ଚତୁର୍ଥ ଅଧ୍ୟାୟ — ଅନାଦି ସଂହିତା — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଅଧ୍ୟାୟ
ଶିବ ଉବାଚବୋଲନ୍ତି ଶୁଣସିରେ ସହୀ ।କହିବା ଗୁପତକୁ ଫେଇ ॥
ସେ ମହା ନିତ୍ୟେ ନିତ୍ୟବାସୀ ।ଅଟେ ସୁକେତୁ ମହାଋଷି ॥
ଜାମ୍ବୁବ ବ୍ରହ୍ମ ତାଙ୍କ ନାମ ।ସେ ଗୁରୁ ଆଜ୍ଞାରେ ଜନମ ॥
ହୋଇଲେ ମୃତ୍ୟୁ ମଣ୍ଡଳରେ ।ସୁବାହୁ ସତ୍ୟାଦି ଯୁଗରେ ॥
ନାମ ବହିଲେ କଶ୍ୟପାଦି ।ଅଖଣ୍ଡ ସାର ବ୍ରହ୍ମଭେଦି ॥
ପଶିଲେ ବିଷ୍ଣୁ ଗର୍ଭେ ଯାଇ ।ମହାପ୍ରଳୟ ଗଲା ବହି ॥
ସତ୍ୟ ନ୍ତ୍ରେତୟା ବେନିଯୁଗ ।ବ୍ରହ୍ମ ଅର୍ଚ୍ଚନେ ଗଲା ଭୋଗ ॥
ନିଶବ୍ଦେ ହୋଇଲେ ପ୍ରକାଶ ।ଦ୍ୱାପରେ ଜନ୍ମି କ୍ଷନ୍ତ୍ରିଅଂଶ ॥
ନାମ ତାହାଙ୍କ ଦୁର୍ଯ୍ୟୋଧନ ।ପ୍ରାଣାନ୍ତେ ସୋମବଂଶେ ଜନ୍ମ ॥
ଏକଳି ଯୁଗେ ଅବତାର ।ନାମ କୃଷ୍ଣଦାସ ତାଙ୍କର ॥
ପ୍ରତ୍ୟକ୍ଷେ ବ୍ରହ୍ମରୂପି ଦେହ ।ମହିମା ସଞ୍ଚିତ ଉଦୟ ॥
ଶ୍ରୀ ଗୁରୁ ଚରଣେ ବିଶ୍ୱାସୀ ।ଏକାଙ୍ଗେ ଯାଗିଥିବେ ବସି ॥
ଅନନ୍ତ ବିମ୍ବ ସରୋବରେ ।କଣୟ ଉତ୍ପତ୍ତି ଠାବରେ ॥
ଶ୍ରୀଆଜ୍ଞା ଶିରେ ଅବଗାହି ।କଲ୍କି ରୂପକୁ ବାଟ ଚାହିଁ ॥
ମହା କଷ୍ଟେ ସେ ଥିବେ ବସି ।କଷ୍ଟ ନାଶିବେ ବ୍ରହ୍ମରାଶି ॥
ଶୁଣ ଗୋ ହେମବନ୍ତ ବାମା ।ସେ ପ୍ରଭୁ ଭକ୍ତଙ୍କ ମହିମା ॥
ଅନାଦି ମଣ୍ଡଳନିବାସୀ ।ଶୋଷକ ବ୍ରହ୍ମା ବ୍ରହ୍ମଅଂଶୀ ॥
ଏ ଷୋଳ ବ୍ରହ୍ମ ମଧ୍ୟେ ସାର ।ଆଦିକୁ ମାଗିଲେ ଶୃଙ୍ଗାର ॥
କୋପେ ପ୍ରଚଣ୍ଡ ମହାମାଈ ।ଦ୍ୱାଦଶବ୍ରହ୍ମା ଗଲେ ଖାଇ ॥
ଆବର ବ୍ରହ୍ମା ପଳାଇଲେ ।ସେ ବିଷ୍ଣୁ ଗର୍ଭରେ ପଶିଲେ ॥
ସେ ଯେଉଁ ଶୋଷକ ବ୍ରହ୍ମଟି ।
ଦ୍ୱାପରେ ସେ ଦୁଃଶାସନଟି ॥
ଦୁର୍ଗାଙ୍କୁ ଭୋଗ କଲେ ତୋଷ ।ଭୁଜୁ ରୁଧିର ଦେଇ ଗ୍ରାସ ॥
ସମୟେ ହେଲେ ଠୁଳବାସୀ ।ଦେଖ ଏ କଳିଯୁଗେ ଆସି ॥
ନାମ ତାଙ୍କର ରଘୁଦାସ ।ଅକ୍ଷୟ ଅନାଦିଙ୍କ ଶିଷ୍ୟ ॥
ବହିଶ ବୀରବଧୁ ବାନା ।ବୁଲୁ ଅଛନ୍ତି ଦେଖ ସିନା ॥
ଏ ଦେହ ପ୍ରଳୟ ବଞ୍ଚାଇ ।ଜାଗିଣ ଯୋଗାଙ୍ଗରେ ଦେହି ॥
