ଅନାଦି ସଂହିତା
ଅଚ୍ୟୁତାନନ୍ଦ ଦାସ · ଭାଗ ୩ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ଅଧ୍ୟାୟ
ରୁଦ୍ର ଉବାଚବୋଲନ୍ତି ନ୍ତ୍ରିପୁର ଶଙ୍କର ।ଶୁଣ ଭବାନୀ ମୋ ଉତ୍ତର ॥
ତୁ ଯାହା ପୁଛାକଲୁ ସହି ।ଗୁପତେ ଏହା ଦେବା କହି ॥
ଏ କଳିଯୁଗେ ବିଚକ୍ଷଣ ।ହରିଛି ସର୍ବ ପ୍ରାଣି ମନ ॥
ସକଳ ଘଟରେ କଳ୍ପଣା ।ମାୟା ମୋହ ଗୋ କରି ଠଣା ॥
ଦେବ ମନୁଷ୍ୟ ଯେ ଗନ୍ଧର୍ବ ।ପୂରିଅଛନ୍ତି ସର୍ବଠାବ ॥
ଏଣୁଟି ଶୁଦ୍ଧାଶୁଦ୍ଧ ଅଛି ।କାଳେ ନୁହଇ ଏହା ବାଛି ॥
ତେଣୁଟି ସର୍ବେ ଯିବ କ୍ଷୟେ ।ନୂତନ ହୋଇବେ ଉଦୟେ ॥
ଆବର ଭେକ ବାନା ବହି ।ଯେହୁ ରହିବେ ଶୁଣ ସହି ॥
କଳିରେ ଦେଖିବେ ପ୍ରଭୁଙ୍କୁ ।ଶ୍ରୀଗୁରୁ ଦୟା ଅଛି ତାଙ୍କୁ ॥
ପ୍ରସନ୍ନବଦନ ତାଙ୍କର ।ନାହିଁ ନ୍ତ୍ରିତାପ ଅହଂକାର ॥
ଗୁଣ ପାଶୋରାଅ ବହରେ ।ନିଷ୍କାମେ ନିଜ ତନୁ ଧରେ ॥
ନିର୍ବେଦ ନିର୍ଗୁଣ ସହିତ ।ନିର୍ଲୋଭ ସୁଗୁଣ ସୁଚିତ୍ତ ॥
ଶୁଣ ତୁ ତାଙ୍କ ନାମ ଫେଇ ।ମହାଗୁପତ ଏ ଅଟଇ ॥
ଆନକୁ ନ କହିବୁ ସତୀ ।ନିଷ୍କାମ ଭଗତ ବିଭୂତି ॥
ଯେ କୃଷ୍ଣଦାସ କୃପାସିନ୍ଧୁ ।ଜାଣନ୍ତି ବ୍ରହ୍ମଜ୍ଞାନ ଅଦ୍ୟୁ ॥
ଯେହୁ ରଘୁବର ଦାସ ହିଁ ।ନିଷ୍କାମ ତତ୍ତ୍ୱ ସେହି ରହି ॥
ଯେହୁ ନାରଣ ଦାସ ଅଟେ ।ସେହୁ ଅଲେଖ ସିଦ୍ଧଚାଟେ ॥
ଯାନାମ ନୀଳାଦ୍ରି ଦାସଟି ।ସେ ତତ୍ତ୍ୱପାଦେ ଅଛି ରଟି ॥
ଅନାମ ଦାସ ଯାର ନାମ ।ସେହୁ ନିଷ୍କାମପଥେ ଗମ୍ୟ ॥
ଯାନାମ ଅଟେ ନନ୍ଦଦାସ ।ଯେହୁ ଅରୂପାନନ୍ଦ ଶିଷ୍ୟ ॥
ଅଚ୍ୟୁତାନନ୍ଦ ଦାସ ଯେହୁ ।ପ୍ରେମାଙ୍ଗି ଭକ୍ତ ଅଟେ ସେହୁ ॥
ଆବର ପୁରସ୍ତମ ଦାସ ।ସେ ଗୁରୁପାଦରେ ବିଶ୍ୱାସ ॥
ଆବର ନାମ ଧ୍ୟାନଦାସ ।ଶ୍ରୀଗୁରୁଦେଙ୍କର ଶିଷ୍ୟ ॥
ଏ ଦଶମୂର୍ତ୍ତି ଜାଣ ସହି ।ଅଛନ୍ତି ବୀରବଧୂ ବହି ॥
କଳକି ଲୀଳା ସ୍ୱଦେହରେ ।ଅରୂପ ବ୍ରହ୍ମଙ୍କ ସଙ୍ଗରେ ॥
କରିବା ନିମନ୍ତେ ଶ୍ରୀଗୁରୁ ।ରଖିବେ ଏ ଭବଭୟରୁ ॥
ପ୍ରଳୟ ଅଙ୍ଗେ ବଞ୍ଚାଇବେ ।ଏକପାଦକୁ ଧ୍ୟାୟିଥିବେ ॥
ନିର୍ବେଦ ସାଧନାରେ ପଶି ।ରାନ୍ତ୍ର ଦିବସ ରବି ଶଶୀ ॥
ସେ ରବି ଶଶୀ ପାଦତଳେ ।ଚିତ୍ତ ନିବେଶି ନିଶ୍ଚଳେ ॥
ରବିରେ ଶଶୀ ଆତଯାତ ।ଯେହୁ ଜାଣନ୍ତି ଏହୁ ତତ୍ତ୍ୱ ॥
ବିରାଜ ଏକପାଦ ଝଳି ।ତା ଅଙ୍ଗ ନାଶଯାଏ ମଳି ॥
