
ପୁଣି ସେ ଦ୍ୱାପରେ ଜନ୍ମିଲେ ।ବିରାଟ ନାମହି ବହିଲେ ॥
ଆନନ୍ଦେ ପ୍ରଜାପାଳି ସତ୍ୟେ ।ସକଳ ଦୟା ହୃଦଗତେ ॥
ପରମ ଧର୍ମ ମାର୍ଗେ ଚିତ୍ତ ।ନିର୍ବେଦେ ଥିଲେ ସେ ଗୁପତ ॥
କାଳେ ଲଭିଲେ ସର୍ବଠାବ ।ଏ କଳି ଶେଷରେ ସମ୍ଭବ ॥
ନାମ ମୁକୁନ୍ଦ ଦେବ ତାର ।ଓଡ଼ିଶା ରାଷ୍ଟ୍ରେ ତାର ଘର ॥
ଏ କଳିଯୁଗେ ନୃପଶିଖ ।ବେଢ଼ି ଅସୁର ଚଉପାଖ ॥
ଅଚେତା ପ୍ରକାଶୁଛି ଘଟ ।ସେ ଗୋ ଅନାଦିସ୍ୱାମୀ ଚାଟ ॥
ଅକର୍ମ କର୍ମ ଯହିଁ ତାର ।ନିଷ୍କାମେ ନାହିଁ ତା ଗୋଚର ॥
ଠିକଣା ବେଳେ ଚେତାଇବେ ।ଅଲେଖ ଦୟା ହେବ ଯେବେ ॥
କହିଲା ଗୁପ୍ତ କରିଥାଅ ।ଅରୂପେ ମନ ଧ୍ୟାନ ଦିଅ ॥
ତୋତେ ପ୍ରସନ୍ନ ହୋଇ ସ୍ୱାମୀ ।ଚେତାଇ ଦେବେ ଅନ୍ତର୍ଯ୍ୟାମୀ ॥
ଭକ୍ତଙ୍କୁଦେଖୁବୁ ନେନ୍ତ୍ରରେ ।ହେଲେ କଳଙ୍କି ଅବତାରେ ॥
ଶ୍ରୀଗୁରୁ ପଦ୍ମପାଦ ଧ୍ୟାଇ ।କହେ ଅଚ୍ୟୁତ ମଢ଼ବାଇ ॥
ନିଷ୍କାମ ଭକତଙ୍କ ଭାବ ।ହରେ ଅଶେଷ ପରମାଦ ॥
ସେ ପାଦେ ରହୁ ମୋର ମନ ।ରେଣୁକୁ ନୁହନ୍ତ ଭାଜନ ॥
ଜନ୍ମ ଜନ୍ମନ୍ତେ ମୁଁ କିଙ୍କର ।ସେବକ ଜନ ମୁ ତାଙ୍କର ॥
ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନ ଜନ ହିତାୟାଂ ଈଶ୍ୱରପାର୍ବତୀ ସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶକଥନେ ନାମ ପଞ୍ଚଦଶ ଅଧ୍ୟାୟଃ ।
ଷୋଡ଼ଶ ଅଧ୍ୟାୟ
ମହେଶ ଉବାଚଆନନ୍ଦେ ଭାବାନୀର ଆଗେ ।ଶିବ କହନ୍ତି ଅନୁରାଗେ ॥
ଦ୍ୱାଦଶ ପିଢ଼ ଭକ୍ତ ନାମ ।ନିଷ୍କାମ ନିର୍ବେଦ ଏ ଧର୍ମ ॥
ଶୁଣ ତୁ ମନେ କରି ହେତୁ ।କୋଟି ବ୍ରହ୍ମାଣ୍ଡ ସାର ତତ୍ତ୍ୱ ॥
ଯେ ମହାନିତ୍ୟରେ ବିହରି ।ଆଜନ୍ମ ତାର ବ୍ରହ୍ମ ଚାରି ॥
ବିଷ୍ଣୁ ଗର୍ଭରେ ଥିଲେ ରହି ।ପରମ ଧ୍ୟାନ ଯୋଗ ଧ୍ୟାଇ ॥
ଅଲେଖ ପ୍ରଭା ତେଜବଳେ ।ଜନ୍ମ ଲଭିଲେ ମୃତ୍ୟୁ ପୁରେ ॥
ଦ୍ୱାପର ଯୁଗେ ସୋମ ବଂଶ ।ବ୍ରହ୍ମ ତେଜରୁ ପରକାଶେ ॥
ତାଙ୍କର ନାମ ଯୁଧିଷ୍ଠିର ।ଅରୂପ ବ୍ରହ୍ମର କୁମର ॥
ବିହିତ ଧର୍ମେ ଧର୍ମରାଜା ।ସକଳ ଜନେ କଲେ ପୂଜା ॥
ସେ ଦେହେ ସ୍ୱର୍ଗେ ହେଲେ ସ୍ଥିତ ।ସେ ଜାଣି ନିଷ୍କାମି ଭକତ ॥
ସେ ଦେବ ଲୋକେ ବିହରିଣ ।କଳି ଶେଷକୁ ହେଲେ ଜନ୍ମ ॥
ଗଙ୍ଗରାଷ୍ଟ୍ରରେ ଉତପତ୍ତି ।ନାମ ତା କୁଜଙ୍ଗ ନୃପତି ॥
ଚିନ୍ତ୍ରତ୍ପୋଳା ଦକ୍ଷିଣ ତୀରେ ।ସ୍ଥିତି ତା ଏ ତିନି ଗଡ଼ରେ ॥
ଗୁପତେ ଜନ୍ମ ଛନ୍ତି ରହି ।ଅଣସାଧନା ଧର୍ମ ପାଇ ॥
ଅଲେଖ ଧର୍ମେ କରି ଭକ୍ତି ।ଅମେଦ ତନୁ ବହିଛନ୍ତି ॥
ଚିହ୍ନିଣ ଠାବ ଦେବା ତାଙ୍କୁ ।ସେ ସ୍ୱାମୀ ଏ କଳି ଶେଷକୁ ॥
ଏହାଙ୍କ ପିଢ଼େ ଭକ୍ତ ତୋର ।ହୋଇଣ ଅଛନ୍ତି ପ୍ରଚାର ॥
ଆବର ଚନ୍ଦ୍ର କେତୁ ବ୍ରହ୍ମା ।ସେ ନିତ୍ୟ ବାସୀ ଶୁଣ ଉମା ॥
ବିଷ୍ଣୁ ଗର୍ଭରେ ଥିଲେ ରହି ।ବିନୋଦ ଯୁଗ ଗଲା ବହି ॥
ନ୍ତ୍ରେତୟା ଯୁଗେ ସତ୍ୟ କେତୁ ।ଲଭିଲେ ବହୁଜ୍ଞାନ ତତ୍ତ୍ୱ ॥
ଦ୍ୱାପରେ ପୁଣ ଜନ୍ମ ହେଲେ ।ଶାନ୍ତ୍ୟୋଦକ ନାମ ବହିଲେ ॥
ମାୟା ଆବୋରି ଗଲା ଦିନ ।ଏ କଳିଯୁଗେ ହେଲେ ଜନ୍ମ ॥
ନାମ ତା ଶିବ ମହାରଣା ।ଗୃହେ ନିଷ୍କାମ ଭକ୍ତି ଜଣା ॥
ଆବୋରି ଅଣସାଧନାକୁ ।ସେବି ଅରୂପଭକତଙ୍କୁ ॥
କୋଳି ପାଟଣାରେ ତା ଘର ।ଧ୍ୟାଇ ରହିଛି ଅଣାକ୍ଷର ॥
ବୁଦ୍ଧ ସ୍ୱରୂପ ପାଇ ଭେଟ ।କଳ୍ପିଲୁ ଚାହିଁ ଅଛି ବାଟ ॥
