ବର୍ଷା ମଙ୍ଗଳ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୯୧
- ସ୍ଥିତି
- ସାର୍ବଜନୀନ (Public domain)
-୧-ନିୟତି ନିଗୂଢ଼ ନିଦେଶେ ନିଦାଘବିସର୍ଜି ଗଲା ଏ ଧରା,ଅଦୃଶ୍ୟ ଭାବରେ କେଣେ ଲୁଚିଲା ସେନିଦାଘ ନିରାଟ ଖରା ?ତ୍ରିଦିବ ଧାମରୁ ଓହ୍ଲାଇ ପ୍ରାବୃଟବେଢ଼ିଲା ନଭ ଭବନଘୋର ରଣେ ହାରି ଗଗନ ବରଜିଭୟୋ ଲୁଚିଲେ ତପନ ।ଦାରୁଣ ନିଦାଘ−ତାପେ ବସୁନ୍ଧରାଥିଲା ମୃତକଳ୍ପା ହୋଇ,ଅଦୃଶ୍ୟ ବିଦେଶୁଁ ବାହୁଡ଼ି ପ୍ରାବୃଟଦେଲା ତପ୍ତ ତନୁ ଧୋଇ ।ସଞ୍ଜୀବନ−ମନ୍ତ୍ର ପଢ଼ି ସୁଧା ବର୍ଷେସ୍ୱର୍ଗଦୂତ ନୀରଦର,କି ଆହ୍ଲାଦେ ପିଏ ସେ ସୁଧା ବସୁଧାସଞ୍ଚାଳି ବିଟପି−କର !ପ୍ରସୂନ ମଳୟ ରକ୍ତ କିଶଳୟଗହଣେ ଆସଇ ମଧୁ,ସହକାରକୁଞ୍ଜେ ପିକବର ସଙ୍ଗେକୁହରଇ ପିକ−ବଧୂ ।ଶାରଦ ଆକାଶେ ବିମଳ ଚନ୍ଦ୍ରିକାଆହା କିବା ମନୋଲୋଭା !ଉତ୍କ୍ଷିପ୍ତ ପରାଣେ ଉନ୍ମତ୍ତ ଆହ୍ଲାଦେପିଏଁ ମୁଁ ସେ ଚାରୁ ଶୋଭା ।ସୁଖର ବସନ୍ତ ଶରଦ ହେ ବର୍ଷାସୁଖୀପାଇଁ ସେହି ଶୋଭା,ବିଷାଦ−ଜନନୀ ତୋହରି ମୂରତିଦୁଃଖୀ−ଦଗ୍ଧମନୋଲୋଭା ।ସୁଗମ୍ଭୀର ମନ୍ଦ୍ରେ କି ବିଷାଦ−ଗୀତିଗାଅ ହେ ପ୍ରାବୃଟ କବି ?ଅନନ୍ତ ପ୍ରଣବ ଗମ୍ଭୀର ଝଙ୍କାରେରଟେ ତବ ସାନ୍ଦ୍ର ଛବି ।-୨-ନବ ପ୍ରାବୃଟର ପୃଷତରେ ଆର୍ଦ୍ରକ୍ଷିତିର ସୁରଭି ଗନ୍ଧବହିଣ ବହଇ ମନ−ବିନୋଦନଗନ୍ଧବହ ମନ୍ଦ ମନ୍ଦ ।ସେ ରଜ ସୁବାସ ବିକୀରଇ ବାତଭ୍ରମି ଭ୍ରମି ଦିଶେ ଦିଶେ,ନୀରଦ−ରଜାଙ୍କୁ ଧରଣୀ−ରାଣୀରଅର୍ଘ୍ୟ ଧୂପ ଗନ୍ଧ କି ସେ ?ନୀରରେଖାବିଦ୍ଧ ଶୁଷ୍କରଜବୃନ୍ଦଯାଉଅଛି ଉଡ଼ି ଉଡ଼ି,ସେ ରଜ ସଂସ୍ପର୍ଶେ କିବା ଶୋଭାବନଦିଶଇ ପାଣିକେନ୍ଦୁଡ଼ି ।ନବ ନୀରଧର−ନୀରପାନେ ବ୍ୟସ୍ତଶାଖାଗଣ ହଲି ହଲି,ସ୍ୱାଗତ ହେ ବର୍ଷା !’ ବୋଲିଣ କର କିସଞ୍ଚାଳନ୍ତି ଦ୍ରୁମାବଳୀ ?ଝିପି ଝିପି ପଡ଼େ ବରଷାର ନୀରସୁଲୁ ସୁଲୁ ବହେ ବାୟୁ,‘କାଆ କାଆ’ ବସି ରାବ ଦେଉଅଛିବନସ୍ପତି ଡାଳେ କାଉ ।