ନିର୍ମଳ ଅଟଇ ତା କାୟେ ।ଯହିଁ ନ୍ତ୍ର ତାପ କାଳ ଭୟେ ॥
କହିଲୁଁ ମହାଗୁପ୍ତ ଫେଇ ।ନିର୍ବେଦ ସାଧନାରେ ସହି ॥
ତତ୍ତ୍ୱେ ଅଛନ୍ତି ବ୍ରହ୍ମଦର୍ଶି ।ଅନାଦିମଣ୍ଡଳୁଁ ପ୍ରକାଶି ॥
ଏ ଦେହ ଘେନିଥିବେ ରହି ।ଏ କଳି ଶେଷଯାଏ ସହି ॥
ଆବର ଅଛଇ ଗୁପତ ।ତୁ ଏହା ଶୁଣିଥାଅ ତତ୍ତ୍ୱ ॥
ଚୈାଷଠୀ ସିଦ୍ଧ ଯେ ଅଟନ୍ତି ।ସିଦ୍ଧ ମଧ୍ୟରୁ ଦଶମୂର୍ତ୍ତି ॥
ରହିବେ ବୀରବଧୁ ବହି ।ଏବେ ଗୋ ଶୁଣ ପ୍ରାଣସହି ॥
ଦେବଅଂଶୀ ଯେ ସତାଇଶ ।ମୂର୍ତ୍ତି ଯେ ଫେରୁଛନ୍ତି ଦେଶ ॥
ପିନ୍ଧିଅଛନ୍ତି ବୀରବଧୁ ।ନିଷ୍କାମ ଇଷ୍ଟ ଗୁଣ ଆଦ୍ୟୁ ॥
ସିଦ୍ଧ ନିନ୍ଦାଏ ଭାସିଯିବେ ।ସିଦ୍ଧ ତାହାଙ୍କ ନ ଗଣିବେ ॥
ଏ ଦୁଇ ଲୋକେ ହେବେ ଭିନ୍ନ ।ଦେଖି ହସିବେ ମ୍ଳେଚ୍ଛଜନ ॥
ଏ ମହା ଗୁପତ ଭାରତୀ ।ତୁ ଏବେ ଶୁଣ ଗୋ ପାର୍ବତୀ ॥
ତୁ ଏହା ନ କହିବୁ କାହିଁ ।ଅନାଦି ସ୍ୱାମୀ ଆଜ୍ଞାନ ହିଁ ॥
ଶେଷେ ଏ ହୋଇବ ପ୍ରକାଶ ।ଭଗତ ଶୁଣି ହେବେ ତୋଷ ॥
ଏ କଳିଯୁଗ ଅରି ଘୋଟି ।ସମସ୍ତେ ମିଥ୍ୟାବୋଲି ରଟି ॥
ଘୋଟିଛି ତିନିପୁର ଯାଏ ।ଅସତ୍ୟ କଳିରେ ଉଦୟେ ॥
କାହାରି ଘଟେ ନାହିଁ ଚେତା ।କର୍ମେ ସବୁଲୋକ ମତ୍ତା ॥
ପାଦେ ପ୍ରକଟିଅଛି ଧର୍ମ ।ନବୁଝି ସର୍ବେ ହେଲେ ଭ୍ରମ ॥
ନାମହିଁ ଚିହ୍ନି ନ ପାରିଲେ ।କୁମାର୍ଗ ପଥେ ସର୍ବେ ଗଲେ ॥
ନେନ୍ତ୍ରେ ଦେଖିଲେ ନିତ୍ୟବାନା ।ହୃଦରେ ବହିଲେ କଳ୍ପଣା ॥
ତୋପିଣ୍ଡ ବ୍ରହ୍ମାଣ୍ଡର ପତି ।ସେହି ବୈଷ୍ଣବରୂପେ ଛନ୍ତି ॥
ଦେଖି ମନୁଷ୍ୟ ହାସ୍ୟ ଭଣି ।ମନୁଷ୍ୟ ମଧ୍ୟେ ତାଙ୍କୁ ଗଣି ॥
ଆପଣେ ବୋଲି ବଡ଼ଲୋକ ।ସ୍ୱାମିଙ୍କି ବୋଲିବେ ଭିକ୍ଷୁକ ॥
ହସି ବୋଲନ୍ତି ହାସ୍ୟବାଣୀ ।ଅଜ୍ଞାନୀ ମୂର୍ଖ ମ୍ଲେଚ୍ଛ ପ୍ରାଣୀ ॥
ସେ ପ୍ରଭୁ ଅରୂପ ଗୋସାଇଁ ।କ୍ଷିତି ନିମନ୍ତେ ଜାତହୋଇ ॥
ସକଳ ଜନତା ସେବକ ।ନ୍ତ୍ରିପୁର ଆଦି ନ୍ତ୍ରୟଲୋକ ॥
ପୃଥ୍ୱୀରୁ ଦ୍ୱିଗୁଣ ସହିଛି ।ନିନ୍ଦା ହୃଦରେ ନ ଭେଦୁଛି ॥
ଭ୍ରମୁଅଛନ୍ତି ନିରନ୍ତର ।କ୍ଷଣେ ବିଶ୍ରାମ ନାହିଁ ତାର ॥
ବାଇଙ୍କ ପ୍ରାୟ ଶ୍ରୀବଚନ ।ଯେମନ୍ତେ ନ ଚିହ୍ନିବେ ଜନ ॥
ଜଗତ ସେହି ଚିହ୍ନିଛନ୍ତି ।ସେ ପୁଣ ତାହାଙ୍କୁ ଚିହ୍ନନ୍ତି ॥
ତେଣୁ ଆଗତଭାବ ଯେତେ ।ପ୍ରକାଶୁ ନୁହେ କଦାଚି ତ୍ୱ ॥
ଗୁପତେ କହୁଅଛୁ ଆମ୍ଭେ ।ହେତୁରେ ଚେତିଧର ସର୍ବେ ॥
