ପ୍ରଭାତ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୯
- ସ୍ଥିତି
- ସାର୍ବଜନୀନ (Public domain)
ସୁଲୁ ସୁଲୁ ପବନ ବହଇ ଘନ ଘନଲତାପତ୍ର ମରମର ଥରଥର କମ୍ପନରକ୍ତପିଣ୍ଡ ସମାନ ରବି ଉଦୀୟମାନପୂରୁବ−ଗଗନ ଆହା ଦିଶେ ଅତି ଶୋଭନଚଳଦଳ ପିପ୍ପଳ— ଡାଳ ତଳେ ଢ଼ଳ ଢ଼ଳଗମ୍ଭୀର ମୂରତି ଉଭା ଦୂରେ ପର୍ବତଗଣହମ୍ବାରଡ଼ି ଛାଡ଼ିଣ ଗୋ−ଗୋଷ୍ଠେ ଗାଭୀଗଣଛୁଟନ୍ତି ବାଛୁରୀ ପାଶେ ହୋଇ ଉଚ୍ଛନ୍ନ ମନ ।ବାଳାର୍କର କିରଣ ଦୀର୍ଘଛାୟା ପତନହରିତ ବିଟପୀଗଣ ପିନ୍ଧେ ପୀତବସନନୀଡ଼ ଛାଡ଼ି ଚଢ଼େଇ ପିଢ଼ା ବାଡ଼େ ବସଇଗଛେ ଗଛେ ଉଡ଼ି କରେ ମଧୁତାନେ ଗାୟନବାଡ଼ି ଧରି ହାତରେ ବଳୀବର୍ଦ୍ଦ କାନ୍ଧରେହଳ ଯୋଖି କୃଷକ କରେ ବିଲେ ଗମନ ।ଖଡ଼ି ଧରି କରରେ ମୁଢ଼ି ଧରି ଅଣ୍ଟିରେକରୁଛନ୍ତି ପିଲାମାନେ ଚାଟଶାଳୀ ଗମନ ।ଦେଖି ଦେଖି ଏ ଛବି ଲେଖି ଆଙ୍କ ହେ କବିବିଚିତ୍ର ସୁନ୍ଦର ଆହା ଅଟେ ଏହି ଭୁବନ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