ଅନାଦି ସଂହିତା
ଅଚ୍ୟୁତାନନ୍ଦ ଦାସ · ଭାଗ ୪ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ଏକାଦଶ ଅଧ୍ୟାୟ
ଅନାଦିବ୍ରହ୍ମ ଉବାଚଶୁଣ ଗୋ ସିଦ୍ଧଙ୍କ ବନିତା ।ସେ ଭୀମସେନଙ୍କର କଥା ॥
ପୂର୍ବେ ସେ ମହା ଶୂନ୍ୟବାସୀ ।ରାଧାଙ୍ଗ ସେ ଅରୂପଅଂଶୀ ॥
ବ୍ରହ୍ମାଣ୍ଡେ ସତ୍ୟ ଉଦେପାଇ ।ନିତ୍ୟରୁ ପେଷିଲେ ଗୋସାଇଁ ॥
ବୋଇଲେ ଯାଅରେ କୁମର ।ସତ୍ୟରେ ହୁଅ ପରଚାର ॥
ଧର୍ମରେ ସ୍ଥିର କର ମହୀ ।ନିର୍ଗୁଣ ସାରସ୍ୱତ ଫେଇ ॥
ଶ୍ରୀଆଜ୍ଞା ଘେନି ଶିରାଗ୍ରତ ।ମୃତ୍ୟୁମଣ୍ଡଳେ ହୁଅ ଜାତ ॥
ସୁବାହୁ ସତ୍ୟାଦି ଯୁଗରେ ।କବିତା ଶୁନ୍ତ୍ର ବୋଲାଇଲେ ॥
ରଚିଲେ ନିର୍ଗୁଣ ମହିମା ।ଅତି କଠୋର ଗୁଣ ସୀମା ॥
ଶେଷେ ଠୁଳରେ ସମ୍ଭାଇଲେ ।ତେନ୍ତ୍ରୟା ଯୁଗେ ଜନ୍ମ ହେଲେ ॥
ବାଲମୀକ ନାମ ତାଙ୍କର ।କଲେ ସେ ନିର୍ଗୁଣ ପ୍ରଚାର ॥
ମହିମା ପାଦେ ଯହୁଁ ଭଜି ।କଷ୍ଟ ଅଙ୍କୁଶ ଦୂରେ ତେଜି ॥
ଦ୍ୱାପରେ ହୋଇଲେ ପ୍ରକାଶ ।ନାମ ତାଙ୍କ ଶାରଳା ଦାସ ॥
କବିତାପଦ ପରକାଶି ।ଅନ୍ତେ ଅରୂପ ବ୍ରହ୍ମେ ମିଶି ॥
ଏ କଳି ହୋଇଲା ପ୍ରକାଶ ।ତୁଟିଲା ଧର୍ମର ବିଶ୍ୱାସ ॥
ମହା ଅନ୍ୟାୟ ଅଧର୍ମରୁ ।ପୃଥିବୀ ଭାଗ ହେଲା ଗୁରୁ ॥
ସଂଯୋଗେ ପଡ଼ିଲା କଷଣ ।ଜାଣିଲେ ଗୁରୁ ନାରାୟଣ ॥
ସଙ୍ଗତେ ଭୃତ୍ୟଗଣ ଘେନି ।ପ୍ରକାଶ ହେଲେ ଏ ମେଦିନୀ ॥
ସେ ଭୀମ ହୋଇଲେ ସମ୍ଭୂତ ।ଏ କଳିଯୁଗେ ଶୁଣ ମିତ ॥
ଏ ମହା ନିତ୍ୟସ୍ଥଳବାସୀ ।କନ୍ଧକକୁଳରେ ପରକାଶି ॥
ବ୍ରହ୍ମଦରଶୀ ଶୁଦ୍ଧ ତନୁ ।ସେ ଗୋ ଭଗତକୁଳ ଭାନୁ ॥
ତା ବେନି ନୟନେ ନ ଦିଶି ।ନିଶ୍ଚଳ ଭାବେ ଥାଇ ବସି ॥
କୋଟି ବ୍ରହ୍ମାଣ୍ଡ ସାରସ୍ୱତ ।ଶ୍ରୀଗୁରୁ ଅନାଦି ଅବ୍ଧୂତ ॥
ବ୍ରହ୍ମାଣ୍ଡ କରି ପ୍ରଦକ୍ଷିଣ ।ବିଜୟ କଲେ ତା ଭୁବନ ॥
ଭଗତଭାବେ ବ୍ରହ୍ମରାଶି ।ଭୀମକୁ କହିଲେ ବିଶେଷି ॥
ତା ଅଙ୍ଗେ ମାୟା ଥିଲା ଘୋଟି ।ଗୁରୁ ଦର୍ଶନେ ଗଲା କଟି ॥
ଶ୍ରୀପଦେ ଭିକ୍ଷା ଯୋଗାଇଲେ ।ବ୍ରହ୍ମାଣ୍ଡ ସମ୍ଭାଳ ବୋଇଲେ ॥
ଭୀମ ଭଗତି ହୃଦେ ଲଇ ।ବୋଲନ୍ତି ଅରୂପ ଗୋସାଇଁ ॥
ଶ୍ରୀ ଅନାଦି ବ୍ରହ୍ମ ଉବାଚଶୁଣ ଗୋ ଭଗତ ନିଷ୍କାମି ।ନ୍ତ୍ରିପୁରେ ଅଛଇ ମୁଁ ଭ୍ରମି ॥