ପ୍ରକାଶ ବେଳ ଏ ନୁହଇ ।କଳି ଶେଷକୁ ଥାଅ ଚାହିଁ ॥
ମହିମାଭକ୍ତି ବିନା ନର ।ନ ଥିବେ କେହି ବ୍ରହ୍ମାଣ୍ଡର ॥
ଆଚାରି ଚାରଧର୍ମ ସେହି ।ଆବର ମ୍ଲେଚ୍ଛଜନକୁହି ॥
ତୋମୁଖେ ପଡ଼ିଯିବେ ଧରା ।ସମ୍ପୂର୍ଣ୍ଣ ହୋଇବ ଖପରା ॥
ଏମନ୍ତ ଶୁଣି ମହାସତୀ ।ଶଙ୍କର ପାଦେ ଚଳେ ସ୍ତୁତି ॥
କହେ ଅଚ୍ୟୁତ ମୂଢ଼ ବାଇ ।ଅନାଦି ପାଦପଦ୍ମେ ଧାଇ ॥
କରିଛି କେତେ ଅପରାଧ ।ଖଣ୍ଡିବେ ସେ ଅରୂପାନନ୍ଦ ॥
ନିଷ୍କାମ ଭକ୍ତ ପାଦୋଦକ ।ହିତେ କଳ୍ପଇ ମୂଢ଼ ମୂର୍ଖ ॥
ସୁଜନେ ମୋତେ ଦୟାକର ।ଘୋର କଳିରୁ ପାରିକର ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱରପାର୍ବତୀ ସମ୍ବାଦେ ନିଷ୍କାମଧର୍ମ ପ୍ରକାଶନେନାମ ସପ୍ତମ ଅଧ୍ୟାୟଃ ।
ଅଷ୍ଟମ ଅଧ୍ୟାୟ
ଭବାନୀ ଉବାଚ ।ଈଶ୍ୱର ପାଦତଳେ ପଡ଼ି ।ବୋଲେ ଭବାନୀ କରଯୋଡ଼ି ॥
ଭୋଦେବ ନ୍ତ୍ରିପୁର ଠାକୁର ।ମୋର ଦୂର୍ଗତି କରପାର ॥
କହ ଗୁପତ ସାର ଫେଇ ।ଶୁଣି ପବିନ୍ତ୍ର ହେଉ ଦେହୀ ॥
କୋଟି ବ୍ରହ୍ମାଣ୍ଡ ନିଧି ବ୍ରହ୍ମ ।ସତ୍ୟରେ ବିକାଶିଲେ ଧର୍ମ ॥
ବେଦକୁ କଟାଇ ନିର୍ବେଦ ।ବିଖ୍ୟାତ କଲେ ପୂର୍ଣ୍ଣାନନ୍ଦ ॥
ଚୌଷଠି ସିଦ୍ଧ ସାଧବୃନ୍ଦ ।ଛାଣି ପିଇଲେ ମକରନ୍ଦ ॥
ସେ ଦେବଅଂଶୀ ସତାଇଶ ।ମୂର୍ତ୍ତି ଲଭିଲେ ଉପଦେଶ ॥
ଏହି ମଧ୍ୟରୁ ନ୍ତ୍ରୟୋଦଶ ।ଲଭିଲେ ତତ୍ତ୍ୱ ଉପଦେଶ ॥
ଜାଗି ରହିବେ କଳ୍କି ଯାଏ ।ଆବର ସର୍ବେ ଯିବେକ୍ଷୟେ ॥
ପ୍ରଭୁ ସେ ସକଳ ସମାନ ।ନାହିଁ କଳ୍ପିବ, ବଡ଼ ସାନ ॥
ଭଗତ ବନ୍ଧୁ ପ୍ରିୟ ଦାତା ।ମୁକତି ଗତି ହିତ କର୍ତ୍ତା ॥
ଏକଠାବରୁ ଛନ୍ତି ଆସି ।ଏକଠାବରେ ପରକାଶି ॥
ଏକଇ ଗୁରୁ ଭିନ୍ନନୋହେ ।ଏକ ଆଶ୍ରିତ ସର୍ବକାଏ ॥
କିପାଇଁ ଏ କୃତ୍ୟ ଲିହିଲେ ।ବାରଣ ଭିନ୍ନାଭିନ୍ନ କଲେ ॥
କି ଦୋଷ ଅର୍ଜିଲେ ଏ ସର୍ବ ।ଏ ମୋତେ ଲାଗଇ ଅପୂର୍ବ ॥
କହିବା ହେଉ ମୋତେ ଏହା ।ଶୁଣି ନିର୍ମଳ ହେଉ କାୟା ॥
ଭବାନୀ ମୁଖ ଏହା ପୁଣି ।କହେ ଶଙ୍କର ମଞ୍ଜୁବାଣୀ ॥
ଶୁଣନ୍ତୁ ସିଦ୍ଧେଶ୍ୱରୀ ବାମା ।ଅନାଦି ସ୍ୱାମିଙ୍କ ମହିମା ॥
ତୁଯେ ବିଚାର କଲୁ ମନ୍ଦ ।ନବୁଝି ମାୟ ମୋହ ॥
ଏବେ ତୁ ଶୁଣ ସାବଧାନ ।କହିବା ଆଦ୍ୟ ଗୁପ୍ତଜ୍ଞାନ ॥
ଏ ଯେତେ ନିଷ୍କାମ ଭକତ ।ସକଳେ ଶ୍ରୀଗୁରୁଙ୍କ ଭୃତ୍ୟ ॥