ବଂଶ−ଉପବନୁ ଡାକଇ ଡାହୁକଦର୍ଦ୍ଦୁର ରବେ ସେ ମିଶି,କୁମ୍ଭାଟୁଆ ଡାକ ସହ ସେ ଶବଦସଞ୍ଚରଇ ଦିଶି ଦିଶି ।ଘନକୃଷ୍ଣ ନଭେ ନବ ନୀରଦରଦର୍ଶନେ ନୃତ୍ୟ ଉତ୍ସବେବନ ପର୍ବତରେ ମୟୂର ମୟୂରୀଡାକନ୍ତି ଷଡ଼ଜ ରବେ ।କଳକଳନାଦେ ବହେ ସ୍ରୋତସ୍ୱିନୀ,ବକ୍ଷେ ପଡ଼େ ତାର ବାରି,ପାହାଡ଼ିଆ ରାଗ ଛାଡ଼ି ନାଉରିଆକରୁଛି ପଝାରି ପାରି ।-୩-ନିଦାଘ−ରିପୁକୁ ଘଉଡ଼ାଇ ଘନବିବାହ କରେ କି ରଙ୍ଗେଲକ୍ଷ୍ମୀଦେବୀଙ୍କର ପ୍ରଭବ ଉଦ୍ଦେଶେଧରଣୀ−ରମଣୀ ସଙ୍ଗେ ?ବରଷା ଋତୁରେ ବରଷେ ଆସାର,ପୂରଇ ବିଲ ପୋଖରୀ,ନୀର−ଆସ୍ତରଣେ ବସନ୍ତି କମଳାଶ୍ୟାମଳ ମୂରତି ଧରି ।ନଭେ କାଦମ୍ୱିନୀ କୋଳେ ଇରମ୍ମଦହେମପ୍ରଭା ଜିଣି ଦିଶେ,ତ୍ରିଦିବ−ଦେବତା ସୁନାଶିରଙ୍କରକନକ−କାର୍ମୂକ କି ସେ ?ବ୍ରହ୍ମାଣ୍ଡ−ମଣ୍ଡଳ କମ୍ପାଇ ଦେଉଛିବଜ୍ର ମନ୍ଦ୍ର ଘଡ଼ଘଡ଼ି,ଦିଗ୍ବଳୟ ପାରେ ମିଳାଇ ଯାଇଛିଚଉଦିଗ ରଡ଼ମଡ଼ି ।ଦୂର ବନସ୍ଥଳୀ ଡାକ ଦେଉଅଛିଘନଘୋଷେ ‘ଘୋଓ ଘୋଓ’,କି ବିଚିତ୍ର ସାଜେ ସାଜିଛି ପ୍ରକୃତିଫେଡ଼ି ନେତ୍ର ଚାହାଁ ହୋଓ ।ଗିରି−ଗହନରେ ଝରଇ ନିର୍ଝରଝର୍ଝର ଶୁଭଇ ଧ୍ୱନି,ଗଭୀର ଗହ୍ୱରେ ଗିରିକନ୍ଦରରେଶୁଭେ ଘୋର ପ୍ରତିଧ୍ୱନି ।ରବି ପ୍ରତିମୁଖେ ଦିଶେ ଇନ୍ଦ୍ରଧନୁବର୍ଣ୍ଣଛଟା ରମେ ଚକ୍ଷୁ,ଶତ ଇନ୍ଦ୍ରଧନୁ ଝଲସି ଉଠଇଚଳ ନିର୍ଝରର ଚକ୍ଷୁ ।ଫେଡ଼ି ସୁରବାଳା ଇନ୍ଦ୍ରନୀଳ−ଦ୍ୱାରଯୁକ୍ତସୁବର୍ଣ୍ଣ ତୋରଣଅର୍କ ବାରିଦର ବିଚିତ୍ର ଆହବସ୍ୱର୍ଗୁଁ କରନ୍ତି ଦର୍ଶନ ?-୪-ଅତି ପ୍ରତ୍ୟୁଷରୁ ଜନପଦ−ବଧୂଶୁଣି ତାମ୍ରଚୂଡ଼ ସ୍ୱନତିନ୍ତି ବରଷାରେ ସାରି ନିତ୍ୟକର୍ମସ୍ନାନେ କରନ୍ତି ଗମନ ।ପଲ୍ଲୀ−ଉପବନେ ବଂଶ−ନିକୁଞ୍ଜରେବକୁଳବୃକ୍ଷର ମୂଳେଲାବଣ୍ୟ−ପସରା ଚାରୁଅଙ୍ଗୀଗଣପଲ୍ଲୀ−ପୁଷ୍କରିଣୀ−କୂଳେବିଶ୍ରବ୍ଧ ଚିତ୍ତରେ ହେମ−ଗୌର−ଅଙ୍ଗେବସି ହରିଦ୍ରା ଲେପନ୍ତି,ପୂର୍ବ ତପସ୍ୟାର ଫଲ ପାଆନ୍ତି କିସରସୀ−ସୋପାନପନ୍ତି ?