ନିର୍ଝରିଣୀ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୪
- ସ୍ଥିତି
- ସାର୍ବଜନୀନ (Public domain)
ପର୍ବତ−କନ୍ଦର ଏକେ ଶୁଷ୍କ ନିଦାରୁଣ,ଦୁଜେ ନିଦାଘର ତାପ ପୋଡ଼େ ପତ୍ର ତୃଣ;ବିଧିର ବିଧାନେ ପୁଣି ବରଷାର ନୀରପଡ଼ୁଁତା ଉପରେ ପ୍ରାଣ ହୁଏ ତା ଅସ୍ଥିର ।ଗିରିର କନ୍ଦରୁଁ ଝରି ଗିରି−ନିର୍ଝରିଣୀବହିଯାଏ ହେବାକୁ ସେ ସାଗର−ସଙ୍ଗିନୀ ।ତା ତଟେ ବିଟପିଶାଖେ ପଞ୍ଚମ ଲଳିତଢାଳି ପିକ ‘କୁଉ’ସ୍ୱନେ ରମେ ବିଶ୍ୱ ଚିତ୍ତ,ତା ତୀରରେ ମାଳତୀ, ମଲ୍ଲୀ, ମରୁଆ, ସେବତୀଫୁଟି ଚହଟାଏ ବାସ ମନୋହର ଅତି;ମୋ ହୃଦ−କନ୍ଦରୂଁ ବହେ ଚିନ୍ତା−ନିର୍ଝରିଣୀ,ହେବ ପ୍ରିୟ ! ତବ ମନ−ସାଗର−ସଙ୍ଗିନୀ ।ଇଚ୍ଛା ହେଲେ ରଖ ତାକୁ ଧରି ହୃଦୟରେ,ନୋହିଲେ ଆଶ୍ରୟ ଲଭୁ ତ୍ୱିଷାମ୍ପତିକରେ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