ଆଜ୍ଞାରେ ଭେକ ବାନା ପାଇ ।ବ୍ରହ୍ମାଣ୍ଡେ ଖେଳୁଛନ୍ତ ସେହି ॥
ଏକ ବିଭୂତି ସର୍ବଜନ ।ନିଷ୍କାମ ନିର୍ବେବ ସାଧନ ॥
ଏକଇ ପାଦରେ ଆଶ୍ରିତ ।ଏକଚଚନେ ଦୃଢବ୍ରତ ॥
ଏଥି ସଂଶୟ କଛି ନାହିଁ ।କହଇ ଶୁଣ ମନଦେଇ ॥
ପୂର୍ବେ ଏ ସର୍ବେ ବ୍ରହ୍ମଅଂଶୀ ।ଅରୂପ ମଣ୍ଡଳେ ପ୍ରକାଶି ॥
ଜନ୍ମ ଲଭିଲେ ମୃତ୍ୟପୁରେ ।ବହି ଅମେଧ ଏ ଶରୀରେ ॥
ବାସନା ମାତ୍ରକ ଟଳିଳା ।ପୂର୍ବର ହେତୁ ବୁଡିଗଲା ॥
ଭେଟିଲେ ନିଜ କରତାଙ୍କୁ ।ଚିହ୍ନିଣ ସେବିଲେ ତାହାଙ୍କୁ ॥
ଯେଣୁ ଭାବେ ହେଲେ ଉଦୟେ ।ତେଣୁ ଶରୀର ହେବକ୍ଷୟେ ॥
ଏ ଘଟ ଚେତା ବୁଡ଼ଯିବ ।ଅଛିଦ୍ର ଥଙ୍ଗେ ଭକ୍ତିଥିବ ॥
ଏକୋଇଣ ଦିବସ ଅନ୍ତେଣ ।କରିତେ ଶ୍ରୀଗୁରୁ ଶରଣ ॥
ବାଳକ ରୂପେ ପିତାଘରେ ।ଭକ୍ତି ତଲୟେ ପ୍ରଭୁଦୂରେ ॥
ଶ୍ରୀ ସ୍ୱାମୀ ଜାଣନ୍ତି ତା ଭାବ ।ମ୍ଳେଚ୍ଛାଦି ଜନଙ୍କୁ ଅଭାବ ॥
ଏବେ ତୁ ଶୁଣ ଆଗୋସତି ।ଗୁପତ ନିର୍ଗୁଣ ଭାରତୀ ॥
ଏ ବୁଦ୍ଧ ଅବତାର ହୋଇ ।ଖେଳୁଅଛନ୍ତି ଶୂନ୍ୟଦେହୀ ॥
ଦେବ ମନୁଷ୍ୟ ଅବିଶ୍ୱାସୀ ।ଅପ୍ରତେ ହାସ ପରକାଶି ॥
ନିନ୍ଦୁଅଛନ୍ତି ସତ ଧର୍ମ ।ଏ କଳି ମାୟା ମୋହ ଭ୍ରମ ॥
ଏହାଙ୍କ ଗର୍ବ ନାଶିବାକୁ ।ଏ ବାନା ରହିବ ଶେଷକୁ ॥
ଏ ତେର ମୂର୍ତ୍ତି ଥିବେ ରହି ।ଶ୍ରଅଙ୍ଗେ ବୀରବଧୂ ବହି ॥
ଶେଷରେ ହୋଇବେ ପରୀକ୍ଷ ।ସେବେଳେ କେହି ନୋହେଲକ୍ଷ ॥
ତୁ ଯାହା ପୁଚ୍ଛାକଲୁ ସହି ।ଏହୁ ଗୁପତ ଦେଲୁ ଫେଇ ॥
ଏହା ଗୋ ଜାଣନ୍ତି ସସିଦ୍ଧ୍ୟ ।ଅନ୍ୟ ଲୋକକୁ ଅଟେ ଧନ୍ଦ ॥
ଶୁଣି ଭବାନୀ ହେଲେ ତୋଷ ।ଅଜ୍ଞାତପରମ ବିଶ୍ୱାସ ॥
ଈଶ୍ୱର ପାଦେଣ ଶୁତିଲେ ।ଉଠି କପାଳେ କର ଦେଲେ ॥
ବୋଲନ୍ତି ନିସ୍ତରିଲି ମୁହିଁ ।ତୁମ୍ଭ ଶୀମୁଖୁ ସୁଧାପାଇ ॥
ଭୋ ନାଥ କର ମୋତେ ଦାୟୀ ।ହୃଦରେ ନ ରଖିବ ମାୟା ॥
ଆବର ଛନ୍ତିଟିକି ଭକ୍ତ ।ଲଭି ନିଷ୍କାମ ସାରସ୍ୱତ ॥
ଅପୂର୍ବ ଭାବ ଏ ଅଟଇ ।ଫେଡ଼ି ତା କହ ଶୂଳପାଇଁ ॥
ଯେତେ ନିଷ୍କାମ ଛସ୍ତ ରସି ।କହିବା ସକଳ ବୀଶେଷି ॥
ମୁଁ ତୁମ୍ଭ ସେବକ ଗୋସାଇଁ ।ଜନ୍ମକୁ ଜନ୍ମ ଅଛି ଧ୍ୟାଇ ॥
କହି ପବିତ୍ର ମୋତେ କର ।ଅରୂପଭକ୍ତିଙ୍କ ବିଚାର ॥
ଏମନ୍ତ କହି ସତୀ ଭୋଳେ ।ନମିଲେ ପଡ଼ି ପାଦତଳେ ॥
ନିଷ୍କାମ ଭକ୍ତି ଉପଦେଶ ।କହେ ଅଚ୍ୟୁତ ବଜ୍ରଦାସ ॥
