ଅକର୍ମାର ଆତ୍ମଗର୍ବ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୦
- ସ୍ଥିତି
- ସାର୍ବଜନୀନ (Public domain)
ନିର୍ମୂଳୀ କହଇ, “ବୃକ୍ଷ ! ମୋଠାରୁ ତୁ ହୀନ, ।ମୃତ୍ତକାରୁ ରସ ଶୋଷୂଥାଉ ନିଶିଦିନ ।ସଂସାର ସାମାନ୍ୟ କାର୍ଯ୍ୟ ଯେହୁ କରୁଥାଇ,ଲୋକରେ ସେ ଘୃଣ୍ୟ ହୁଏ, ନୀଚ ସେ ବୋଲାଇ ।”କହଇ ଆକ୍ଷେପି ବୃକ୍ଷ, ମୁହିଁ ନିରନ୍ତରସାଧୁକର୍ମେ ଜୀବନକୁ ସମର୍ପେ ମୋହରନିର୍ମୂଳୀର ମୂଳ ନାହିଁ, ମୋ ଦେହର ରସପିଇ ଆନନ୍ଦରେ ଦିଶେ ସୁନ୍ଦର ସରସ ।“ମୋର ଖାଇ ମୋତେ ଏହୁ ଘୃଣା ଯେ କରଇ,ଏ ବିଷମ କଥା କିପାଁ ସଂସାରେ ଘଟଇ !”ପକ୍ଷୀ ଏକ ବସିଥିଲା ସେ ବୃକ୍ଷ ଉପର ।କହିଲା, “ହେ ବୃକ୍ଷ ! ତୁହି ଆକ୍ଷେପ ନ କରନିଜ ଶିଙ୍ଗେ ମାଟି ଖୋଳୁ, ନୋହୁ ତୁହି ହୀନ,ନୀଚ ସେହି ପରଅନ୍ନେ ବଞ୍ଚେ ଯେହୁ ଦୀନ ।”
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