ଏହାଙ୍କ ପୀଢ଼େ ଭକ୍ତଚାରି ।ନିଷ୍କାମେ ଅଛନ୍ତି ପ୍ରଚରି ॥
କହିଲୁ ଶୁଣ ଗୋ ଭବାନୀ ।ଏ ଯେତେ ଭକ୍ତ ନାମ ଘେନି ॥
ଦ୍ୱାଦଶ ପୀଢ଼େ ଭକ୍ତ ଏହି ।ଏ ଚାରିଯୁଗେ ଜନ୍ମ ବହି ॥
ଆବର ଯେବା ପୀଢ଼େ ଥିଲେ ।ଏ କଳି ଶେଷେ ପ୍ରକାଶିଲେ ॥
ଗୁପତ ଭାବେ ଛନ୍ତି ରହି ।ହୃଦେ ମହିମା ନାମ ଧ୍ୟାଇ ॥
ଆଶ୍ରିତେ ଅଛନ୍ତି ନାମକୁ ।କାତର ଦେଖି ଏ ଭବକୁ ॥
ଆତ୍ମା ଗୋଚରେ ବ୍ରହ୍ମରାଶି ।ଏହାଙ୍କୁ ତାରିବେ ବିଶେଷି ॥
ସତ୍ୟ ଗୋ ପ୍ରବର୍ତ୍ତିବ ମହୀ ।ସୁର ଅସୁର ଭେଦ ନାହିଁ ॥
କହିଲୁ ଗୁପତ ଏ ବାଣୀ ।ତୁ ଏହା ସ୍ୱତୀ ଥାଅ ଶୁଣି ॥
ମର୍ତ୍ତ୍ୟରେ ହୁଅ ଯାଇ ଜନ୍ମ ।ଚିନ୍ତି ବିହର ସତ୍ୟଧର୍ମ ॥
ଆମ୍ଭଙ୍କୁ ନଦ୍ୟ ଗୋ ଉତ୍ତର ।ବ୍ରହ୍ମାଣ୍ଡ ହେବ କି ପ୍ରକାର ॥
ଏମନ୍ତ ଶୁଣି ମହାସ୍ୱତୀ ।ଶିବ ଚରଣେ କଲେ ସ୍ତୁତି ॥
ପ୍ରସନ୍ନ ହୁଅ ମୋ ତେ ହର ।ମୁଁ ଅଟେ ସେବକ ତୁମ୍ଭର ॥
ଶୁଣି ମହିମା ସ୍ୱାମୀ ଭାବ ।ମୋତେ ଏ ଲାଗଇ ଅପୂର୍ବ ॥
ନିର୍ବେଦ ନିଷ୍କାମ ନିର୍ଗୁଣ ।ଏ ସାରତତ୍ତ୍ୱ ଭକ୍ତିଗୁଣ ॥
ଧନ୍ୟ ଏ ଜୀବନ ମୋହର ।ଶୁଣିଲି ତୁମ୍ଭ ଶ୍ରୀମୁଖର ॥
ମୋ ଅଙ୍ଗେ ମାୟା ଥିଲା ଘୋଟି ।ତୁମ୍ଭ ପ୍ରସନ୍ନେ ଗଲା ଫିଟି ॥
ନିସ୍ତାର ହେବି ମୁ ଗୋସାଇଁ ।ଛାମୁରେ ପଚାରିବି ମୁହିଁ ॥
ଦ୍ୱାଦଶ ପୀଢ଼କେ ଅଛଇ ।ଭଗତ ଜନ୍ମିଛନ୍ତି ତହିଁ ॥
ସେ ପୀଢ଼ ବାସୀ ଭକ୍ତ ନାମ ।କହିଲେ ସାହାସ୍ତ୍ର ବାଦେଣ ॥
ଏଣୁ ସଂଶୟ ମନ ମୋର ।ସେ ପୀଢ଼ କେମନ୍ତ ପ୍ରକାର ॥
ପ୍ରକାଶିଛନ୍ତି ବ୍ରହ୍ମଅଂଶୀ ।ଫେଡ଼ିବୁ କହ ମୋତେ କାଶୀ ॥
ଶୁଣି ସଂଶୟ ମନୁ ଯାଉ ।ନିର୍ଗୁଣ ପଥେ ହେତୁ ରହୁ ॥