ଅନାଦି ଗୁରୁ ପଦ୍ମପାଦ ।ଲଭିକିସୁଧା ମକରନ୍ଦ ॥
ସେ ମକରନ୍ଦ ମନ ବୁଡ଼ି ।କ୍ଷଣେହେଁ ନ ପାରଇ ଛାଡ଼ି ॥
ସୁଜନେ ନିତ୍ୟେ ପାନକରି ।ବିଷବିଷୟ ପରିହରି ॥
ଇତି ଶ୍ରୀ ଅନାଦିସଂହିତାୟା ସୁଜନଜନହିତାୟାଂଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମପ୍ରକାଶ କଥନ ନାମ ଅଷ୍ଟମୋଧ୍ୟାୟଃ
ନବମ ଅଧ୍ୟାୟ
ଈଶ୍ୱର ଉବାଚକହୁନ୍ତି ତ୍ରିପୁର ଶଙ୍କର ।ଶୁଣ ଗୋ ସତୀ ମୋ ଉତ୍ତର ॥
ତୁ ଯାହା ପୁଚ୍ଛାକଲୁ ମୋତେ ।ଜାଣିଲି ତୋର ଶୁଦ୍ଧଚିତ୍ତେ ॥
ଶୁଣ ତୁ ସାବଧାନ ହୋଇ ।ଶ୍ରୀଗୁରୁ ଶିଷ୍ୟ ଏହା କହି ॥
ଚୌଷଠି ସିଦ୍ଧ ହେବ ଆସି ।ଏହାଙ୍କୁ କହିଲେ ପ୍ରକାଶି ॥
ଧ୍ୟାଇଣ ବୀରବଧୁବାନା ।ଏ ଏକାଳୋଇ ମୂତ୍ୟୁ ସିନା ॥
ଆବର ଭକ୍ତଙ୍କ ବୃତ୍ତାନ୍ତ ।କହିବା ଶୁଣ ଆଗୋ ତତ୍ତ୍ୱ ॥
ଅନନ୍ତ କୋଟି ସାଧୁଗଣ ।କନା କଉପୁନି ଧାରଣ ॥
କପିକେତନ ବାନା ଏହି ।ଅଛନ୍ତି ଭକ୍ତଜନ ପାଇ ॥
ଗହଣି ଖଟଣି ଏମାନ ।ଶୁଣ ତୁ ଏହାଙ୍କର ନାମ ॥
ବୈକୁଣ୍ଠବାସୀ ଏ ଅଟନ୍ତି ।ଶ୍ରୀଗୁରୁ ସେବାରେ ଖଟନ୍ତି ॥
ଅରୂପ ସ୍ୱାମୀ ଶ୍ରୀଅଙ୍ଗରୁ ।ଜନ୍ମି ଏ ଅଛନ୍ତି ଆଦ୍ୟରୁ ॥
ବ୍ରହ୍ମାଣ୍ଡ ପ୍ରଳୟର କାଳେ ।ଏ ସବୁ ବିଷ୍ଣୁଗର୍ଭେ ଥିଲେ ॥
ପ୍ରଳୟ ଅନ୍ତେ ହେଲା ସୃଷ୍ଟି ।ସର୍ଜନ କଲେ ପରମେଷ୍ଟି ॥
ସୃଷ୍ଟିରେ ସର୍ବ ହେଲା କ୍ଷିତ ।ଭକ୍ତ ନୋହିଲା ପରାଙ୍ଗତି ॥
ଜାଣି ଅଲେଖ ଦୟା କଲେ ।ଭୃତ୍ୟମାନଙ୍କୁ ଆଜ୍ଞାଦେଲେ ॥
ଯାଅ ଯା ସକଳ ସେବକେ ।ଜନମଲଭ ଭୁବ ଲୋକେ ॥
ଭଗତବିଖ୍ୟାତ ମର୍ତ୍ତରେ ।ତରି ତାର ପତିତ ନରେ ॥
ସୁକୃତ ଉଦୟ କରାଇ ।ଧର୍ମ ସ୍ଥାପନା କର ମହୀଯୁଗକୁ ଯୁଗ ଅନୁମରି ।ଧର୍ମ ସ୍ଥାପନା କର ମହୀ ॥
ଯୁଗକୁ ଯୁଗ ଅନୁମରି ।ଥାଅ ଭଗତି ମାର୍ଗେ ବାରି ॥
ଆଗତ ସୁବାହୁ କଳିରେ ।ଆମ୍ଭେ ଜନ୍ମିବୁ ମର୍ତ୍ତପୁରେ ॥
ପ୍ରବୃଦ୍ଧ ଅଙ୍ଗେ ହେବୁ ଜାତ ।ଶୂନ୍ୟ ଅଯୋନିରୁ ସମ୍ଭୁତ ॥
କଳିରେ ହେବ ପାପ ଗରୁ ।ଅଘୋର ଅନ୍ୟାୟ ହେବାରୁ ॥
ମହିଁମା ଧର୍ମ ପ୍ରକାଶିବୁ ।ଧର୍ମେ ଧରିତ ଉଶ୍ୱାସିବୁ ॥
ତୁମ୍ଭଙ୍କୁ ଦେବୁ ଭକ୍ତିକଳା ।ନିର୍ବେଦେ ଉପୁଜିବ ଲୀଳା ॥
ପୁଣି ସେ ତନୁକୁ ତେଜିବୁ ।କଳଙ୍କି ଅବତାର ହେବୁ ॥
ଧର୍ମେ ସ୍ଥାପିବୁ ବସୁନ୍ଧରୀ ।ତୁମ୍ଭର ବାଞ୍ଚା ସିଦ୍ଧ କରି ॥
