ଆଦିମ ମଣିଷ ମନ
୧୮୮୮–୧୯୫୩
- ସଂକଳନ: ସଂଘର୍ଷ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୦
- ସ୍ଥିତି
- ସାର୍ବଜନୀନ (Public domain)
ଏଠି ପରା ଶ୍ରେଷ୍ଠ ଥାନ ପାଏ ,‘ଧର୍ମ’ ନାହିଁ – ‘ନୀତି’ ନାହିଁକୃତ୍ରି ମତା ପଦେ ଦଳା ହୁଏ !ପାପର ଏ ପୂଜା ଭୂମିପୁଣ୍ୟ ପୁଣି ଆହୂତ ସାଦରେ,ପବିତ୍ରତା କୁତ୍ସିତତାସମାଦୃତ ସ୍ୱତନ୍ତ୍ର ବଧିରେ !!ଆଗୋ ଋଦ୍ରା – ତୋ ମତ୍ତ ଝଟିକା,କି ଭାବନା କି ସନ୍ଦେହଦ୍ୱାର ଦେଶେ ହୋଇ ରହ ଥକ୍କା !ତୁମକୁ ଡାକୁଛି ପରା ଏ ଆଖଡ଼ାବେଗେ ବେଗେ ଭିତରେ ଯା ଆସ,ଗୁଣ୍ଡାମୀର ଆଡ଼୍ଡ଼ା ଭୁମି ଏହି ଅଟେମନେ କିଛି ନ ଜନ୍ମାଅ ତ୍ରାସ !!!“ବେଶ୍ୟାର ମନ୍ଦିର” ବୋଲିଯଦି କିଛି ରଖିଛ ମନରେ,ବିନୟେ କହୁଛି ବନ୍ଧୁ !ଫେରି ଯାଅ – ଯାଅ ଅତି ଦୂରେ !ସୈତାନୀର ଲୀଳା ଏଠିମନେ କିଛି ଆଶଙ୍କା ନ କର,ପାରିଲେ ଭିତରେ ଆସଅବା ଘେନି ଶେଷ ନମସ୍କାର !ମାତ୍ରା ଏହା ରଖି ଯାଅ ମନେ –ଆଗାମୀର ଋୂପକାର ଏହି ଆଡ଼୍ଡ଼ାସମାଜର ଦିନେ ।ଏହି “ ଅରଣ୍ୟ ରୋଦନ”ଆଜି ଯାରେ ପରିହାସ କର,ତାହାରି ଆଶ୍ରୟେ ଦିନେଇତିହାସେ ହେବେ ଯୁଗାନ୍ତର !“ଦ୍ରୌପଦୀ”ଆଗୋ ଯାଜ୍ଞସେନି !!ତୁମରି ପବିତ୍ର ନାମେ ଆଜି ଯେଉଁ କମ୍ପଇ ଅବନୀ –ତୁମରି ନାରୀତ୍ୱ ନାମେ ହିନ୍ଦୁତ୍ୱର ନମ୍ରେ ଉଚ୍ଚ ଶିର,ତୁମରି ବନ୍ଦନା ଗାନେ ଶାସ୍ତ୍ର ମୁଖ ଆଜି ତା’ ମୁଖର !!କୋଟି କୋଟି ହିନ୍ଦୁ ମନ୍ଦିରେ ଆଜି ରାଜେ ତୁମରି ବ୍ୟକ୍ତିତ୍ୱ,କୋଟିକଣ୍ଠ ମନ୍ଦ୍ର ଉଠେ ଜୟ ଜୟ ଦ୍ରୌପଦୀ ସତୀତ୍ୱ !!କୋଟିଏ ହିନ୍ଦୁ ଲାଳନା ନତଜାନୁ ବାସ୍ପଋଦ୍ଧ କଣ୍ଠୀ,ତୁମରି ଆଦର୍ଶ ଗଳେ କାନ୍ଦି ଗଡ଼ି ବାଢ଼ନ୍ତି ମିନତୀ !ତୁମ ପତିବ୍ରତା ଗାଥା ହିନ୍ଦୁବାଳା ଶିଖେ ବିଦ୍ୟାପିଠୁଁ,ତୁମ ଆଚରିତ ଧର୍ମ ଆର୍ଯ୍ୟବଧୂ ଅନୁସୃତ ବସ୍ତୁ !!ପୌରାଣିକା ଆଗୋ ମହାସତି,ମୋହରି ବିଚାରେ ଏକା ତୁମେ ଅଟ ନିଖିଳେ ଅସତୀ !!ଗୁରୁଜନ ଅନ୍ଧ ଆଜ୍ଞା ମାନି ଯେହୁ ଆପଣା ନାରୀତ୍ୱ,ମାଂସ ସମ କରି ଦେଇ ପାଞ୍ଚ ଭାଗ ନିର୍ବିକାର ଚିତ୍ତ,ସାମାଜିକ ତୃପ୍ତିକୁ ଯେ ଭୀରୁ ସମ ବରିଛି ସାଦରେ,କର୍ଦ୍ଦମକୁ ତୀର୍ଥ ରେଣୁ କରିଲା ଯେ ସମାଜ ବିଧିରେ !!ପୁରୁଷକୁ ପୁଷ୍ପ ବୋଲି ମାନି ନେଲା ପରି-ତୃପ୍ତି ଲାଗି,ତାହାରି ବାହାବା ନାମେ ଘୃଣା ନିନ୍ଦା ଉଠେ ମୋର ଜାଗି !!
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର