ଅଗ୍ନି ଓ ଧୂମ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୫
- ସ୍ଥିତି
- ସାର୍ବଜନୀନ (Public domain)
ଧୂମ କହେ, “ଅଗ୍ନି ଦେଖ ମୁହିଁ କେଡ଼େ ଉଚ୍ଚମୋ ଇଚ୍ଚତା ତୁଳନାରେ ତୁହି କେତେ ତୁଚ୍ଛ !ଘରଦ୍ୱାର, ତରୁଲତା, ବନଗିରି ଟପିଆକାଶେ ଉଠଇ ମୁହିଁ, ତୁହି ଅଛୁ ଛପି ।ଆଙ୍କି ବାଙ୍କି ବିହାୟସେ ଉଡ଼େ ମୁଁ କେସନ,ଦେଖନ୍ତି ଜଗତଜନ ବିସ୍ଫାରି ନୟନ ।”ଅଗ୍ନି କହେ, “ଆହେ ଧୂମ ତୋହରି ଅସ୍ତତ୍ୱଜ୍ଞାନୀଏ ଜାଣନ୍ତି ଅଟେ ମୋହରି କୃତିତ୍ୱ ।”ଏକ କାର୍ଯ୍ୟର ଭିନ୍ନ ଫଳଏକ ଦିନେ ଦୁଯୋଗରେ ସାଧବ ଗୃହରେଲାଗିଯାଇ ଅଗ୍ନି ଜଳେ ଖର ପବନରେ ।ସାଧବର ସାନ ପୁଅ ଦାସୀକୋଳେ ରହି,ଅଗ୍ନି ଦେଖି ଆନନ୍ଦରେ ନାଚଇ ଖେଳଇ ।କଷ୍ଟ ଉପାର୍ଜ୍ଜିତ ଧନ ହୁଏ ଭସୀଭୂତ,ଦେଖିଣ ସାଧବ ଘୋର ଦୁଃଖେ ଅଭିଭୂତ ।ଗର୍ଜ୍ଜିଣ ଆସିଲା ଅଗ୍ନି−ନିର୍ବାପକ କଳଦେଖି ଦୂରୁଁ ସାଧବର ପ୍ରାଣେ ପଶେ ବଳଶୁଣିଣ ଅଚିହ୍ନା ସେହି କଳର ଗର୍ଜ୍ଜନସଭୟେ ସାଧବ ପୁଅ କରଇ କ୍ରନ୍ଦନ ।ଏକ କାର୍ଯ୍ୟ ଦୁହିଁଙ୍କର ମନର ଉପରେବିପରୀତ କାର୍ଯ୍ୟ କଲା ଅଦ୍ଭୁତ ରୂପରେ ।ହୃଦୟନିହିତ ପୂର୍ବଜ୍ଞାନ−ଅନୁସାରେଏକ କାର୍ଯ୍ୟ ବିଭାତଇ ବିଭିନ୍ନ ପ୍ରକାରେ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