ସଙ୍ଗେ ଘେନ ।ଇ ନିଜପୁରେ ।ପ୍ରବେଶ ସେ କଳି ଶେଷରେ॥ଏମନ୍ତ ଉପୁଜିବ ଭାବ ।ଯାଅ ଯା ମର୍ତ୍ତ୍ୟେ ଜନ୍ମହେବ ॥
ଏମନ୍ତ ଆଜ୍ଞା ତାକୁ ଦେଇ ।ମଉନେ ରହିଲେ ଗୋସାଇଁ ॥
ଆଜ୍ଞାରେ ସବେ ଜନ୍ମ ହେଲେ ।ସୁବାହୁ ସତ୍ୟ ମର୍ତ୍ତ୍ୟପୁରେ ॥
ବ୍ରହ୍ମା ଅଙ୍ଗରେ ଅବତରି ।ଯେ ୠଷିତପୀ ବ୍ରହ୍ମଚାରୀ ॥
ଆଜ୍ଞାପ୍ରକାଶ କଲେ ମର୍ତ୍ତ୍ୟେ ।ସୁବୋଧ ସୁଜ୍ଞାନ ସୁଚିତ୍ତେ ॥
ତପ ଆରାଧି ବନଦଶେ ।ନିଶ୍ଚଳେ ବସିଲେ ବିଶ୍ୱାସେ ॥
ବ୍ରହ୍ମ ଉତ୍ସର୍ଗେ ନେଲେ ଦିନ ।ଜନ୍ମିଲେ ଶ୍ରୀଦଧିବାମନ ॥
ସେ ଯେ ଅଟନ୍ତି ବ୍ରହ୍ମଦେବ ।ସେ ପୁଣି ଭକ୍ତକଲେ ଠାବ ॥
ସମୟେ ହେଲେ ଭେଟାଭେଟି ।ବିନୋଦେ ଯୁଗ ଗଲା କଟି ॥
ପୁଣି ତ୍ରତୟାଯୁଗ ହେଲା ।ଶୁଣ ଭବାନୀ ଭକ୍ତଳୀଳା ॥
ଥୋକାଏ ୠଷି ବିପ୍ର ହୋଇ ।ଥିଲେ ଉତ୍ତମ ତନ ବହି ॥
କେତେ ବା କର୍ମ ଭ୍ରଷ୍ଟ କରି ।ତ୍ରେତୟା ଯୁଗେ ଅବତରି ॥
କିଷ୍କିନ୍ଧ୍ୟା ଅଯୋଧ୍ୟା ରାଜ୍ୟରେ ।ଶ୍ରୀରାମ ସଙ୍ଗ ବିହରିଲେ ॥
ସେ ଯୁଗେ ଖେଳକରି ଶେଷ ।ଦ୍ୱାପର ହୋଇଲେ ପ୍ରକାଶ ॥
ମଧୁବନର ଗୋପପୁରେ ।ହସ୍ତିନା ବାରୁଣୀ ରାଜ୍ୟରେ ॥
ବିଷ୍ଣୁସଙ୍ଗତେ କ୍ରୀଡ଼ାକରି ।ଭଗତି ମାର୍ଗ ଅନୁସରି ॥
କ୍ଷତ୍ରୀ ରୂପରେ ହୋଇ ଜନ୍ମ ।ମତ୍ତମତ୍ତାଙ୍ଗେ ହେଲେ ଭ୍ରମ ॥
ସେ ବିଷ୍ଣୁ କୂଟେ ଭ୍ରଷ୍ଟ ହେଲେ ।ଠୁଳ ରୂପରେ ସମ୍ଭାଳିଲେ ॥
ଶ୍ରୀଗୁରୁ ଆଜ୍ଞା ଶିରେ ବହି ।ଏ କଳିଯୁଗେ ଛନ୍ତି ରହି ॥
ସିଦ୍ଧ ଗୁରୁଙ୍କ ସାଇ ଭେଟ ।ପାଶୋରଗଲା ଭବକଷ୍ଟ ॥
ଲଭିଲେ ନିର୍ବେଦ ସାଧନା ।ଅଖଣ୍ଡେ ଠୁଳ ନିତ୍ୟବାନା ॥
ସକଳ ଦୁଃଖ ଗଲା ନାଶ ।ଭେଟିଲେ ଅନାଦି ପୁରୁଷ ॥
ଶ୍ରୀଆଜ୍ଞା ଶିରାଗ୍ରତ କରି ।ଶ୍ରୀଗୁରୁ ଛାମୁରେ ବିହରି ॥
ନଷ୍କାମେ ସମ୍ପଦିଲେ କାଏ ।ନିର୍ଗୁଣ ନିର୍ବେଦେ ଉଦୟେ ॥
ନିଷ୍ଠା ଆଜ୍ଞାକୁ ପ୍ରତିପାଳି ।ଅଙ୍ଗରୁ କଟାଇଳେ କଳି ॥
ଶ୍ରୀଗୁରୁ ସବାରେ ଖଟିଲେ ।ରାତ୍ରଦିବସ ନ ଜାଣିଲେ ॥
ଆଡ଼ ବନ୍ଧରେ କଉପୁନି ।ଅଛନ୍ତି ସର୍ବ ଭ୍କ୍ତ ଘେନି ॥
ଅନନ୍ତ କୋଟି ସାଧ ଏହି ।ଦେଖି ଗୋ ଥାଅନେତ୍ରେଫେଇ ॥
କହିଲୁ ଗୁପତ ଏ ଭାବ ।ଏ କଲିକାଳ କ୍ଷୟଯିବ ॥
ସେ ଯେ ଅନନ୍ତ ଗୁରୁଶିଷ୍ୟ ।ଗୁପ୍ତରେ ହୋଇଲେ ପ୍ରକାଶ ॥
ଧର୍ମରେ କଟାଇବେ ଯୁଗ ।ସତ୍ୟେ କରିବେ ମହୀ ଭୋଗ ॥
କାହାର ନାହିଁ ଏଣେ ଚେତା ।କହଇ ବରଜ ଅଚତା ॥