ଅଖଣ୍ଡ ବ୍ରହ୍ମରେ ବିଶ୍ୱାସୀ ।ନିତ୍ୟ ନିଷ୍କାମ ଧର୍ମେ ରସି ॥
ପରମ ସିଦ୍ଧ ଅଙ୍ଗ ସେହି ।ତୁମ୍ଭେ ତାହାଙ୍କ ପାଶେ ଯାଇ ॥
ଗୁପତେ ରହିଥା ଗୋ ସହି ।ଆଜ୍ଞାରେ ସେବାରେ ଯୋଗାଇ ॥
ଶୁଣି ଭବାନୀ ଗଦଗଦେ ।ନମିଲେ ସଦାଶିବ ପାଦେ ॥
ଉଠି ବୋଲନ୍ତି ମଞ୍ଜୁ ବାଣୀ ।ଭୋନାଥ ଘେନ ମୋ ଦୟିନୀ ॥
କେମନ୍ତେ ସେବା ନିଯୋଗାଇ ।ଭେଟିବି ଅଲେଖ ଗୋସାଇଁ ॥
ଈଶ୍ୱର ଉବାଚଶୁଣ ଗୋ ସିଦ୍ଧେଶ୍ୱରୀ ତୁହି ।ସେ ରଘୁବର ଦାସ ଯାଇ ॥
ବିରୋଜାମଣ୍ଡଳେ ଆସନ ।ନିଷ୍କାମ ହୋଇଣ ନିମଗ୍ନ ॥
ଧ୍ୟାଇ ନିର୍ଗୁଣ ସାରସ୍ୱତ ।ଇଚ୍ଛା ଶ୍ରୀ ସ୍ୱାମୀ ଆଜ୍ଞାବତ ॥
ନିଶ୍ଚଳେ ବସିବେ ଯୋଗାଇ ।ଶ୍ରୀଗୁରୁ ଆଜ୍ଞା ଛନ୍ତି ଦେଇ ॥
ତୁମ୍ଭେ ଗୋ ପାଇ ନରଦେହ ।ମାତା ସ୍ୱରୂପେ ଯାଇ ରହ ॥
ତିନିବାରେଣି ନ୍ତ୍ରୟରୂପେ ।ରହିଣ ତାହାଙ୍କ ସମୀପେ ॥
କମଳା ବିମଳା କେତୁକା ।ରନ୍ଧନ କରିଦେବ ଭିକ୍ଷା ॥
ତୁମ୍ଭଙ୍କୁ ସେହି ଦେବେ ଭକ୍ତି ।ପବିନ୍ତ୍ର କରାଇବେ ସତି ॥
ସେ ପୁଣି କିଛିଦିନ ଅନ୍ତେ ।ପ୍ରୋକ୍ଷଣ କରିବେ ଜଗତେ ॥
ଭକ୍ତକୁ କରାଇ ଉଶ୍ୱାସ ।ସାର ନିଷ୍ପାପ ଭକ୍ତିରସ ॥
ନିର୍ଗୁଣମତେ କରି ଲୀଳା ।ସେ ଯେ ଅନାଦି ବ୍ରହ୍ମବଳା ॥
ଅଶେଷ ଯୋଗାରୂଢ଼ ଦେହ ।ଯହିଁ ଲାଗିବ ମାୟା ମୋହ ॥
କଳଙ୍କି ଅବତାର ପ୍ରଭୁ ।ଏ ଅଙ୍ଗେ ଲୀଳା ହେବ ସବୁ ॥
ନିର୍ଗୁଣ ଅଙ୍ଗ ଏହାଙ୍କର ।ଏବେ ହୋ ଶୁଣ ମୋ ଉତ୍ତର ॥
ଆଉ ଯେ ବେନି ବ୍ରହ୍ମା ଥିଲେ ।ଦ୍ୱାପରଯୁଗେ ଜନ୍ମ ହେଲେ ॥
କେତୁ ବ୍ରହ୍ମାଟି ସେ ନକୁଳ ।ଜନ୍ମିଲେ ଭାରତ ମଣ୍ଡଳ ॥
ଆବର ସହଦେବ ମନ୍ତ୍ରୀ ।ଅନନ୍ତ ବ୍ରହ୍ମା ଜାଣ ସେଟି ॥
ଅଶେଷ ବାସନାର ଭେଦେ ।ଗୁରୁ ମହିମା ଧରି ଉଦେ ॥
ଏ କଳିଯୁଗେ ତାଙ୍କୁ ଦେଖ ।ବହିଅଛନ୍ତି ବାନା ଭେଖ ॥
ପ୍ରତ୍ୟ ଯେ ଭଗବାନ ଦାସ ।ଅଲେଖ ଅନ୍ତର୍ଯ୍ୟାମୀ ଶିଷ୍ୟ ॥
କେତୁ ବ୍ରହ୍ମାଟି ଏହା ନାମ ।ନିଷ୍କାମ ଧର୍ମେ କରି ଗମ୍ୟ ॥
କର୍ମେ ପାଲଟି ଏ ଶରୀର ।ଜନ୍ମ ଏ ହେବ ଯାଜନଗ୍ର ॥
ସେ ଦେହେଁ ଭେଟିବେ ପ୍ରଭୁଙ୍କୁ ।କହିଲି ତତ୍ତ୍ୱ କର ୟାକୁ ॥
ନାଶ ହେବ ଅଶେଷ ଦୁଃଖ ।ଭେଟିଲେ ଅନାଦି ଅଲେଖ ॥
ଆବର ସହଦେବ ମନ୍ତ୍ରୀ ।ମହିଁମା ବାନା ବହିଛନ୍ତି ॥
ନାମଟି କୃପାସିନ୍ଧୁ ଦାସ ।ଏ ଅଟେ ପରମ ବିଶ୍ୱାସ ॥
ଅରୂପ ବ୍ରହ୍ମରେ ଭକତି ।ସାର ନିଷ୍କାମ ଏହି ଭକ୍ତି ॥
ନିର୍ଗୁଣେ ରଖି ଏ ଶରୀର ।କଳିରେ କରିବେ ବିହାର ॥
ଆବୋରି ଥିବେ ନିଜ ସ୍ଥଳି ।କରି ଭକତ ସଙ୍ଗେ ମେଳି ॥
ପ୍ରତ୍ୟକ୍ଷେ ବ୍ରହ୍ମ ଅବତାର ।ସତ୍ୟ ଯେ ହୋଇବ ପ୍ରଚାର ॥
ଏବେ ଗୋ ଶୁଣ ମହାମାଇ ।ଆବର ଭକ୍ତ କଥା ଫେଇ ॥
ଚେତା ଗୋ ହୁଅ ମାହେଶ୍ୱରୀ ।ଏ ଆମ୍ଭବାଣୀ ହୃଦେ ଧରି ॥
କହଇ ଅଚ୍ୟୁତି ପାମର ।ସେ ପ୍ରଭୁ ବ୍ରହ୍ମାଣ୍ଡଠାକୁର ॥
ଶ୍ରୀ ପାଦପଦ୍ମେ କରି ଆଶା ।ଭବାବ୍ଧି ତରଣେ ଭରସା ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱରପାର୍ବତୀସମ୍ବାଦେ ନିଷ୍କାମଧର୍ମ ପ୍ରକାଶ କଥନେ ନାମ ଚତୁର୍ଥୋଽଧ୍ୟାୟଃ ।
ପଞ୍ଚମ ଅଧ୍ୟାୟ
ମହେଶ ଉବାଚକହନ୍ତି ପ୍ରିୟା ପାଶେ ହର ।ଗୁପତେ ଭବାନୀ ପାଶର ॥
ସେ ଆଦି ନିତ୍ୟସ୍ଥାନବାସୀ ।କର୍ଦ୍ଦମ ସେନ ମହାଋଷି ॥
ଦିନେ ସେ ନିରାକାର ବ୍ରହ୍ମ ।ତର୍ପଣେ ଯାଇ କଲେ ଭଗ୍ନ ॥
ବୋଲେ ଜଗତେ କିପାଁ ରତ ।ଭଜ ଅଲେଖ ଅବଧୂତ ॥
ନ ବୁଝି ନିରାକାର ତାଙ୍କୁ ।ଶାପ ବିହିଲେ ସେ ଋଷିଙ୍କୁ ॥
ମୃତ୍ୟୁମଣ୍ଡଳେ ଜାତ ହୁଅ ।ପଶୁ ମନୁଷ୍ୟ ମଧ୍ୟେ ରୁହ ॥
ଜନ୍ମକୁ ଜନ୍ମ ଥାଅ ଚେତି ।ଅରୂପ ଅଣାକାର ଭକ୍ତି ॥
ପ୍ରଭୁଙ୍କୁ ଭଜି ହେବ ପାର ।ଆଗତ ସୁବାହୁ କଳିର ॥
ଏମନ୍ତ ନିରାକାର ବାଣୀ ।ମର୍ତ୍ତ୍ୟେ ଜନ୍ମିଣ ବ୍ରହ୍ମଜ୍ଞାନୀ ॥
ସତ୍ୟଯୁଗରେ ବ୍ରହ୍ମାକେତୁ ।ନ ମବହିଲେ ଶାପ ହେତୁ ॥
ପୂର୍ବୁର ଚେତାଥିଲେ ପାଇ ।ଅରୂପ ବ୍ରହ୍ମ ଥାନ୍ତି ଧ୍ୟାଇ ॥
ନ୍ତ୍ରେତୟା ଯୁଗେ ହନୁମାନ ।ସେ ଅଟେ ଆମ୍ଭର ନନ୍ଦନ ॥
ବ୍ରହ୍ମାକୁ କରିଥିଲେ ଠାବ ।ନିର୍ଗୁଣେ ସମ୍ଭାଇଲେ ଜୀବ ॥
ଏ ଅନ୍ତେ ପ୍ରକାଶ ଦ୍ୱାପର ।ସେ ଯୁଗେ ହେଲେ ଅବତାର ॥
ନାମ ତାଙ୍କର ଭୀମସେନ ।ପ୍ରକଟିଲା ବିଦ୍ୟମାନ ॥
ଏ କଳିଯୁଗେ ଦେଖ ସହି ।ଅଚ୍ୟୁତାନନ୍ଦ ଦାସ କହି ॥
ଏ ଦେହେ ବଞ୍ଚାଇବେ ଖେଳ ।ଅନ୍ତେ ଲଭିବେ ନିତ୍ୟସ୍ଥଳ ॥
ଏବେ କହିବା ଶୁଣ ସତି ।ପ୍ରଭୁ ଭକତି ଜନ ରୀତି ॥
ପ୍ରେମାଙ୍ଗୀ ଲୀଳାଙ୍ଗି ଏ ଦୁଇ ।କୁମ୍ଭେକ ମକରନ୍ଦ ଦେହିଁ ॥
ପ୍ରଣୟବାସ ଚିନ୍ତ୍ରରେଖା ।ଏ ଛାଡ଼ି ନିତ୍ୟେ ସେ ଅଲେଖ ॥
ଶ୍ରୀଗୁରୁ ଆଜ୍ଞା ଅନୁସରି ।ମର୍ତ୍ତ୍ୟେ ଅଛନ୍ତି ଦେହ ଧରି ॥
ସୁବାହୁ ସତ୍ୟେ ବିଷ୍ଣୁଗର୍ଭେ ।ଏହୁ ନିମଗ୍ନି ଥିଲେ ସର୍ବେ ॥
ସତ୍ୟ ନ୍ତ୍ରେତୟା ଗଲା ବହିଁ ।ପୁଣ ଦ୍ୱାପର ହେଲା ସହି ॥
ପ୍ରେମାଙ୍ଗେ ଋଷିଟି ଅଜନ୍ମା ।ନାମ ତା ହେଲା ଅଶ୍ୱଥାମା ॥
ଏ କଳିଯୁଗରେ ପ୍ରକାଶ ।ନାମଟି ସନାତନ ଦାସ ॥
ବହିଅଛନ୍ତି ବୀରବାନା ।ଏହା ସାକ୍ଷାତେ ଦେଖ କିନା ॥
ପ୍ରଳୟ ହେବ ଏ ଶରୀର ।ନୂତନ ଘଟେ ହେବ ଖେଳ ॥
ଜନ୍ମିବେ କୁଶାନିକା ତୀର୍ଥେ ।ବ୍ରାହ୍ମଣ ଯୋନିରୁ ଗୁପତେ ॥
ଲୀଳାଙ୍ଗ ଯେଉଁ ବ୍ରହ୍ମବେତ୍ତା ।ସେ ଭୀଷ୍ମ ଦେବଟି ଜାଣିଥା ॥
ଏ କଳିଯୁଗେ ଉଦେ ହୋଇ ।ଅଛନ୍ତି ନିତ୍ୟ ଭୋଗପାଇ ॥
ନାମ ତାଙ୍କର ଧ୍ୟାନ ଦାସ ।ଅଟନ୍ତି ପରମ ସନ୍ଦେଶ ॥
କୁମ୍ଭେକ ବୋଲି ଯେଉଁ ଋଷି ।ଅରୂପବ୍ରହ୍ମେ ସେ ବିଶ୍ୱାସୀ ॥
ଦ୍ୱାପରଯୁଗେ ତାଙ୍କ ନାମ ।ଶଲ୍ୟ ସାରଥି ଅନୁପମ ॥
କଳିଯୁଗରେ ନନ୍ଦଦାସ ।ନାମ ତା ହୋଇଛି ପ୍ରକାଶ ॥
ଚିହ୍ନି ଗୋ ଥାଅ ମହେଶ୍ୱରୀ ।ଭାବେ କହନ୍ତି ନ୍ତ୍ରିପୁରାରୀ ॥
ଏବେ ଗୋ ଶୁଣ ମହାସତୀ ।ଦ୍ୱାପରଯୁଗେ ଶିଶୁବ୍ରହ୍ମା ॥
କଳିରେ ଦେଖ ଗୋ ତାହାଙ୍କ ।ପୁରୁଷୋତ୍ତମ ଦାସ ୟାଙ୍କୁ ॥
ଅଛନ୍ତି ବୀରବାନା ବହି ।ପ୍ରତ୍ୟକ୍ଷଦେଖ ନେନ୍ତ୍ରଫେଇ ॥
ଏବେଳେ ଚିହ୍ନିଥାଅ ସଖି ।ପଛକୁ ନ ପାରିବଦେଖି ॥
ପ୍ରତ୍ୟକ୍ଷେ ବ୍ରହ୍ମଅଂଶୀ ଜନ୍ମି ।ବୃକ୍ଷ ବକଳ ଛନ୍ତି ଘେନି ॥
ଆବର କହୁଅଛି ତୋତେ ।ତୁ ଏହା ରଖିବୁ ଗୁପତେ ॥
କଣୟବାସୀ ସିଦ୍ଧଅଙ୍ଗି ।ନିଷ୍କାମ ସାର ବ୍ରହ୍ମଅଙ୍ଗି ॥
ଦ୍ୱାପରେ ନାମ ଏହାଙ୍କର ।ଅଟେ ସଞ୍ଜୟ ମନ୍ତ୍ରୀବର ॥
କଳିଯୁଗରେ ଛନ୍ତି ହୋଇ ।ସେ ଚନ୍ତ୍ରଧର ଦାସ ଏହି ॥
ଅଣ ଅକ୍ଷରେ ତାଙ୍କ ରତ ।ନିଷ୍କାମ ଧାରଣ ଏ ମତ ॥
ଆବର ଚିନ୍ତ୍ରରେଖା ଯେଟି ।ଦ୍ୱାପର ଯୁଗେ ଦୃଶ୍ୟ ସେଟି ॥
ଦେଖ ଏ କଳିଯୁଗେ ତାଙ୍କୁ ।ଗଣେଶ ଦାସ ଗୋ ଏହାଙ୍କୁ ॥
ଆବର ସୁର ଶିଖିବ୍ରହ୍ମା ।କହିବା ଶୁଣ ତା ମହିଁମା ॥
ଶ୍ରୀଗୁରୁ ଆଜ୍ଞା ଶିରେ ବହି ।ପ୍ରବେଶ ହେଲେ ମର୍ତ୍ତ୍ୟେ ଯାଇଁ ॥
ସୁବାହୁ ଦ୍ୱାପର ଯୁଗରେ ।ଦୁର୍ଦ୍ଦକ୍ଷ ନାମକୁ ବହିଲେ ॥
କଳିରେ ହୋଇଲଷ ପ୍ରକାଶ ।ନାମ ଅଟେ ଶଙ୍କର ଦାସ ॥
ଅରୂପ ବ୍ରହ୍ମରେ ଭକତି ।ସୁସାଧୁ ସ୍ୱଧୀରତା ମତି ॥
ଏବେ ତୁ ଶୁଣ ମହାତମା ।ସେ ପ୍ରଭୁ ଭକ୍ତଙ୍କ ମହିଁମା ॥
ସମସ୍ତ ବୀରବର ମୂର୍ତ୍ତି ।ଏ କଳିଯୁଗେ ଜନ୍ମିଛନ୍ତି ॥
ବ୍ରହ୍ମାଣ୍ଡ ପାରନ୍ତି ସେ ଟାଳି ।ଚାହାଁନ୍ତି ମହୀ ଯିବ ଜଳି ॥
ଶ୍ରୀଗୁରୁ ଆଜ୍ଞା ଅବଗାହୀ ।ମଉନ ଭାବେ ଛନ୍ତି ରହି ॥
ଚିତ୍ତ ନିବେଶି ମହାଶୂନ୍ୟେ ।ବୁଲୁଅଛନ୍ତି ଗ୍ରାମେ ଗ୍ରାମେ ॥
ରଖିବା ନିମନ୍ତେ ବ୍ରହ୍ମାଣ୍ଡ ।ପ୍ରକାଶି ଛନ୍ତି ଗୁପ୍ତଖଣ୍ଡ ॥
ମୂଢ଼େ ଗୋ ତାହାଙ୍କୁ ନ ଚିହ୍ନି ।ଆଜ୍ଞାକୁ ଅଛନ୍ତି ଯେ ମାନି ॥
ଅନ୍ତେ ହୋଇବେ ନବଖଣ୍ଡ ।ପଡ଼ିବେ ରଉରବ କୁଣ୍ଢ ॥
ମିଳାଇ ଯିବ ଅଙ୍ଗୁ ମାଂସ ।ଏ ଅଟେ ପରମ ସନ୍ଦେଶ ॥
ଏ କଳିଯୁଗେ ମ୍ଲେଚ୍ଛନର ।ଏ ଧର୍ମ ନକରି ଆଦର ॥
ନ୍ତ୍ରିୟା କର୍ମାଦି ଥିବେ ମାନି ।ଭ୍ରମଣକରି ପଶୁ ଯୋନି ॥
ଭବରେ ହୋଇବେ ପ୍ରକାଶ ।ଏମନ୍ତ ସୃଷ୍ଟି ଯିବ ନାଶ ॥
ହରିଣ ପରଯୋନି ବିତ୍ତ ।ବୋଲାଉଥିବେ ଜ୍ଞାନବନ୍ତ ॥
ଭାଲେ ତିଳକ ଚିତାକାଟି ।ମିଛେରେ ନାମବ୍ରହ୍ମ ରଟି ॥
ନୟନ ବୁଜି କରି ଧ୍ୟାନ ।ଭୋଳେ ଆରାଧି ଧୂମ ପାନ ॥
ଏକତ୍ୱେ ସାତପାଞ୍ଚ ମିଳି ।ସମସ୍ତେ ମରୁଥିବେ ଭାଳି ॥
ତେଣେ ଗୋ ମୁକ୍ତି ନାହିଁ ସତୀ ।ଅନ୍ତେ କେବଳ ଅଧୋଗତି ॥
ଶ୍ରୀ ସ୍ୱାମୀ ପାଦ ପଦ୍ମତଳେ ।ଶିର କମଳ ସମର୍ପିଲେ ॥
ନିଷ୍କାମ ଥିଲେ ମନେଧରି ।ଅନ୍ତେ ଯେ ଭବୁହେବ ପାରି ॥