କେହି ନ ଚିହ୍ନିଲେ ଆମ୍ଭଙ୍କୁ ।ଏକାଳେ ଭେଟିଲି ତୁମ୍ଭଙ୍କୁ ॥
ତୁ ଅଟୁ ଭକତ ଆମ୍ଭରେ ।ଦେବୁ ଅମୃତ ସଞ୍ଚା ମୋରେ ॥
ତୋ ଯଶ ନ୍ତ୍ରିଭୁବନେ ପୂରି ।କୋଟି ବ୍ରହ୍ମାଣ୍ଡ ବସୁନ୍ଧରୀ ॥
ଭକତି ଘେନ ତୁ ଆମ୍ଭରି ।ଅମନ ମଧ୍ୟରେ ସଞ୍ଚରି ॥
ଅଟଇ ମଣ୍ଡଳରେ ବାଇ ।ଅନହତରେ ରଖ ନେଇ ॥
ବିରାଜୁଅଛି ଏକପାଦ ।ବାଜୁଛି ଅନହତେ ବାଦ୍ୟ ॥
ସେ ପାଦେ ଖଟାଅ ମନକୁ ।ଭୟ ତୋ ନ ଥାଉ ଭବକୁ ॥
ଯେ ଆଜ୍ଞା ଶୂନ୍ୟବାସିଙ୍କର ।ନ୍ତ୍ରିବାର ସତ୍ୟ ପାଳି ଧର ॥
ଧରତି ଆକାଶକୁ ଚାହିଁ ।ଏ ସତ୍ୟ ସତ୍ୟମାନ ତୁହି ॥
ଶୁଣି ସେ ଭୀମ ସତ୍ୟକଲେ ।ଶ୍ରୀପଦେ ଶରଣ ମାଗିଲେ ॥
ଯେ ଆଜ୍ଞା ହୋଇବ ଗୋସାଇଁ ।ସେ ନିଷ୍ଠାଧର୍ମ ପାଳିବଇଁ ॥
ଭକତ ଭାବ ଜାଣି ସ୍ୱାମୀ ।ପ୍ରସନ୍ନ ଗୁରୁ ଅନ୍ତର୍ଯ୍ୟାମୀ ॥
ଏକାକ୍ଷର ଧର୍ମ ଦୀକ୍ଷାକୁ ।ବୁଝାଇ ଦେଲେ ଭକତଙ୍କୁ ॥
ଠାରି କହିଲେ ହୃଦୟରେ ।ଆସନେ ନ୍ତ୍ରିବୁଟ ଉପରେ ॥
ବହୁଛି ଏକାକ୍ଷରି ବାଇ ।ଅଣଅକ୍ଷର ଭେଦପାଇ ॥
ଫଣି ମଣିକି ହେତୁ କର ।ଏହାଙ୍କୁ ଏକପାଦେ ଧର ॥
ସେ ମଣିଠାରେ ରଖ ଚେତା ।ତୁଟିବ ଭବ ଭୟ ବ୍ୟଥା ॥
ଜାଳିଲେ ନିଧୂର୍ମ ଅନଳ ।ଯେଣେ କାଟିବ ଘୋର କାଳ ॥
ଅରୂପ ଭାବରେ ନିମଜ୍ଜ ।ରାନ୍ତ୍ର ଦିବସ ଏକ ହେଜ ॥
ଅଣଅକ୍ଷର ସେ ଅଲେଖ ।ଶିଶୁ ଗୁମ୍ଫାର ରନ୍ଧ୍ରେ ଦେଖ ॥
ଉଲଟି ବହୁଛି ଉଜାଣି ।ଧାରଣେ ଧର ତାଙ୍କୁ ସ୍ୱାମୀ ॥
ଭଉଁରି ପ୍ରାୟ କରି ମନ ।ଅଲେଖ ବ୍ରହ୍ମେ ହେବୁ ଲୀନ ॥
ମହାଶୂନ୍ୟରୁ ପ୍ରକାଶିଛ ।ଅରୂପ ରୂପ ନ ଦିଶୁଛି ॥
ଠୁଳ ଶୂନ୍ୟ ଉପରେ ବାସ ।ରହିଛି ସେ ବ୍ରହ୍ମ ପୁରୁଷ ॥
ବ୍ରହ୍ମ ବୋଲି ସର୍ବେ ବୋଲନ୍ତି ।କେହି ତା ଚିହ୍ନି ନ ପାରନ୍ତି ॥
ନିଷ୍କାମ ପଥେ ଯେ ଗମିବ ।ଏକା ଅକ୍ଷରଟି ଦିଶିବ ॥
ତେବେ ବ୍ରହ୍ମରେ ହେବ ଭେଟ ।ନାଶ ହୋଇବ ଭବକଷ୍ଟ ॥
ସେହି ପୁରୁଷ ଅଟେ ମୁହଁ ।ପ୍ରତ୍ୟକ୍ଷେ ଦେଖ ବୃଦ୍ଧଦେହୀ ॥
ଅଯୋନି ସମ୍ଭୁତ ଏକାଏ ।ସକଳ ସିଦ୍ଧ ବ୍ରହ୍ମମୟେ ॥
ତୋତେ ପ୍ରସନ୍ନ ଆମ୍ଭଚିତ୍ତ ।ପ୍ରକାଶି କହିଲୁ ଗୁପତ ॥
ତୁ ଏ ବଚନ ନିଷ୍ଠାଧର ।ନିର୍ବେଦ ପଥରେ ବିହାର ॥
ମହିମା ପଦ କରଖ୍ୟାତ ।ଜନ୍ମି ଅଛନ୍ତି ସର୍ବଭକ୍ତ ॥
ତୁମ୍ଭରି ଯୁଗେ କବି ନୃପ ।ଚେତାଇ କହିଲୁଟି ବାପ ॥