ମୋ ସ୍ୱାମୀ ଅଟନ୍ତି ଅଲେଖ ।ସେ ପ୍ରଭୁ ସେବକ ମୁଁ ଲୋକ ॥
ସୁଜନେ ଦୋଷ ମୋ ନ ଧର ।ଅମନ ମଣ୍ଡଳେ ପ୍ରଚାର ॥
ଜ୍ଞାନ ଖଡଗେ ପାପଛେଦି ।ଅଖଣ୍ଡ ଏକାକ୍ଷର ଭେଦି ॥
ଶରଣ ମାଗ ନିରନ୍ତର ।ଜନ୍ମ ମରଣୁ ହେବ ପାର ॥
ଇତି ଶ୍ରୀ ଅନାଦିସଂହିତାୟା ସୁଜନଜନହିତାୟାଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମପ୍ରକାଶ କଥନଂ ନାମ ଅଷ୍ଟମୋଧ୍ୟାୟଂ
ଦଶମ ଅଧ୍ୟାୟ
ଈଶ୍ୱର ଉବାଚଏବେ ଗୋ ଶୁଣ ସିଦ୍ଧେଶ୍ୱରୀ ।କହିବା ଗୁପତ ବିସ୍ତାରି ॥
ଅନାଦି ସ୍ୱାମୀଙ୍କର ଶିଷ୍ୟ ।ଭ୍ରମୁ ଗୋ ଅଛନ୍ତ ତ୍ରିଦଶ ॥
ଆବର ଗୃହକର୍ମ କରି ।ରହିଅଛନ୍ତି ତପଚାରି ॥
ବେଦ ଆଧ୍ୟାନୁ ପରକାଶି ।ନର୍ବେଦ କର୍ମେ ଛନ୍ତି ରସି ॥
ହୃଦୁ ନ ବାରି କ୍ରିୟାକର୍ମ ।ବର୍ହ୍ୟେ ପ୍ରକାଶୁଛନ୍ତି ଧର୍ମ ॥
ସିଦ୍ଧବଚନ ପ୍ରତିପାଳି ॥
ବ୍ରହ୍ମ ଅନେକ ପରିଖାଳି ॥
ନିଷ୍ମାମେ ଧରି ତାଙ୍କଯାଏ ।ସେବନ୍ତି ଭକ୍ତଜନ ପ୍ରାୟେ ॥
ତତ୍ତ୍ୱଦରଶି ଶାନ୍ତି ମନ ।ନିତ୍ୟେ ପାଳନ୍ତି ଇଷ୍ଟଧର୍ମ ॥
ଏ ଭାବେ ଗୃହରେ ଭକତ ।ସ୍ତିରୀ ବାଳକ ବୃଦ୍ଧମତ୍ତ ॥
ଉଦୟ ଅସ୍ତ କରି ଭକ୍ତି ।ବେପାର ବାଣିଜ୍ୟ କରନ୍ତି ॥
ତ୍ରିତାପ ବାଧା ପରିହରି ।ଅତିଥଜନେ ସେବା କରି ॥
ସ୍ୱକର୍ମ ଛେଦି ନିଷ୍କାମରେ ।ସୁଶାନ୍ତୁ ଶାନ୍ତ ହୃଦୟରେ ॥
ଅଛନ୍ତି ଗୃହମଧ୍ୟେ ରହି ।ଶ୍ରୀଗୁରୁ ସ୍ୱାମୀ ଆଜ୍ଞାପାଇ ॥
ଏବେ ଗୋ ଶୁଣ ମହାସତି ।ସେ ସର୍ବ ବାକ୍ୟ କଟିଗଲା ॥
ବ୍ରହ୍ମାଣ୍ଡେ ଯେବା ଧର୍ମଥିଲା ।ସେ ସର୍ବ ବାକ୍ୟ କଟିଗଲା ॥
ଆଚାରି ଚାରିଧର୍ମ କାଟି ।ନିଷ୍କାମେ ଚାରିମାର୍ଗେ ରଟି ॥
ସେ ବୀରବଧୂ ବାନା ଦେଲେ ।କପି କେତନ ସମର୍ପିଲେ ॥
ଅତିଥି ଏ ବେନି ମାର୍ଗରେ ।ଧାରଣା କଲେ ବ୍ରହ୍ମାଣ୍ଡରେ ॥
ଗୃହେ ଭକ୍ତଙ୍କୁ ଦେଲେ ଭକ୍ତି ।ସ୍ତିରୀ ପୁରୁଷ ସେବିଛନ୍ତି ॥
ନିଷ୍କାମ ଚାରିମାର୍ଗ ଭଜି ।ଏ ଏକ ମାର୍ଗରେ ଵିରାଜି ॥
କଳିରେ ସତ୍ୟଧର୍ମ ଉଦେ ।ବ୍ରହ୍ମାଣ୍ଡ ପାପଭାରା ଛେଦେ ॥
ଯେ ପିଣ୍ଡ ବ୍ରହ୍ମାଣ୍ଡ କରତା ।ସକଳ ଜୀବ ପିତାମାତା ॥
ଦୟାଳୁ ପୁରୁଷ ମୁରାରୀ ।କୋଟି ବ୍ରହ୍ମାଣ୍ଡ ଅଧିକାରୀ ॥
ସେ ପ୍ରଭୁ ବୈଷ୍ଣବ ବେଶରେ ।ପ୍ରକାଶିଛନ୍ତି ମର୍ତ୍ତ୍ୟପୁରେ ॥
ଯୋଗି ବିନାଶି ସର୍ବଧର୍ମ ।ଚାଖି ପାଇଲେ ବେଦଧର୍ମ ॥