ଦୟାକରିବେ ବ୍ରହ୍ମରାଶି ।ଛଡ଼ାଇ ମୋହ କାଳଫାଶି ॥
ମହାଶୂନ୍ୟକୁ କରିଧ୍ୟାନ ।କୃତାର୍ଥ ହେବ ଏ ଜୀବନ ॥
ଏ ବିନୁ ଅନ୍ୟଗତି ନାହିଁ ।ଅଜ୍ଞାନୀ ଅଚ୍ୟୁତ କହଇ ॥
ସୁଜନେ ମହିମାକୁ ଭଜ ।ସ୍ୱକାମ କର୍ମ ଦୁରେ ତେଜ ॥
ଉଦାସମତେ ଥାଅ ରହି ।ଶ୍ରୀ ସ୍ୱାମୀ ଆଜ୍ଞା ଛନ୍ତି ଦେଇ ॥
ଆଜ୍ଞା ଦୃଢ଼େ ପ୍ରତିପାଳ ।ଶରୀରେ ନ ପଶିବ କାଳ ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନମତ ହିତାୟାଂ ଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶକଥନେନାମ ପଞ୍ଚମୋଽଧ୍ୟାୟଃ ।
ଷଷ୍ଠ ଅଧ୍ୟାୟ
ଈଶ୍ୱର ପାଦତଳେ ପଡ଼ି ।କହେ ଭବାନୀ କରଯୋଡ଼ି ॥
ଭୋନାଥ କର ମୋତେ ଦୟା ।ଶୁଣି ମୁଁ ନିସ୍ତରିଲି ଏହା ॥
ଆବର ଭକ୍ତଜନ କଥା ।କହି କରାଅ ଶୁଦ୍ଧଚେତା ॥
ଯେତେ ଏ ପିନ୍ଧିଛନ୍ତି ପଟ ।ଅନାଦି ସ୍ୱାମୀଙ୍କର ଚାଟ ॥
ବୁଲୁଅଛନ୍ତି ବ୍ରହ୍ମାଣ୍ଡରେ ।ଶ୍ରୀଗୁରୁଦେବଙ୍କ ଆଜ୍ଞାରେ ॥
ଆବର ଛନ୍ତି ଯେତେ ଭକ୍ତ ।କହ ଏହାଙ୍କ ନାମତତ୍ତ୍ୱ ॥
ଏ କଳିଯୁଗେ ଯେତେ ଭାବ ।ବ୍ରହ୍ମାଦି ଦେବଙ୍କୁ ଦୁର୍ଲଭ ॥
ଗୁପତେ ପ୍ରଭୁ ବ୍ରହ୍ମରାଶି ।ଭକ୍ତଙ୍କୁ କହିଲେ ଆଶ୍ୱାସୀ ॥
ତତ୍ତ୍ୱଦରଶୀ ନେଲେ ଛାଣି ।ମୂର୍ଖ ପାଷାଣ୍ଡ ନାହିଁ ଜାଣି ॥
ମୋତେ ପବିନ୍ତ୍ର ତୁମ୍ଭେ କର ।କହ ସେ ଭକତ ବିଚାର ॥
ବିନତି ଦେଖି ତାର ହର ।ଚିନ୍ତିଲେ ବ୍ରହ୍ମାଣ୍ଡ ଠାକୁର ॥
ବୋଲନ୍ତି ଶୁଣସି ଗୋ ସହି ।କହିବା ଗୁପତି ବୁଝାଇ ॥
ସେ ନିତ୍ୟବାସୀ ବ୍ରହ୍ମାବୀର ।ଥିଲେ ଯେ କେତୁକା ଗର୍ଭର ॥
ସେ ଦେବୀ ପୁଣ ଦୟାକଲା ।ଦ୍ୱାପର ଯୁଗେ ଉଦ୍ଗାରିଲା ॥
ସତ୍ୟ ନ୍ତ୍ରେତୟା ଯୁଗ ଦୁଇ ।ତାହାଙ୍କୁ ଗର୍ଭେ ଥିଲେ ନେଇ ॥
ଦ୍ୱାପରେ ସେ ହେଲେ ଉଦ୍ଧାର ।ଜନ୍ମ ଲଭିଲେ ମର୍ତ୍ତ୍ୟପୁର ॥
ନାମ ତାଙ୍କର ଅଟେ ଯାହା ।କହିବା ଏବେ ଶୁଣ ତାହା ॥
ଦୃବିନ୍ଦ ଦୂକ୍ଷତ୍ୱ ଦୁର୍ଦ୍ଦକ୍ଷ ।ଦ୍ରୁମିଲା ବିଦୂର ପ୍ରତ୍ୟକ୍ଷ ॥
ଦୃକେଶ ଦୃବାଳ ଦୃଗଷ୍ଟ ।କର୍ଣ୍ଣ କ୍ଷନ୍ତ୍ରିୟ ମଧୁରାଷ୍ଟ୍ର ॥