ତୁମ୍ଭେ ପରମ ସିଦ୍ଧ ଯୋଗୀ ।ମୁ ପାପୀ ଅଟଇ ଅଭାଗା ॥
ଏମନ୍ତ କହି ଚଣ୍ଡୀ ଉଠି ।ମହେଶ ପାଦତଳେ ଲୋଟି ॥
ଦେଖି ଶଙ୍କର ହସହସ ।କହେ ଅଚ୍ୟୁତାନନ୍ଦ ଦାସ ॥
ସୁଜନେ ଦୋଷ କର କ୍ଷମା ।ମୁ ପାପୀ ଅଟେ ଦୁରାତମା ॥
ଶରଣ ପଞ୍ଜର ଶ୍ରୀଗୁରୁ ।ଶରଣ ସମ୍ଭାଳିବେ ଦୂରୁ ॥
ବଚନେ କରିବେ ଉଦ୍ଧାର ।ଅଲେଖ ମହିମା ସାଗର ॥
ଏଣୁ ଭରସା ଅଛି କରି ।ଆରତେ ଭବଭୟ ବାରି ॥
ସୁଜନେ ହେତୁ ଦ୍ୱାରେ ହେଜ ।ଅରୂପ ଭାବେ ଚିତ୍ତମଜ୍ଜ ॥
ଛାଡ଼ି ନ ଯାଅ ଶ୍ରମ ବହି ।କଳି ଶେଷକୁ ହେବ ନ୍ତ୍ରାହି ॥
ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନ ଜନହିତାୟାଂ ଈଶ୍ୱରପାର୍ବତୀ ସମ୍ବାଦେ ନିଷ୍କାମ ଗୁପ୍ତଧର୍ମ କଥନେ ନାମ
ଷୋଡ଼ଶ ଅଧ୍ୟାୟଃ ।
ସପ୍ତଦଶ ଅଧ୍ୟାୟ
ଈଶ୍ୱର ଉବାଚଉମା ଭକତିଭାବ ପାଇ ।ଶିବ କହନ୍ତି ଗୁପ୍ତଫେଇ ॥
ଶୁଣ ଗୋ ଆଦି ମାହେଶ୍ୱରୀ ।ଅଭୟ ମଣ୍ଡଳକୁ ବାରି ॥
ଦ୍ୱାଦଶ ପୀଢ଼ କହ ଏବେ ।କହିବି ମହାଗୁପ୍ତ ଭାବେ ॥
ଦ୍ୱାଦଶ ପୀଢ କହ ଏବେ ।କହିବ ମହାଗୁପ୍ତଭାବେ ॥
ଅଲେଖ ପୁର ନିର୍ଭାଅଛି ।ଅରୂପ ଅଦେହେ ଉଇଁଛି ॥
ତା ତଳେ ମହା ନିତ୍ୟପୁର ।ଦ୍ୱାଦଶ ଯୋଜନ ଅନ୍ତର ॥
ପଡ଼ିଛି ଦ୍ୱାଦଶ ପାବଛ ।ମହିମା ବେଢ଼ା ସମକଚ୍ଛ ॥
ପାବଚ୍ଛ ମଣ୍ଡଳ ଆକାରେ ।ଯୋଜନେ ଦୀର୍ଘପ୍ରତିତାରେ ॥
ଶୂନ୍ୟ ସେ କିଛି ନ ଦିଶୁଛି ।ବାରି ବାରଣ କରାଉଛି ॥
ପ୍ରଥମ ପାବଚ୍ଛଟି ଶୂନ୍ୟ ।ପ୍ରକାଶି ଅଛି ଧୂମ୍ର ବର୍ଣ୍ଣ ॥
ଭକତେ ହୋଇଛନ୍ତି ଉଭା ।ପଡ଼ିଛି ଅଲେଖଙ୍କ ପ୍ରଭା ॥
ଦ୍ୱିତୀୟ ପାବଚ୍ଛ ଅନାମ ।ଭକତେ ତହିଁ ହେଲେ ଜନ୍ମ ॥