ଛବେଦ ପରେ ଧର୍ମ ଚାଖି ।ଏ ଚାରିବବେଦକୁ ଉପେକ୍ଷି ॥
ଦେଵା ଦେବକୁ କଲେ କାଟ ।ସତ୍ୟରେ ସମ୍ପାଦିଲେ ଘଟ ॥
ଭକ୍ତଙ୍କୁ ତତ୍ତ୍ୱପଦେ ଥୋଇ ।ବ୍ରହ୍ମ ସ୍ୱରୂପେ ଛନ୍ତି ରହି ॥
ଚିହ୍ନି ସେବିଲେ ସାଧୁସନ୍ଥ ।ମର୍ଖାଦି ଜନେ ଅପ୍ରାପତ ॥
ପରତେ ନ ଯାଏ ମନକୁ ।ମଦ୍ୟପ ଭକ୍ଷି ମଦିରାକୁ ॥
ହିଂସାଦି କୁଟ ମାନଦମ୍ଭ ।ଅଣ ଆଚାର ମତଗର୍ବ ॥
ଯୋଗି ଖପରେ ଯାନ୍ତି ବହି ।ଅପରେ କଛିମାତ୍ର ନାହିଁ ॥
ନୟନେ ଦେଖୁଛନ୍ତି ଜନ ।କର୍ଣ୍ଣରେ କରନ୍ତି ଶ୍ରବଣ ॥
ତଥାପି ନିତ୍ୟ ଭେଖ ଚାହିଁ ।ହୃଦରେ ଚେତା ନ ରଖଇ ॥
ଅତର୍କେ ପଥେ ହୋଇ ମତ ।ଶେଷେ ବଞ୍ଚିତ ନର୍କପଥ ॥
କରଣ କରତା ସଂସାରେ ।ପ୍ରକାଶ ବୃଦ୍ଧ ସ୍ୱରୂପରେ ॥
ଅଙ୍ଗରେ ସର୍ବ ସିଦ୍ଧ ବହି ।ଭଗତ ମେଳେ ଛନ୍ତି ରହି ॥
ଶୁଣ ତୁ ହେମବନ୍ତ ସୁତା ।ସେ ଗୁରୁ ସ୍ୱାମୀଙ୍କ ବ୍ୟବସ୍ଥା ॥
ଏ କଇଳାସ ନିକଟରେ ।ଏକାମ୍ଭର ବନ ମଧ୍ୟରେ ॥
ଖଣ୍ଡପର୍ବତରେ ଆସନ ।କଲେ ଶ୍ରୀଗୁରୁ ନାରାୟଣ ॥
ଭକ୍ଷିଲେ ଗୁପ୍ତେ କ୍ଷୀରନୀର ।ବ୍ରହ୍ମାଣ୍ଡେ ଭକ୍ତଙ୍କ ହିତର ॥
ସ୍ୱକାମ ଗୁଣ ଛେଦି ସର୍ବେ ।ସେ ସ୍ୱାମୀ ମହିମା ଅପୂର୍ବେ ॥
ବାର ବରଷ ନିଷ୍ଠାଭାବେ ।ଧ୍ୟାଇବସିଲେ ଏକଠାବେ ॥
ପୁଣି ସେ ଅନାହତ ଧୂନୀ ।ସ୍ଥାପିଲେ ଭଗତଙ୍କୁ ଘେନି ॥
ବ୍ରହ୍ମାଣ୍ଡପାପ ଏକାବେଳେ ।ବସିବେ ବେହାର ମଣ୍ଡଳେ ॥
ଠାବେ ଠାବେ ନିରୋପି ଟୁଙ୍ଗି ।ବାହ୍ୟ କର୍ମକୁ ଦେଲେ ଫିଙ୍ଗି ॥
ବ୍ରହ୍ମ ଉପଦେଶ ଭକ୍ତଙ୍କୁ ।ବୁଝାଇଲେ ଏକ ପାଦକୁ ॥
ଶୂନ୍ୟ ଶବଦ ସମ୍ଭାଇଲେ ।ନିଜ ବିଭୁତି ଚିହ୍ନାଇଲେ ॥
ଭୀମ ଶ୍ରୀମୁଖେ ଶୂନ୍ୟପଦ ।ରଚିଲେ ସେ ଅନାଦିକନ୍ଧ ॥
ସେ ଭୀମ ପରମ ବିଶ୍ୱାସୀ ।କହେ ଅଚ୍ୟୁତ ବ୍ରଜଅଂଶୀ ॥
ସୁଜନେ ଶୂନ୍ୟେବ୍ରହ୍ମେ ରସ ।ଏ ଘୋର କନ୍ଦଳେ ନ ପଶ ॥
ସାଧୁଚରଣେ ଯାଇ ପଡ଼ି ।କପୋଳେ ବେନିକର ଯୋଡ଼ି ॥
ଶରଣ ମାଗ ନିରନ୍ତର ।ବୋଲ ଆମ୍ଭଙ୍କୁ ନ୍ତ୍ରାହିକର ॥
ଶ୍ରୀପାଦ ରେଣୁ ପାନକରି ।ଅଖଣ୍ଡ ବ୍ରହ୍ମରେ ସଞ୍ଚରି ॥
ଅରୂପବ୍ରହ୍ମେ ଲୀନ ହେବ ।ଜନ୍ମ ମରଣୁ ନିସ୍ତରିବ ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱରପାର୍ବତୀସମ୍ବାଦେ ନିଷ୍କାମଗୁପ୍ତଧର୍ମ ପ୍ରକାଶ କଥନେନାମ ଦଶମୋଽଧ୍ୟାୟଃ