କୃପବ୍ରହ୍ମା ଯେ କବର୍ଜିତ ।ଏହୁ ଦ୍ୱାପରେ ହେଲେ ଜାତ ॥
ସକଳେ ଏକଠାବେ ମିଳି ।ଜନ୍ମଲଭିଲେ ଶୁଣ ବାଳୀ ॥
ଅନନ୍ତ ବିଷ୍ଣୁ ଅବତାରେ ।ହିଂସାବହିଲେ ତା ଉପରେ ॥
ତେଣୁ ସେ ଜନ୍ମେ ହେଲେ ନାଶ ।କଳିରେ ଜନ୍ମିବେ ଅବଶ୍ୟ ॥
କରତାଠାରୁ ଦୀକ୍ଷାପାଇ ।ବୁଲୁଅଛନ୍ତି ଭେକବହି ॥
ଶୁଣ ତୁ ତାହାଙ୍କର ନାମ ।ଏ ଚାରିବେଦକୁ ଅଗମ୍ୟ ॥
ଦୃବିନ୍ଦ ଏ ଭରତ ଦାସ ।ଅଲେଖ ଅନ୍ତର୍ଯ୍ୟାମୀ ଶିଷ୍ୟ ॥
ଦୃସହ ନାମ ଯେଉଁ ମୂର୍ତ୍ତି ।ଅନାଦି ଦାସ ବୋଲୁଛନ୍ତି ॥
ଦୁର୍ଦ୍ଦକ୍ଷ ବୋଲି ଯାହାକହି ।କାଳୁଦାସଟି ଅଟେ ସେହି ॥
ଦ୍ରୁମିଲା ନାମ ଯାହାଙ୍କର ।କହିବା ଶୁଣ ରାମାବର ॥
ବଡ଼ ଅଚ୍ୟୁତାନନ୍ଦ ଏହୁ ।ଦ୍ୱାପରେ ବିଦୁରଟି ସେହୁ ॥
ଦେଖ ଏ ଯୋଗୀଦାସ ଯେହି ।ବୁଲୁଅଛନ୍ତି ଦେଖ ସେହି ॥
ପଶ୍ଚିମଭାଗ ଏହାଙ୍କର ।ଭ୍ରମଣ କରନ୍ତି ବେହାର ॥
ଦୃକେଶ ବୋଲି ଯାହାକହି ।ସେ ଦୀନବନ୍ଧୁ ଦାସ କହି ॥
ଏହାଙ୍କୁ ଅଛି ଦେବକୂଟ ।କୂଟେ ଛୁଟିବ ୟାଙ୍କ ଘଟ ॥
ସମଲେଶ୍ୱରୀର ନିକଟେ ।ଜନ୍ମ ଲଭିବେ ସିଦ୍ଧେ ଚାଟେ ॥
ଦୃଭାଷା ନାମ ତାହାଙ୍କର ।ସେ ରଘୁଦାସ ନିକଟର ॥
ଦର୍ପିଷ୍ଟ ଯାହାରଟି ନାମ ।ସେ କଳିଯୁଗରେ ଜନମ ॥
ନାମ ତାହାଙ୍କ ଭୀମଦାସ ।କହିଲୁ ଗୁପତ ସନ୍ଦେଶ ॥
କର୍ଣ୍ଣ ବୋଲିର ଯାହା କହି ।ନୀଳାଦ୍ରି ଦାସ ଅଟେ ସେହି ॥
ମଧୁରାଷ୍ଟ୍ରରେ ମହାକ୍ଷେନ୍ତ୍ରୀ ।ଦେଖ ଅନାମଦାସ ଏଟି ॥
କୃପ ବ୍ରହ୍ମା ଯେ ଘାସି ଦାସ ।ହୋଇଅଛନ୍ତି ବୀରବେଶ ॥
ବୋହିଣ ଅବଧୂତ ବାନା ।ବୁଲୁଅଛନ୍ତି ଦେଖ ସିନା ॥
କର୍ଦ୍ଦମ ସେନ ମନ୍ତ୍ରୀବର ।ସେ କର୍ଣ୍ଣରାଜାର କିଙ୍କର ॥
ଅନନ୍ତଦାସ ତାଙ୍କ ନାମ ।ବୁଲୁଅଛନ୍ତି ଗ୍ରାମ ଗ୍ରାମ ॥
ଦର୍ଶନ କର ଯାଇ ତାଙ୍କୁ ।ଅରୂପ ସ୍ୱାମୀଙ୍କ ଭକ୍ତଙ୍କୁ ॥
ଦର୍ଶନେ ହୋଇବ ମୁକତି ।ଅଙ୍ଗ ପବିନ୍ତ୍ର ହେବ ଶ୍ରୁତି ॥
ପୂର୍ବେ କଶ୍ୟପ ମହାଋଷି ।ଥିଲେ ଯେ ବିଷ୍ଣୁ ଗର୍ଭେ ପଶି ॥
କଳିରେ ବୁଲୁଛନ୍ତି ଦେଖ ।ନାରଣଦାସ ଏ ପ୍ରତ୍ୟକ୍ଷ ॥