ଚେତ ଅମନ ମନ୍ଦିରକୁ ।ବର୍ଣ୍ଣ ତୁ ମହିମା ନାମକୁ ॥
ଭକ୍ତକୁ କରି ଦିଅ ଚେତା ।ରଚି କଲିରେ ରଖ ପୋଥା ॥
ଏମନ୍ତ ଭୀମ ଆଗେ କହି ।ଅନ୍ତର ହେଲେ ଶୂନ୍ୟ ଦେହୀ ॥
ଶୁଣ ଅପର୍ଣ୍ଣା ତତ୍ତ୍ୱଭେଦ ।ଶ୍ରୀଗୁରୁ ଶିଷ୍ୟଙ୍କ ସମ୍ବାଦ ॥
ସେ ଭୀମ ନିର୍ଗୁଣେ ପଶିଲେ ।ପ୍ରଭୁ ମହିମା ପ୍ରକାଶିଲେ ॥
ଏ ଚାରିବେଦୁ ସାର ଶୁଣି ।ଅଲେଖ ଏକପାଦ ବର୍ଣ୍ଣି ॥
ଭକ୍ତଙ୍କ ମନ କଲେ ତୋଷ ।ଦେଖାଇ ତତ୍ତ୍ୱ ଉପଦେଶ ॥
ସାର ପୁରାଣ ଗ୍ରନ୍ଥଲେଖି ।ଗୁପତ ଭାବେ ଯିବେ ରଖି ॥
ଏ ମାୟାମୟ ଅଙ୍ଗତେଜି ।ଏକା ଅକ୍ଷରେ ଯିବେ ମଜ୍ଜି ॥
କଳଙ୍କି ଅବତାର ହେବେ ।ରାଧାଙ୍ଗ କାନ୍ତି ପ୍ରକାଶିତ ॥
ଶ୍ରୀଗୁରୁ ସେବାରେ ଖଟଣି ।ସେ ନିତ୍ୟ ଭକ୍ତ ଭୀମମଣି ॥
ଏମନ୍ତ ଭାବ ଉପୁଜିବ ।ଅସତ୍ୟ ଯାଇଁ ସତ୍ୟ ହେବ ॥
କହିଲୁ ଗୁପତ ଏ ବାକ୍ୟ ।ପାପେ ନାଶୁଛ ନ୍ତ୍ରୟଲୋକ୍ୟ ॥
ତୁ ଏହା ଦୃଢ଼ଚିତ୍ତେ ଧର ।ଶ୍ରୀ ଗୁରୁ ପାଦେ ଆଶ୍ରେକର ॥
ଅଲେଖ ନାମ ଜୟେ ଜୟେ ।କମ୍ପୁଛି ତିନିପୁର ଯାଏ ॥
ପିନ୍ଧିଲା ଗଣ୍ଠି ଯିବ ଫିଟି ।ଅଜପେ ଯୁଗ ଯିବ କଟି ॥
ବ୍ରହ୍ମାଣ୍ଡେ ପୁରିଛନ୍ତି ଭକ୍ତ ।କେହି ନ ଜାଣେ ଏହା ତତ୍ତ୍ୱ ॥
ମୁଁ ତୋତେ କହୁଅଛି ଫେଇ ।ତୁ ଏହା ଚିତ୍ତେ ଧର ସହୀ ॥
କହେ ଅଚ୍ୟୁତ ବ୍ରଜ ମୂଢ଼ ।ସୁଜନେ ନ୍ତ୍ରିୟା କର୍ମ ଛାଡ଼ ॥
ନିଷ୍କାମ ଭକ୍ତି ଅନୁସରି ।ଜୀବନ୍ତେ ସାଧୁସଙ୍ଗ କରି ॥
ତୁଟିବ ଭବଭୟ ନ୍ତ୍ରାସ ।ଅନ୍ତେ ଲଭିବ ମୋକ୍ଷ ବାସ ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନ ହିତାୟାଂ ଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶକଥନେନାମ ଏକାଦଶୋଽଧ୍ୟାୟଃ ।
ଦ୍ୱାଦଶ ଅଧ୍ୟାୟ
ପାର୍ବତୀ ଉବାଚଆନନ୍ଦେ ହେମବନ୍ତ ସୁତା ।ଶିବ ଚରଣେ ଦେଇ ମଥା ॥
ବୋଲନ୍ତି ଏବେ ନିସ୍ତରିଲି ।ତୁମ୍ଭ ଶ୍ରୀମୁଖୁ ଯା ଶୁଣିଲି ॥
ନିଷ୍କାମ ଭକ୍ତଙ୍କ ବ୍ୟବସ୍ଥା ।ଶୁଣି ତୁଟିବ ଭବବ୍ୟଥା ॥
ଅଶେଷ ବ୍ରହ୍ମାଣ୍ଡର ପତି ।ବୈଷ୍ଣବ ବେଶେ ଭ୍ରମୁଛନ୍ତି ॥
ତତ୍ତ୍ୱ ଦରଶି ଚିହ୍ନ ତାଙ୍କୁ ।ଧ୍ୟାଇ ଅଛନ୍ତି ନିର୍ବେଦକୁ ॥
ନ୍ତ୍ରିପୁରେ ରୁହାଇଲେ ଯଶ ।ରଖି ଶ୍ରୀ ପୟରେ ବିଶ୍ୱାସ ॥
ତାହାଙ୍କ କର୍ମ ଯୋଗ ଶୁଣି ।ଆନନ୍ଦ ହେବି ମନେ ଗୁଣି ॥
ମୋତେ ସୁଦୟା ଯେବେ କର ।ସେ ଭକ୍ତ ନାମକୁ ପ୍ରଚାର ॥
ଗୁପତ ଏକ ଏକ ଫେଇ ।ଯେ ଭକ୍ତ ଗୃହେ ଛନ୍ତି ରହି ॥
ଚାରି ଯୁଗରେ ହୋଇ ଜନ୍ମ ।ପାଳି ଯେ ଥିଲେ କେଉଁ ଧର୍ମ ॥
ଏ କଳିଯୁଗରେ ନିଷ୍କାମୀ ।ନିର୍ବେଦ ପଥେ ଛନ୍ତି ଗମି ॥
ତାହାଙ୍କ ଆଦିଅନ୍ତ କହ ।ଶୁଣି ସନ୍ତୋଷ ହେଉ ଦେହ ॥
ମୁଁ ତୁମ୍ଭ ସେବକ ଗୋସାଇଁ ।ମାୟା ନ ରଖି ଦେବ ଫେଇ ॥
ଉମ ଭକତିଭାବେ ହର ।ଚିନ୍ତିଲେ ମହିମା ସାଗର ॥
କ୍ଷଣେ ବସିଲେ ସ୍ଥିର ହୋଇ ।ବୋଲନ୍ତି ସତୀ ମୁଖ ଚାହିଁ ॥
ତୁ ଯାହା ପୁଚ୍ଛିଲୁ ପାର୍ବତୀ ।ଗୃହେ ଯେ ଭକ୍ତେ ଜନ୍ମିଛନ୍ତି ॥
ଏ ଚାରିଯୁଗେ ତାଙ୍କ ନାମ ।ତୁ ପୁଚ୍ଛା କଲୁ ସତ୍ୟ ଧର୍ମ ॥
ଏଥିରେ ଅଛି ଗୁପ୍ତଭେଦ ।ବାରି ପାରନ୍ତି ଏହା ସିଦ୍ଧ ॥
ଏ ସର୍ବ ବ୍ରହ୍ମପୁର ବାସୀ ।ନିତ୍ୟ ମନ୍ଦିରୁ ପରକାଶି ॥
ବିଷ୍ଣୁ ଗର୍ଭରେ ଥିଲେ ରହି ।ଛାମୁରେ ସେବା ନ ଯୋଗାଇ ॥
ବ୍ରହ୍ମାଣ୍ଡେ ବିହାରି ନିମନ୍ତେ ।ଏସର୍ବେ ଜନ୍ମହେଲେ ମର୍ତ୍ତ୍ୟେ ॥
ସଙ୍ଗତେ ଘେନି ବ୍ରହ୍ମରାଶି ।ଦେଖ ଅଛନ୍ତି ପରକାଶି ॥
ଗୃହ କର୍ମରେ ଛନ୍ତି ରହି ।ତାହାଙ୍କ ଜନ୍ମ ମୃତ୍ୟୁ ନାହିଁ ॥
ନିର୍ବେଦ ପଥରେ ବସିଲେ ।ମହିମା ଧର୍ମ ଆଶ୍ରିତରେ ॥
ଯେ ଅବା ଚିତ୍ତମାର୍ଗେ ଭ୍ରମ ।ସେ ପୁଣି ହୋଏ ମୃତ୍ୟୁଜନ୍ମ ॥
ଆଶ୍ରିତ ରହେ ସେ ପଥକୁ ।ଧ୍ୟାଇ ଅନନ୍ତ ଅରୂପକୁ ॥
ସାଧୁ ଚରଣେ କରି ଭକ୍ତ ।ସେବାରେ ଖଟି ଚେତା ଦ୍ୟନ୍ତି ॥
ଅନ୍ତେ ଏନିତ୍ୟ ସ୍ଥଳ ଯିବେ ।ଗୃହେ ଯେ ଭକତ ଏ ଭାବେ ॥
ଶ୍ରୀ ଗୁରୁ ଆଜ୍ଞା ପ୍ରତିପାଳି ।ବିହିତ କର୍ମେ ନିଉଛାଳି ॥
ଏ କଳି ଯୁଗେ ଜନ୍ମିଛନ୍ତି ।ଆଦ୍ୟହୁଁ ଜନ୍ମ ଏ ନୁହନ୍ତି ॥
ଯେବା ଅତିଥି ଗୃହେ ଜନ୍ମି ।ସମୟେ ଗୃହ ଛାଡ଼ି ଭ୍ରମି ॥
ଏଥି ସଂଶୟ କିଛି ନାହିଁ ।କହିବା ଶୁଣ ମନ ଦେଇ ॥
ଏ ଚାରି ଯୁଗରେ ଭକତ ।ଗୃହେ ହୋଇଛନ୍ତି ଆଗତ ॥
ବାସନା ଘେନି ରହିଅଛି ।ତାହା କହିବା ତୋତ ବାଛି ॥
ଗୁପତ ଭାବ ଏ ଅଟଇ ।ଫେଡ଼ି ତୁ ନ କହିବୁ କାହିଁ ॥
ପୂର୍ବେ ନିତ୍ୟବାସୀ ଅଟଇ ।ଏକଇ ବ୍ରହ୍ମ ଜାଣ ସହୀ ॥
ସେ ବ୍ରହ୍ମ ନିତ୍ୟ ଆତ ଜାତ ।ସେବା ଖଟଣିରେ ନିୟତ ॥