ପ୍ରଭା ପ୍ରକାଶି ଅଛି ଉଇଁ ।ଅଛନ୍ତି ଭୃତ୍ୟେ ଉଭାହୋଇ ॥
ତୃତୀୟ ପାବଚ୍ଛଟି ଶାନ୍ତି ।ଅରୂପତେଜ ପ୍ରକାଶିଛି ॥
ଶାନ୍ତିଶୀଳ ଯେତେ ଭଗତ ।ତହିଁ ହୋଇବେ ଉପଗତ ॥
ଚତୁର୍ଥ ପାବଚ୍ଛ ନିର୍ବେଦ ।ଅଲେଖ ପ୍ରଭା ଅଛି ଭେଦି ॥
ନିର୍ଗୁଣଭକ୍ତ ତହି ବସେ ।ଆନକୁ ସେ ପଥ ନ ଦିଶେ ॥
ପଞ୍ଚମ ପାବଚ୍ଛ ନିଷ୍କାମ ।ସାରଭକତି ତହିଁ ଗମ୍ୟ ॥
ନିଷ୍କାମ ଭକ୍ତ ତହିଁ ସ୍ଥିତି ।ଅଦେହୀ ତେଜ ପ୍ରକାଶିଛି ॥
ଷଷ୍ଠ ପାବଚ୍ଛଟି ନିମୋହ ।ନିର୍ମଳ ଭକତ ଉଦୟ ॥
ସପ୍ତମ ପାବଚ୍ଛ ନିର୍ଗମ ।ସାର ଭକତ ନୋହି ଗମ୍ୟ ॥
ଅରୂପ ତେଜ ସୁଧା ଧାମ ।ଅଷ୍ଟମ ପାବଚ୍ଛ ଅଗମ୍ୟ ॥
ନିଷ୍ଠା ଭକତ ତହିଁ ବସେ ।ଅନ୍ୟକୁ ସେ ପୁଣି ନ ଦିଶେ ॥
ଦୁର୍ଗମ ନବମ ପାବଚ୍ଛ ।ଉର୍ଦ୍ଧ୍ୱେ ଯୋଜନଛଡ଼ା ଉଚ୍ଚ ॥
ଅଣସାଧନା ଭକ୍ତଙ୍କର ।ନିରୋଳେ ସେ ସ୍ଥାନ ପ୍ରଚାର ॥
ଦଶମପାବଚ୍ଛ ଅଭେଦ ।ପଡ଼ିଛି ଯନ୍ତ୍ର ଭେଦ ମୁଦ ॥
ନିର୍ବେଦ ସାଧନା ଭକତ ।ତହିଁ ହୁଅନ୍ତି ଉପଗତ ॥
ଏକାଦଶ ପାବଚ୍ଛ ଗୋଟି ।ନିବୃତ୍ତିପାଦେ ଅଛି ଘୋଟି ॥
ନିର୍ଣ୍ଣୟ ସତ୍ୟଯୁଗ ଭକ୍ତ ।ତହିଁ ହୁଅନ୍ତି ଆତ ଜାତ ॥
ବାଇ ପାବଚ୍ଛ ଅଛି ଯହିଁ ।ନିର୍ଧୂମ ଦିହୁଡ଼ି ଜଳଇ ॥
ଏକା ଅକ୍ଷର ସ୍ୱୟଂ ଦେହୀ ।ଭକତଛନ୍ତି ତହିଁ ରହି ॥
ବାରପାବଚ୍ଛ ଚଉପାଶେ ।ନିର୍ଧୂମ ଶୂନ୍ୟ ପ୍ରାଏ ଦିଶେ ॥
ଦ୍ୱାଦଶପୀଢ଼ ଏ ଅଟଇ ।ଏହାକୁ ମହୀନିତ୍ୟ କହି ॥
ମଧ୍ୟେ ଅଲେଖପୁର ଗୋଟି ।ପଡ଼ୁଛି ଭକ୍ତଙ୍କର ଦୃଷ୍ଟି ॥
କରୁଣା ନେନ୍ତ୍ରେ ଛନ୍ତି ଚାହିଁ ।ଦିବା ରଜନୀ ତହିଁ ନାହିଁ ॥
ସର୍ବଦା ଲାଗିଛି ରାହାସ ।ପଦୁଁ ଝରୁଛି ମଧରସ ॥
