ଅଦିନ ମେଘ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୩
- ସ୍ଥିତି
- ସାର୍ବଜନୀନ (Public domain)
ମଧୁମାସ ଶେଷେ ବଇଶାଖ ମାସେବରଷେ ଅଦିନ ମେଘତା ଦେଖି ଶିଶୁଏ ଗୀତ ଗାଉଥାନ୍ତିଚିତ୍ତେ ଅତି ଉଦବେଗ ।ପାଣି ସଙ୍ଗେ ପଡ଼େ ସ୍ୱରଗ ପଥରତା ଦେଖି ବାଳକମାନେ,ସାଉଣ୍ଟି ଖାଇଣ, ଗୀତ ଗାଉଥିଲେଘୋର ଉଚ୍ଚ ତାନମାନେ—“ଖରା କରୁଅଛି ମେଘ ବରଷୁଛିବିଲୁଆ ହେଉଛି ବାହା !”ଅଦିନ ବରଷା କେଡ଼େ ଶୋଭାବନକି ବିଚିତ୍ର ଲୀଳା ଆହା !କାହୁଁ ଆସିଲୁରେ ଅକାଳ ବରଷାକିପାଇଁ ଦେଲୁ ତୁ ଦେଖା ?ତୋ ଆସିବା ବାର୍ତ୍ତା ଦେଇ ତ ନ ଥିଲାଋୁତୁ−ଚକ୍ର−ବିଧି ଲେଖା ।ତୋ ଦର୍ଶନେ ଶୁଭେ ମେଘରେ ମୋ କର୍ଣ୍ଣେକାହାର ଦୂର ଆହ୍ୱାନ ?ଅତୀତ ରାଜ୍ୟର ଅସ୍ପଷ୍ଟ ମୂରତିପରଶେ ମୋର ପରାଣ !ବିଷାଦର ଛାୟା ପତିତ ହୁଅଇହୃଦକ୍ଷେତ୍ରେ ଘନ ଘନ,ବିଗତ ଜନ୍ମର ସୁଖସ୍ମୃତି ଅବାଅଲକ୍ଷ୍ୟେ ଦହେ ମୋ ମନ ।କି ଅବା ଦୂରସ୍ଥ ପ୍ରାଣବନ୍ଧୁ କେହିମନେ କରେ କଥା ମୋର,ଗପତେ ମୋ ଆତ୍ମା ବିଦଗ୍ଧ କରୁଛିସେ ସ୍ମୃତି ଗୁପତ ଚୋର ।ଚିନ୍ତାର୍ଣ୍ଣବେ ବୁଡ଼େ ମନ−ମୀନ ମୋରତୋତୋ ଦେଖି ନବଘନ,କାହିଁ ବସି କିଏ ଗାଇଲା ସଙ୍ଗୀତଭାବରେ ବିଭୋର ମନ,—“ଡିବି ଡିବି ବାଜେ ଯୋଡ଼ି ନାଗରା ହୋକାଉ ଡାକେ କାଆ କାଆ,ଖରା କରୁଅଛି ମେଘ ବରଷୁଛିବିଲୁଆ ପୁଅର ବାହା ।”
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