ଚିହ୍ନି ଗୋ ଥାଅ ମାହେଶ୍ୱରୀ ।ଯେତେକ କୁମ୍ଭୀପଟ ଧାରୀ ॥
ସର୍ବେ ଅଟନ୍ତି ପ୍ରଭୁ ଅଂଶୀ ।ଅନାଦି ମଣ୍ଡଳୁ ପ୍ରକାଶି ॥
ଆବର ଛନ୍ତି ଯେତେ ଭକ୍ତ ।ଶୁଣ ତୁ ଆମ୍ଭେ କହୁ ତଥ୍ୟ ॥
କେ ଦେବଋଷି ବ୍ରହ୍ମଋଷି ।କେଅବା ସନକାଦି ଅଂଶୀ ॥
ଋଷଭ ସୂତ ନବମୁନି ।କପିଳ ଅଂଶୁ କିବା ଜନ୍ମି ॥
ଏହାଙ୍କୁ ଘେନି ଏକାଣୋଇ ।ମୂର୍ତ୍ତି ଅଛନ୍ତି ଭେକପାଇ ॥
କେହି କାହାକୁ ନ ଜାଣନ୍ତି ।ସର୍ବେ ଲଭିବେ ଏକଭକ୍ତି ॥
କେବଳ ଦେବଅଙ୍ଗୀ ଗୁଣ ।ନବୀନତତ୍ତ୍ୱ ଏ ବଖାଣ ॥
କଳଙ୍କି ବେଶ ହେଲେ ଶେଷ ।ନିତ୍ୟରେ ହୋଇବେ ପ୍ରବେଶ ॥
ଯେତେ କହିଲି ନାମ ଫେଇ ।ସେ ବ୍ରହ୍ମଅଂଶୀ ଜାଣ ସେହି ॥
ପ୍ରଭୁ ଏହାଙ୍କୁ କରି ଭୃତ୍ୟ ।ଜନ୍ମ ଗୋ କରିଛନ୍ତି ଧ୍ୟାଇ ॥
ମନେ ଯାହାର ଅଛି ଜନ୍ମ ।ସେ ସର୍ବେ ହେବେ ମୃତ୍ୟୁଜନ୍ମ ॥
ଯେ ଭକ୍ତ ତତ୍ତ୍ୱ ଅଛି ପାଇ ।କଳ୍ମାକି ସେହି ବାଟ ଚାହିଁ ॥
ଆବର ଶୁଣସି ଗୋ ସତି ।କହିବା ଗୁପତ ଭାରତୀ ॥
ଆଡ଼ ବକ୍ଷରେ କଉପୁନୀ ।ଯେତେକ ଭକ୍ତ ଛନ୍ତି ଘେନି ॥
ଏ ସର୍ବେ ବଇକୁଣ୍ଠବାସୀ ।ଅରୂପ ବ୍ରହ୍ମରେ ବିଶ୍ୱାସୀ ॥
ଭକ୍ତକୁ ସେବା କରି ଭକ୍ତ ।ହୋଇବେ ବ୍ରହ୍ମାଣ୍ଡେ ବିଦିତ ॥
କୃପା କରିବେ ବ୍ରହ୍ମରାଶି ।ଛଡ଼ାଇ ମୋହକାଳ ଫାଶି ॥
ଅଭୟପୁର ଯିବେ ଘେନି ।ନିର୍ଗୁଣ ନିଷ୍କାମକୁ ଚିହ୍ନି ॥
ଏମନ୍ତେ କହନ୍ତେ ଈଶ୍ୱର ।ପାର୍ବତୀ ଯୋଡ଼ି ବେନିକର ॥
ବୋଲଇ ଶୁଣ ବିଶ୍ୱନାଥ ।କିପାଇଁ ରଖିଲ ଗୁପତ ॥
ତତ୍ତ୍ୱ ପାଇଲେ ଯେଉଁ ଭକ୍ତ ।ସେହୁ ନୋହିବେ ଜନ୍ମ ମୃତ ॥
କହେ ଅଚ୍ୟୁତ ବ୍ରଜଦାସ ।ନିଗମ ଗୁପ୍ତ ପରକାଶ ॥
ଯେହୁ ଶୁଣିଛି ଗୁରୁମୁଖେ ।ସେ ପ୍ରାଣୀ ସାଧୁ ନ୍ତ୍ରୟଲେକେ ॥
ଏକଥା କହ ମୋତେ ଫେଇ ।ଶୁଣିଲେ ନିସ୍ତରିବି ମୁହିଁ ॥
ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନହିତାୟାଂ ଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମଗୁପ୍ତ ପ୍ରକାଶ କଥନେ ନାମଷଷ୍ଠୋଽଧ୍ୟାୟଃ ।