ସେ ପ୍ରଭୁ ମର୍ତ୍ତ୍ୟେ ପ୍ରକାଶିଛ ।ବୈଷ୍ଣବ ମୂରତି ବହିଛି ॥
ଯେତେ ଏ ନିତ୍ୟବାସୀଭକ୍ତ ।ସକଳେ ହୋଇଛନ୍ତି ଜାତ ॥
ସେହି ଅଛନ୍ତି ତାଙ୍କ ପାଏ ।ସତ୍ୟରେ ସମାଧି ସ୍ୱକାଏ ॥
ସେ ସ୍ୱାମୀ ତାକୁ ଦୟା ବହି ।ନିଜ ବିଭୂତି ଛନ୍ତି ଦେଇ ॥
ତେଜି ଏ ତନୁ ହେବ ଗୁପ୍ତ ।ବ୍ରହ୍ମାଣ୍ଡେ ଥୋଇ ସର୍ବଭକ୍ତ ॥
ଅବନା ମଣ୍ଡଳେ ବିଶ୍ରାମୀ ।ଗୁପତେ ଥିବେ ଅନ୍ତର୍ଯ୍ୟାମୀ ॥
ପୁଣି ସେ ସତ୍ୟ ପ୍ରକାଶିବେ ।କଳଙ୍କି ଅବତାର ହେବେ ॥
ଭକତଜନ ଦୁଃଖନାଶି ।ଅନନ୍ତସିଦ୍ଧ ବ୍ରହ୍ମରାଶି ॥
ପରୀକ୍ଷାକରି ସତ୍ୟ ଧର୍ମ ।ଯୋରନ୍ଦା ମହାନିତ୍ୟ ଧାମ ॥
ଏ କଳିକାଳ କ୍ଷୟ ଯିବ ।ନାଶ ହୋଇବେ ମ୍ଲେଚ୍ଛସର୍ବ ॥
ନ୍ତ୍ରିପୁରେ ପଡ଼ିଛି ଚମକ ।କମ୍ପିବ ତିନି ନ୍ତ୍ରୟ ଲୋକ ॥
ଗୁପତେ ଥୋଇଛନ୍ତି ଭକ୍ତ ।ଖେଳ କରିବେ ସମାପତ ॥
କେହୁ ଗୋ ନ ଜାଣନ୍ତି ଏହା ।ପ୍ରଭୃତି ଅନାଦିର ମାୟା ॥
ଗୁପତେ ଭକ୍ତ ଛନ୍ତି ଜାଣି ।ହୃଦେ ବିଳମ୍ବୀ ସିଦ୍ଧେ ବାଣୀ ॥
ମନାଇ ଅଛନ୍ତି ଭକତି ।ନାନାଦି ଅସୁରେ ହସନ୍ତି ॥
ଦେଖିଣ ଉଦେ ଅସ୍ତ ଭାବ ।ହାସ୍ୟେ ହସନ୍ତି ମ୍ଲେଚ୍ଛସର୍ବ ॥
ଏରୂପେ ଅନାଦର ହେବ ।ତେଣୁ ବ୍ରହ୍ମାଣ୍ଡ କ୍ଷୟଯିବ ॥
କହଇ ବରଜ ଅଚ୍ୟୁତି ।ଅଲେଖ ବ୍ରହ୍ମପାଦେ ମତି ॥
ନିବେଶି ଅଛି ଜନ୍ମେ ଜନ୍ମ ।କେ ଅଛି ତାଙ୍କବିନେ କ୍ଷମ ॥
ଭୁଲି ନମର ସୁଜ୍ଞଜନ ।ଆଦରେ ସତ୍ୟ ଧର୍ମ ଘେନ ॥
କରିବେ ସେ ସ୍ୱାମୀ ଉଦ୍ଧାର ।ଏ ଭବଘରୁ ହେବ ପାର ॥
ଇତି ଶ୍ରୀ ଅନାଦିସଂହିତାୟା ସୁଜନଜନହିତାୟାଂ ଈଶ୍ୱର ପାର୍ବତୀ ସମ୍ବାଦେ ନିଷ୍କାମ ଗୁପ୍ତଧର୍ମପ୍ରକାଶ କଥନେ ନାମ ସପ୍ତଦଶ ଅଧ୍ୟାୟ