ଦିନେ ସେ ନିରାକାର ବ୍ରହ୍ମ ।ବାକ୍ୟକୁ କଲେକ ଲଘଂନ ॥
ସିଦ୍ଧ ବଚନ ନ ପାଳିଲେ ।ଆଜ୍ଞାରେ ଅବଗାହୀ ହେଲେ ॥
ଜାଣ କୋପିଲେ ବିଷ୍ଣୁ ରୂପ ।ବୋଇଲେ ଘେନ ଆମ୍ଭଶାପ ॥
ତୁ ନିତ୍ୟ ବାସୀ ସିଦ୍ଧଅଙ୍ଗି ।ଆମ୍ଭ ବଚନ ଦେଲୁ ଫିଙ୍ଗି ॥
ମୂଢ଼ ସ୍ୱଭାବ ଅଟେ ତୋର ।ତୁ ଏବେ ଯାଅ ଯା ପାମର ॥
ମର୍ତ୍ତ୍ୟ ମଣ୍ଡଳେ ଜାତ ହୁଅ ।ପଶୁ ପରାୟ ଦିନ ନିଅ ॥
ଭବ ରୁଧିର ମୁଖେ ପଶୁ ।ତୋ ଅଙ୍ଗ ପାପ ପଙ୍କେ ମିଶୁ ॥
ଏମନ୍ତ ଶୁଣି ବ୍ରହ୍ମବାକ୍ୟ ।ସେ ବ୍ରହ୍ମ ହୋଇଲେ ଉତ୍ସୁକ ॥
କପୋଳେ କରଯୋଡ଼ିବେନି ।ଆରତେ କରଇ ଦଇନୀ ॥
ଭୋଦେବ କର ମୋତେ ଦୟା ।ଶ୍ରୀମୁଖେ ଆଜ୍ଞା ହେଲା ଯାହା ॥
କେମନ୍ତେ ନିସ୍ତରିବି ମୁହିଁ ।ଫେଡ଼ି କହିବ ଦୟାବହି ॥
ପାମର ହୀନ ମୋର ବୁଦ୍ଧି ।ତୋ ପାଦେ ହେଲି ଅପରାଧି ॥
ବ୍ରହ୍ମା ବଚନ ନୋହେ ଆନ ।କେମନ୍ତେ ହୋଇବି ମୋଚନ ॥
ଶ୍ରୀମୁଖେ ଆଜ୍ଞା ହେଉ ମୋତେ ।କହି ନମିଲେ ପାଦଗତେ ॥
ଭକ୍ତ ବିନତି ଦେଖି ସବୁ ।ବୋଲନ୍ତି ନିରାକାର ପ୍ରଭୁ ॥
ଶୁଣ ହେ ଅରୁପାଦ ଶିଷ୍ୟ ।ଏ ଆମ୍ଭ ଆଗତ ଉଦେଶ ॥
ତୁ ଦ୍ରୋହି ଦ୍ରୋହ ଅରଯିବୁ ।ହେତୁରେ ଚେତା ବୁଡ଼ାଇବୁ ॥
ଏବେ ତୁ ଶୁଣ ମୋ ଉତ୍ତର ।ଜନ୍ମ ଯା ମୃତ୍ୟୁମଣ୍ଡଳର ॥
ଏ ଚାରିଯୁଗେ ଜନ୍ମ ଲଭି ।ନିୟତ ଦୋଷ ପରାଭବି ॥
କଳିରେ ବୃଦ୍ଧ ଅବତାରେ ।ତାହାକୁ ଭେଟିବୁ ନିରୋଳେ ॥
ଦେଖିବୁ ତାକୁ ବେନିଡ଼ୋଳେ ।ଅପ୍ରାଧ ଖଣ୍ଡିବେ ସେ କାଳେ ॥
ସେ କଳି ଶେଷେ ଉଦ୍ଧାରିବେ ।ଏ ନିତ୍ୟସ୍ଥଳକୁ ଆସିବେ ॥
ଏମନ୍ତ ନିରାକାର ବାଣୀ ।ଯାଇଁ ଜନ୍ମିଲେ ମର୍ତ୍ତ୍ୟେ ପୁଣି ॥
ସତ୍ୟଯୁଗରେ ମ୍ଲେଚ୍ଛ ରୁହେ ।ପ୍ରକାଶ ହେଲେ ନର ଦେହେଁ ॥
ନାମ ତାଙ୍କର ହଂସ କେତୁ ।ହୋଇଲା ପୂର୍ବଶାପ ହେତୁ ॥
ଅଗସ୍ତି ଆଶ୍ରମେ ରହିଲେ ।ଋଷି ସେବାରେ ଦିନନେଲେ ॥
ଶ୍ରୀଗୁରୁ ପାଦପଦ୍ମ ଭବି ।ସମୟ ଠୁଳରେ ସମ୍ଭବି ॥
ପୁଣି ନ୍ତ୍ରେତୟା ଯୁଗେ ଜନ୍ମ ।ଜନ୍ମିଲେ ଅଯୋଧ୍ୟା ନଗ୍ରେଣ ॥
ଯାବାଳୀ ନାମଟି ତାଙ୍କର ।ହୋଇଲା ସକଳେ ପ୍ରଚାର ॥
ଦ୍ୱାପରେ ଅଜାମିଳ ଦ୍ୱିଜ ।ନାମ ବହିଲେ ସଖୀ ହେଜ ॥
ମଲା ଅକର୍ମେ ହୋଇ ରତ ।ମଦିରାପାନେ ମନ୍ଦଚିତ୍ତ ॥