ସରସୀ ତଟରୁ ଅନାଇ ସୁନ୍ଦରୀପିତୃଗୃହ−ଅଭିମୁଖେବାଲ୍ୟ−ନିଳୟର ସୁଖଶାନ୍ତି ଚିନ୍ତିନିଃଶ୍ୱାସ ଛାଡ଼ନ୍ତି ଦୁଃଖେ ।ପ୍ରଭାତୁଁ ଉଠିଣ ଯେ ଯାହା ଦୁଃଖରେଖରେ କରନ୍ତି ଗମନତାଳ−ଆତପତ୍ର ମସ୍ତକେ ଧରିଣଦୁଃଖୀ ଗ୍ରାମବାସୀଗଣ ।ବରଷା−ବିପାକେ ବଢ଼େ ସ୍ରୋତସ୍ୱତୀମାଡ଼ଇ ସ୍ରୋତ ପ୍ରଖର,ଦେଖୁଁ ଦେଖୁଁ ଜଲ ପ୍ରବେଶେ ସରସବିଲ, ବାଡ଼ି ଦ୍ୱାର, ଘର ।‘ସୁପକ୍ୱ ଶାଳୀକୁ ଭସାଇ ନିମଗ୍ନା,କେଣେ ଘେନି ଚାଲିଯାଉ,ସୁଦୀନ କୃଷକ−ସଙ୍ଗେ ବାଦ ସାଧିଛି ଛି କେଉଁ ଯଶ ପାଉ ?ଭୁଞ୍ଜିଲା ଅନ୍ନରେ ଭସ୍ନ ନିକ୍ଷେପିଣଦେଖାଉ କେଉଁ ମହତ୍ତ୍ୱ ?’ଆହେ ସୃଷ୍ଟିକର୍ତ୍ତା ବିଷମ ସମସ୍ୟାତୁମ୍ଭର ଏ ସୃଷ୍ଟିତତ୍ତ୍ୱ !-୫-ପ୍ରାବୃଟ ଯାମିନୀ ହୃଦପ୍ରହ୍ଲାଦିନୀବିବିଧ ସ୍ୱରେ ସଙ୍ଗୀତଧ୍ୱନି ସଙ୍ଗେ ଗାଇ ସଖୀ ପ୍ରତିଧ୍ୱନିହରଇ ଭାବୁକ−ଚିତ୍ତ ।ଷଡ଼ରାଗ ସଙ୍ଗେ ଛତ୍ରିଶ ରାଗିଣୀଶୁଣଇ କଳ୍ପନା ନାରୀ,ନିଜବଳେ ଯୋଷା ଧରିତ୍ରୀ ଗଗନପଲକେ ହୁଅଇ ପାରି ।ଅପାର୍ଥିବ ରାଜ୍ୟେ କରି ବିଚରଣଶୁଣେ ଅପାର୍ଥିବ ବାଣୀ,ନିଜଭାବେ ନିଜେ ବିଭୋର ହୋଇ ସେନିଜ ରାଜ୍ୟେ ହୁଏ ରାଣୀ ।ସୁଦୂର ପଲ୍ଲୀରେ ତମିସ୍ରା ନିଶାରେଘୋର ନିଶୀଥ କାଳରେଶୁଭେ ଝିଲ୍ଲୀସ୍ୱନ ନିଶାର ଗର୍ଜ୍ଜନ,ସୁଷୁପ୍ତ ଯେ ଯାହାଘରେ ।ମଥାନ ଉପରେ ଲତା ପଲ୍ଲବରେଥପ ଥପ ପଡ଼େ ନୀର,ଶୁଣି ତା ବିରହ−ବିଧୁରା ଲଳନାବିଚ୍ଛେଦ−ଦୁଃଖେ କାତର ।ସୁନୀଚ କୁଟୀର ପ୍ରକୋଷ୍ଠ କୋଣରେମିଞ୍ଜି ମିଞ୍ଜି ଜଳେ ଦୀପ,କାନ୍ଦୁଛି ବିକଳେ ନବୀନା ତରୁଣୀନିଭିଛି ତା ସୁଖ−ଦୀପ ।ଜୀବନ−ବସନ୍ତେ ପ୍ରଣୟୀ ତାହାରଯାଇଅଛି ଚାଲି କାହିଁ,ବିଧବା−ଯୁବତୀ−ହୃଦୟ−ବେଦନାଦେଖୁ ନା ବିଶ୍ୱସାଇଁ ?ଚିରଦୁଃଖିନୀକୁ କେଉଁ ଉଦ୍ଦେଶ୍ୟରେସୃଜିଲ ବ୍ରହ୍ମାଣ୍ଡପତି ?ଅଜ୍ଞାନ ନର ମୁଁ କେମନ୍ତେ ବୁଝିବିତୁମ୍ଭ ବିଶିସୃଷ୍ଟି−ଗତି !
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