ଶତ୍ରୁମିତ୍ର
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୦
- ସ୍ଥିତି
- ସାର୍ବଜନୀନ (Public domain)
ସ୍ଥିର ହ୍ରଦେ ଦିନେ ହରିଣ ଦେଖି ଶୃଙ୍ଗର ଛାୟା,ବଖାଣି ସୁନ୍ଦରପଣ ତା ହେଲା ଆହ୍ଲାଦେ ବାୟା ।କିନ୍ତୁ ସରୁ ପାଦ ଦେଖିଣୁ ମନେ ଲଭିଲା ଦୁଃଖ,କହିଲା, “ହାଇରେ ବିଧାତା, କେଡ଼େ ନିର୍ବୋଧ ମୁର୍ଖ !ଏ ସୁନ୍ଦର ଶିଙ୍ଗ ସହିତେ ଦେଲୁ କୁତ୍ସିତ ପାଦ,“ନାଶଇ ଏ ଶୋଭା ସମ୍ପଦ, ହୁଏ ହର୍ଷେ ବିଷାଦ !”ଏମନ୍ତ ସମୟେ ଆସିଲା ବ୍ୟାଧ ମୃଗେ ଗୋଡ଼ାଇ,ଧନୁର୍ବାଣ ଦେଖି ତରାସେ ମୃଗ ଗଲା ପଳାଇ,କ୍ଷିପ୍ର ପଦକ୍ଷେପେ ହରିଣ ଗଲା ଦଉଡ଼ି ବନେ,ଲାଖି ଯାଉଁ ଶୃଙ୍ଗ୍ ଲତାରେ କହେ ବିଷଣ୍ଣ ମନେ,“ଧିକ ଧିକ ଏ ମୋ ଶୃଙ୍ଗକୁ ଏ ମୋ ପ୍ରାଣ ବଇରି,ନିନ୍ଦୁଥିଲି ପାଦେ, ନିରେଖି ସିନା ଏ ଶୃଙ୍ଗ ଶିରୀ ।କିନ୍ତୁ ସେ ପାଦ ମୋ ସହାୟ, ଶୃଙ୍ଗ ଭଗାରୀ ଢାଳେ,ବିପରୀତ ସିନା ହୁଅଇ ବୁଦ୍ଧି ବିନାଶ− କାଳେ ।”ପିତାପୁତ୍ର
(୧)
ପିଲାମିଆଁ ଅନାଇଣ ଆକାଶର ଜହ୍ନ“ଏ କିସ”, “ଏ କିସ” ବୋଲି ପୁଚ୍ଛଇ ପ୍ରଶନ ।ବଡ଼ମିଆଁ କହୁଥାନ୍ତି ଯେତେଥର ‘ଜହ୍ନ’ଛୁଆମିଆଁ ପଚାରନ୍ତି “କଅଣ, “କଅଣ” !କାଳକ୍ରମେ ସାନମିଆଁ ହେଲେ ବଡମିଆଁ,ବଡ଼ମିଆଁ ବୁଢ଼ା, ଚଳେ ଏସନ ଦୁନିଆ ।ଦିନେ ମିଆଁ ପୁତ୍ର ଗୁଣ ବିଡ଼ିବା କାରଣଚାନ୍ଦ ଦେଖି ପଚାରନ୍ତି, “ଏ କିସ ?” ପ୍ରଶନ ।ତିନିଥର ମିଆଁ “ଚାନ୍ଦ” ଦେଲେକ ବତାଇ,ଚାରିଥରେ ବେକେ ବିଧା ଦେଲେକ ବସାଇ !ବୁଢ଼ୀ କହେ, “ଅଲ୍ପାୟୁଷ ! ଥିଲୁ ଯେବେ ପିଲା,କହିଥିଲି ଶଏଥର ନ କରିଲି ଢିଲା ।ଚାରିଥର ପଚାରନ୍ତେ ଧୈର୍ଯ୍ୟଚ୍ୟୁତ ହେଲୁବୁଢ଼ ବାପା ପିଠିରେ ତୁ ଏଡ଼େ ବିଧା ଦେଲୁ ?କବି ବୋଲେ ଦୁନିଆଟି ବୁଲି ମୁଁ ଅଇଲିଘରେ ଘରେ ଏହି ଲୀଳା ସର୍ବତ୍ର ଦେଖିଲି ।
—୨—
ଗ୍ରାମପାଠଶାଳା ପାଠ ସାଙ୍ଗ କରି ହରିକଟକ ଆସିଲା ଦିନେ ପିତା ପଛ ଧରି ।ଛନ୍ନ ଛନ୍ନ ହରି ମନ ଦେଖିଣ ନଗରଭୟରେ ଅଧୀର ପିଲା ଅନ୍ତରେ କାତର ।ବୋଧ ଶୋଧ କରି ବାପା ଗଲା ରଖି ଦେଇଚୁଟି କାଟି ହରିବାବୁ କାଟିଲେ ଫିରେଇ ।ଖଡ଼ୁ ନୋଳି କାଢ଼ି ହରି ପିନ୍ଧି ଶାର୍ଟ କୋଟବାର୍ନିସ ଚଷମା ପିନ୍ଧି ହେଲେ ସେ ବମ୍ଭୋଟ ।ସଙ୍ଗୀବାବୁଗଣ ସଙ୍ଗେ ବୁଲନ୍ତି ବଜାରଲଜ୍ଜାରେ ବାପାଙ୍କୁ ହରି ନ ହେଲେ ଜୁହାର ।କଟକେ ସେ ବର୍ଷ ହେଲା ବସନ୍ତ ପ୍ରବଳ
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