ସମୟେ ବିଷ୍ଣୁ ନାମ ଧ୍ୟାଇ ।ତରିଲେ ସେ ପାପ କଟାଇ ॥
ଏ କଳିଯୁଗେ ଜନ୍ମ ତିନି ।ଲଭିଲେ ପୂର୍ବଶାପ ଘେନି ॥
ପ୍ରଥମେ ଦାମୋଦର ପଣ୍ଡା ।ନିୟତ କର୍ମେ ପରଚଣ୍ଡା ॥
ଗୟା ତଟେ ତାର ନିବାସ ।ପୁଣି ସେ ଜନ୍ମେ ହେଲେନାଶ ॥
ଦ୍ୱିତୀୟେ ଜନ୍ମ କ୍ଷନ୍ତ୍ର ଅଂଶେ ।ମଧୁସୂଦନ ନାମ ଏ ସେ ॥
ଉତ୍ତର ଦିଗରେ ପ୍ରକାଶ ।କୋଡ଼ିଙ୍ଗ ଗ୍ରାମେ ତାର ବାସ ॥
ଅଳପ ଦିନେ ହେଳେ କ୍ଷୟେ ।ତୃତୀୟେ ହୋଇଲେ ଉଦୟେ ॥
କରଣକୁଳେ ହେଲେ ଜାତ ।ନ୍ତ୍ରିତାସ ଜ୍ୱରେ ହୋଇ ରତ ॥
ଜାମାତା ଅଟେ ଦାଶରଥି ।ବ୍ରହ୍ମା ଅଂଶରେ ଉତପତି ॥
ଗୃହ ତା ବାନ୍ଧ ପୋଡ଼ା ଗ୍ରାମ ।ହୃଦେ ପୂରିତ ରଜତମ ॥
ବ୍ରହ୍ମଦରଶି ଅଟେ ସେହୁ ।ଶୁଣ ଭବାନୀ ଏବେ କହୁଁ ॥
ଭେଟିଲେ ଅନ୍ତର୍ଯ୍ୟାମୀ ଗୁରୁ ।ତତ୍ତ୍ୱ ଲଭିଲେ ତାଙ୍କଠାରୁ ॥
ଭ୍ରମଣ ଦୁଃଖ ଗଲା ନାଶ ।ଲଭିଲେ ଗୁପତ ରହସ୍ୟ ॥
ଶ୍ରୀଗୁରୁ ଦୟା ତାଙ୍କୁ ବହି ।ମାଦଳା ପାଞ୍ଜି ଗଲେ ଦେଇ ॥
ସେ ତାଙ୍କୁ ରଖିଲେ ସମ୍ପାଦି ।ପ୍ରକାଶିଲେ ମହିମା ଗାଦି ॥
ସକଳ ଭକ୍ତ ଦେଖି ତାଙ୍କୁ ।ପଚାରି ଆଗତ ଗତକୁ ॥
ସେ ପୁଣି ନ କହନ୍ତି ଫେଇ ।ଯେଣୁ ମାୟାରେ ଅଛି ମୋହି ॥
ନ୍ତ୍ରିତାପ ଜ୍ୱରେ ହୋଇ ରତ ।ତା ମୁଖେ ଭାଷଇ ଅସତ୍ୟ ॥
ଶ୍ରୀସ୍ୱାମୀ ଦୟା ଯେଣୁ ତାଙ୍କୁ ।ଅଛି ଏ ଯୁଗେ ତରିବାକୁ ॥
କଳଙ୍କି ସ୍ୱରୂପ ଦେଖିବୁ ।ସେଯେ ନିଷ୍କାମେ ବିହରିବୁ ॥
ଗୃହରେ ଜନ୍ମ ରହିଛନ୍ତି ।କହିଲୁ ଶୁଣ ଗୋ ମୃଗାକ୍ଷି ॥
ଆବର ଶୁଣ ଏବେ ତୁହି ।କହେ ଅଚ୍ୟୁତ ଦାସ ବାଇ ॥
ସେ ସ୍ୱାମୀ କରିବେ କରୁଣା ।ଏ ଭବେ ଭକ୍ତ ନୁହ ବଣା ॥
ଚେତିଣ ଧର ପ୍ରଭୁ ପାଦ ।ତୁଟିବ କାଳ ପରମାଦ ॥
ମହାଶୂନ୍ୟେ ମନକୁ ଥୁଅ ।ଏ ପିଣ୍ଡ ପ୍ରାଣ ଦାନ ଦିଅ ॥
ସୁତ କଳନ୍ତ୍ର ଗୃହ ଧନ ।ଶ୍ରୀପାଦେ କରି ସମର୍ପଣ ॥
ଅଭୟ ମଣ୍ଡଳକୁ ଯିବ ।ଜନ୍ମ ମରଣୁ ନିସ୍ତରିବ ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନ ହିତାୟାଂ ଈଶ୍ୱରପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତ ଧର୍ମ କଥନଂ ନାମଦ୍ୱାଦଶୋଽଧ୍ୟାୟଃ ।
ତ୍ରୟୋଦଶ ଅଧ୍ୟାୟ
ଈଶ୍ୱର ଉବାଚଶୁଣ ଗୋ ଦକ୍ଷର ନନ୍ଦିନୀ ।ନିଷ୍କାମ ଭଗତଙ୍କ ବାଣୀ ॥
ଜନ୍ମି ଗୋ ଗୃହେ ଛନ୍ତି ରହି ।ଶୁଣ ତୁ ଦେବା ତୋତେ କହି ॥
ଅରୂପ ସେବାରେ ଖଟଣି ।ସେ ନିତ୍ୟ ବ୍ରହ୍ମ ଦେବ ମୁନି ॥
ଏହାଙ୍କ ତଳେ ତିନି ମୂର୍ତ୍ତି ।ଆଲଟ ସେବାରେ ଖଟନ୍ତି ॥
ସେବାରବେଳେ ଦେଲି ହାଇ ।ମାୟାରେ ପଡ଼ିଲେ ଢ଼ୋକାଇ ॥
ଦେଖି ଶ୍ରୀଗୁରୁ ଆଜ୍ଞା ଦେଲେ ।ମାୟା ରଞ୍ଚିଲୁ ତୁ ବୋଇଲେ ॥
ମୃତ୍ୟୁ ମଣ୍ଡଳେ ହୁଅ ଜନ୍ମ ।ମାୟା ଆବୋରି କର ଧର୍ମ ॥
ଏଠାରେ ନାହିଁ ମାୟା ଦୃଷ୍ଟି ।କିକର୍ମ ବହିଲୁ ପାପିଷ୍ଠି ॥
ଯାଅଯା କ୍ଷଣହେ ନ ରହ ।ବିପାକ କର୍ମେ ଦିନ ନିଅ ॥
ଏମନ୍ତ ଶାପ ପାଇ ମୁନି ।ଆସି ଜନ୍ମିଲେ ଏ ମେଦିନୀ ॥
ସୁବାହୁ ସତ୍ୟାଦି ଯୁଗରେ ।ଅଗ୍ନିଧ ନାମକୁ ବହିଲେ ॥
ନ୍ତ୍ରେୟା ଯୁଗେ ହେଲେ ଜନ୍ମ ।ନାମ ତା ଯେ ଅନୀଳ ସେନ ॥
ପଶୁଯୋନିରେ ହୋଇ ଜାତ ।ସମୟେ କାଳେ ହେଲେ ହତ ॥
ପୁଣି ଦ୍ୱାପରେ ଜନ୍ମ ହେଲେ ।ଚିନ୍ତ୍ରକେତୁ ନାମ ବହିଲେ ॥
କଳି ଶେଷରେ ହେଲେ ଜନ୍ମ ।ଚେତି ଧଇଲେ ସତ୍ୟ ଧର୍ମ ॥
ହରିସାହୁ ନାମ ତାଙ୍କର ।ବୁଡ଼ାଙ୍ଗ ଦେଶେ ତାଙ୍କ ଘର ॥
ଯାତିରେ ଅଟଇ ଗୁଡ଼ିଆ ।ସେ ଗୃହୀ ଗୃହେ ନାହିଁ ନ୍ତ୍ରିୟା ॥
ଅନାଦିସ୍ୱାମୀ ଗୁରୁ ଭୃତ୍ୟ ।ୟାମଳେ ତେରଜଣ ଭକ୍ତ ॥
ପ୍ରକାଶିଛନ୍ତି ଗୁପ୍ତ ହୋଇ ।ଏହାଙ୍କ ପିଢ଼େ ଭକ୍ତ ଏହି ॥
କାଳେ ଗୋ ଚିହ୍ନିବା ତାହାଙ୍କୁ ।ଏ କଳି ଶେଷେ ଦେଖ ତାଙ୍କୁ ॥
ନିଷ୍କାମ ଧର୍ମେ ଛନ୍ତି ରସି ।ଏବେ ଗୋ ଶୁଣ ଶୁଭ୍ରକେଶୀ ॥
ମହିମା ସ୍ୱାମିଙ୍କର ଭୃତ୍ୟ ।ଅଙ୍ଗନା ସିଦ୍ଧଙ୍କ ଦୁହିତ ॥
ଶ୍ରୀଗୁରୁ ଆଜ୍ଞା ଶିରେ ବହି ।ମର୍ତ୍ତ୍ୟମଣ୍ଡଳେ ଜନ୍ମ ହୋଇ ॥
ନାମ ତାଙ୍କର ପଉଲସ୍ତି ।ବ୍ରହ୍ମ ଅଙ୍ଗରେ ଉତପତି ॥
ସାଧି ଅଖଣ୍ଡ ବ୍ରହ୍ମଜ୍ଞାନ ।ନିଷ୍କାମେ ବଞ୍ଚାଇଲେ ଦିନ ॥
ଅରୂପ ବ୍ରହ୍ମେ କରିଠାବ ।ଜାଣି ରହଲେ ଦୁଇଯୁଗ ॥
ଦ୍ୱାପରେ ପାଲଟିଲେ ଦେହି ।ଯେ ଯୁଗେ ଜନ୍ମ ତାଙ୍କ ନାହିଁ ॥
କଳିରେ ହୋଇଲେ ପ୍ରକାଶ ।ନାମ ତା ଜଗନ୍ନାଥ ଦାସ ॥
ରଚିଲେ ଭଗବତପୋଥା ।ବ୍ରହ୍ମାଣ୍ଡେ ରୁହାଇଲେ କଥା ॥
ତତ୍ତ୍ୱ ଆରାଧି ଶାନ୍ତ ମନ ।ନାମ ଗାୟନେ ନେଲେ ଦିନ ॥
ପତ୍ନୀନାମ ତା ରଙ୍ଗବତୀ ।ସତ୍ୟାଦି ପତିବ୍ରତା ମୋତି ॥
ସେ ଜଗନ୍ନାଥ ଦାସ ଦ୍ୱିଜ ।ଅଖଣ୍ଡ ବ୍ରହ୍ମ ଶିଷ୍ୟ ହେଜ ॥
ହୃଦେ ତତ୍ତ୍ୱଠାବ କରିଣସେ ତତ୍ତ୍ୱ ପାଦେ ହେଲେଲୀନ ॥
ଏ କଳିଶେଷେ ପ୍ରକାଶିଲେ ।ଏକାକ୍ଷର ଧର୍ମ ଆଶ୍ରାରେ ॥
ଜୟକୃଷ୍ଣ ନାମ ତାହାର ।ସମ୍ବଲପୁରେ ତାର ଘର ॥
ନିଷ୍କାମ ଭଗତ ଯେ ସହି ।ତା ଅଙ୍ଗେ ବ୍ରହ୍ମ ଖେଳୁଛଇ ॥
ଭାବିତ ମହିମା ଧର୍ମରେ ।ପ୍ରେମ ଉପୁଜ୍ଜିତା ମନରେ ॥
ବର୍ଣ୍ଣିଲେ ଅଭୟାପାଦକୁ ।ଅଲେଖ ଯେ ଅଣାକ୍ଷରକୁ ॥
ତାହାର ସ୍ତିରୀ ଅବନତା ।ଶୁଦ୍ଧ ସାଧବୀ ପତିବ୍ରତା ॥
ସେ ପୁଣି ଗୃହେ ଥିବେ ରହି ।କଳଙ୍କି ଅବତାର ଚାହିଁ ॥
ସେବେଳେ ଲୀଳା ହେବ ତାର ।ଏ ତତ୍ତ୍ୱ ସୁବୋଧ ବିଚାର ॥
ଏହାଙ୍କ ପିଢ଼େ ନ୍ତ୍ରୟୋଦଶ ।ଭଗତ ଅଛନ୍ତି ଉଦେଶ ॥
ଏ ଚାରିଯୁଗରେ ଜନମି ।ଗୃହେ ଗୋ ଅଛନ୍ତି ନିଷ୍କାମି ॥
କହିଲୁଁ ତତ୍ତ୍ୱ କରି ଥାଅ ।ଅଣ ଅୟତ ମାୟା ମୋହ ॥
ଏବେ ଗୋ ଶୁଣ ସିଦ୍ଧେଶ୍ୱରୀ ।କହିବା ଗୁପତ ବିଚାରି ॥
ଅନାଦି ସ୍ୱାମୀଙ୍କର ଶିଷ୍ୟ ।ନୀଳଙ୍ଗି ପରମ ବିଶ୍ୱାସ ॥
ଶ୍ରୀଗୁରୁ ଆଜ୍ଞା ଶିରେ ବହି ।ଜନ୍ମିଲେ ମୃତ୍ୟୁପୁରେ ଯାଇ ॥
ସତ୍ୟଯୁଗରେ ସାଧୁନ୍ତ୍ରୟ ।ନାମ ତା ହୋଇଲା ଉଦୟ ॥
ନ୍ତ୍ରେତୟା ଯୁଗରେ ଜନମ ।ପଶୁଯୋନିରେ ହେଲେ ଜନ୍ମ ॥
କାଳେ ସେ ହୋଇଲେ ବିନାଶ ।ଦ୍ୱାପରେ ହେଲେ ପରକାଶ ॥
କ୍ଷେନ୍ତ୍ରିୟ କୁଳରେ ଜନ୍ମିଲେ ।ଚିନ୍ତ୍ରସେନ ନାମ ହୋଇଲେ ॥
ସମୟେ କାଳ କଲା ହତ ।ବିଷ୍ଣୁ ଗର୍ଭରେ ହେଲେ ସ୍ଥିତ ॥
ଏ କଳିଶେଷରେ ଜନ୍ମିଲେ ।କେଶବ ହୋଇ ନାମ ହେଲେ ॥
ବଉଦରେ ତାହାର ବାସ ।ନିଷ୍କାମ ଧର୍ମେ ତା ବିଶ୍ୱାସ ॥
ଅଣସାଧନ ମାର୍ଗେ ରହି ।ଅଣଶତ୍ୱ କୁଟ ଭିଆଇ ॥
କଳଙ୍କି ଲୀଳା ତା ଅଙ୍ଗରେ ।କରିବ ପ୍ରଭୁଙ୍କ ଆଜ୍ଞାରେ ॥
ତା ପିଢ଼େ ପଞ୍ଚଦଶ ଜାଣ ।ହୋଇ ଗୋ ଅଛନ୍ତି ଜନମ ॥
କହିଲୁ ଏଣେ କର ଚେତା ।କହଇ ଦରଜ ଅଚ୍ୟୁତା ॥
ସୁଜନେ ଦୋଷ ମୋ ନ ଧର ।ବିଚାରି ବାରେ ଆଜ୍ଞାକର ॥
ରେଣୁରେ ଲୋଟୁ ମୋର ମୁଣ୍ଡ ।ଭବେ ନ ହେଉ ଲଣ୍ଡଭଣ୍ଡ ॥
ମହିମା ପାଦେ ରହୁ ଧ୍ୟାନ ।କହେ ଅଚ୍ୟୁତ ଦାସ ହୀନ ॥
ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନଜନ ହିତାୟାଂ ଈଶ୍ୱରପାର୍ବତୀ ସମ୍ବାଦେ ନିଷ୍କାମ ଧର୍ମ ପ୍ରକାଶ କଥନେନାମ ତ୍ରୟୋଦଶ ଅଧ୍ୟାୟଃ ॥